ଭିଡ଼ର ଅର୍ଥ ନୁହେଁ ଭୋଟ୍‌

କରୋନା ସଂକ୍ରମଣ ନୂଆବର୍ଷ ୨୦୨୨ ଆରମ୍ଭରୁ ଊର୍ଦ୍ଧ୍ୱମୁଖୀ ହୋଇଛି। ୨ ଜାନୁୟାରୀରେ ଦେଶରେ ୨୭ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହା ଦ୍ୱାରା ଆକ୍ରାନ୍ତ ହେବା ଲୋକଙ୍କ ମନରେ ଭୟ ସୃଷ୍ଟି କଲାଣି। ଆଗକୁ ଉତ୍ତରପ୍ରଦେଶ ସମେତ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ନେତାମାନେ ପ୍ରଚାରରେ ମାତିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କୋଭିଡ୍‌ ନିୟମାବଳୀ ପାଳନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ। ତା’ ପରେ ଦେଶର ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଘୋଷଣା କଲେ ଯେ, ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ନିର୍ଦ୍ଧାରିତ ସମୟରେ ବିଧାନସଭା ନିର୍ବାଚନ କରିବାକୁ ଚାହୁଁଛନ୍ତି। ନିର୍ବାଚନ ସମୟରେ କୋଭିଡ୍‌ ନିୟମାବଳୀ ପାଳନ କରାଯିବ ବୋଲି ଗତ ସପ୍ତାହରେ ଲକ୍ଷ୍ନୌଠାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ ବେଳେ ରାଜନୈତିକ ନେତୃବୃନ୍ଦ ଏହି ବିଷୟ ଜଣାଇଥିବା ଚନ୍ଦ୍ରା କହିଥିଲେ। ତେବେ ରାଜନୈତିକ ଦଳର ପ୍ରତିନିଧିମାନେ ଯେଉଁଭଳି ଢଙ୍ଗରେ କୋଭିଡ୍‌ କଟକଣା ମାନିବେ ବୋଲି କହିଛନ୍ତି, ତାହାର ବାସ୍ତବତା ଉପରେ ସନ୍ଦେହ ରହିଛି।
ଆଜିର ସ୍ଥିତି ଦେଖିଲେ ଭାରତରେ ନିର୍ବାଚନ ପ୍ରଚାରରେ ପରିବର୍ତ୍ତନ ଆସୁ। ପୁରୁଣାକାଳିଆ ଢଙ୍ଗରେ ଲୋକଙ୍କୁ ବସ୍‌, ଟ୍ରକ୍‌ରେ ବୁହାଇ ନେଇ ରାଲି ଆୟୋଜନ କରାଯାଉଛି। ଥରେ ସେହିଭଳି ପ୍ରଚାର ବନ୍ଦ ହୋଇଗଲେ ଗଣତନ୍ତ୍ର ସୁଦୃଢ଼ ହୋଇଯିବ। ସମସ୍ତେ ଭୋଟ୍‌ ବ୍ୟାଙ୍କ ବିରୋଧରେ ପ୍ରଚାର କରନ୍ତି ଓ ଲେଖା ଲେଖନ୍ତି। କିନ୍ତୁ କେଉଁ ପଦ୍ଧତିରେ ଗଲେ ଭୋଟ୍‌ ବ୍ୟାଙ୍କର ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ, ସେ ସମ୍ପର୍କରେ କୌଣସି ମଞ୍ଚରେ ଏଭଳି ମତପ୍ରକାଶ ପାଉନାହିଁ। ପ୍ରତ୍ୟେକ ରାଜନୈତିକ ଦଳ ତାହାର ଭୋଟ୍‌ ବ୍ୟାଙ୍କ ସୃଷ୍ଟି କରିବାର ଅଧିକାର ରଖିଛି। ସେହି ଅଧିକାରକୁ ଗଣତାନ୍ତ୍ରିକ ବ୍ୟବସ୍ଥା ମାଧ୍ୟମରେ ଅସ୍ବୀକାର କରିବା ସମ୍ଭବ ନୁହେଁ। ଉଦାହରଣ ସ୍ବରୂପ, ଆମେରିକାରେ ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କର ଭୋଟ୍‌ ବ୍ୟାଙ୍କ ସୃଷ୍ଟି କରିବାର ଉପାୟ ଆବିଷ୍କାର କରିଥିଲେ। ‘ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌’ ସ୍ଲୋଗାନଠାରୁ ଆରମ୍ଭକରି ଗର୍ଭପାତକୁ ବେଆଇନ କରାଇବା ପାଇଁ ଦାବି ସୃଷ୍ଟି କରି ଅନେକ ସାମାଜିକ ପୁନଃଚିନ୍ତନ ଆରମ୍ଭ କରାଇଥିଲେ। ଏଭଳି ଖୋଲାଖୋଲି ଭୋଟ୍‌ ବ୍ୟାଙ୍କ ସୃଷ୍ଟି କରାଇବାର ଉଦ୍ୟମ ସମ୍ଭବତଃ ପୂର୍ବରୁ ଆମେରିକାରେ ଦେଖାଦେଇ ନ ଥିଲା। ଏହି ଉଦ୍ୟମକୁ ବିଫଳ କରାଇବାକୁ ଯାଇ ଟ୍ରମ୍ପ୍‌ଙ୍କ ପ୍ରତିଦ୍ୱନ୍ଦ୍ୱୀ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ ଏକ ଭିନ୍ନ ପନ୍ଥା ଗ୍ରହଣ କଲେ। ବିରୋଧୀ ଟ୍ରମ୍ପ୍‌ଙ୍କୁ ସାମ୍ନା କରିବା ସକାଶେ ବାଇଡେନ୍‌ ସର୍ବଦା କୋଭିଡ୍‌ ମାସ୍କ ପିନ୍ଧି ଲୋକଙ୍କ ସମ୍ମୁଖକୁ ଆସିଲେ। ନିଜର ଅର୍ଥନୀତି ଏବଂ ସାମାଜିକ କାର୍ଯ୍ୟକ୍ରମକୁ ଗଣମାଧ୍ୟମ ଦ୍ୱାରା ପ୍ରଚାରିତ କରାଇବା ସହିତ ବଡ଼ ଧରଣର ରାଲି ବା ଭିଡ଼ ସୃଷ୍ଟି କରାଇବାରୁ ବାଇଡେନ୍‌ ଦୂରେଇ ରହିଲେ। ଏହାର ଉତ୍ତର ସ୍ବରୂପ ଆମେରିକାରେ ଐତିହାସିକ ରୂପରେ ସର୍ବାଧିକ ଭୋଟ୍‌ ଗ୍ରହଣ ହେଲା ଓ ବାଇଡେନ୍‌ ଯଥେଷ୍ଟ ଅଧିକ ବ୍ୟବଧାନରେ ଜିତିଲେ।
ଏଠାରେ ଭାରତର ସ୍ଥିତିକୁ ଦେଖାଯାଉ। ଗତାନୁଗତିକ ଢାଞ୍ଚାରେ ଗତବର୍ଷ ପଶ୍ଚିମବଙ୍ଗ ନିର୍ବାଚନ ହେଲା। ନିର୍ବାଚନ କମିଶନ ତାହାର ଆନୁଗତ୍ୟ ପ୍ରମାଣ କରିବାକୁ ଯାଇ ଉଲ୍ଲଂଘନ ପକ୍ଷପାତିତା ପ୍ରଦର୍ଶନ କଲେ। ମମତା ବାନାର୍ଜୀଙ୍କ ବ୍ୟକ୍ତିଗତ ପ୍ରଚାର ଉପରେ କଟକଣା ଜାରି କରୁଥିବା ଏହି ତଥାକଥିତ ନିରପେକ୍ଷ ସାମ୍ବିଧାନିକ ସଂସ୍ଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରାଟ ଜନସମାବେଶକୁ ଅଣଦେଖା କଲା। କୋଭିଡ୍‌ ନିୟମାବଳୀକୁ କେନ୍ଦ୍ର ସରକାରର କ୍ଷମତାସୀନ ବ୍ୟକ୍ତିମାନେ ଖୋଲାଖୋଲି ଉଲ୍ଲଂଘନ କଲା ବେଳକୁ ଭାରତର କୌଣସି ବ୍ୟବସ୍ଥା ହସ୍ତକ୍ଷେପ କରିପାରିଲା ନାହିଁ। କୌତୂହଳର ବିଷୟ ହେଲା ଯେ, ସବୁ ବ୍ୟବସ୍ଥାକୁ ତଳେ ପକାଇ ଏବଂ ନିୟମାବଳୀକୁ ଭାଙ୍ଗିଥିବା ଭାଜପା ପଶ୍ଚିମବଙ୍ଗରେ ପରାଜୟବରଣ କଲା। ଏଠାରେ ମନେପଡ଼େ ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ବିରାଟ ନିର୍ବାଚନୀ ସଭାରେ ଘୋଷଣା କରୁଥାଆନ୍ତି ଯେ, ଏତେସଂଖ୍ୟକ ଲୋକଙ୍କୁ ପୂର୍ବରୁ କେବେ କୌଣସି ରାଲିରେ ଦେଖି ନ ଥିଲି। ମୋଦି ନିଶ୍ଚିତ ଭାବେ ସତ କହିଥିବେ। ଏଥିସହିତ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ, ଆଜିର ଭାରତୀୟ ନିର୍ବାଚନ ରାଜନୀତିରେ ମୋଦିଙ୍କଠାରୁ ଅଧିକ ଅଭିଜ୍ଞ ବୋଲି ଅନ୍ୟ କୌଣସି ରାଜନେତା ଦାବି କରିପାରିବେ ନାହିଁ। ଅର୍ଥାତ୍‌ ମୋଦିଙ୍କୁ ଦେଖିବାକୁ ଭିଡ଼ ହୋଇଥାଇପାରେ। କିନ୍ତୁ ଭିଡ଼ର ଅର୍ଥ ନୁହେଁ ଭୋଟ୍‌। ସେଥିପାଇଁ ରାଜନୀତିଜ୍ଞମାନେ ନିଜର ଅହଂଭାବକୁ ଛାଡ଼ି ବାସ୍ତବତାକୁ ଦୃଷ୍ଟି ପକାନ୍ତୁ। ଭୋଟ୍‌ ବ୍ୟାଙ୍କ ସୃଷ୍ଟି କରନ୍ତୁ। କିନ୍ତୁ ଦାୟିତ୍ୱହୀନ ହୁଅନ୍ତୁ ନାହିଁ। କୋଭିଡ୍‌ ଆଢୁଆଳରେ ନିର୍ବାଚନ କମିଶନ ମଧ୍ୟ ନିଜର ମେରୁଦଣ୍ଡକୁ ସିଧାକରି ଦେଶର ହିତ କଥା ଚିନ୍ତା କରନ୍ତୁ। କେବଳ ଅବସରପ୍ରାପ୍ତ ଚାକର ହେବା ବ୍ୟତୀତ ସେମାନେ ଦାୟିତ୍ୱବାନ୍‌ ହୋଇ ସବୁ ଦଳକୁ ସମାନ ଢଙ୍ଗରେ ଦେଖିବା ସହିତ କଟକଣାକୁ ସ୍ପଷ୍ଟ ଭାବେ ଲାଗୁ କରନ୍ତୁ। ତେବେ ଏତେସବୁ ମତ ଦେଲା ବେଳକୁ ଆମେ ସ୍ପଷ୍ଟ ଜାଣିଛୁ ଯେ, ସବୁକିଛି ବ୍ୟକ୍ତିବିଶେଷ ଉପରେ ନିର୍ଭର କରେ। ବ୍ୟବସ୍ଥାର କୌଣସି ଗୁରୁତ୍ୱ ସୃଷ୍ଟି କରିବା ପାଇଁ କେହି ଇଚ୍ଛା କରନ୍ତି ନାହିଁ, ଯେଉଁଥିରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ସରକାରୀ ପିଅନ ପର୍ଯ୍ୟନ୍ତ ସମସ୍ତେ ହାତଯୋଡ଼ି ଠିଆହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?