ବତିଘର ପଞ୍ଚାୟତ ଅଫିସ୍‌ରେ ଜମି ଅଧିଗ୍ରହଣ ନୋଟିସ ଝୁଲିଲା

ମହାକାଳପଡ଼ା, ୬ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠା ପାଇଁ ଆଶା ସଞ୍ଚାର ହୋଇଛି। ଜିଲାର ମହାକାଳପଡ଼ା ବ୍ଲକର ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ ଇଣ୍ଡିଆ ପକ୍ଷରୁ ବାର୍ଷିକ ହାରାହାରି ୨୪ ମେଟ୍ରିକ୍‌ ଟନ୍‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ଦ୍ୱାରା ବତୀଘର ପଞ୍ଚାୟତ ମୌଜା ବଡ଼ଟୁବି ଏ .୩୮୩. ୮୪୪ ଡିସିମିଲ, ଭୂମି ଅର୍ଜନ ଆବଶ୍ୟକ ହେଉଛି। ନ୍ୟାୟ ଯୁକ୍ତ କ୍ଷତି ପୂରଣ ଅଧିକାର ଓ ଅର୍ଜନ ପୁନର୍ବାସ ଥଇଥାନ କ୍ଷେତ୍ରରେ ସ୍ବଚ୍ଛତା ଆଇନ ୨୦୧୩ର ୧୧ (୧) ଧାରାରେ ଭାରପ୍ରାପ୍ତ ହୋଇ ସରକାର ଏହା ଦ୍ୱାରା ପ୍ରଦତ୍ତ ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଅନୁସୂଚନା ଜାରି କରାଯାଇଛି। ଏହି ଜମି ଅଧିଗ୍ରହଣ କରାଗଲେ ଆର୍ସେଲର ମିତ୍ତଲ ଷ୍ଟିଲ ଇଣ୍ଡିଆ ପକ୍ଷରୁ କାରଖାନା ପ୍ରତିଷ୍ଠା ନିମନ୍ତେ କାର୍ଯ୍ୟକାରୀ କରିବ ବୋଲି କୁହାଯାଇଛି। ଓଡ଼ିଶା ସରକାରଙ୍କ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ସଂଖ୍ୟା ୭୩୬୯/୧୩ା୩ା୨୪ ଜମି ଅଧିଗ୍ରହଣ ନିମନ୍ତେ ଧାରା ୮ (୨) ଅନୁମୋଦନ ହେଇଛି ବୋଲି ନୋଟିସରେ ଉଲ୍ଲେଖ ରହିଛି ବୋଲି ପଞ୍ଚାୟତ କାର୍ଯ୍ୟାଳୟ ଝୁଲାଇ ଦିଆଯାଇଛି ବୋଲି ଗୁରୁବାର ଦେଖିବକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ବର୍ଷେ ପୂର୍ବେ ୨୦୨୩ ଡିସେମ୍ବର ୧୧ା୧୨ା୨୩ରେ ପର୍ଯ୍ୟାୟକ୍ରମେ ରାମନଗର, ଖରିନାସୀ ଓ ବତୀଘର ପଞ୍ଚାୟତରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏହା ସଫଳ ହୋଇଥିଲା ବୋଲି ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ଗ୍ରାମସଭାକୁ ସମର୍ଥନ ମିଳିଥିଲା। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କୁ ପଚାରିବାରେ ବତୀଘର ପଞ୍ଚାୟତ ଅଫିସରେ ନୋଟିସ ଜାରି କରାଯାଇଛି। ସରକାରଙ୍କ ଅନୁମୋଦନ ଓ ଜମି ଅଧିଗ୍ରହଣ ପାଇଁ ନୋଟିସ୍‌ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ। ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ ପରିଣତ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri