ବତିଘର ପଞ୍ଚାୟତ ଅଫିସ୍‌ରେ ଜମି ଅଧିଗ୍ରହଣ ନୋଟିସ ଝୁଲିଲା

ମହାକାଳପଡ଼ା, ୬ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠା ପାଇଁ ଆଶା ସଞ୍ଚାର ହୋଇଛି। ଜିଲାର ମହାକାଳପଡ଼ା ବ୍ଲକର ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ ଇଣ୍ଡିଆ ପକ୍ଷରୁ ବାର୍ଷିକ ହାରାହାରି ୨୪ ମେଟ୍ରିକ୍‌ ଟନ୍‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ଦ୍ୱାରା ବତୀଘର ପଞ୍ଚାୟତ ମୌଜା ବଡ଼ଟୁବି ଏ .୩୮୩. ୮୪୪ ଡିସିମିଲ, ଭୂମି ଅର୍ଜନ ଆବଶ୍ୟକ ହେଉଛି। ନ୍ୟାୟ ଯୁକ୍ତ କ୍ଷତି ପୂରଣ ଅଧିକାର ଓ ଅର୍ଜନ ପୁନର୍ବାସ ଥଇଥାନ କ୍ଷେତ୍ରରେ ସ୍ବଚ୍ଛତା ଆଇନ ୨୦୧୩ର ୧୧ (୧) ଧାରାରେ ଭାରପ୍ରାପ୍ତ ହୋଇ ସରକାର ଏହା ଦ୍ୱାରା ପ୍ରଦତ୍ତ ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଅନୁସୂଚନା ଜାରି କରାଯାଇଛି। ଏହି ଜମି ଅଧିଗ୍ରହଣ କରାଗଲେ ଆର୍ସେଲର ମିତ୍ତଲ ଷ୍ଟିଲ ଇଣ୍ଡିଆ ପକ୍ଷରୁ କାରଖାନା ପ୍ରତିଷ୍ଠା ନିମନ୍ତେ କାର୍ଯ୍ୟକାରୀ କରିବ ବୋଲି କୁହାଯାଇଛି। ଓଡ଼ିଶା ସରକାରଙ୍କ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ସଂଖ୍ୟା ୭୩୬୯/୧୩ା୩ା୨୪ ଜମି ଅଧିଗ୍ରହଣ ନିମନ୍ତେ ଧାରା ୮ (୨) ଅନୁମୋଦନ ହେଇଛି ବୋଲି ନୋଟିସରେ ଉଲ୍ଲେଖ ରହିଛି ବୋଲି ପଞ୍ଚାୟତ କାର୍ଯ୍ୟାଳୟ ଝୁଲାଇ ଦିଆଯାଇଛି ବୋଲି ଗୁରୁବାର ଦେଖିବକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ବର୍ଷେ ପୂର୍ବେ ୨୦୨୩ ଡିସେମ୍ବର ୧୧ା୧୨ା୨୩ରେ ପର୍ଯ୍ୟାୟକ୍ରମେ ରାମନଗର, ଖରିନାସୀ ଓ ବତୀଘର ପଞ୍ଚାୟତରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏହା ସଫଳ ହୋଇଥିଲା ବୋଲି ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ଗ୍ରାମସଭାକୁ ସମର୍ଥନ ମିଳିଥିଲା। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କୁ ପଚାରିବାରେ ବତୀଘର ପଞ୍ଚାୟତ ଅଫିସରେ ନୋଟିସ ଜାରି କରାଯାଇଛି। ସରକାରଙ୍କ ଅନୁମୋଦନ ଓ ଜମି ଅଧିଗ୍ରହଣ ପାଇଁ ନୋଟିସ୍‌ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହାର ମେଣ୍ଟାଉଛି ମୂଷାଗାତ ଧାନ

ମହାକାଳପଡ଼ା, ୧୩ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜନଜାତିମାନଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା କରାଯାଇଛି। ହେଲେ ଏହି ଯୋଜନା...

ବନ ବିଭାଗ ଉପରେ ମାଛ ମାଫିଆଙ୍କ ଆକ୍ରମଣ: ଫାୟାରିଂ କରି ୮ ଜଣଙ୍କୁ ଛଡ଼ାଇ ନେଲେ

କେନ୍ଦ୍ରାପଡା,୧୨।୧: ରାଜନଗର ଗହୀରମଥା ଗଭୀର ସମୁଦ୍ରରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ମାଛ ମାଫିଆଙ୍କ ଆକ୍ରମଣ। ବେଆଇନ ଭାବେ ମାଛ ମାରୁଥିବା ତାରିଣୀ ୩...

ଜଗନ୍ନାଥଙ୍କୁ ବାଉଁଶ ବାଡ଼ି ସାହାରା

ମହାକାଳପଡ଼ା, ୯ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଭିନ୍ନକ୍ଷମମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ଗ୍ରାମାଞ୍ଚଳର ତୃଣମୂଳସ୍ତରରେ ଏହି...

ମା’ଙ୍କ ଖର୍ଚ୍ଚ ରସିଦ ବହିରେ ତାଳମେଳ ନାହିଁ

ମହାକାଳପଡ଼ା, ୬ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ପୂର୍ବତନ ଟ୍ରଷ୍ଟିଙ୍କ ଫଲ୍ସ ରସିଦ ହିସାବ ତଦନ୍ତ ବେଳେ ଧରାପଡ଼ିଛି। ୨୦୧୪...

ଜଳ ପରିଚାଳନା, ନିଷ୍କାସନରେ ବାଧା

ପଟ୍ଟାମୁଣ୍ଡାଇ,୩ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଚାଷୀଙ୍କ ଭାତହାଣ୍ଡିକୁ ଅଦିନିଆ ବର୍ଷା ଉଜାଡ଼ି ଦେଇଛି। ବର୍ଷା ଛାଡ଼ି ଯାଇଥିଲେ ମଧ୍ୟ କ୍ଷେତରୁ ଆଜି ପର୍ଯ୍ୟନ୍ତ ପାଣି...

ଚିନାବାଦାମ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ରାଜକନିକା,୩ା୧(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ସିକୋ ପଞ୍ଚାୟତର ଡାଳିକାଏନ୍ଦା, ଭାରିଗଦା ପଞ୍ଚାୟତ ଓ ବରୁଣାଡ଼ିହା ପଞ୍ଚାୟତର ଚାଷୀ ମୁଖ୍ୟତଃ ଚିନାବାଦାମ ଚାଷ...

ଦୁର୍ଦ୍ଦିନରେ ମେଷ ପାଳକ, ମିଳୁନି ସରକାରୀ ପ୍ରୋତ୍ସାହନ

ମହାକାଳପଡ଼ା,୨ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଗୃହପାଳିତ ପ୍ରାଣୀ ଛେଳି, ମେଣ୍ଢା, କୁକୁଡ଼ା, ଘୁଷୁରି, ଗାଈ ଫାର୍ମ ନିର୍ମାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ବ୍ୟୟବରାଦ କରୁଛନ୍ତି।...

ଚାଷୀଙ୍କ ସମସ୍ୟାକୁ ନେଇ ଏମିତି କହିଦେଲେ ନବୀନ

ପଟ୍ଟାମୁଣ୍ଡାଇ, ୧ା୧(କଳ୍ପତରୁ ନାୟକ):ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ କେନ୍ଦ୍ରାପଡ଼ା ଜିଲା ଗସ୍ତରେ ଆସି ଅଦିନିଆ ବର୍ଷା ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri