Posted inଭଦ୍ରକ

ଦୀପ ଜାଳିଲେ, ସ୍ବାମୀଙ୍କ ଦୀର୍ଘାୟୁ ମାଗିଲେ

ଭଦ୍ରକ ଅଫିସ, ୩୧ା୫ ଭଦ୍ରକ ଜିଲା ବନ୍ତ ବ୍ଲକର ତୋଟାସାହିସ୍ଥିତ ସାବିତ୍ରୀପୀଠରେ ସୋମବାର ସାବିତ୍ରୀ ଓଷା ଅବସରରେ ସଧବାଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ୫ ହଜାରରୁ ଊର୍ଦ୍ଧ୍ୱ ସଧବା ନାରୀ ଦୀପ ଜାଳି ସ୍ବାମୀଙ୍କ ଦୀର୍ଘାୟୁ କାମନା କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହା ଏକମାତ୍ର ସାବିତ୍ରୀ ପୀଠ ହୋଇଥିବାରୁ ଭୋର ୫ଟାରୁ ବ୍ରତଧାରୀ ମହିଳାମାନେ ମନ୍ଦିରରେ ପହଞ୍ଚି ୨୧ ପ୍ରକାର ଫଳ ଭୋଗ କରିବା ସହ ନୂଆ ଶାଢ଼ି, ଶଙ୍ଖା ଓ ସିନ୍ଦୂର ମା’ଙ୍କ ପାଖରେ ପୂଜା କରି ସ୍ବାମୀଙ୍କ ମଙ୍ଗଳ ମନାସିଥିଲେ।
ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲାରୁ ଦିନତମାମ ବ୍ରତଧାରୀ ମହିଳାମାନଙ୍କ ଭିଡ଼ ଲାଗିଥିଲା ଏହି ପୀଠରେ। କମିଟି ପକ୍ଷରୁ ମନ୍ଦିରକୁ ପ୍ରବେଶ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା ସହ ଭୋଗ ଟିକଟ କାଉଣ୍ଟର କରାଯାଇଥିଲା। ଭିଡ଼କୁ ଲକ୍ଷ୍ୟ କରି ବନ୍ତ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ସଙ୍ଗଠନ ପକ୍ଷରୁ ଜଳଛତ୍ର ଖୋଲାଯାଇଥିଲା। ସେହିପରି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଭାପତି ରାଜୁ ସ୍ବାଇଁ, ବସନ୍ତ ମହାନ୍ତି, ମଣ୍ଟୁ ଜେନା ପ୍ରମୁଖ ଜଳଦାନ କରିଥିଲେ। ପଞ୍ଚାୟତ ପକ୍ଷରୁ ଖୋଲାଯାଇଥିବା ଜଳଛତ୍ରକୁ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ଓ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଅତିଥି ଭାବେ ଉଦ୍‌ଘାଟନ କରିଥିଲେ। ସରପଞ୍ଚ ଲକ୍ଷ୍ମୀପ୍ରିୟା ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ସମୀକ୍ଷା ତ୍ରିପାଠୀ, ନାରାୟଣ ଦାସ, ଦେବଦତ୍ତ ଜେନା, ଦାଶରଥି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ମା’ଙ୍କ ପୂଜା ଗୋଟିଏ ଦିନ କରାଯାଉଥିଲେ ମଧ୍ୟ ୫ଦିନ ଧରି ଏଠାରେ ମେଳା ଲାଗିରହେ। ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀମାନେ ଏଠାରେ ଦୋକାନ ପକାଇଛନ୍ତି। ସନ୍ଧ୍ୟାରେ ମେଲୋଡ଼ି, ଅପେରା ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ କମିଟି ପକ୍ଷରୁ ଆୟୋଜନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?