କୁସୁଡିହା-ଦଣ୍ଡାନାଳ ରାସ୍ତା ମରଣଯନ୍ତା

ରୂପସା, ୧୬।୭(ଡି.ଏନ.ଏ.)

ବାଲେଶ୍ୱର ସଦର ବ୍ଲକ ରସଲପୁର ପଞ୍ଚାୟତ କୁସୁଡ଼ିହା ଛକଠାରୁ ଦଣ୍ଡାନାଳ ପର୍ଯ୍ୟନ୍ତ ଥିବା ଆରଡ଼ି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ବର୍ଷାଦିନେ ରାସ୍ତାରେ ପାଣି ଜମିବା ସହ ଖାଲଖମା ସୃଷ୍ଟି ହୋଇଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଏହି ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ମରାମତି ପାଇଁ ସୋମବାର ଜିଲାପାଳଙ୍କ ଜନଶୁଣାଣି ଶିବିରରେ ପଞ୍ଚାୟତ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୈନନ୍ଦିନ ଶତାଧିକ ଲୋକ, ବ୍ୟବସାୟୀ, ସ୍କୁଲ, କଲେଜ ଛାତ୍ରୀଛାତ୍ର ଏହି ରାସ୍ତା ଦେଇ ଯା’ଆସ କରିଥାନ୍ତି। ସ୍ଥାନୀୟ ୨୦ରୁ ଊଦ୍ଧର୍‌ବ ଗ୍ରାମର ଜନସାଧାରଣ ହଳଦୀପାଳ ହାଟ ଉପରେ ନିର୍ଭର କରିଥାଆନ୍ତି। ବର୍ତ୍ତମାନ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ବାଇକ୍‌, ସାଇକେଲ ଆରୋହୀ ଯାତାୟାତ କରିବା ଅସମ୍ଭବ ହୋଇପଡ଼ିଛି। ଜିଲାପାଳଙ୍କ ଜନଶୁଣାଣି ଶିବିରରେ ରସଲପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଅଙ୍କୁର ତରେଇ ସମସ୍ୟା ସମାଧାନ ପାଇଁ ଦାବିପତ୍ର ଦେଇଛନ୍ତି। ଖୁବ୍‌ଶୀଘ୍ର ରାସ୍ତା ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri