ହତ୍ୟାକାରୀଙ୍କ ପତ୍ତା ପାଉନି କମିଶନରେଟ୍‌ ପୋଲିସ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ରାଜଧାନୀରେ ଘଟିଥିବା ଏକାଧିକ ହତ୍ୟା ଘଟଣା ଉପରୁ କମିଶନରେଟ ପୋଲିସ ପରଦା ଉଠାଇ ପାରୁନାହିଁ। ହତ୍ୟା ଅଭିଯୁକ୍ତମାନେ ଫେରାର ହୋଇ ବୁଲୁଥିବାବେଳେ ପୋଲିସ ସେମାନଙ୍କୁ ଧରିବାରେ ବିଫଳ ହୋଇଛି। ବିଭିନ୍ନ ହତ୍ୟା ମାମଲାରେ ତଦନ୍ତକାରୀ ଅଫିସର ଓ ଥାନା ଅଧିକାରୀ ବଦଳି ହୋଇଯିବାରୁ ତଦନ୍ତ ପ୍ରକ୍ରିୟା ମଧ୍ୟ ଆଗକୁ ବଢିପାରୁନାହିଁ। ଏପରି କି ମୃତ ବ୍ୟକ୍ତିବିଶେଷଙ୍କ ପରିଚୟ ମିଳୁ ନ ଥିବାରୁ ପୋଲିସ କେବଳ ପୋଷ୍ଟର ମାରି କିଛିଦିନ ତତ୍ପରତା ଦେଖାଇ ଚୁପ୍‌ ବସୁଛି। ବିଗତ ୯ ବର୍ଷରେ ୪ରୁ ଊର୍ଦ୍ଧ୍ୱ ହତ୍ୟା ମାମଲାର ତଦନ୍ତ ଅଧାରେ ଅଟକିଛି, ଯାହାକୁ ନେଇ କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୧୨ ମେ ୨୭
ଚନ୍ଦକା ଥାନା ଘଙ୍ଗାପାଟଣା ପାହାଡ ତଳେ ଥିବା ଆମ୍ବତୋଟାରୁ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ପୋଲିସ ଜବତ କରିଥିଲା। ମହିଳାଙ୍କୁ ଏକ ପଥରରେ ଛେଚି ଦୁର୍ବୃତ୍ତମାନେ ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣାକୁ ୧୧ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏ ନା ମୃତା ମହିଳାଙ୍କ ପରିଚୟ ପାଇପାରିଲା, ଅବା ହତ୍ୟାକାରୀଙ୍କୁ ଠାବ କଲା। ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କଲେ, ତାହା ରହସ୍ୟ ଘେରରେ ରହିଛି।
୨୦୧୭ ଫେବୃୟାରୀ ୧
ମଞ୍ଚେଶ୍ୱର ଥାନା କୁଆଖାଇ ନଦୀପଠାରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଥିଲା। ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ହେଲେ ମୃତଦେହଟି ପଚିଯିବା ସହ ପାଣି ସଂସ୍ପର୍ଶରେ ଆସିଥିବାରୁ ବଳାତ୍କାର ନେଇ କିଛି ଜଣାପଡି ନ ଥିଲା। ଏହି ଘଟଣାକୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ହତ୍ୟାକାରୀଙ୍କୁ ଧରିବା ତ ଦୂରର କଥା ମୃତା ଯୁବତୀଙ୍କ ପରିଚୟ ଓ ଠିକଣା ବି ପୋଲିସ ପାଇପାରିଲା ନାହିଁ।
୨୦୧୮ ଅଗଷ୍ଟ ୨୩
ମଞ୍ଚେଶ୍ୱର ଥାନା ନିକଟ ହୋଟେଲ ହାଇୱେ ଇନ୍‌ରେ ଖୋର୍ଦ୍ଧା ଜିଲା କାଇମାଟିଆ ଅଞ୍ଚଳର ଲକ୍ଷ୍ମୀପ୍ରିୟା ବିଶ୍ୱାଳଙ୍କୁ ତାଙ୍କ ପୁରୁଷ ବନ୍ଧୁ ଆଦିତ୍ୟ ମହାପାତ୍ର ଲୁହାରଡ୍‌ରେ ପିଟିପିଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ। ହୋଟେଲରେ ପୋଲିସ ପହଞ୍ଚତ୍ ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କରିଥିଲା। ତେବେ କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିଲା ତାହା ବି ଏଯାଏ ସ୍ପଷ୍ଟ ହେଲା ନାହିଁ। ଘଟଣାକୁ ୩ ବର୍ଷ ବିତିଯାଇଥିଲେ ମଧ୍ୟ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସ ଧରି ନ ପାରି ହାତବାନ୍ଧି ବସିଛି।
୨୦୨୧ ସେପ୍ଟେମ୍ବର ୭
ଭରତପୁର ଥାନା ରୁଚିକା ମାର୍କେଟ ମହାବୀର ବସ୍ତିରେ ବନ୍ଦ ଥିବା ଏକ ଭଡା ଘରୁ ଗୀତା ସେଠୀ ନାମ୍ନୀ ଜଣେ ଯୁବତୀଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଥିଲା। ସେଠାରେ ତାଙ୍କ ସହ ରହୁଥିବା ଜଣେ ବ୍ୟକ୍ତି ଫେରାର ହୋଇଯାଇଥିଲେ। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୃତା ଯୁବତୀଙ୍କ ଘର ଖୋର୍ଦ୍ଧା ଜିଲା ବୋଲଗ଼ଡ ଥାନା ପଞ୍ଚୁକୋଟି ଗ୍ରାମରେ ବୋଲି ଜଣାପଡିଥିଲା। ଗୀତାଙ୍କ ସହ ରହୁଥିବା ପୁରୁଷ ବନ୍ଧୁଙ୍କ ନାମରେ ତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ୨୨ ଦିନ ବିତିଯାଇଥିଲେ ବି ପୋଲିସ ସେହି ବ୍ୟକ୍ତିଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ତଦନ୍ତ ଆଗଉ ନ ଥିବାରୁ ଏ ଘଟଣା ବି ସେମିତି ପୂର୍ବର ଏକାଧିକ ମାମଲା ପରି ସମୟକ୍ରମେ ପୋଲିସର ଫାଇଲ୍‌ ତଳେ ରହିଯିବାକୁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?