ଗଣତନ୍ତ୍ରର ହତ୍ୟାକାରୀ

ଭାରତରେ ସପ୍ତାହକ ମଧ୍ୟରେ ଘଟିଥିବା କେତୋଟି ଘଟଣା ଅତ୍ୟନ୍ତ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟିକରିଛି। ୨୪ ଅଗଷ୍ଟରେ ମଧ୍ୟପ୍ରଦେଶର ସାଗର ଜିଲାରେ ଗୋଟିଏ ଦଳିତ ପରିବାର ଉପରେ ଆକ୍ରମଣ କରି ଜଣଙ୍କୁ ମାରିଦିଆଯିବା ସହ ତାଙ୍କ ମା’ଙ୍କୁ ଉଲଗ୍ନ କରିବା ଘଟଣା ଗଣମାଧ୍ୟମ ସାମ୍ନାକୁ ଆଣିଛି। ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ମୁସଲମାନ ଛାତ୍ରଙ୍କୁ ତାଙ୍କ ସହପାଠୀ ଚାପୁଡ଼ା ମାରିବା ଲାଗି ଶିକ୍ଷୟିତ୍ରୀଙ୍କ ଉତ୍ସାହପ୍ରଦ ନିର୍ଦ୍ଦେଶ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରର କାଠୁଆ ଜିଲାରେ ଏକ ସ୍କୁଲରେ ଜଣେ ହିନ୍ଦୁ ଛାତ୍ର କଳାପଟାରେ ‘ଜୟ ଶ୍ରୀରାମ’ ଲେଖିଦେବାରୁ ଶିକ୍ଷକ ତାଙ୍କୁ ବାଡ଼େଇ ହସ୍ପିଟାଲରେ ପକାଇ ଦେଇଛନ୍ତି। ଉତ୍ତରପ୍ରଦେଶର ସେହି ମୁଜାଫରନଗରର ଅନ୍ୟ ଏକ ଘଟଣାରେ ଜଣେ ୧୯ ବର୍ଷୀୟା ହିନ୍ଦୁ ଗର୍ଭବତୀ ଯୁବତୀଙ୍କୁ ତାଙ୍କ ମା’ବାପା ତଣ୍ଟିଚିପି ମାରିଦେବା ଘଟଣା, ଅଗଷ୍ଟ ୨୭ରେ ମଣିପୁରର ନୂଆ ଲାମ୍ବୁଲେନ୍‌ରେ ପୁନର୍ବାର ହିଂସା ଦେଖାଦେବା ଏବଂ ଦିଲ୍ଲୀର କେତେକ ମେଟ୍ରୋ ଷ୍ଟେଶନରେ ଖଲିସ୍ତାନୀ ସ୍ଲୋଗାନ ଭଳି ବହୁ ବିଷୟ ସୂଚାଉଛି ଯେ ଭାରତର ସାମାଜିକ ସ୍ଥିତି ଅତ୍ୟନ୍ତ ଶଢ଼ିପଚି ବିଗିଡ଼ିଗଲାଣି। ଏତେ ତ୍ରୁଟି ଦେଖାଦେବା ସତ୍ତ୍ୱେ ସ୍ବୀକାର କରିବାକୁ ହେବ ଯେ, ସକ୍ରିୟ ଗଣମାଧ୍ୟମ ଓ ବିଶେଷକରି ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ) ଯୋଗୁ ଏହିଭଳି ଜଘନ୍ୟ ଘଟଣାଗୁଡ଼ିକ ପଦାକୁ ବାହାରିଆସୁଛି। ଏହାର ଅର୍ଥ ନୁହେଁ ଯେ ପୂର୍ବରୁ ଏଭଳି ଘଟଣା ଘଟୁ ନ ଥିଲା। ଭାରତୀୟ ମାନସିକତା ସବୁବେଳେ ଏହି ଧାରାରେ ଚାଲିଆସିଛି। ଏବେ ସାମାଜିକ ଓ ଅନ୍ୟ ଗଣମାଧ୍ୟମର ସକ୍ରିୟତା ସହ ପ୍ରତିଦ୍ୱନ୍ଦ୍ୱିତା ଯୋଗୁ ଅନେକ ଘଟଣା ଲୁଚି ରହିପାରୁ ନାହିଁ।
ଉପରୋକ୍ତ ଘଟଣାଗୁଡ଼ିକ ଦେଶର ଆଭ୍ୟନ୍ତରୀଣ ବିଶୃଙ୍ଖଳାକୁ ପଦାରେ ପକାଇବା ସହ ନାରୀ ସୁରକ୍ଷାର ଫମ୍ପା ଧ୍ୱନି ସହିତ ଅସହିଷ୍ଣୁତାକୁ ସାମ୍ନାକୁ ଆଣିଛି। ଉଦାହରଣସ୍ବରୂପ ଦିଲ୍ଲୀରେ ଜି୨୦ ସମ୍ମିଳନୀ ଆରମ୍ଭ ହେବାର ଦୁଇ ସପ୍ତାହ ପୂର୍ବରୁ ‘ଶିଖ୍‌ ଫର୍‌ ଜଷ୍ଟିସ’ର ସଦସ୍ୟମାନେ ରାଜଧାନୀର ୫ଟି ମେଟ୍ରୋ ଷ୍ଟେଶନରେ ‘ଦିଲ୍ଲୀ ବନେଗା ଖଲିସ୍ତାନ’ ଓ ‘ଖଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଲେଖିଛନ୍ତି। ଏହା ବିଚ୍ଛିନ୍ନତାବାଦ ପରିବର୍ତ୍ତେ ସାଧାରଣ ଲୋକଙ୍କର ଆଜିର ସରକାର ଉପରେ କ୍ରୋଧକୁ ସୂଚାଉଛି।
କିଛି ମାସ ଧରି ମେଇତି ଓ କୁକି ଆଦିବାସୀଙ୍କ ମଧ୍ୟରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ମଣିପୁରରେ ଚାଲିଥିବା ଜାତିଗତ ହିଂସା ଓ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ବଢ଼ିଚାଲିବା ଭାରତର ଛବିକୁ ମଳିନ କରିଚାଲିଛି। ମଣିପୁରରେ ଦୁଇ ମହିଳାଙ୍କୁ ରାସ୍ତାରେ ଉଲଗ୍ନ କରି ଚଲାଇବା ସହ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଓ ଅନେକ ହଜାର ଘରକୁ ପ୍ରତିବାଦକାରୀମାନେ ଜାଳି ଛାରଖାର କରିଦେଇଛନ୍ତି। ୨୭ ଅଗଷ୍ଟରେ ଘରପୋଡ଼ି ସହ ହିଂସା ଘଟଣା ସୂଚାଇଦେଉଛି ଯେ, ମଣିପୁର ଏବେ ମଧ୍ୟ ଅଶାନ୍ତ ରହିଛି ଏବଂ ଭିତରୁ ଜଳିଚାଲିଛି। ଲୋକ ସଭାରେ ସରକାର ଅନାସ୍ଥା ଭୋଟ ଜିତିବା ସତ୍ତ୍ୱେ ମଣିପୁରର ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଏହିଭଳି ଉଦାହରଣ ପ୍ରମାଣ କରିଦେଉଛି ଯେ, ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଏବେ କେବଳ ନାମକୁମାତ୍ର ହୋଇଗଲାଣି। ସେହି ବ୍ୟବସ୍ଥାରେ ସାଧାରଣ ନାଗରିକ ପାଇଁ କୌଣସି ସୁରକ୍ଷାକବଚ ବଞ୍ଚି ରହିନାହିଁ। ଏହା କେବଳ ଯେ ଭାଜପା କିମ୍ବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗୁ ହେଉଛି ବୋଲି କହିବା ତ୍ରୁଟିପୂର୍ଣ୍ଣ ହେବ। ଗଣତନ୍ତ୍ରକୁ ସବୁ ରାଜନୈତିକ ଦଳ ତଣ୍ଟିଚିପି ମାରିବା ପାଇଁ ଦୀର୍ଘ ସମୟରୁ ଲାଗିପଡ଼ିଛନ୍ତି। ଲୋକ ପ୍ରତିନିଧି ଯଥା ବିଧାୟକ ଓ ସାଂସଦମାନଙ୍କ ସ୍ଥିିତିକୁ ଦୁର୍ବଳ କରିବାକୁ ଚେଷ୍ଟା ଚାଲିଛି। ଗୋଟିଏ ପରିବାର ଯେତିକି କ୍ଷତିକାରକ ସେହିଭଳି ଗୋଟିଏ ନେତା ମଧ୍ୟ କ୍ଷତିକାରକ ବୋଲି ଭାରତର ରାଜନୀତି ଜାତୀୟ ସ୍ତରଠାରୁ ରାଜ୍ୟସ୍ତର ସବୁଠାରେ ପ୍ରମାଣ ଦେଇଚାଲିଛି। ସମ୍ଭବତଃ ସେଥିପାଇଁ ଆଜି ସବୁ ଦଳର ପ୍ରାୟ ସବୁ ବଡ଼ ନେତା ନିଜ ଭିତରେ କୋଳାକୋଳି ହୋଇ ବୁଝାମଣା କରିସାରିଲେଣି।
ବୁଝାମଣାର ଖେଳପଡ଼ିଆରେ ନେତାମାନଙ୍କୁ ପହଞ୍ଚାଇବା ପାଇଁ ପ୍ରତ୍ୟେକଟି ଭାରତୀୟ ନାଗରିକ ଦାୟୀ। ସ୍ବାଧୀନତାର ଅର୍ଥ ବୁଝି ନ ଥିବା ଜାତିକୁ ମିଳିଯାଇଥିବା ସ୍ବାଧୀନତାର ଅପବ୍ୟବହାର ହେବା ସୁନିଶ୍ଚିତ। ସେଥିପାଇଁ ଭାରତୀୟ ଗଣତନ୍ତ୍ରର ତଣ୍ଟି ଆଜି ପ୍ରତ୍ୟେକ ଭାରତୀୟ ନାଗରିକ ହିଁ ଚିପୁଛି। ଆମର କ୍ଷତି କୌଣସି ଦଳ ବା ରାଜନେତା କରିପାରିବେ ନାହିଁ, ଯଦି ଆମେ ନିଜଆଡୁ ସବୁବେଳେ ସତର୍କ ରହି ପରିବର୍ତ୍ତନ କରିଚାଲୁଥିବା। ବ୍ୟକ୍ତିଗତ ସୁବିଧା ଖୋଜିବାକୁ ଯଦି ଦେଶରେ ପରିବର୍ତ୍ତନକୁ ବିରୋଧ କରିବା ଆମେ ନିଜେ ଗଣତନ୍ତ୍ରର ହତ୍ୟାକାରୀ ବୋଲି ବିବେଚିତ ହେବା।

ଭାରତୀୟ ଗଣତନ୍ତ୍ରର ତଣ୍ଟି ଆଜି ପ୍ରତ୍ୟେକ ଭାରତୀୟ ନାଗରିକ ହିଁ ଚିପୁଛି। ଆମର କ୍ଷତି କୌଣସି ଦଳ ବା ରାଜନେତା କରିପାରିବେ ନାହିଁ, ଯଦି ଆମେ ନିଜଆଡୁ ସବୁବେଳେ ସତର୍କ ରହି ପରିବର୍ତ୍ତନ କରିଚାଲୁଥିବା। ବ୍ୟକ୍ତିଗତ ସୁବିଧା ଖୋଜିବାକୁ ଯଦି ଦେଶରେ ପରିବର୍ତ୍ତନକୁ ବିରୋଧ କରିବା ଆମେ ନିଜେ ଗଣତନ୍ତ୍ରର ହତ୍ୟାକାରୀ ବୋଲି ବିବେଚିତ ହେବା।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri