ସାଧୁସନ୍ଥଙ୍କ ମେଳରେ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ

ଭୁବନେଶ୍ୱର, ୮।୨ (ବ୍ୟୁରୋ): ସୋମବାର ମାଘ ସପ୍ତମୀରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା। ସାଧୁସନ୍ଥଙ୍କ ସମାଗମ ସହ ପ୍ରଭୁ ଅନନ୍ତକେଶରୀ ଦେବଙ୍କ ଆଗମନରେ ଚଳଚଞ୍ଚଳ ହୋଇପଡ଼ିଛି ପୂରା ଅଞ୍ଚଳ। ଶଙ୍ଖ ଧ୍ୱନି ସହ ଘଣ୍ଟଘଣ୍ଟା ଶବ୍ଦରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ତେବେ କରୋନା କଟକଣା ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେଳାରେ ସେପରି କୋଳାହଳ ଓ ଉତ୍ସାହ ଦେଖିବାକୁ ମିଳିନାହିଁ। ଯାତ୍ରା ପରିବେଷଣକୁ ବାରଣ ରହିଛି। କେବଳ ସାଧୁସନ୍ଥଙ୍କ ପୂଜାର୍ଚ୍ଚନା ଓ ହୋମ ଯଜ୍ଞରେ ମେଳା ଆୟୋଜନ କରାଯାଉଛି।
ମାଘ ସପ୍ତମୀରୁ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ଦିନ ବ୍ୟାପୀ ଖଣ୍ଡଗିରି ମେଳା ଆୟୋଜିତ ହୁଏ। ମାତ୍ର ଏବର୍ଷ ଏହି ମେଳା ୧୦ଦିନ ଧରି ଚାଲିବ। ତେବେ ମେଳାର ପ୍ରଥମ ଦିନ ସୋମବାର ଅଙ୍କୁରା ରୋପଣ କରାଯାଇଛି। ସନ୍ଧ୍ୟା ୬ଟାରେ ଅନନ୍ତକେଶରୀ ଦେବ ଜାଗମରା ଗ୍ରାମରୁ ବାହାରି ରାତି ୧୦ଟା ମଧ୍ୟରେ ଖଣ୍ଡଗିରି ପାହାଡ଼ ଶୀର୍ଷରେ ଥିବା ରାଣୀ ହଂସପୁରରେ ପହଞ୍ଚତ୍ ରତ୍ନବେଦୀରେ ଅବସ୍ଥାନ କରିଛନ୍ତି। ପ୍ରତିବର୍ଷ ଜାକଜମକରେ ବିଭିନ୍ନ ବାଦ୍ୟ ଶୋଭାଯାତ୍ରାରେ ଠାକୁର ରାଣୀହଂସପୁରକୁ ଯାତ୍ରା କରୁଥିବାବେଳେ ଏଥର କେବଳ ଶଙ୍ଖ ଓ ଘଣ୍ଟଘଣ୍ଟାରେ ଶୋଭାଯାତ୍ରା ବାହାରିଥିଲା। ମଙ୍ଗଳବାର ଅଷ୍ଟମୀରେ ଘଟ ଆବାହନ କରାଯାଇ ଯଜ୍ଞ ଆରମ୍ଭ ହେବ। ସେହିପରି ୧୫ ତାରିଖରେ ସାଧୁସନ୍ଥଙ୍କ ଧର୍ମ ସମ୍ମିଳନୀ ଓ ପୂର୍ଣ୍ଣମୀ ଦିନ ରାତିରେ ପୂର୍ଣ୍ଣାହୁତି ଦିଆଯିବ ବୋଲି ସୂଚନା ଦିଆଯାଇଛି। ମେଳାରେ ଓଡ଼ିଶା ବାହାରୁ ହରିଦ୍ୱାର, କାଶୀ, ବନାରସ, ଗୁଜରାଟ, ନାସିକ ଆଦି ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବହୁ ସାଧୁ ଆସି ଯୋଗ ଦେଇଛନ୍ତି। ଓଡ଼ିଶାର ବିଭିନ୍ନ ଆଶ୍ରମ ସମେତ ଜୁନା ଆଖଡ଼ା, ନାଗା ଆଖଡ଼ା, ଭାରତୀ ଆଖଡ଼ା, ଉତ୍କଳ ପଞ୍ଚସଖା ଭଗବତୀ ଆଖଡ଼ାରୁ ସାଧୁସନ୍ଥ ଏଠାକୁ ଆସୁଛନ୍ତି। ୨ଶହ ସାଧୁସନ୍ଥଙ୍କ ସମାଗମ ନିମନ୍ତେ ଅନୁମତି ମିଳିଥିବାବେଳେ ସୋମବାର ସନ୍ଧ୍ୟାସୁଦ୍ଧା ପ୍ରାୟ ୧୦୦ଜଣ ସାଧୁସନ୍ଥଙ୍କ ଆଗମନ ହୋଇଛି। ସେମାନେ ଖଣ୍ଡଗିରି ଏବଂ ଉଦୟଗିରିରେ ଥିବା ୫ଟି କୁଣ୍ଡରେ ସ୍ନାନ କରିବା ପରେ ପାହାଡ଼ର ବିଭିନ୍ନ ସ୍ଥାନରେ ନିଜ ନିଜର ଘଟ ସ୍ଥାପନ କରି ହରିନାମ ଜପ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଅଧିକାଂଶ ନାରୀ ନିର୍ଯାତନା ପ୍ରସଙ୍ଗରେ ବିଜେଡି ନେତା ସାମିଲ’

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାନ୍ତି। ପ୍ରତିଦିନ ମହିଳାଙ୍କ ସହ ବଳାତ୍କାର, ଅସଦାଚରଣ ବୃଦ୍ଧି ପାଇବାରେ ଲାଗିଛି। ବିଶେଷଭାବେ ଶାସକ ଦଳ ନେତା ଓ କର୍ମୀମାନେ...

ପୁଞ୍ଜିଲାଲଙ୍କ ଅଡୁଆ ବଢ଼ିଲା

କଟକ ଅଫିସ,୧୮ା୧: ବଲାଙ୍ଗୀର ଜିଲା ପାଟଣାଗଡ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପାଇଁ ଅଡୁଆ ବଢିଛି। ପୁଞ୍ଜିଲାଲଙ୍କ ଜାମିନ ପାଇଁ ତାଙ୍କ...

ବାତ୍ୟାକୁ ପୂରିଲା ୩ ମାସ: ପୁରୀ ଜିଲାରେ ଅସଜଡ଼ା ଶିକ୍ଷା ଭିତ୍ତିଭୂମି

ପୁରୀ ଅଫିସ, ୩।୮: ୨୦୧୯ ମେ ୩ ତାରିଖ। ଉପକୂଳବର୍ତ୍ତୀ ପୁରୀ ଜିଲା ପାଇଁ ଅଭିଶପ୍ତ ଦିନଟିଏ। ଏହିଦିନ ପୁରୀକୁ ଛାରଖାର କରିଦେଇଥିଲା ବାତ୍ୟା ଫନୀ।...

ଟାର୍ଗେଟରେ ଟିକସ ଫାଙ୍କୁଥିବା ଖଣି ମାଲିକ, ସହଯୋଗୀ : ଓଡ଼ିଶା, କଲିକତାର ୧୧ ସ୍ଥାନରେ ଆୟକର ବିଭାଗ ଚଢ଼ାଉ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ଦୀର୍ଘଦିନ ଧରି ଟିକସ ଫାଙ୍କୁଥିବା ଖଣି ମାଲିକ ଓ ସହଯୋଗୀଙ୍କୁ ଟାର୍ଗେଟ କରିଛି ଆୟକର ବିଭାଗ। ମଙ୍ଗଳବାର ସେମାନଙ୍କ କାର୍ଯ୍ୟାଳୟ ଓ ବାସଭବନରେ...

ବିଧାନସଭା ଆଗରେ ୩ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କଡ଼ା ସୁରକ୍ଷା ବଳୟ ଭେଦ କରି ବିଧାନସଭା ଆଗରେ ପୁଣି ଆତ୍ମାହୁତି ଉଦ୍ୟମ। ଗତ ମଙ୍ଗଳବାର ନୟାଗଡ଼ ପରୀ ହତ୍ୟା ମାମଲାରେ ତାଙ୍କ ବାପା...

ମାଈ ହାତୀ ମୃତଦେହ ଉଦ୍ଧାର

ବନ୍ତଳା,୧୯।୩ (ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ବାଘମୁଣ୍ଡା ରିଜର୍ଭ ଜଙ୍ଗଲରୁ ବୁଧବାର ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ସାତକୋଶିଆ...

ଘରୁ ଡାକିନେଇ ଖଣ୍ଡାରେ ହାଣି ହତ୍ୟା: ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ

ପୁରୁଷୋତ୍ତମପୁର,୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ରାମ୍‌ସା ଗାଁର ପୂର୍ଣ୍ଣଚନ୍ଦ୍ର ନାହାକ ଓରଫ୍‌ ଟୁକୁ(୪୦)ଙ୍କୁ ମଙ୍ଗଳବାର କୋର୍ଟରେ ସାକ୍ଷୀ ଦେବାକୁ କହି ଘରୁ ଡାକିନେଇ...

ନାବାଳକଙ୍କ ଗୋଡ଼ରେ ବେଡ଼ି ପକାଇ ନିର୍ଯାତନା

ଭୁବନେଶ୍ୱର,୩।୮(ବ୍ୟୁରୋ): ଭୁବନେଶ୍ୱର ରେଳଷ୍ଟେଶନରେ ଜଣେ ନାବାଳକଙ୍କୁ ଗୋଡ଼ରେ ଲୁହା ବେଡ଼ି ପଡ଼ିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଚାଇଲ୍ଡ ଲାଇନ ସଦସ୍ୟମାନେ ତାଙ୍କୁ ଗୁରୁବାର ଉଦ୍ଧାର କରିଥିଲେ।...

Advertisement
Archives

Model This Week