ଖଇରପାଲି-ନୂଆଁ ଖଇରପାଲି ରାସ୍ତା ଶୋଚନୀୟ

ଅତାବିରା,୩୦ା୭(ଯୁଧିଷ୍ଠିର ମହାପାତ୍ର):ସରକାର ଗମନାଗମନ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଡ଼କ ପଥ ନିର୍ମାଣ କରୁଛନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ସମ୍ପୃକ୍ତ ରାସ୍ତାଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇଯାଉଛି। ଫଳରେ ଜନ ଅସନ୍ତୋଷ ବଢୁଛି l ବରଗଡ଼ ଜିଲା ଅତାବିରା ବ୍ଲକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜିଲାର ସହର ଓ ଗ୍ରାମାଞ୍ଚଳରେ ୯୦% ରାସ୍ତା ପକ୍କା ହୋଇଗଲାଣି। ଯେଉଁଠି କଚ୍ଚା ରାସ୍ତା ଥିଲା ତାହା ମଧ୍ୟ ପିଚୁ ହୋଇଛି। ଏପରି କି ଗୁରୁତ୍ୱକୁ ଦେଖି ଅଧିକାଂଶ ରାସ୍ତା ୨ଲେନ ବିଶିଷ୍ଟ ହୋଇଛି। ଫଳରେ ଯାନବାହନ ଚଳାଚଳ ସୁଗମ ହୋଇପାରୁଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥାନୀୟ ଲରାସରା ଗ୍ରାମ ପଞ୍ଚାୟତର ଖଇରପାଲିରୁ ଆମ୍ବଝୁପୁଡି ଦେଇ ନୂଆଁ ଖଇରପାଲି କୋଶଳ ସ୍କୁଲ ଆଡ଼କୁ ଯାଇଥିବା ରାସ୍ତା ଅବସ୍ଥା ବେହାଲ ହୋଇ ପଡ଼ିଛି l ରାସ୍ତାର ଆମ୍ବଝୁପୁଡିରୁ କୋଶଳ ସ୍କୁଲ ପର୍ଯ୍ୟନ୍ତ ପ୍ରତିଟି ସ୍ଥାନରେ କଂକ୍ରିଟ୍‌ ଉଠିଯାଇଛି। ଫଳରେ ରାସ୍ତାରେ ଶହ ଶହ ଖାଲଖମା ସୃଷ୍ଟି ହେବାରୁ ଯାତାୟାତରେ ବାଧା ସୃଷ୍ଟି ହେଉଛି।
ଏହି ରାସ୍ତା ଉପରେ ପ୍ରତ୍ୟହ ଶହ ଶହ ଛାତ୍ରୀଛାତ୍ର କୋଶଳ ସ୍କୁଲ ସହ ଗୋଡ଼ଭଗା, ଲରମ୍ଭା, ସମ୍ବଲପୁର ସ୍କୁଲ କଲେଜକୁ ଯିବାଆସିବା କରିଥାନ୍ତି l ଏହି ରାସ୍ତାଦେଇ ଯାତାୟାତ କଲେ ଚକୁଳିଫାର୍ମ ଜାତୀୟ ରାଜପଥକୁ ୨ କିଲୋମିଟର ରାସ୍ତା କମ ପଡିଥାଏ l ଚକୁଳିଫାର୍ମ ଦେଇ ଗୋଡ଼ଭଗା- ସୋନପୁର, ଚକୁଳିଫାର୍ମ – ଲରମ୍ଭା, ଗୋଡ଼ଭଗା – ଲହଣ୍ଡା, ସମ୍ବଲପୁର ଆଦି ଅଞ୍ଚଳକୁ ଯାତାୟାତ ପାଇଁ ଲରାସରା, ଜାଂଗେଡ଼, ପାହାଡ଼ଶ୍ରୀଗୀଡା ଗ୍ରାମ ପଞ୍ଚାୟତର ବହୁ ଜନସାଧାରଣ ଯାତାୟାତ ପାଇଁ ବ୍ୟବହାର କରିଥାନ୍ତି l ଅନ୍ୟପଟେ ଚାଷକାର୍ଯ୍ୟ ପାଇଁ ମଧ୍ୟ ଲରାସରା ଗ୍ରାମପଞ୍ଚାୟତର ଅନେକ ଚାଷୀ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଏଣୁ ରାସ୍ତା ଅବସ୍ଥା ବେହାଲ ହେବା ଫଳରେ ଜନସାଧାରଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏ ନେଇ ଲରାସରା ସରପଞ୍ଚ କୀର୍ତ୍ତନ ସେଠଙ୍କୁ ପଚାରିବାରୁ ଗତବର୍ଷ ବରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଏହି ଆରଡ଼ି ରାସ୍ତା ଅବସ୍ଥା ସମ୍ପର୍କରେ ସ୍ଥାନୀୟ ଜିଲାପରିଷଦ ସଭ୍ୟଙ୍କ ସହ ଯାଇ ଅଭିଯୋଗ କରିଥିଲୁ l ହେଲେ ବିଭାଗୀୟ ଯନ୍ତ୍ରୀ ଆସି ଦେଖି ଯାଇଥିଲେ ମଧ୍ୟ ରାସ୍ତା ମରାମତି ହୋଇ ପାରୁନାହିଁ। ପଞ୍ଚାୟତ ଫଣ୍ଡରେ ମଧ୍ୟ ସେପରି ପାଣ୍ଠି ନାହିଁ, ଯେଉଁଥିରେ ଏହି କାର୍ଯ୍ୟ କରି ହେବ l ଏହି ରାସ୍ତା ଦୁରବସ୍ଥା ନେଇ ସେ ଅବଗତ ଥିବା ସେଠ ପ୍ରକାଶ କରିଥିଲେ l ତେବେ ଏ ନେଇ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହାଙ୍କୁ ପଚାରିବାରୁ ରାସ୍ତା ସମ୍ପର୍କରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?