Posted inUncategorized

ଉତ୍ତମ ସ୍ବାସ୍ଥ୍ୟର ଚାବିକାଠି

ଶରୀର ଓ ମନ-ଉଭୟର ସୁସ୍ଥତା ହିଁ ଉତ୍ତମ ସ୍ବାସ୍ଥ୍ୟର ଚାବିକାଠି। ସେଥିପାଇଁ କୁହାଯାଏ ସ୍ବାସ୍ଥ୍ୟବାନ୍‌ ବ୍ୟକ୍ତି ପରିବାର, ସମାଜ, ରାଜ୍ୟ, ଦଶ ଓ ଦେଶର ମୁଖ ଉଜ୍ଜ୍ୱଳ କରିଥାନ୍ତି। ତେଣୁ ସ୍ବାସ୍ଥ୍ୟ ହିଁ ସମ୍ପଦ କୁହାଯାଏ। ସ୍ବାସ୍ଥ୍ୟ କିଣାବିକା ହୋଇପାରିବା ଜିନିଷ ନୁହେଁ। ମାତାପିତାଙ୍କ ଜୀବନର ସଂଯମତା ଓ ନିଷ୍ଠାପରତା ଉପରେ ଭବିଷ୍ୟତ ବଂଶଧରମାନଙ୍କ ଶାରୀରିକ, ମାନସିକ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ନିର୍ଭର କରିଥାଏ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆମେ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ। ଏକ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ, ଶୁଦ୍ଧ ପାନୀୟ, ପରିଷ୍କାର ପରିବେଶ, ଗୃହ ତଥା ଶଯ୍ୟା ଓ ବସ୍ତ୍ର ପ୍ରଭୃତିର ପରିଚ୍ଛନ୍ନତା ନିତାନ୍ତ ପ୍ରୟୋଜନ। ନିୟମିତ ଜୀବନଚର୍ଯ୍ୟା ଆଉ ଏକ ବଡ଼ କଥା। ଖାଦ୍ୟ ଓ ପାନୀୟ ଦୃଷ୍ଟିରୁ ତିନୋଟି ଶୁଦ୍ଧତା ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ହୋଇଥାଏ। ଖାଦ୍ୟର ପ୍ରକାର ଓ ପରିମାଣ ଆଉ ଏକ ବିଚାର୍ଯ୍ୟ ବିଷୟ। ଖାଦ୍ୟ ସାତ୍ତ୍ୱିକ ହେବା ବିଧେୟ। ମାଛ, ମାଂସ, ପିଆଜ, ରସୁଣ ଓ ମାଦକ ଦ୍ରବ୍ୟ ସର୍ବଦା ବର୍ଜନୀୟ। ରାଜସିକ ଓ ତାମସିକ ଖାଦ୍ୟ ଦେହ ତଥା ମନ ପ୍ରତି ଭଲ ନୁହେଁ ।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ନିରାମିଷ ଭୋଜନ କରୁଥିବା ଲୋକମାନେ ନିରୋଗୀ ଓ ଦୀର୍ଘାୟୁ ବୋଲି ମତବ୍ୟକ୍ତ କରିଛି। ଏଠାରେ ପରିମାଣ କଥା ଭୁଲିଗଲେ ହେବ ନାହିଁ। ସାତ୍ତ୍ୱିକ ଖାଦ୍ୟ ହେଲେ ବି ଯଦି ଅଧିକ ପରିମାଣରେ ଗ୍ରହଣ କରାଯାଏ, ତେବେ ତାହା ତାମସିକତା ବା ଆଳସ୍ୟ ଭାବ ସୃଷ୍ଟି କରିଥାଏ। ତେଣୁ ମିତାହାର ଭୋଜନ କରିବା ସବୁବେଳେ ଭଲ। ମିତାହାରକୁ ଭଲ ଭାବେ ବୁଝାଇ କୁହାଯାଇଛିି ଯେ, ପାକସ୍ଥଳୀର ଶତକଡ଼ା ପଚାଶ ଭାଗ ଖାଦ୍ୟରେ ପୂରଣ କରିବା ଉଚିତ, ଶତକଡ଼ା ପଚିଶ ଭାଗ ଜଳ ପାଇଁ ଓ ଶତକଡ଼ା ପଚିଶ ଭାଗ ପବନ ପାଇଁ ରଖାଯିବା ଉଚିତ। ଯେତେବେଳେ ଖାଇବ ଅଧାପେଟ ତାହା ମଣିଷକୁ କାର୍ଯ୍ୟକ୍ଷମ ରଖେ। ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ସମୟରେ, ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ଖାଦ୍ୟ ଗ୍ରହଣ କରାଗଲେ ସର୍ବୋତ୍ତମ ଫଳ ମିଳିଥାଏ।
ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଦୃଢ଼ କଣ୍ଠରେ ଘୋଷଣା କଲେ – ମାନସିକ ସ୍ବାସ୍ଥ୍ୟ ହିଁ ଶାରୀରିକ ସ୍ବାସ୍ଥ୍ୟର ପ୍ରଥମ ପାହାଚ। ଦୟାଲ ଦେଶରୁ ନିର୍ଗତ ଭାଷାରେ ପ୍ରକାଶ କଲେ- ମନଟା ଦୁଷ୍ଟ ହେଲେ ହିଁ ଜାଣିବ ରୋଗର ଆସ୍ଥାନ ହୁଏ, ଏଇଟାକୁ ତୁମେ ଏଡ଼ାଇ ଚାଲିବ କରିବ ବ୍ୟାଧିର ଜୟ। ପୁଣି ସେହି କମ୍ବୁକଣ୍ଠରୁ ଉଦ୍‌ଘୋଷିତ ହେଲା- ସ୍ବାସ୍ଥ୍ୟଟିକୁ ନିୟନ୍ତ୍ରଣ କରି ଦୃଢ଼ତର, ରୁହ ତୁମେ ସୁଜାଗ୍ରତ ଓହେ ଅନୁକ୍ଷଣ, ପୂଜିବାରେ ଇଷ୍ଟଦେବେ ସାର୍ଥକ ଆଚାରେ, ନୀଚ ବୁଦ୍ଧି ଅହମିକା କରିବା ବର୍ଜନ। ସେ ମଧ୍ୟ ଆଲୋଚନା ଛଳରେ ପ୍ରକାଶ କଲେ- ମନୁଷ୍ୟ ସ୍ବାସ୍ଥ୍ୟର କଥା ଭାବିବାକୁ ଗଲେ ଜନ୍ମଦାତ୍ରୀ ମାତୃଗର୍ଭକୁ ଆସିବାର ପୂର୍ବଠାରୁ ଭାବିବାକୁ ହୁଏ। ପ୍ରଥମେ ଆବଶ୍ୟକ ଉପଯୁକ୍ତ ବିବାହ ଓ ଉପଯୁକ୍ତ ଦାମ୍ପତ୍ୟ ଜୀବନ। ମାତାପିତାଙ୍କର ବିବାହ ଓ ଦାମ୍ପତ୍ୟ ଜୀବନରେ ଯଦି ଅସଙ୍ଗତି ରହେ ତା’ହେଲେ ପିଲାପିଲିଙ୍କ ଶରୀର ଓ ମନ ସୁସ୍ଥ ହୋଇପାରେ ନାହିଁ। ମା’ମାନଙ୍କୁ ଜାଣିବା ଆବଶ୍ୟକ ଗର୍ଭାବସ୍ଥାରେ କିଭଳି ଚଳିବାକୁ ବା ରହିିବାକୁ ହୁଏ। ସ୍ବାମୀ-ସ୍ତ୍ରୀ ଉଭୟଙ୍କ ମଧ୍ୟରେ ଆଦର୍ଶପ୍ରାଣତା, ଇଷ୍ଟାନୁରାଗ, ପ୍ରୀତିପରାୟଣତା, ସଂଯମ, ସାଧନା, ଇଷ୍ଟ-କୃଷ୍ଟି-ଧର୍ମ ଓ ପୂର୍ବ ପୁରୁଷଙ୍କ ସ୍ମୃତି ମାଧ୍ୟମରେ ଯେଉଁ ସନ୍ତାନ ଜନ୍ମଲାଭ କରେ ସେମାନେ ସାଧାରଣତଃ ଶାରୀରିକ ଓ ମାନସିକ ଦିଗରେ ସ୍ବାସ୍ଥ୍ୟବାନ୍‌ ହୁଅନ୍ତି। ଏହିପରି ମାତାପିତାଙ୍କଠାରୁ ସନ୍ତାନ ସୁଷ୍ଠ ଜୈବୀ ସଂସ୍ଥିତିର ଅଧିକାରୀ ହୋଇଉଠେ ଓ ଜୈବୀ ସଂସ୍ଥିତି ହେଉଛି ଜୀବନର ଆକାର। ଜାତକର ରୋଗ-ନିରୋଧ କ୍ଷମତା, ଆୟୁ ଓ ବର୍ଦ୍ଧନ ତପତ୍ରତା ଏହି ଜୈବୀ ସଂସ୍ଥିତି ଉପରେ ହିଁ ନିର୍ଭର କରେ। ଉତ୍ସ ବିମୁଖ ହେଲେ ମନୁଷ୍ୟର ଜୈବୀ ସଂସ୍ଥିତି ଧୀରେ ଧୀରେ ହ୍ରାସ ହୋଇଆସେ। ଆଜି ଲୋକମାନଙ୍କ ଶାରୀରିକ ସୁସ୍ଥତା ପାଇଁ ସରକାରୀ ଚିକିତ୍ସାଳୟରେ ଆବଶ୍ୟକ ସମସ୍ତ ପ୍ରକାର ଭିିତ୍ତିଭୂମି ରହିଛି। ହେଲେ ମାନସିକ ସ୍ବାସ୍ଥ୍ୟ ନିମିତ୍ତ ଆବଶ୍ୟକ ମନ୍ଦିର, ମଠ, ମସ୍‌ଜିଦ ଓ ଗୀର୍ଜାରେ ସଦ୍‌ଗୁରୁ, ସତ୍‌ଦୀକ୍ଷା ଓ ସତ୍‌ସଙ୍ଗର ପ୍ରଭୂତ ଆବଶ୍ୟକତା ରହିଛି। ତେବେ ଅନେକ କ୍ଷେତ୍ରରେ ଦେଖାଯାଏ ଲୋକମାନଙ୍କ ଅସଚେତନତାରୁ ନିଜେ ନିଜର ସ୍ବାସ୍ଥ୍ୟହାନିର କାରଣ ହୋଇଥାନ୍ତି। ସ୍ବାସ୍ଥ୍ୟ ହିଁ ସମ୍ପଦ । ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନରେ ସମସ୍ତଙ୍କ ଐକାନ୍ତିକ ନିଃସ୍ବାର୍ଥପର ଦାୟିତ୍ୱ ରହିଛି। ଏହା ଦ୍ୱାରା ସମାଜ ଓ ରାଷ୍ଟ୍ରର ବିକାଶ ସମ୍ଭବ।

– ଡା. ଉମେଶ ଚନ୍ଦ୍ର ପାତ୍ର
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ,
ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri