Advertisement

୩୨ ହଜାର ଯୁବତୀଙ୍କ ଧର୍ମ ପରିବର୍ତ୍ତନ, କରିଦିଆଗଲା ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ; ଟିଜର୍‌କୁ ନେଇ ଉଠିଲା ପ୍ରଶ୍ନ

ବମ୍ବେ: ଟିଜର ରିଲିଜ ପରଠାରୁ ଚର୍ଚ୍ଚାରେ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରୀ’। ନିର୍ମାତା ଏହାକୁ ସତ୍ୟ ଘଟଣାବଳୀ ଉପରେ ଆଧାରିତ ବୋଲି କହୁଥିବା ବେଳେ ସାରା ବିଶ୍ୱରେ କାହାଣୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେହି କେହି ରାଜ୍ୟକୁ ବଦ୍‌ନାମ କରିବାକୁ ଚେଷ୍ଟା କରାଯାଉଥିବା କହୁଛନ୍ତି।

ଟିଜର ଆରମ୍ଭରୁ ମୁଖ୍ୟ ଅଭିନେତ୍ରୀ ତାଙ୍କର ଧର୍ମାନ୍ତକରଣ ହୋଇଥିବା କହୁଛନ୍ତି। ତାଙ୍କୁ ହିନ୍ଦୁରୁ ମୁସଲମାନ ଧର୍ମକୁ ଅଣାଯାଇଥିଲା। ପରେ ତାଙ୍କ ନା ଶାଳିନୀ ଉନ୍ନିକୃଷ୍ଣନଙ୍କଠାରୁ ଫାତିମା ବା ହୋଇଥିଲା। ସେ ନର୍ସ ହେବାକୁ ଚାହୁଁଥିଲେ। ହେଲେ ତାଙ୍କୁ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ କରିଦିଆଗଲା। ତାଙ୍କ ସହ ଏହି କାହାଣୀ ୩୨ ହଜାର ମହିଳାଙ୍କର ମଧ୍ୟ, ଯେଉଁମାନେ କି ରାଜ୍ୟରୁ ଗାଏବ ହୋଇଯାଇଛନ୍ତି। ସେମାନେ ଆଫଗାନିସ୍ତାନ ନଚେତ ସିରିୟା ଏବଂ ୟେମନରେ ଜୀବନ ହରାଇଛନ୍ତି ବୋଲି ସେ କହିଛନ୍ତି।

ଏହି ଟିଜର ବେଶ ଭାଇରାଲ ହେଉଥିବା ବେଳେ ମହିଳାଙ୍କ ସଂଖ୍ୟାକୁ ବଢ଼ାଇ କୁହାଯାଇଥିବା ଲୋକେ ଅଭିଯୋଗ କରୁଛନ୍ତି। ଏପରିକି ଧର୍ମାନ୍ତକରଣ ଲାଗି ବଡ଼ ଆଇନ ଆସିବା ଦରକାର ହେଲେ ଏଭଳି ମିଛ କଥା ଉଠାଇ ନୁହେଁ ବୋଲି ଆଉ କିଛି କହୁଛନ୍ତି। ତେବେ ଫିଲ୍ମକୁ ବିପୁଲ ଅମୃତଲାଲ ପ୍ରଯୋଜନା ଦେଇଛନ୍ତି। ସୁଦିପ୍ତୋ ସେନ ଏହାର ନିର୍ଦ୍ଦେଶନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବନ୍ଧନରେ ବାନ୍ଧିହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ସୁହାନୀ ସି ଏକ୍‌ ଲଡ୍‌କୀ’ର ଅଭିନେତ୍ରୀ ରାଜଶ୍ରୀ ରାନୀ ଇତିମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜଶ୍ରୀ ତାଙ୍କର...

ଛୋଟ ପରଦାରେ ଡେବ୍ୟୁ କରିବେ ବାହୁବଳୀର କଟପ୍ପା

୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍‌ ଫିଲ୍ମ ‘ବାହୁବଳୀ’ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଫିଲ୍ମରେ ବାହୁବଳୀ ଚରିତ୍ର ପରେ ଅନ୍ୟ...

‘ଥାଙ୍କ ଗଡ’କୁ ଝଟକା, ରିଲିଜ ଉପରେ ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ: ଅଜୟ ଦେବଗନ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ’ ରିଲିଜ ପୂର୍ବରୁ ବିବାଦ ଘେରକୁ ଚାଲି ଆସିଛି । ଇନ୍ଦର କୁମାରଙ୍ ଦ୍ୱାରା...

ପୁଣ୍ୟତିଥିରେ ମା’ଙ୍କୁ ମନେପକାଇଲେ ଡ୍ରିମ୍‌ଗର୍ଲ

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ହେମା ମାଳିନୀ ନିଜ ମା’ ଜୟା ଚକ୍ରବର୍ତ୍ତୀଙ୍କ ୧୭ତମ ପୁଣ୍ୟତିଥିରେ ତାଙ୍କୁ ମନେପକାଇଛନ୍ତି। ଶୁକ୍ରବାର ସୋସିଆଲ ମିଡିଆରେ ହେମା ମାଳିନୀ...

ମାର୍ଚ୍ଚରେ ପଡିବ ହାତଗଣ୍ଠି!

ମୁମ୍ବାଇ: ଦୀର୍ଘ ଦିନର ସମ୍ପର୍କ ପରେ ଏକାଠି ହେବାକୁ ଯାଉଛନ୍ତି ରିଚା ଚଢା ଏବଂ ଅଲି ଫଜଲ। ଏବେ ସେ ବିବାହ କରିବା ପାଇଁ ନିଷ୍ପତ୍ତି...

ଦର୍ଶକଙ୍କୁ ପସନ୍ଦ ଆସିଲାନି ଅମିତାଭଙ୍କ ‘ଝୁଣ୍ଡ’

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କର ରହିଛି ମନୋରଞ୍ଜନ ଦୁନିଆରେ ଏକ ଭିନ୍ନ ପରିଚୟ । ତାଙ୍କର ବିକଳ୍ପ କେହି ନାହିଁ କହିଲେ ଚଳେ ।...

ମେଟାଭର୍ସରେ ପ୍ରଥମ ଭାରତୀୟ ଭାବେ ଗୀତ ଗାଇଲେ ଦଲେର ମେହନ୍ଦି

ମୁମ୍ବାଇ: ଏବେ ମେଟାଭର୍ସ ବା ଭର୍ଚୁଆଲ ଦୁନିଆର କ୍ରେଜ ଦୃତ ଗତିରେ ବଢିବାରେ ଲାଗିଛି । ଅଧିକାଂଶ ସିଙ୍ଗର ଏହି ମେଟାଭର୍ସରେ ନିଜ ନିଜର ଇଭେଣ୍ଟ...

ପ୍ରସିଦ୍ଧ ଗାୟକ ବାଲାସୁବ୍ରମଣ୍ୟମ କରୋନାରେ ପୀଡ଼ିତ

ମୁମ୍ବାଇ,୫।୮: ସମଗ୍ର ଦେଶରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଧନୀ ହେଉ କି ଗରୀବ...

Advertisement
Archives

Model This Week