Posted inଜାତୀୟ

‘ଦି କେରଲା ଷ୍ଟୋରି’: କାହାଣୀକୁ ସତ ପ୍ରମାଣିତ କଲେ ୧କୋଟି ଟଙ୍କା ଦିଆଯିବ: ମୁସଲିମ୍‌ ୟୁଥ୍‌ ଲିଗ୍‌

ଥିରୁଭାନନ୍ତପୁରମ୍‌,୨।୫: ଫିଲ୍ମ ‘ଦି କେରଲା ଷ୍ଟୋରି’ ରିଲିଜ୍‌ ହେବା ପୂର୍ବରୁ ଜାତୀୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ଏହି ଫିଲ୍ମକୁ ନେଇ ମୁସଲିମ୍‌ ୟୁଥ୍‌ ଲିଗ୍‌ ତୀବ୍ର ବିରୋଧ କରିଛି। ତେବେ ଏ ନେଇ କେରଳ ରାଜ୍ୟ କମିଟିିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। କମିଟି କହିଛି, ଫିଲ୍ମରେ ଲଗାଯାଇଥିବା ଅଭିଯୋଗକୁ ଯେଉଁ ବ୍ୟକ୍ତି ସତ ପ୍ରମାଣିତ କରିବେ ତାଙ୍କୁ ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଛି।
ସୁଚନାଥାଉ କି, ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ୩୨,୦୦୦ମହିଳା ଧର୍ମ ପରିବର୍ତ୍ତନ କରି ଆଇଏସଆଇଏସରେ ଯୋଗଦେଇଥିବାର କାହାଣୀରେ ରହିଛି।
ଫିଲ୍ମ ‘ଦି କେରଲା ଷ୍ଟୋରି’ ଆସନ୍ତା ୫ ତାରିଖରେ ଫିଲ୍ମ ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ମୁସଲିମ୍‌ ଲିଗ୍‌ କହିଛି ଯେ, ଫିଲ୍ମଟି ଯଦି ସତ ଘଟଣା ଉପରେ ଆଧାରିତ ତେବେ ଏହାକୁ ପ୍ରମାଣ କରନ୍ତୁ। ପ୍ରମାଣ ପତ୍ର ଦାଖଲ କରିବା ପାଇଁ ମେ ୪ତାରିଖରୁ ସବୁ ଜିଲାରେ ସଂଗ୍ରହ କେନ୍ଦ୍ର ଖୋଲାଯିବ। ସଂଗ୍ରହ କେନ୍ଦ୍ରକୁ ଯାଇ ପ୍ରମାଣ ଦାଖଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ କେବଳ ଜଣେ ନେତା ସତ କହୁଛନ୍ତି, ସେ ହେଉଛନ୍ତି…..

ଲକ୍ଷ୍ନୌ,୯।୫: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶରରେ ରାଲି କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ କେବଳ ଜଣେ ନେତା...

‘ଶେଷ ନିଃଶ୍ୱାସ ଯାଏ ଲଢ଼ିବି…’ମାୟାବତୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ମୁହଁ ଖୋଲିଲେ ଆକାଶ ଆନନ୍ଦ

ଲକ୍ଷ୍ନୌ,୯।୫: ଲୋକ ସଭା ନିର୍ବାଚନ ମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି।...

ଭାରତ ପାଇଁ ଆମେରିକାକୁ ଗାଳି କଲା ରୁଷିଆ

ମସ୍କୋ/ନୂଆଦିଲ୍ଲୀ,୯।୫: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରୁପନ୍ତୱନ୍ତ ସିଂ ପନ୍ନୁ ମାମଲାରେ ରୁଷିଆ ଭାରତର ସପକ୍ଷରେ ଯୁକ୍ତି ବାଢିଛି। ପନ୍ନୁଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ରରେ ଭାରତ ବିରୋଧରେ...

ଏୟାର ଇଣ୍ଡିଆର ବଡ଼ କାର୍ଯ୍ୟାନୁଷ୍ଠାନ, କ୍ରୁ ମେମ୍ବରଙ୍କୁ କଲା ବହିଷ୍କାର

ନୂଆଦିଲ୍ଲୀ,୯।୫: ସମୂହ ଛୁଟିରେ ଯିବା ପଡିଲା ମହଙ୍ଗା। ଏନେଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଏୟାରଇଣ୍ଡିଆ ଏକ୍ସପ୍ରେସ। କ୍ରୁ ମେମ୍ବରଙ୍କୁ ବିଦା କରିଛି ଏୟାରଇଣ୍ଡିଆ କମ୍ପାନୀ। ଏହି...

ଲିଭ୍‌-ଇନ୍‌ ସମ୍ପର୍କ: ଭାରତୀୟ ସଂସ୍କୃତି ପାଇଁ କଳଙ୍କ

ରାୟପୁର/ପ୍ରୟାଗରାଜ,୯ା୫: ବିଶ୍ୱର ଅନେକ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରରେ ଲିଭ୍‌-ଇନ୍‌ ସମ୍ପର୍କକୁ ସାମାଜିକ ସ୍ବୀକୃତି ତଥା ଆଇନଗତ ବୈଧତା ମିଳିଥିବାବେଳେ ଭାରତରେ ଏବେ ମଧ୍ୟ ଏହା...

ନଡ୍ଡାଙ୍କୁ ସମନ

ବେଙ୍ଗାଲୁରୁ, ୯।୫ମୁସଲମାନ ସଂରକ୍ଷଣକୁ ନେଇ କର୍ନାଟକ ଭାଜପା ପକ୍ଷରୁ କରାଯାଇଥିବା ବିବାଦୀୟ ପୋଷ୍ଟ ମାମଲାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଆଇଟି ସେଲ୍‌...

ତିହାର ଜେଲରେ କେଜ୍‌ରିଓ୍ବାଲଙ୍କ ଅଫିସ୍‌ ଦାବି: ଆବେଦନକାରୀଙ୍କୁ ଲକ୍ଷେ ଜରିମାନା

ନୂଆଦିଲ୍ଲୀ,୯ା୫ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ...

୧୦ରେ କେଜ୍‌ରିଓ୍ବାଲଙ୍କୁ ମିଳିପାରେ ଜାମିନ

ନୂଆଦିଲ୍ଲୀ, ୯ା୫: ଦିଲ୍ଲୀ ଅବକାରୀ ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଶୁକ୍ରବାର ଜାମିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri