‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ଥିବା ନିର୍ଦ୍ଦେଶକ ବିବେକଙ୍କ ଲଭ୍‌ଷ୍ଟୋରୀ: କିଛି ଏଭଳି…

ବମ୍ବେ: ଗତ ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ନୂଆ କୀର୍ତ୍ତିମାନ ରଚୁଛି। ଦର୍ଶକମାନେ ଏହାକୁ ବେଶ ପସନ୍ଦ କରୁଥିବା ବେଳେ ଦିନକୁ ଦିନ ଏହାର ବ୍ୟବସାୟ ବଢ଼ିବାରେ ଲାଗିଛି। କଶ୍ମୀର ପଣ୍ଡିତମାନଙ୍କ ଉପରେ ଆଧାରିତ ସତ୍ୟ ଘଟଣାକୁ ପରଦାରେ ଦେଖାଇଥିବାକୁ ନେଇ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ପ୍ରଶଂସା କରାଯାଉଛି। ଏସବୁ ଭିତରେ ଖୁବ୍‌ କମ୍‌ ଲୋକ ଜାଣନ୍ତି ଫିଲ୍ମର ସଫଳତା ବିବେକଙ୍କ ପାଇଁ ଭିନ୍ନ କାରଣକୁ ନେଇ ସ୍ବତନ୍ତ୍ର ମଧ୍ୟ ଥିଲା। କାରଣ ତାଙ୍କ ସ୍ତ୍ରୀ ପଲ୍ଲବୀ ଜୋଶୀ ଏଥିରେ ମୁଖ୍ୟ ଭୂମିକାରେ ଥିଲେ।

୧୯୯୭ରେ ପଲ୍ଲବୀଙ୍କୁ ବିବାହ କରିଥିଲେ ବିବେକ। ଏକ କନ୍ସର୍ଟରେ ପରସ୍ପରକୁ ଭେଟିଥିଲେ ସେ। ପ୍ରଥମ ଦେଖାରେ କିନ୍ତୁ ବିବେକଙ୍କୁ ଗର୍ବି ବୋଲି ଭାବିଥିଲେ ପଲ୍ଲବୀ। ହେଲେ ପରବର୍ତ୍ତୀ ସମୟରେ ଉଭୟ ଅନେକ ପ୍ରୋଜେକ୍ଟରେ ଏକାଠି କାମ କରିଥିଲେ। ଧିରେ ଧିରେ ସମ୍ପର୍କ ଆଗକୁ ବଢ଼ିଥିଲା। ତିନି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ସେମାନେ ବିବାହ କରିଥିଲେ।

ପଲ୍ଲବୀ ପିଲାଦିନୁ ଅଭିନୟରେ ରୁଚି ରଖିଥିଲେ। ଶିଶୁ କଳାକାର ଭାବେ ସେ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି। ୯୦ ଦଶକରେ ଦୁରଦର୍ଶନରେ ପ୍ରସାରିତ ହେଉଥିବା ଅନେକ ଟେଲିଭିଜନ ଧାରାବାହିକରେ ସେ ଅଭିନୟ କରିଛନ୍ତି। ଧାରାବାହିକ ‘ଅଳ୍ପବିରାମ’ରେ ସେ ବଳାତ୍କାର ପୀଡ଼ିତାଙ୍କ ଭୂମିକାରେ ନଜର ଆସିଥିଲେ। ବଲିଉଡ୍‌ ଏବଂ ଧାରାବାହିକ ଛଡ଼ା ସେ ମରାଠୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ଫିଲ୍ମ ‘ଦ ତାଶକଣ୍ଡ ଫାଇଲ୍ସ’ ପାଇଁ ସେ ଜାତୀୟ ପୁରସ୍କାର ମଧ୍ୟ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୀତ ଆଣିଲା ଯାତ୍ରାକୁ

ମମତା ବାରିକ। ଓଡ଼ିଆ ଯାତ୍ରା ଜଗତର ଜଣେ ସ୍ବନାମଧନ୍ୟ ଗାୟିକା। କେବଳ ସେ ଗାୟିକା ନୁହନ୍ତି; ଜଣେ ଆଙ୍କର ଭାବରେ ମଧ୍ୟ ସେ ନିଜର ଏକ...

ଅନୁଷ୍କାଙ୍କ ସମ୍ପର୍କରେ କିଛି ଭୁଲ କଥା ଶୁଣି ପାରନ୍ତି ନାହିଁ ରଣବୀର

ମୁମ୍ବାଇ: ବଲିଉଡରେ ଅନେକ ପ୍ରେମ କାହାଣୀ ରହିଛି । ଏଥିମଧ୍ୟରୁ କିଛି ପ୍ରେମ କାହାଣୀର ମିଠା ଅନୁଭୂତି ଥିବା ବେଳେ କିଛି ପ୍ରେମ କାହାଣୀ ଅଭୁଲା...

ନୋରାଙ୍କୁ ଡେଟ୍‌ କରୁଛନ୍ତି ଆର୍ଯ୍ୟନ୍‌ ଖାନ୍‌!

ମୁମ୍ବାଇ: ବଲିଉଡ୍‌ରେ ବେଶ୍‌ କିଛିଦିନ ହେବ ବ୍ରେକ୍‌ଅପ-ପ୍ୟାଚ୍‌ଅପ୍‌କୁ ନେଇ ଖବର ଶୁଣିବାକୁ ମିଳୁଛି। ସେଲିବ୍ରିଟିମାନଙ୍କୁ ଏକାଠି ଦେଖିବା ପରେ ସେମାନଙ୍କ ସମ୍ପକକୁ ନେଇ ପ୍ରାୟତଃ ଗୁଜବ...

ନେପୋଟିଜମ୍‌କୁ ନେଇ ମୁହଁ ଖୋଲିଲେ ବେବୋ

ମୁମ୍ବାଇ: ବଲିଉଡ୍‌ ପାଇଁ ୨୦୨୦ ହେଉଛି ଏକ ଅଶୁଭ ବର୍ଷ। ଚଳିତବର୍ଷ ବଲିଉଡ୍‌ ବହୁ ଅଭିନେତା ଅଭିନେତ୍ରୀଙ୍କୁ ହରେଇଛି। ସମଗ୍ର ଦେଶରେ କୋଭିଡ୍‌ କଟକଣା ଯୋଗୁ...

ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲା: ସଞ୍ଜୟ ସିଂଙ୍କ ନେତୃତ୍ୱରେ ଦିଲ୍ଲୀ ଏନ୍‌ସିବିର ଏସ୍‌ଆଇଟି ଆରମ୍ଭ କଲା ଯାଞ୍ଚ, ୱାନଙ୍ଖଡେ ବି କରିବେ ସାହାଯ୍ୟ

ମୁମ୍ବାଇ,୬ ।୧୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଦିଲ୍ଲୀ ଟିମ୍‌ରେ ଥିବା ଉପ ମହାନିର୍ଦ୍ଦେଶକ ସଞ୍ଜୟ ସିଙ୍କ ନେତୃତ୍ୱରେ ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ...

୨ ମାସ ଭିତରେ ମାତା, ପିତାଙ୍କୁ ହରାଇଲେ ମହେଶ ବାବୁ

ସାଉଥ ସିନେମାର ଲୋକପ୍ରିୟ ଅଭିନେତା ମହେଶ ବାବୁଙ୍କ ପାଇଁ ସମୟ ଏବେ ଭଲ ଚାଲିନାହିଁ। ନିକଟରେ ମାତାଙ୍କୁ ହରାଇଥିବା ମହେଶ ବାବୁଙ୍କ ପିତାଙ୍କ ଦେହାନ୍ତ ଘଟିଛି।...

ହାଜର ହେଲେନି ଅଭିନେତ୍ରୀ

ମୁମ୍ବାଇ: ମନିଲଣ୍ଡ୍ରିଂ ମାମଲାରେ ଦିନକୁ ଦିନ ଅଡ଼ୁଆ ବଢ଼ୁଛି। ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନ୍ନାଣ୍ଡିଜ ଓ ନୋରା ଫତେହୀଙ୍କୁ ହାଜର...

ଆୟୁଷ୍ମାନଙ୍କ ଗଙ୍ଗା ଆଳତୀ

ବାରାଣସୀ: ବଲିଉଡ୍‌ ଅଭିନେତା ତଥା ଅନ୍ଧାଧୂନ ଫେମ୍‌ ଆୟୁଷ୍ମାନ ଖୁରାନା ଏବେ ନିଜର ଅପ୍‌ କମିଂ ଫିଲ୍ମ ବାଲାର ପ୍ରମୋଶନରେ ବ୍ୟସ୍ତ ରହିଛନ୍ତି। ଇତିମଧ୍ୟରେ ସେ...

Advertisement
Archives

Model This Week