ମୃତ୍ୟୁ ପୂର୍ବରୁ ହୋଇଥିଲା ଛାଡ଼ପତ୍ର

କାଠମାଣ୍ଡୁ/ଠାଣେ, ୩୧ା୫:ବିମାନ ଯୋଗେ ନେପାଳ ବୁଲି ଯାଇଥିବା ଓଡ଼ିଆ ଦମ୍ପତି ଅଶୋକ ତ୍ରିପାଠୀ ଏବଂ ବୈଭବୀ ତ୍ରିପାଠୀଙ୍କ ଯାତ୍ରାର ଦୁଃଖଦ ଅନ୍ତ ଘଟିଛି। ସେମାନଙ୍କ ସହ ଦୁଇ ପିଲା ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ପୂର୍ବରୁ ଅଶୋକ ଓ ବୈଭବୀଙ୍କ ଛାଡ଼ପତ୍ର ହୋଇସାରିଥିଲା ଏବଂ ସେମାନେ ଅଲଗା ରହୁଥିଲେ। ହେଲେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସାଙ୍ଗ ହୋଇ ବୁଲିବାକୁ ଯାଇଥିବାବେଳେ ସେମାନେ ଏକାଠି ମୃତ୍ୟୁର ହାତ ଧରି ଆରପାରିକୁ ଚାଲିଯାଇଛନ୍ତି।
ଅଶୋକ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସ୍ତ୍ରୀ ବୈଭବୀ ମୁମ୍ବାଇର ବାସିନ୍ଦା। ଉଭୟ ପ୍ରେମବିବାହ କରିଥିଲେ। ହେଲେ କିଛି ଦିନ ତଳେ ଠାଣେସ୍ଥିତ ଫ୍ୟାମିଲି କୋର୍ଟରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ଅଶୋକ ଭୁବନେଶ୍ୱର ଜୟଦେବ ବିହାରରେ ରହୁଥିବାବେଳେ ବୈଭବୀ ମୁମ୍ବାଇର ବିକେସି ଫାର୍ମରେ କାମ କରୁଥିଲେ।
ଠାଣେ ସହରରେ ଥିବା ଏକ ଆପାର୍ଟମେଣ୍ଟରେ ବୈଭବୀ ଝିଅ ଋତିକା ଏବଂ ପୁଅ ଧନୁଷଙ୍କ ସହ ରହୁଥିଲେ। ସାଙ୍ଗରେ ତାଙ୍କ ମା’ଙ୍କୁ ମଧ୍ୟ ରଖିଥିଲେ। ଛାଡ଼ପତ୍ର ପରେ ପ୍ରତିବର୍ଷ ଝିଅପୁଅଙ୍କୁ ନେଇ ଅଶୋକ ଓ ବୈଭବୀ ୧୦ଦିନ ପାଇଁ ବୁଲିବାକୁ ଯିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। କୋର୍ଟଙ୍କ ଅନୁମତି କ୍ରମେ ଅଶୋକ ଗତ ୨୭ ତାରିଖରେ ଦିଲ୍ଲୀ ଯାଇଥିଲେ। ବୈଭବୀ ୨ପିଲାଙ୍କୁ ଧରି ଦିଲ୍ଲୀ ଆସିବା ପରେ ସମସ୍ତେ ମିଶି ନେପାଳ ଅଭିମୁଖେ ବାହାରି ଯାଇଥିଲେ। ହେଲେ ଏହାଥିଲା ସେମାନଙ୍କ ଶେଷଯାତ୍ରା। ପୋଖରାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଜୋମ୍‌ସୋମ୍‌କୁ ଯାଉଥିବାବେଳେ ରବିବାର ସେମାନଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୋମବାର ସମସ୍ତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେବା ପରେ ଅଶୋକ ଏବଂ ବୈଭବୀଙ୍କ ଘର ଲୋକ ଭାଙ୍ଗିପଡ଼ିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏବେ ବୈଭବୀଙ୍କ ପରିବାରରେ ତାଙ୍କ ୮୦ ବର୍ଷୀୟା ମା’ ଅଛନ୍ତି। ଅସୁସ୍ଥ ଥିବାରୁ ତାଙ୍କୁ ଏବେ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି। ଝିଅ, ନାତି ନାତୁଣୀଙ୍କ ମୃତ୍ୟୁ ଖବର ଅଦ୍ୟାବଧି ତାଙ୍କୁ ଜଣାଯାଇନାହିଁ। ବୈଭବୀଙ୍କ ସାନ ଭଉଣୀ ତାଙ୍କ ମା’ଙ୍କ ଯତ୍ନ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri