ମୃତ୍ୟୁ ପୂର୍ବରୁ ହୋଇଥିଲା ଛାଡ଼ପତ୍ର

କାଠମାଣ୍ଡୁ/ଠାଣେ, ୩୧ା୫:ବିମାନ ଯୋଗେ ନେପାଳ ବୁଲି ଯାଇଥିବା ଓଡ଼ିଆ ଦମ୍ପତି ଅଶୋକ ତ୍ରିପାଠୀ ଏବଂ ବୈଭବୀ ତ୍ରିପାଠୀଙ୍କ ଯାତ୍ରାର ଦୁଃଖଦ ଅନ୍ତ ଘଟିଛି। ସେମାନଙ୍କ ସହ ଦୁଇ ପିଲା ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ପୂର୍ବରୁ ଅଶୋକ ଓ ବୈଭବୀଙ୍କ ଛାଡ଼ପତ୍ର ହୋଇସାରିଥିଲା ଏବଂ ସେମାନେ ଅଲଗା ରହୁଥିଲେ। ହେଲେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସାଙ୍ଗ ହୋଇ ବୁଲିବାକୁ ଯାଇଥିବାବେଳେ ସେମାନେ ଏକାଠି ମୃତ୍ୟୁର ହାତ ଧରି ଆରପାରିକୁ ଚାଲିଯାଇଛନ୍ତି।
ଅଶୋକ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସ୍ତ୍ରୀ ବୈଭବୀ ମୁମ୍ବାଇର ବାସିନ୍ଦା। ଉଭୟ ପ୍ରେମବିବାହ କରିଥିଲେ। ହେଲେ କିଛି ଦିନ ତଳେ ଠାଣେସ୍ଥିତ ଫ୍ୟାମିଲି କୋର୍ଟରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ଅଶୋକ ଭୁବନେଶ୍ୱର ଜୟଦେବ ବିହାରରେ ରହୁଥିବାବେଳେ ବୈଭବୀ ମୁମ୍ବାଇର ବିକେସି ଫାର୍ମରେ କାମ କରୁଥିଲେ।
ଠାଣେ ସହରରେ ଥିବା ଏକ ଆପାର୍ଟମେଣ୍ଟରେ ବୈଭବୀ ଝିଅ ଋତିକା ଏବଂ ପୁଅ ଧନୁଷଙ୍କ ସହ ରହୁଥିଲେ। ସାଙ୍ଗରେ ତାଙ୍କ ମା’ଙ୍କୁ ମଧ୍ୟ ରଖିଥିଲେ। ଛାଡ଼ପତ୍ର ପରେ ପ୍ରତିବର୍ଷ ଝିଅପୁଅଙ୍କୁ ନେଇ ଅଶୋକ ଓ ବୈଭବୀ ୧୦ଦିନ ପାଇଁ ବୁଲିବାକୁ ଯିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। କୋର୍ଟଙ୍କ ଅନୁମତି କ୍ରମେ ଅଶୋକ ଗତ ୨୭ ତାରିଖରେ ଦିଲ୍ଲୀ ଯାଇଥିଲେ। ବୈଭବୀ ୨ପିଲାଙ୍କୁ ଧରି ଦିଲ୍ଲୀ ଆସିବା ପରେ ସମସ୍ତେ ମିଶି ନେପାଳ ଅଭିମୁଖେ ବାହାରି ଯାଇଥିଲେ। ହେଲେ ଏହାଥିଲା ସେମାନଙ୍କ ଶେଷଯାତ୍ରା। ପୋଖରାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଜୋମ୍‌ସୋମ୍‌କୁ ଯାଉଥିବାବେଳେ ରବିବାର ସେମାନଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୋମବାର ସମସ୍ତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେବା ପରେ ଅଶୋକ ଏବଂ ବୈଭବୀଙ୍କ ଘର ଲୋକ ଭାଙ୍ଗିପଡ଼ିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏବେ ବୈଭବୀଙ୍କ ପରିବାରରେ ତାଙ୍କ ୮୦ ବର୍ଷୀୟା ମା’ ଅଛନ୍ତି। ଅସୁସ୍ଥ ଥିବାରୁ ତାଙ୍କୁ ଏବେ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି। ଝିଅ, ନାତି ନାତୁଣୀଙ୍କ ମୃତ୍ୟୁ ଖବର ଅଦ୍ୟାବଧି ତାଙ୍କୁ ଜଣାଯାଇନାହିଁ। ବୈଭବୀଙ୍କ ସାନ ଭଉଣୀ ତାଙ୍କ ମା’ଙ୍କ ଯତ୍ନ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ବାତ୍ୟା ଆଶଙ୍କା

ଭୁବନେଶ୍ୱର,୨।୫(ବ୍ୟୁରୋ): ଆସନ୍ତା ୬ ତାରିଖରେ ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି।...

ଡରିଗଲା ଚାଇନା

ମସ୍କୋ,୪।୯: ପୂର୍ବ ଲଦାଖର ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍‌ଏସି) ରେ ଗତ କିଛି ମାସ ମଧ୍ୟରେ ଭାରତ ଏବଂ ଚାଇନା ସେନାବାହିନୀ ମୁହାଁମୁହିଁ ହୋଇଛନ୍ତି। ସୀମା...

ନିଜ ଦେଶ ନାଁରେ ମାମଲା କଲେ ଗ୍ରେଟା

ଷ୍ଟକ୍‌ହୋମ୍‌,୨୬।୧୧: ଜଳବାୟୁ ପରିବର୍ତ୍ତନ ପୃଥିବୀ ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ଏହାର ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ବିଶ୍ୱର ସର୍ବାଧିକ ଜଣାଶୁଣା...

୪୦ ଡିଗ୍ରୀ ଉପରେ ୨୨ ସହର: ବଲାଙ୍ଗୀର ୪୩.୩

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ମଙ୍ଗଳବାର ରାଜ୍ୟର ୨୨ଟି ସ୍ଥାନରେ ତାପମାତ୍ରା ୪୦...

ବ୍ରିଟେନରେ ଅକ୍ଟୋବର ସୁଦ୍ଧା ଶେଷ ହୋଇଯିବ କରୋନା!

ଲଣ୍ଡନ,୨୯ ।୭: ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା କରୋନା ମହାମାରୀ ଏବେବି କିଛି ଦେଶରେ ସକ୍ରିୟ ରହିଛି । ବ୍ରିଟେନରେ ଦ୍ୱିତୀୟ ଲହର କମ୍...

ଫନୀ ଦେଇଛି ଦୁଃଖ: ଟିଭିରୁ ଜାଣିହେବନି ନିର୍ବାଚନ ଫଳାଫଳ

ପୁରୀ ଅଫିସ, ୨୨।୫: ୨୩ ସକାଳୁ ଆରମ୍ଭ ହେବ ଭୋଟ ଗଣତି। ନିର୍ବାଚନ ଫଳାଫଳ କଣ ହେବ, କାହା ସପକ୍ଷରେ ଯିବ ମତଦାନ ତାହାକୁ ସମସ୍ତେ...

ବଜାର ଦର ବୃଦ୍ଧି, ଚିନ୍ତାରେ ଖାଉଟି

କେନ୍ଦ୍ରାପଡ଼ା ଅଫିସ, ୧୯ା୧୦: ବଜାର ଦର ବୃଦ୍ଧି ଯୋଗୁ ଚିନ୍ତାରେ ଖାଉଟି ପଡିଛନ୍ତି। କାର୍ତ୍ତିକ ମାସ ଯୋଗୁ ନିରାମିଷ ଖାଇବାକୁ ଲୋକେ ପସନ୍ଦ କରୁଥିବା ବେଳେ...

ଅଞ୍ଜନାଙ୍କଠାରୁ ତଥ୍ୟ ନେଲା ସିବିଆଇ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ଦୀର୍ଘ ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ କମିଶନରେଟ୍‌ ପୋଲିସ ଗିରଫ କରିବା ପରେ ସିବିଆଇକୁ ହସ୍ତାନ୍ତର...

Advertisement
Archives

Model This Week