ଆଇଏସ୍‌-କେ ମୁଖ୍ୟଙ୍କୁ ଧରାଇଦେଲେ ୧୦ ନିୟୁତ ଡଲାର

ନ୍ୟୁୟର୍କ,୯।୨: ଆଫଗାନିସ୍ତାନରେ ତାଲିବାନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଇସ୍‌ଲାମିକ୍‌ ଷ୍ଟେଟ୍‌ର ଖୋରାସାନ୍‌ ଗୋଷ୍ଠୀ ଆଇଏସ୍‌-କେ ମୁଖ୍ୟ ସନାଉଲ୍ଲା ଗଫାରି ଓରଫ ସାହାବ ଅଲ୍‌-ମୁଜାହିରଙ୍କୁ ଧରାଇଦେଲେ ୧୦ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ଆମେରିକା ଘୋଷଣା କରିଛି। ଅଗଷ୍ଟ ୨୬ରେ କାବୁଲ ବିମାନବନ୍ଦରରୁ ଆମେରିକୀୟ ସୈନ୍ୟଙ୍କ ଅପସାରଣ ଏବଂ ଏୟାରଲିଫ୍ଟି ବେଳେ ଆଇଏସ୍‌-କେ ପକ୍ଷରୁ ସେଠାରେ ଆକ୍ରମଣ କରାଯାଇଥିଲା। ଏଥିରେ ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। ୨୦୨୦ ଜୁନ୍‌ରେ ଗଫାରିଙ୍କୁ ଆଇଏସ୍‌-କେ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିବାରୁ ଆମେରିକା ତାଙ୍କୁ ଧରିବାକୁ ଚାହୁଁଛି। ତେଣୁ ତାଙ୍କ ସମ୍ପର୍କରେ ସୂଚନା ଦେଲେ ଏହି ପୁରସ୍କାର ଦିଆଯିବ ବୋଲି ପରରାଷ୍ଟ୍ର ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ଭୂକମ୍ପ, ମୋଦି କହିଲେ ସବୁ ସହାୟତା ଯୋଗାଇବାକୁ ଆମେ ପ୍ରସ୍ତୁତ

କାଠମାଣ୍ଡୁ,୨୫ା୬: ଗୁରୁବାର ସକାଳେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ନେପାଳରେ ୨୫ କିଲୋମିଟର ଗଭୀରତାରେ ଆଜି ସକାଳ…

ଶକ୍ତିଶାଳୀ ଭୂକମ୍ପ: ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି। ମାତ୍ର ଗୋଟିଏ ମିନିଟ୍‌ ବ୍ୟବଧାନରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ପ୍ରଳୟଙ୍କରୀ…

କ୍ୟାମେରାରେ କଏଦ ହେଲା ମହାପ୍ରଳୟ! ଭେନେଜୁଏଲାରେ ଭୂକମ୍ପର ତାଣ୍ଡବ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ଭେନେଜୁଏଲା,୨୫।୬: ଲାଟିନ ଆମେରିକୀୟ ଦେଶ ଭେନେଜୁଏଲାରେ ପାଖାପାଖି ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଆସିବା ଯୋଗୁ ବ୍ୟାପକ ଧ୍ୱଂସଲୀଳା ଘଟିଛି। ଅଧିକାରୀ ଏବଂ ପର୍ଯ୍ୟବେକ୍ଷଣ ସଂସ୍ଥାଗୁଡ଼ିକ ଅନୁଯାୟୀ,…

ବଡ଼ ଭୂକମ୍ପରେ ଶ୍ମଶାନ ପାଲଟିଲା ଭେନେଜୁଏଲା! ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ମାତ୍ର ଗୋଟିଏ ମିନିଟ୍‌ ଭିତରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶତାଧିକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଥିବା ବେଳେ…

ଟ୍ରମ୍ପ୍‌ଙ୍କୁ ଝଟକା: ସିନେଟ୍‌ରେ ଯୁଦ୍ଧ ବିରୋଧୀ ପ୍ରସ୍ତାବ ଗୃହୀତ

ୱାଶିଂଟନ, ୨୫ା୬: ଇରାନ୍‌ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଯୁଦ୍ଧନୀତିକୁ ବଡ଼ ବିରୋଧ କରାଯାଇ ସିନେଟ ପ୍ରଥମ ଥର…

ଡେନ୍‌ମାର୍କରେ ମିଳିଲା ‘ଭାଇକିଂ’ ଯୁଗର ବିଶାଳ ବସ୍ତ୍ର ଉତ୍ପାଦନ କେନ୍ଦ୍ର

ସୋଫ୍ଟେନ (ଡେନମାର୍କ), ୨୫ା୬ (ଏପି): ୟୁରୋପର ପ୍ରାଚୀନ ଇତିହାସକୁ ନେଇ ବଡ଼ ପ୍ରତ୍ନତାତ୍ତ୍ୱିକ ସଫଳତା ମିଳିଛି। ଡେନ୍‌ମାର୍କରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଭାଇକିଂ ଯୁଗର ଏକ ବିଶାଳ ବସ୍ତ୍ର ଉତ୍ପାଦନ…

ଭୂକମ୍ପରେ ଥରିଲା ଭେନେଜୁଏଲା: ମାତ୍ର ୪୫ ସେକେଣ୍ଡରେ ସବୁ ଛାର୍‌ଖାର୍‌, ଭୟରେ ଜୀବନ ବିକଳରେ ଦୌଡ଼ିଲେ ଲୋକେ

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ବଡ଼ ଧରଣର ଭୂମିକମ୍ପ ଝଟକା। ମାତ୍ର ୪୫ ସେକେଣ୍ଡରେ ୨ ଥର ଭୂକମ୍ପ ଅନୁଭୂତ । ଆମେରିକୀୟ ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ୭.୧ ଏବଂ…

ୟୁରୋପରେ ସାଂଘାତିକ ‘ହିଟ୍‌-ଡୋମ୍‌’

ଲଣ୍ଡନ, ୨୫ା୬ (ଏପି): ସମଗ୍ର ପଶ୍ଚିମ ୟୁରୋପରେ ସୃଷ୍ଟି ହୋଇଥିବା ‘ହିଟ୍‌-ଡୋମ୍‌’ (ଉତ୍ତପ୍ତ ବାୟୁ ବଳୟ) ଯୋଗୁ ବ୍ରିଟେନ, ଫ୍ରାନ୍ସ, ଇଟାଲୀ ଏବଂ ସ୍ପେନ୍‌ ଭଳି ପ୍ରମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri