Posted inଖେଳ

ଆଇପିଏଲ ବାୟୋ-ବବ୍‌ଲ ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲା

କୋଲକାତା, ୨୩।୫(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ପାଇଁ ବାୟୋ-ବବ୍‌ଲ ଗତବର୍ଷ ୟୁଏଇ (ୟୁନାଇଟେଡ ଆରବ ଏମିରେଟ୍ସ)ପରି ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲା। ପ୍ରଥମ ଭାରତୀୟ ଖେଳାଳିଭାବେ ଏପରି କହି ମୁହଁ ଖୋଲିଛନ୍ତି ରିଦ୍ଧିମାନ ଶାହା। ଏକାଧିକ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ କରୋନାରେ ଆକ୍ରାନ୍ତ ହେବାରୁ ଆଇପିଏଲ୍‌-୧୪କୁ ଅଧାରୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ସଂକ୍ରମିତ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଥିଲେ ୩୬ ବର୍ଷୀୟ ରିଦ୍ଧିମାନ। ଗତବର୍ଷ ଭଳି ଚଳିତ ବର୍ଷ ଆଇପିଏଲ୍‌ ୟୁଏଇରେ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି। ଏହାକୁ ଅନୁଧ୍ୟାନ କରିବା ଅଂଶୀଦାରମାନଙ୍କର କାର୍ଯ୍ୟ। ତେବେ ଗତବର୍ଷ ଜଣେ ହେଲେ ଖେଳାଳି ଏପରିକି ଗ୍ରାଉଣ୍ଡ ଷ୍ଟାଫ୍‌ ମଧ୍ୟ ୟୁଏଇରେ ସଂକ୍ରମିତ ହୋଇ ନ ଥିଲେ ବୋଲି ସେ କହିଛନ୍ତି।
”ଭାରତରେ ଆଇପିଏଲ୍‌ ସମୟରେ ଲୋକମାନେ ଏବଂ ଛୋଟ ପିଲାମାନେ ନିକଟସ୍ଥ ପାଚେରି ଉପରୁ ଉଣ୍ଡିମାରି ଦେଖୁଥିଲେ। ଏ ସମ୍ପର୍କରେ ମୁଁ ଅଧିକ କିଛି କହିବାକୁ ଚାହୁଁନାହଁି, ମାତ୍ର ଭାରତରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାବେଳେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ୨୦୨୦ରେ କିନ୍ତୁ ଏହି ଲିଗ୍‌ ଅତି ସୁନ୍ଦରଭାବେ ୟୁଏଇରେ ଆୟୋଜିତ ହୋଇଥିଲା“ ବୋଲି ସେ କହିଛନ୍ତି। ବେଙ୍ଗଲ ଭେଟେରାନ ରିଦ୍ଧିମାନ ଦିଲ୍ଲୀରେ ଏକ ହୋଟେଲରେ ୧୫ଦିନରୁ ଊର୍ଦ୍ଧ୍ୱ କ୍ୱାରାଣ୍ଟାଇନ୍‌ରେ ରହିବା ପରେ କୋଲକାତାସ୍ଥିତ ଘରକୁ ଫେରିଥିଲେ। କରୋନାମୁକ୍ତ ହୋଇଥିବାରୁ ସେ ଇଂଲଣ୍ଡ ଟୁର୍‌ ପାଇଁ ନିଜକୁ ଉପଲବ୍ଧ କରାଇଛନ୍ତି। କ’ଣ ପାଇଁ ସଂକ୍ରମଣ ବାୟୋ-ବବ୍‌ଲ ମଧ୍ୟରେ ପଶିଲା ସେ ସମ୍ପର୍କରେ ନିର୍ଦ୍ଦିଷ୍ଟଭାବେ କିଛି କହିପାରି ନ ଥିଲେ ହେଁ ୟୁଏଇ ପରି ଏଠାରେ ଟାଇଟ୍‌ ନ ଥିଲା ବୋଲି ସ୍ପଷ୍ଟ କରିଛନ୍ତି। ଆଇପିଏଲ୍‌ର ଅଂଶୀଦାରମାନେ ଏହା ଉପରେ ବିଶେଷ ଦୃଷ୍ଟି ପକାଇବା ଆବଶ୍ୟକ ବୋଲି ସେ କହିଛନ୍ତି। ମେ’ ୪ରେ ରିଦ୍ଧିମାନ କରୋନାରେ ଆକ୍ରାନ୍ତ ଜଣାପଡ଼ିବା ପରେ ଆଇପିଏଲ-୧୪କୁ ସ୍ଥଗିତ ଘୋଷଣା କରାଯାଇଥିଲା।
ରିଦ୍ଧିମାନ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଦୁର୍ବଳ ଅନୁଭବ କରୁ ନ ଥିବା ପ୍ରକାଶ କରିଛନ୍ତି। ଶରୀରରେ କ୍ଳାନ୍ତି କିମ୍ବା ଦୁର୍ବଳତା ଥିବା ସେ ଅନୁଭବ କରୁନାହାନ୍ତି। ତେବେ ମ୍ୟାଚ ପାଇଁ ଟ୍ରେନିଂ ଆରମ୍ଭ ହେଲେ ତାଙ୍କ ଶରୀର କିପରି ସପୋର୍ଟ କରୁଛି ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି। ଏବେ ପରିବାର ଏବଂ ବନ୍ଧୁମାନଙ୍କ (ଭର୍ଚୁଆଲି) ସହ ସମୟ କଟାଇବାର ବେଳ। ମନରେ ଖୁସି ଆଣିପାରୁଥିବା ମୁଭି ଦେଖୁଛନ୍ତି। ସେ କେବେହେଲେ ମାନସିକ ସ୍ଥିରତା ହରାଇ ନାହାନ୍ତି, ସ୍ବାଭାବିକ ଜୀବନ ଅତିବାହିତ କରୁଛନ୍ତି ବୋଲି ରିଦ୍ଧିମାନ ପ୍ରକାଶ କରିଛନ୍ତି। ସେ ଏବେ ଘରେ ଫିଟ୍‌ନେସ ରୁଟିନ୍‌ କରୁଛନ୍ତି ା ମୁମ୍ବାଇରେ ଦଳ ସହ ଯୋଗଦେବା ପରେ ଫିଟ୍‌ନେସ ଟ୍ରେନିଂ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri