ଅଦୃଶ୍ୟ ବନ୍ଧନ

ହି ଚାହାନ୍ତି ନାହିଁ ବନ୍ଧନ। ସମସ୍ତେ ଚାହାନ୍ତି ମୁକ୍ତ ଜୀବନ ବଞ୍ଚତ୍ବା ପାଇଁ। କିନ୍ତୁ ଦେଖିବାକୁ ଗଲେ ଜଡ଼ ହେଉ କି ଜୀବ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତେ ସବୁବେଳେ ବନ୍ଧନରେ ଥାଆନ୍ତି। ଜୀବ କ୍ଷେତ୍ରରେ ଏହି ବନ୍ଧନ ମାତୃଗର୍ଭରୁ ଆରମ୍ଭ ହୋଇଥାଏ। ମାତୃଗର୍ଭରେ ସେ କେବଳ ଗର୍ଭର ବନ୍ଧନରେ ଥିବାବେଳେ ଭୂମିଷ୍ଠ ହେବା ପରେ ଅନେକ ବନ୍ଧନରେ ବାନ୍ଧି ହୋଇଯାଏ। ଯେମିତି ମାତାପିତା, ଜେଜେବାପା, ଜେଜେମା’, ଭ୍ରାତା ଓ ଭଗିନୀଙ୍କର ସ୍ନେହର ବନ୍ଧନ, ପ୍ରକୃତିରୁ ଜଳ, ବାୟୁ ଆଦି ଗ୍ରହଣ କରିବାକୁ ବାଧ୍ୟ ହେଉଥିବାରୁ ପ୍ରକୃତିର ବନ୍ଧନ, କ୍ଷୁଧା ନିବାରଣ ନିମିତ୍ତ ମାତୃସ୍ତନ୍ୟର ବନ୍ଧନ ଏମିତି କେତେ ବନ୍ଧନରେ ତାକୁ ଛନ୍ଦିହେବାକୁ ହୁଏ। ଏସବୁ ବନ୍ଧନ ଆଖିକୁ ଦେଖାଯାଇ ନଥାଏ, କିନ୍ତୁ ଆଖିରେ ଦେଖିହେଉଥିବା ବନ୍ଧନଠାରୁ ଏଗୁଡ଼ିକ ହଜାରଗୁଣ ଶକ୍ତ ବୋଲି ଅନୁଭବ କରୁ। ଶିଶୁଟିକୁ ଦେଖିଲେ ଆମର ମନେହୁଏ, ତାର କିଛି ଚିନ୍ତା ନାହିଁ, କିଛି ବନ୍ଧନ ନାହିଁ। ସମୟ ପୂର୍ବରୁ ତା’ର ସମସ୍ତ ଆବଶ୍ୟକତା ପୂରଣ କରିଦିଆଯାଏ। ତା’ର ସମସ୍ତ କାର୍ଯ୍ୟ ଅନ୍ୟମାନେ ସ୍ନେହପୂର୍ବକ କରିଦିଅନ୍ତି। ନିର୍ବିଘ୍ନ ଏବଂ ସ୍ନେହପୂର୍ଣ୍ଣ ସେବା ତାକୁ ଅନାୟାସରେ ପ୍ରାପ୍ତହୁଏ। ତେଣୁ ସେ ବନ୍ଧନମୁକ୍ତ। କିନ୍ତୁ ବାସ୍ତବରେ ସେହି ଶିଶୁଟି ଜନ୍ମନେବା ପରଠାରୁ ଅନେକ ବନ୍ଧନରେ ଆବଦ୍ଧ ହୋଇସାରିଛି। ପ୍ରସିଦ୍ଧ ଦାର୍ଶନିକ ରୁଷୋ କହିଥିଲେ- ପ୍ରକୃତିଗତ ଦୃଷ୍ଟିରୁ ମଣିଷ ମୁକ୍ତଭାବେ ଜନ୍ମନିଏ ସିନା, ପରିବାର ତଥା ସମାଜ ଦୃଷ୍ଟିରୁ ସେ ବିଭିନ୍ନ ପ୍ରକାର ବନ୍ଧନରେ ଆବଦ୍ଧ। ସବୁଠାରୁ ବଡ଼ ବନ୍ଧନ, ଯାହା ଆମ ଶାସ୍ତ୍ରଗୁଡ଼ିକରେ ବ୍ୟାଖ୍ୟା କରାଯାଇଛି, ତାହା ହେଉଛି ମାୟାର ବନ୍ଧନ। ପ୍ରତ୍ୟେକଟି ଜୀବ ଏହି ମାୟା ବନ୍ଧନକୁ କାଟି ପରମଙ୍କ ସହିତ ଏକାକାର ହୋଇଯିବାକୁ, ମୋକ୍ଷପ୍ରାପ୍ତ କରିବାକୁ ଚାହେଁ।
ଶିଶୁଟିଏ ଭୂମିଷ୍ଠ ହେବା ମାତ୍ରେ ପରିବାର ତଥା ସମଗ୍ର ସମାଜ ତା’ଠାରୁ ଅନେକ କିଛି ଆଶା କରିବସନ୍ତି। ସେହି ସମୟଠାରୁ ତା’ ଉପରେ ପରିବାର ତଥା ସମାଜର ଅନେକ ଦାୟିତ୍ୱ ଅଜାଡ଼ି ହୋଇପଡ଼େ। ପରିବାରର ସଦସ୍ୟମାନେ ଆଶା ରଖନ୍ତି ଶିଶୁଟି ବଡ଼ ହୋଇ ସେହି ପରିବାରର ଭବିଷ୍ୟତକୁ ଉଜ୍ଜ୍ୱଳ କରିବ। ପରିବାର ପାଇଁ ସାମାଜିକ ପ୍ରତିଷ୍ଠା ଆଣିଦେବ। ବଂଶକୁ ଆଗକୁ ନେବ। ସମାଜ ଆଶା ରଖେ ଏଇ ଶିଶୁଟି ହୁଏତ ଭବିଷ୍ୟତରେ ବଡ଼ ମଣିଷଟିଏ ହୋଇ ସମସ୍ତଙ୍କୁ ଦିଗ୍‌ଦର୍ଶନ ଦେବ। ତା’ର ପରିବାର, ଗ୍ରାମ ଦେଶର ସୁନାମ ବଢ଼ାଇବ। ନବଜାତ ଶିଶୁଟିଠାରୁ ଏସବୁ ଆଶା ରଖିବା ପରିବାର କି ସମାଜ ପକ୍ଷରେ କିଛି ଅସ୍ବାଭାବିକ, ଅସମୀଚୀନ କିମ୍ବା ଅନୀତିପୂର୍ଣ୍ଣ ନୁହେଁ।
ଗୋଟିଏ ଦୃଷ୍ଟିରୁ ଦେଖିଲେ ବନ୍ଧନ ବିନା ଆମେ ସୁଖକର ଜୀବନଟିଏ ବଞ୍ଚତ୍ପାରୁନା ଏବଂ ସେଥିପାଇଁ ଆମେ ବନ୍ଧନରେ ରହିବାପାଇଁ ଆତୁର ହୋଇପଡ଼ୁ। ଜୀବନ ଆରମ୍ଭରୁ ଆମେ ବନ୍ଧନରେ ରହିବାରେ ଅଭ୍ୟସ୍ତ ହୋଇଯାଉ। କେବଳ ମଣିଷ ନୁହେଁ, ସକାଳେ ପଘାରୁ ମୁକ୍ତ ହୋଇ ଚରିବାକୁ ଯାଇଥିବା ଗାଈଟି ଦିବାଶେଷରେ ଅବା ପେଟ ପୂରିଗଲେ ନିଜ ଗୁହାଳକୁ ଫେରିଆସେ ପୁଣି ପଘାରେ ବାନ୍ଧି ହେବା ପାଇଁ। ସେମିତି ମଣିଷ ମଧ୍ୟ ନିଜ ପାଇଁ ବନ୍ଧନଟିଏ ତିଆରି କରେ ନିଜ ଚାରିପଟେ। ଘରଟିଏ ତିଆରି କରି ତା’ ଦେହରେ କବାଟ ଝରକା ଇତ୍ୟାଦି ଲଗାଇ ତାକୁ ନିବୁଜ କରେ ଏବଂ ତା’ ଭିତରେ ବନ୍ଧନରେ ରହି ସମୟ କାଟେ। ପାରିବାରିକ, ସାମାଜିକ ବନ୍ଧନରେ ନିଜକୁ ନିଜେ ବନ୍ଦୀ ରଖି ସେ ଆନନ୍ଦ ପାଏ। ବିଭିନ୍ନ ଲୋକଙ୍କ ଦାୟିତ୍ୱ ବୁଝି, ସେବା କର୍ତ୍ତବ୍ୟର ବନ୍ଧନରେ ବାନ୍ଧି ହୋଇ ଆନନ୍ଦ ପାଏ। ତାକୁ ପ୍ରକୃତ ଜୀବନ ବୋଲି ମାନିନିଏ। ସେହି ବନ୍ଧନ ଭିତରେ ଭଗବାନ୍‌ଙ୍କ ସହିତ ସାକ୍ଷାତ ହୁଏ ବୋଲି ସେ ମନେକରେ।
ଶାସ୍ତ୍ରାନୁସାରେ ଜୀବ ଏହି ପୃଥିବୀପୃଷ୍ଠରେ ବାରମ୍ବାର ଜନ୍ମଲାଭ କରେ। ନିଜର ସୁକର୍ମ ପ୍ରଭାବରେ ସେ କ୍ରମେ ସେହି ବନ୍ଧନରୁ ମୁକ୍ତ ପ୍ରାପ୍ତ ହୋଇ ଈଶ୍ୱରଙ୍କ ସହିତ ମିଳିତ ହୁଏ। ତା’ପରେ ତା’ର ଆଉ ପୁନର୍ଜନ୍ମ ହୁଏନାହିଁ। କଥାଟି କିନ୍ତୁ ଏତେ ସହଜସାଧ୍ୟ ହୋଇ ନଥାଏ। ସେଥିପାଇଁ ଅନେକ ସାଧନା ଓ ତ୍ୟାଗ କରିବାକୁ ପଡ଼େ। କିଛି ଲୋକ ତ ସାଂସାରିକ ବନ୍ଧନରୁ ମୁକ୍ତ ହୋଇ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ପାଇଁ ଜୀବନସାରା ସାଧନାରେ ବ୍ୟସ୍ତ ରହିଥା’ନ୍ତି। ସେମାନେ ମୃତ୍ୟୁପରେ ମୋକ୍ଷ ପ୍ରାପ୍ତ ହୁଅନ୍ତି କି ନାହିଁ, ପୁନର୍ଜନ୍ମ ପାଆନ୍ତି କି ନାହିଁ, ତାହା କାହାକୁ ଜଣା ନ ଥାଏ। ତେବେ ବଞ୍ଚତ୍ଥିବା ଅବସ୍ଥାରେ ବନ୍ଧନ ଯେ ଆମର ଚିର ସହଚର ତାହା ଅନସ୍ବୀକାର୍ଯ୍ୟ। ଜୀବନସାରା ବନ୍ଧନ ଆମର କାମ୍ୟ ହୋଇଥାଏ ଯେମିତି। ବନ୍ଧନ ବିନା ଘଡ଼ିଏ ଜୀବନ ବଞ୍ଚତ୍ବା ଆମ ପକ୍ଷରେ ସମ୍ଭବ ହୁଏନାହିଁ। କେହି ଆମକୁ ବାନ୍ଧିବା ଆଗରୁ ଆମେ ନିଜେ ନିଜକୁ ବନ୍ଧନରେ ଆବଦ୍ଧ କରିବା ଲାଗି ବ୍ୟସ୍ତ, ବିବ୍ରତ ହୋଇପଡ଼ୁ। ଶୈଶବରେ ମାତାପିତାଙ୍କର ସ୍ନେହର ବନ୍ଧନ ଆମର ମନକୁ ସ୍ନିଗ୍ଧ କରେ, କୈଶୋରରେ ସାଙ୍ଗସାଥୀଙ୍କର ପ୍ରେମର ବନ୍ଧନ ଆମକୁ ମୁଗ୍ଧ କରି ରଖେ। ଯୌବନରେ ପ୍ରିୟାର ପ୍ରଣୟ ଆମକୁ ମଦମତ୍ତ କରେ ଏବଂ ଶେଷରେ ପରିଣତ ବୟସରେ ଅସମର୍ଥ ଶରୀରକୁ ନେଇ ବଞ୍ଚତ୍ବା ଅପେକ୍ଷା ମୃତ୍ୟୁର ସୁଶୀତଳ ବନ୍ଧନ ଆମକୁ ସ୍ପର୍ଶ କରୁ ବୋଲି ଆମେ ସତୃଷ୍ଣ ନୟନରେ ତା’ର ଅପେକ୍ଷାରେ ରହୁ। ବେଳେବେଳେ ଏମିତି ମନେହୁଏ ଜୀବନର ଅନ୍ୟ ନାମ ହିଁ ବନ୍ଧନ।
ସାଂସାରିକ ବନ୍ଧନରୁ ମୁକ୍ତି ପାଇବା ପାଇଁ ଚିନ୍ତା କରୁଥିବା ଜଣେ ବ୍ୟକ୍ତି ଦିନେ ଦେଖିଲା ମାହୁନ୍ତଟିଏ ତା’ ହାତୀକୁ ସାଧାରଣ ଦଉଡ଼ିଟିଏରେ ବାନ୍ଧି ଗଛମୂଳେ ଶୋଇଛି। ସେ ଭାବିଲା- ”ହାତୀ ପରି ବଳଶାଳୀ ଜନ୍ତୁକୁ ଏପରି ସାମାନ୍ୟ ଦଉଡ଼ିରେ ବାନ୍ଧି ରଖାଯିବା ବିପଜ୍ଜନକ ହୋଇପାରେ। ମାହୁନ୍ତକୁ ନିଦରୁ ଉଠାଇ ସେ ତା’ର ଭାବନା ପ୍ରକାଶ କଲା। ମାହୁନ୍ତ କହିଲା, ”ଏପରି କେବେ ହେବନାହିଁ। କାରଣ ହାତୀଟି ପିଲା ଥିଲାବେଳେ ତା’ ଗୋଡ଼ରେ ଲୁହାର ଶିକୁଳି ଲଗାଯାଇ ଶକ୍ତ ଲୌହସ୍ତମ୍ଭରେ ବନ୍ଧାଯାଇଥିଲା। ସେହି ସମୟରେ ସେହି ଶିକୁଳିକୁ ଛିଡ଼ାଇବାପାଇଁ ସେ ବହୁ ଚେଷ୍ଟାକରି ବିଫଳ ହୋଇଛି। ତେଣୁ ସେ ବନ୍ଧନର ବଶ୍ୟତା ସ୍ବୀକାର କରିସାରିଛି। ଏହି ଦଉଡ଼ିଟି ଯେତେ ଦୁର୍ବଳ ହେଲେ ମଧ୍ୟ ବନ୍ଧନ ପ୍ରତି ତା’ର ବଶ୍ୟତା ତାକୁ ଏହି ଦଉଡ଼ିଟିକୁ ଛିଡ଼ାଇବାକୁ ଦେବନାହିଁ।’ ପିଲାଦିନରୁ ଅନେକ ସଂସ୍କାର ଏମିତି ଆମକୁ ବିଭିନ୍ନ ବନ୍ଧନରେ ବାନ୍ଧି ରଖିଥାଏ। ଆମେ ସେଗୁଡ଼ିକ ପ୍ରତି ବଶ୍ୟତା ସ୍ବୀକାର କରିଥାଉ। ତେଣୁ ସେଗୁଡ଼ିକୁ ଆମେ ତୁଟାଇ ପାରୁନା କି ସାଂସାରିକ ବନ୍ଧନରୁ ମୁକ୍ତି ପାଇପାରୁନା।

ଡ. ବାସୁଦେବ ମିଶ୍ର
ଦଶରଥପୁର, ଯାଜପୁର
ମୋ: ୮୯୧୭୨୭୨୭୭୩

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri