ଲଣ୍ଡା ଚାକୁଣ୍ଡାର ଲୁହ

ହଁ ଆଜ୍ଞା, ମୁଁ ହେଉଛି ଗୋଟେ ଲଣ୍ଡା ବୁଢ଼ା ଚାକୁଣ୍ଡା ଗଛ। ମୋର ବୟସ ପ୍ରାୟ ଶହେ ବର୍ଷରୁ ଊର୍ଦ୍ଧ୍ୱ ହେବ। ମୁଁ କେନ୍ଦ୍ରାପଡ଼ା ଜିଲାର ଆଳି ବ୍ଲକ ଅନ୍ତର୍ଗତ ବଡ଼ାମ୍ବିଳା ଗ୍ରାମ ପଞ୍ଚାୟତରେ ଠିଆ ହୋଇଛି। ନ’ମୌଜା ଡାକଘର ସାମ୍ନା ସରକାରୀ ଜାଗା ହେଉଛି ମୋର ଜନ୍ମସ୍ଥାନ। ଗଛକୁ ଛାଡ଼ି ଅନେକ ଜୀବଜନ୍ତୁ, ପକ୍ଷୀ ଓ ମଣିଷ ମୋର ଅତି ଆପଣାର ଲାଗନ୍ତି। ସେମାନେ ମୋ ଛାଇରେ ଖେଳନ୍ତି, ନାଚନ୍ତି, ହସଖୁସି ହୋଇ ମଉଜ କରନ୍ତି। ଅଳ୍ପ କିଛିଦିନ ହେବ ସତେ ଯେମିତି ମୋ ଜୀବନ ଉପରେ ଖେଳିଗଲା ଗୋଟେ କଳା ବାଦଲ। କିଛି ଲୋକଙ୍କର ଲୋଲୁପ ଦୃଷ୍ଟି ପଡ଼ିଲା ମୋ ସଶକ୍ତ ଗଣ୍ଡି ଓ ମୋଟା ଡାଳ ଉପରେ। ଲୁଛିଛପି ସେମାନେ ଆଲୋଚନା କଲେ ଏ ଗଛକୁ କାଟି ବିକ୍ରି କରିଦେବା। ଭଲ ପଇସା ହେବ। ସରକାରୀ ଜମିରେ ଅଛି ଯାହା ମିଳିବ ତାକୁ ବାଣ୍ଟିନେବା। ଯୋଜନା ମୁତାବକ ଦିନେ ସକାଳେ କିଛି ଲୋକ ଆସି ମୋ ପାଖରେ ପହଞ୍ଚତ୍ଲେ। ତାଙ୍କ ହାତରେ ଥାଏ ଧାରୁଆ କୁରାଢ଼ି। ମୁଁ କହୁଥାଏ ହେ ମଣିଷ ମୁଁ ତୁମର କି କ୍ଷତି କରିଛି, ମୁଁ ତୁମର ଶତ୍ରୁ ନୁହେଁ ବରଂ ମିତ୍ର। ମୋତେ କାଟ ନାହିଁ। ମୋ କଥା ସେମାନଙ୍କୁ ଶୁଭିଲା ନାହିଁ। ମୁଁ ଜାଣିଲି ଟଙ୍କା ପାଖରେ ମଣିଷ ବନ୍ଧା ପଡିଛି। ମଣିଷପଣିଆ ଏମାନଙ୍କ ପାଖରେ ଆସିବ ବା କେଉଁଠୁ? ପୁଣି ନିଜ ମନକୁ ବୁଝାଉଥାଏ, ମଣିଷ କାଳେ ଶ୍ରେଷ୍ଠ ଜୀବ!
ତା’ର ଚିନ୍ତା କରିବାର ଶକ୍ତି ଅଧିକ। ସେହି ମଣିଷ ଯଦି ଭାବିପାରୁଛି ତାକୁ ଯେଉଁ ମା’ ବାପା ଜନ୍ମ ଦେଇ ବଡ଼ କରାଇଲେ, ସେମାନେ ବୁଢ଼ାବୁଢ଼ୀ ହୋଇଗଲେ ପିଲାଙ୍କ ପାଇଁ ଅଲୋଡ଼ ଓ ବୋଝ ପାଲଟୁଛନ୍ତି। ଯେଉଁଠି ପିଲାମାନେ ସେହି ମା’ ବାପାଙ୍କୁ ଅଲଗା କରିଦେଉଛନ୍ତି, ସେଠି ଏ ବୁଢ଼ା ଗଛ କଥା ଶୁଣିବ ବା କିଏ?
ଏତିକି କଥା ଭାବି ନିଜ ମନକୁ ବୁଝାଉଥିବା ବେଳେ ଏକ ଶକ୍ତ କୁରାଢ଼ି ଚୋଟ ବସିଲା ମୋର ଗୋଟିଏ ଡାଳ ଉପରେ। ଚାଟ ପରେ ଚୋଟ ବସିଚାଲିଲା। ଗୋଟିଏ ପରେ ଗୋଟିଏ ପ୍ରାୟ ମୋର ଅଧା ଡାଳ କାଟିଦେଲେ। ଅନେକ ଲୋକ ଦେଖୁଥାନ୍ତି କିନ୍ତୁ ନୀରବ। ମୁଁ ସରକାରୀ ଜାଗାରେ ବଢିଛି ବୋଲି ନିଜକୁ ଖୁବ୍‌ ନିଃସହାୟ ମନେକଲି। ଆତ୍ମାକୁ ବାଧିଲେ ମଣିଷ ଯେମିତି କାନ୍ଦେ, ଆଖିରୁ ଲୁହ ଝରାଏ, ଆମେ ଗଛ ବି ସେମିତି କାନ୍ଦୁ। କିନ୍ତୁ ଆମ କାନ୍ଦ ସମସ୍ତଙ୍କୁ ଶୁଭେ ନାହିଁ। କେବଳ ଆମକୁ ଭଲ ପାଉଥିବା ଲୋକମାନେ କାନ୍ଦ ଶୁଣନ୍ତି। ଦୁଇଦିନ ପରେ ସେହି ଅଞ୍ଚଳର କେତେଜଣ ପିଲା ଏବିଷୟ ଜାଣିବାକୁ ପାଇଲେ। ମୋର ଏପରି ପରିସ୍ଥିତି ଦେଖି ତାଙ୍କ ମଣିଷପଣିଆ ଚେଇଁଉଠିଲା। ସାଙ୍ଗମାନଙ୍କୁ ମେଳିକରି ସରକାରଙ୍କ ପାଖରେ ଜଣାଇଲେ। ଗଛକଟାକୁ ବିରୋଧ କରି ମୋତେ ନୂଆ ଜୀବନ ଦେଲେ।
ମୁଁ ୧୯୯୯ ମସିହାର ମହାବାତ୍ୟା ଦେଖିଛି। ଫାଇଲିନ, ହୁଡ୍‌ହୁଡ୍‌, ତିତ୍‌ଲି, ଅମ୍ଫନ, ଓ ଦାନା ଭଳି କେତେ ବଡ଼ ବଡ଼ ବାତ୍ୟା ଦେଖିସାରିଲିଣି। ଗତ ବାର ବର୍ଷ ଭିତରେ ବାର ଥର ବାତ୍ୟା ହୋଇସାରିଲାଣି। ଏବେଠୁ ସଜାଗ ନ ରହିଲେ ବର୍ଷକୁ ଚାରି ପାଞ୍ଚୋଟି ବାତ୍ୟା ହେବା କିଛି ଅସମ୍ଭବ ନୁହେଁ। ଏବେ ବି ସମୟ ଅଛି, ପରିବେଶ ସୁରକ୍ଷା କଲେ ଜୀବଜଗତ ଓ ମଣିଷ ସମାଜ ସୁରକ୍ଷିତ ରହିବ। ନିହାତି ଆବଶ୍ୟକ ପଡ଼ିଲେ ଗଛ କାଟ, କିନ୍ତୁ ଯେତିକି ଗଛ କାଟୁଛ ତା’ର ଦୁଇଗୁଣା ଗଛ ଲଗାଅ ଓ ତାକୁ ବଞ୍ଚାଇ ରଖିବାର ବ୍ୟବସ୍ଥା କର।
ଆଉ ଗୋଟେ ଜରୁରୀ କଥା ଭୁଲିଗଲି। ସମଗ୍ର ମଣିଷ ଜାତିକୁ ସୂଚେଇ ଦେଉଛି ତୁମମାନଙ୍କର ବଂଶ ବିସ୍ତାର ହେଉଛି ସେଥିରେ ଆମର କିଛି କରିବାର ନାହିଁ। ଆମ ଗଛଗୁଡ଼ିକର ବଂଶ କମିଲେ ପରିବେଶ ଉପରେ ବଡ଼ ପ୍ରଭାବ ପଡ଼ିବ। ସୁସ୍ଥ ପରିବେଶ ରହିଲେ ଆମ ସମାଜ ଓ ଏହାର ପାରିପାର୍ଶ୍ୱିକ ପରିସ୍ଥିତି ସୁସ୍ଥ ରହିବ। ଅଙ୍ଗାରକାମ୍ଳ ଭଳି ବିଷକୁ ଆମେ ପିଇ ପରିବେଶକୁ ଦେଉଛୁ ଶୁଦ୍ଧ ଅମ୍ଳଜାନ। ଅମ୍ଳଜାନ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ। ସମସ୍ତେ କୁହନ୍ତି ବୃକ୍ଷ ଆମର ବନ୍ଧୁ। ଏହି ପରିପ୍ରେକ୍ଷୀରେ ମୁଁ କହିବି ବୃକ୍ଷ ଜୀବଜଗତର ବନ୍ଧୁ ହୋଇପାରେ କିନ୍ତୁ ସତ କହିବାକୁ ଗଲେ ବୃକ୍ଷ ହେଉଛି ଜୀବଜଗତର ଜୀବନ। ସୂର୍ଯ୍ୟକିରଣ କିଛିଦିନ ନ ପଡ଼ିଲେ ଜୀବଜଗତ ଅଳ୍ପଦିନ ବଞ୍ଚତ୍ୟିବ। ପାଣି ନ ପିଇ ମଣିଷ କିଛି ସମୟ ବଞ୍ଚତ୍ ପାରିବ କିନ୍ତୁ ଅମ୍ଳଜାନ ନ ମିଳିଲେ ମାତ୍ର କେଇ କ୍ଷଣରେ ପ୍ରାଣୀ ଓ ମଣିଷ ଜୀବନଶୂନ୍ୟ ହୋଇଯାଏ। ତେଣୁ ବୃକ୍ଷକୁ ଜୀବନ କହିଲେ ଆମ ଭଳି ଗଛଗୁଡ଼ିକ ବେଶି ଖୁସିହେବେ। ଗଛ ଲଗାଇବା ନା ଲଗାଯାଇଥିବା ଗଛକୁ କାଟିବା? ଜୀବନ ତୁମର ନିଷ୍ପତ୍ତି ବି ତୁମର।

ଅଶୋକ କୁମାର ପଣ୍ଡା
କଳଦିଆ, ନ’ମୌଜା, ଆଳି, କେନ୍ଦ୍ରାପଡ଼ା
ମୋ: ୯୦୪୦୮୩୭୩୬୨

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri