ଲଣ୍ଡା ଚାକୁଣ୍ଡାର ଲୁହ

ହଁ ଆଜ୍ଞା, ମୁଁ ହେଉଛି ଗୋଟେ ଲଣ୍ଡା ବୁଢ଼ା ଚାକୁଣ୍ଡା ଗଛ। ମୋର ବୟସ ପ୍ରାୟ ଶହେ ବର୍ଷରୁ ଊର୍ଦ୍ଧ୍ୱ ହେବ। ମୁଁ କେନ୍ଦ୍ରାପଡ଼ା ଜିଲାର ଆଳି ବ୍ଲକ ଅନ୍ତର୍ଗତ ବଡ଼ାମ୍ବିଳା ଗ୍ରାମ ପଞ୍ଚାୟତରେ ଠିଆ ହୋଇଛି। ନ’ମୌଜା ଡାକଘର ସାମ୍ନା ସରକାରୀ ଜାଗା ହେଉଛି ମୋର ଜନ୍ମସ୍ଥାନ। ଗଛକୁ ଛାଡ଼ି ଅନେକ ଜୀବଜନ୍ତୁ, ପକ୍ଷୀ ଓ ମଣିଷ ମୋର ଅତି ଆପଣାର ଲାଗନ୍ତି। ସେମାନେ ମୋ ଛାଇରେ ଖେଳନ୍ତି, ନାଚନ୍ତି, ହସଖୁସି ହୋଇ ମଉଜ କରନ୍ତି। ଅଳ୍ପ କିଛିଦିନ ହେବ ସତେ ଯେମିତି ମୋ ଜୀବନ ଉପରେ ଖେଳିଗଲା ଗୋଟେ କଳା ବାଦଲ। କିଛି ଲୋକଙ୍କର ଲୋଲୁପ ଦୃଷ୍ଟି ପଡ଼ିଲା ମୋ ସଶକ୍ତ ଗଣ୍ଡି ଓ ମୋଟା ଡାଳ ଉପରେ। ଲୁଛିଛପି ସେମାନେ ଆଲୋଚନା କଲେ ଏ ଗଛକୁ କାଟି ବିକ୍ରି କରିଦେବା। ଭଲ ପଇସା ହେବ। ସରକାରୀ ଜମିରେ ଅଛି ଯାହା ମିଳିବ ତାକୁ ବାଣ୍ଟିନେବା। ଯୋଜନା ମୁତାବକ ଦିନେ ସକାଳେ କିଛି ଲୋକ ଆସି ମୋ ପାଖରେ ପହଞ୍ଚତ୍ଲେ। ତାଙ୍କ ହାତରେ ଥାଏ ଧାରୁଆ କୁରାଢ଼ି। ମୁଁ କହୁଥାଏ ହେ ମଣିଷ ମୁଁ ତୁମର କି କ୍ଷତି କରିଛି, ମୁଁ ତୁମର ଶତ୍ରୁ ନୁହେଁ ବରଂ ମିତ୍ର। ମୋତେ କାଟ ନାହିଁ। ମୋ କଥା ସେମାନଙ୍କୁ ଶୁଭିଲା ନାହିଁ। ମୁଁ ଜାଣିଲି ଟଙ୍କା ପାଖରେ ମଣିଷ ବନ୍ଧା ପଡିଛି। ମଣିଷପଣିଆ ଏମାନଙ୍କ ପାଖରେ ଆସିବ ବା କେଉଁଠୁ? ପୁଣି ନିଜ ମନକୁ ବୁଝାଉଥାଏ, ମଣିଷ କାଳେ ଶ୍ରେଷ୍ଠ ଜୀବ!
ତା’ର ଚିନ୍ତା କରିବାର ଶକ୍ତି ଅଧିକ। ସେହି ମଣିଷ ଯଦି ଭାବିପାରୁଛି ତାକୁ ଯେଉଁ ମା’ ବାପା ଜନ୍ମ ଦେଇ ବଡ଼ କରାଇଲେ, ସେମାନେ ବୁଢ଼ାବୁଢ଼ୀ ହୋଇଗଲେ ପିଲାଙ୍କ ପାଇଁ ଅଲୋଡ଼ ଓ ବୋଝ ପାଲଟୁଛନ୍ତି। ଯେଉଁଠି ପିଲାମାନେ ସେହି ମା’ ବାପାଙ୍କୁ ଅଲଗା କରିଦେଉଛନ୍ତି, ସେଠି ଏ ବୁଢ଼ା ଗଛ କଥା ଶୁଣିବ ବା କିଏ?
ଏତିକି କଥା ଭାବି ନିଜ ମନକୁ ବୁଝାଉଥିବା ବେଳେ ଏକ ଶକ୍ତ କୁରାଢ଼ି ଚୋଟ ବସିଲା ମୋର ଗୋଟିଏ ଡାଳ ଉପରେ। ଚାଟ ପରେ ଚୋଟ ବସିଚାଲିଲା। ଗୋଟିଏ ପରେ ଗୋଟିଏ ପ୍ରାୟ ମୋର ଅଧା ଡାଳ କାଟିଦେଲେ। ଅନେକ ଲୋକ ଦେଖୁଥାନ୍ତି କିନ୍ତୁ ନୀରବ। ମୁଁ ସରକାରୀ ଜାଗାରେ ବଢିଛି ବୋଲି ନିଜକୁ ଖୁବ୍‌ ନିଃସହାୟ ମନେକଲି। ଆତ୍ମାକୁ ବାଧିଲେ ମଣିଷ ଯେମିତି କାନ୍ଦେ, ଆଖିରୁ ଲୁହ ଝରାଏ, ଆମେ ଗଛ ବି ସେମିତି କାନ୍ଦୁ। କିନ୍ତୁ ଆମ କାନ୍ଦ ସମସ୍ତଙ୍କୁ ଶୁଭେ ନାହିଁ। କେବଳ ଆମକୁ ଭଲ ପାଉଥିବା ଲୋକମାନେ କାନ୍ଦ ଶୁଣନ୍ତି। ଦୁଇଦିନ ପରେ ସେହି ଅଞ୍ଚଳର କେତେଜଣ ପିଲା ଏବିଷୟ ଜାଣିବାକୁ ପାଇଲେ। ମୋର ଏପରି ପରିସ୍ଥିତି ଦେଖି ତାଙ୍କ ମଣିଷପଣିଆ ଚେଇଁଉଠିଲା। ସାଙ୍ଗମାନଙ୍କୁ ମେଳିକରି ସରକାରଙ୍କ ପାଖରେ ଜଣାଇଲେ। ଗଛକଟାକୁ ବିରୋଧ କରି ମୋତେ ନୂଆ ଜୀବନ ଦେଲେ।
ମୁଁ ୧୯୯୯ ମସିହାର ମହାବାତ୍ୟା ଦେଖିଛି। ଫାଇଲିନ, ହୁଡ୍‌ହୁଡ୍‌, ତିତ୍‌ଲି, ଅମ୍ଫନ, ଓ ଦାନା ଭଳି କେତେ ବଡ଼ ବଡ଼ ବାତ୍ୟା ଦେଖିସାରିଲିଣି। ଗତ ବାର ବର୍ଷ ଭିତରେ ବାର ଥର ବାତ୍ୟା ହୋଇସାରିଲାଣି। ଏବେଠୁ ସଜାଗ ନ ରହିଲେ ବର୍ଷକୁ ଚାରି ପାଞ୍ଚୋଟି ବାତ୍ୟା ହେବା କିଛି ଅସମ୍ଭବ ନୁହେଁ। ଏବେ ବି ସମୟ ଅଛି, ପରିବେଶ ସୁରକ୍ଷା କଲେ ଜୀବଜଗତ ଓ ମଣିଷ ସମାଜ ସୁରକ୍ଷିତ ରହିବ। ନିହାତି ଆବଶ୍ୟକ ପଡ଼ିଲେ ଗଛ କାଟ, କିନ୍ତୁ ଯେତିକି ଗଛ କାଟୁଛ ତା’ର ଦୁଇଗୁଣା ଗଛ ଲଗାଅ ଓ ତାକୁ ବଞ୍ଚାଇ ରଖିବାର ବ୍ୟବସ୍ଥା କର।
ଆଉ ଗୋଟେ ଜରୁରୀ କଥା ଭୁଲିଗଲି। ସମଗ୍ର ମଣିଷ ଜାତିକୁ ସୂଚେଇ ଦେଉଛି ତୁମମାନଙ୍କର ବଂଶ ବିସ୍ତାର ହେଉଛି ସେଥିରେ ଆମର କିଛି କରିବାର ନାହିଁ। ଆମ ଗଛଗୁଡ଼ିକର ବଂଶ କମିଲେ ପରିବେଶ ଉପରେ ବଡ଼ ପ୍ରଭାବ ପଡ଼ିବ। ସୁସ୍ଥ ପରିବେଶ ରହିଲେ ଆମ ସମାଜ ଓ ଏହାର ପାରିପାର୍ଶ୍ୱିକ ପରିସ୍ଥିତି ସୁସ୍ଥ ରହିବ। ଅଙ୍ଗାରକାମ୍ଳ ଭଳି ବିଷକୁ ଆମେ ପିଇ ପରିବେଶକୁ ଦେଉଛୁ ଶୁଦ୍ଧ ଅମ୍ଳଜାନ। ଅମ୍ଳଜାନ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ। ସମସ୍ତେ କୁହନ୍ତି ବୃକ୍ଷ ଆମର ବନ୍ଧୁ। ଏହି ପରିପ୍ରେକ୍ଷୀରେ ମୁଁ କହିବି ବୃକ୍ଷ ଜୀବଜଗତର ବନ୍ଧୁ ହୋଇପାରେ କିନ୍ତୁ ସତ କହିବାକୁ ଗଲେ ବୃକ୍ଷ ହେଉଛି ଜୀବଜଗତର ଜୀବନ। ସୂର୍ଯ୍ୟକିରଣ କିଛିଦିନ ନ ପଡ଼ିଲେ ଜୀବଜଗତ ଅଳ୍ପଦିନ ବଞ୍ଚତ୍ୟିବ। ପାଣି ନ ପିଇ ମଣିଷ କିଛି ସମୟ ବଞ୍ଚତ୍ ପାରିବ କିନ୍ତୁ ଅମ୍ଳଜାନ ନ ମିଳିଲେ ମାତ୍ର କେଇ କ୍ଷଣରେ ପ୍ରାଣୀ ଓ ମଣିଷ ଜୀବନଶୂନ୍ୟ ହୋଇଯାଏ। ତେଣୁ ବୃକ୍ଷକୁ ଜୀବନ କହିଲେ ଆମ ଭଳି ଗଛଗୁଡ଼ିକ ବେଶି ଖୁସିହେବେ। ଗଛ ଲଗାଇବା ନା ଲଗାଯାଇଥିବା ଗଛକୁ କାଟିବା? ଜୀବନ ତୁମର ନିଷ୍ପତ୍ତି ବି ତୁମର।

ଅଶୋକ କୁମାର ପଣ୍ଡା
କଳଦିଆ, ନ’ମୌଜା, ଆଳି, କେନ୍ଦ୍ରାପଡ଼ା
ମୋ: ୯୦୪୦୮୩୭୩୬୨

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?