କମାକଣ୍ଟିଆ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ବିରୋଧରେ ଅଭିଯୋଗ, ତଦନ୍ତ ରିପୋର୍ଟ ଚାପିଛି ଜିଲା ସ୍ବାସ୍ଥ୍ୟ ବିଭାଗ

ପୁରୀ ଅଫିସ,୨୦ା୩: ପିପିଲି ବ୍ଲକ୍‌ର କମାକଣ୍ଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ଡାକ୍ତର ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ନେଇ ସାମାଜିକ କର୍ମୀ ଦିଲୀପ ବରାଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କରିଥିଲେ। ଏନେଇ ବାରମ୍ବାର ଅଭିଯୋଗ ପରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଗତ ମାସ ୨୦ ତାରିଖରେ ତଦନ୍ତ ପାଇଁ ପିପିଲି ବ୍ଲକ୍‌ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୧ ତାରିଖରେ ବ୍ଲକ୍‌ ଜନସ୍ବାସ୍ଥ୍ୟ ଅଧିକାରୀ ତଦନ୍ତ କରିବା ପାଇଁ କମାକଣ୍ଟିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ତଦନ୍ତ ସମୟରେ ସେ ଜାଣିବାକୁ ପାଇଥିଲେ ଯେ, ଡାକ୍ତର ଅପରାହ୍ନରେ ଅନୁପସ୍ଥିତ ଥିଲେ। ସମ୍ପୃକ୍ତ ଡାକ୍ତର କୌଣସି ଦିନ ଅପରାହ୍ନରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁ ନ ଥିବା ବ୍ଲକ୍‌ ଜନସ୍ବାସ୍ଥ୍ୟ ଅଧିକାରୀ ଜାଣିବାକୁ ପାଇଥିଲେ। ଡାକ୍ତର ପ୍ରତ୍ୟେକ ଦିନ ପୂର୍ବାହ୍ନରେ ଅତି କମ୍‌ରେ ୩ ଘଣ୍ଟା ଓ ଅପରାହ୍ନରେ ୧ ଘଣ୍ଟା ଡାକ୍ତରଖାନାକୁ ଆସି କାର୍ଯ୍ୟ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଥିଲେ। ଅପରପକ୍ଷରେ ସମ୍ପୃକ୍ତ ଡାକ୍ତର ନିଜ ଅନିୟମିତତାକୁ ଲୁଚାଇବା ପାଇଁ ଓପିଡି ରେଜିଷ୍ଟରରେ ରୋଗୀଙ୍କ ତଥ୍ୟ ଉଲ୍ଲେଖ କରୁନାହାନ୍ତି। ସପ୍ତାହରେ ଚାରିଦିନ ପୂର୍ବାହ୍ନରେ ଆସୁଛନ୍ତି, କିନ୍ତୁ ଅପରାହ୍ନରେ ଆସୁ ନ ଥିବାରୁ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ତଦନ୍ତ ରିପୋର୍ଟରେ ବ୍ଲକ୍‌ ଜନସ୍ବାସ୍ଥ୍ୟ ଅଧିକାରୀ ଉଲ୍ଲେଖ କରିଛନ୍ତି। ଏଥିସହ ସେହି ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇଥିବା ଆୟୁଷ ଡାକ୍ତର ତିନିରୁ ଚାରିଦିନ କାର୍ଯ୍ୟ କରୁଥିବା ବ୍ଲକ୍‌ ଜନସ୍ବାସ୍ଥ୍ୟ ଅଧିକାରୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ବୋଲି ସାମାଜିକ କର୍ମୀ ବରାଳ ସୂଚନା ଦେଇଛନ୍ତି। ଜନସ୍ବାସ୍ଥ୍ୟ ଅତ୍ଧକାରୀ ତାଙ୍କ ତଦନ୍ତ ରିପୋର୍ଟ ୨୨ ତାରିଖରୁ ପ୍ରଦାନ କରିସାରିଥିଲେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ବରାଳ ଅଭିଯୋଗ କରିଛନ୍ତି। ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ସମ୍ପୃକ୍ତ ଡାକ୍ତର ଏବଂ ଜିଲା ଚିକିତ୍ସାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri