ବଢୁଛି ଅପରାଧ, ଚିନ୍ତାରେ ପୋଲିସ

ପୁରୀ ଅଫିସ,୨୦ା୩: ପର୍ଯ୍ୟଟନ ସହରରେ ଆପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ପୋଲିସ କିଛି ମାତ୍ରାରେ ବଟି ଆଦାୟ ଓ ନିଶାଦ୍ରବ୍ୟ କାରବାର ଉପରେ ନିୟନ୍ତ୍ରଣ ପାଇଛି। ମାତ୍ର ଅନ୍ୟ ଆପରାଧିକ ମାମଲା ରୋକିବାରେ ବିଫଳ ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି। ଏଥିଯୋଗୁ ପୁରୀବାସୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି। ଅନ୍ୟପକ୍ଷରେ ଗୁଳିକାଣ୍ଡ, ହଣାକଟା, ଗ୍ୟାଙ୍ଗଓ୍ବାର୍‌ ପ୍ରଭୃତି ବଡ଼ଧରଣର ଅପରାଧ ରୋକାଯିବା ନେଇ ପୋଲିସ ଚିନ୍ତାରେ ପଡ଼ିଛି। କୁମ୍ଭାରପଡ଼ା ଥାନା ଅଧୀନ ବଡ଼ଦାଣ୍ଡର ମାର୍କେଟ ଛକରେ ଜୁଆଖେଳ ଓ ପୂର୍ବ ଶତ୍ରୁତାକୁ ନେଇ ରବିବାର ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ହଣାକଟା ଘଟଣା ଘଟିଥିଲା। ସେଠାରେ ଟ୍ରାଫିକ ପୋଲିସ ନିୟୋଜିତ ଥିବା ବେଳେ କିଛି ଦୂରରେ ଟାଉନ ଥାନା ରହିଛି। ଏହାସତ୍ତ୍ୱେ ଏପରି ଘଟଣା ପୁରୀ ପୋଲିସକୁ ଅପରାଧୀଙ୍କ ଖୋଲଖୋଲି ଚ୍ୟାଲେଞ୍ଜ ସଦୃଶ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଗତ କିଛି ବର୍ଷ ହେବ ଜମିଜମା ଓ ପୂର୍ବ ଶତ୍ରୁତାକୁ ନେଇ ବିଭିନ୍ନ ସମୟରେ ପୁରୀ ସହରରେ ଆପରାଧିକ କାର୍ଯ୍ୟକଳପ ବୃଦ୍ଧି ପାଇବାରେ ଲାଗିଛି। ୨୦୨୨ ମାର୍ଚ୍ଚ ୧୬ରେ ଶ୍ରୀମନ୍ଦିରର ପୂର୍ବତନ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ବାରବାଟୀ ଜାଗା ପରିସରରେ ଗୁଳି କରି ହତ୍ୟା କରାଯିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ୨୦୧୨ରେ ବହୁଚର୍ଚ୍ଚିତ ସେବାୟତ ଗୁନ ସିଂହାରୀ ହତ୍ୟା ମାମଲାର ଏହା ପ୍ରତିଫଳନ ଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିିଥିଲା। ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଥିଲା। ଏହାର କିଛିଦିନ ପରେ ୨୦୨୨ ମେ ୨୪ ତାରିଖ ରାତିରେ ଏମାର ମଠ ନିକଟରେ ଶ୍ରୀଲୋକନାଥ ଦେବଙ୍କ ସେବାୟତ ତଳୁଛ ସାହିର ଶିବରାମ ପାତ୍ରଙ୍କ ଉପରକୁ ପୂର୍ବ ଶତୁତ୍ରାକୁ ନେଇ ଗୁଳିକାଣ୍ଡ ହୋଇଥିଲା। ଫଳରେ ତାଙ୍କର ଜୀବନ ଯାଇଥିଲା। ପରେ ଅଭିଯୁକ୍ତ ଚନ୍ଦନ ବାରିକ ଏବଂ ତାଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିଲା। ସେହିପରି ଗତ ଦୀପାବଳି ଅବସରରେ ଚନ୍ଦନପୁର ଥାନା ଅଧୀନ ଥେଣ୍ଟପୁରଠାରେ ପୂର୍ବ ଶତ୍‌ୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ହୋଇଥିଲା। ଏଥିରେ ଶଙ୍କର ବେହେରାଙ୍କ ମୃତ୍ୟୁ ହୋଇଥିବାବେଳେ ନିଲୁ ବରାଳ ଆହତ ହୋଇଥିଲେ। ଅପରାଧୀଙ୍କ ପାଖରେ ମାରଣାସ୍ତ୍ର ପହଞ୍ଚୁଥିବା ଏସବୁ ଘଟଣାରୁ ସ୍ପଷ୍ଟ ହୋଇଥିଲା। ତେବେ ପୋଲିସ ତଦନ୍ତ ପ୍ରକ୍ରିୟା ନ ଆଗେଇ ଚୁପ୍‌ ବସିପଡ଼ିଲା। ଫଳରେ ଅପରାଧୀମାନେ ପୁଣି ସକ୍ରିୟ ହୋଇଉଠିଲେ। ୪ଦିନ ତଳେ ଟାଉନ ଥାନା ଅନ୍ତର୍ଗତ ଗୁଡ଼ିଆ ସାହିରେ ଶ୍ରୀମନ୍ଦିର ଯାତ୍ରୀ ବ୍ୟବସାୟକୁ ନେଇ ୪ଜଣ ସେବାୟତଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏବେ ପୁଣି ବଡ଼ଦାଣ୍ଡରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହଣାହଣି ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାର ୧୨ଘଣ୍ଟା ଭିତରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ ମଧ୍ୟ ତାହା ଯଥେଷ୍ଟ ପଦକ୍ଷେପ ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି। ଏନେଇ ସାମାଜିକ କର୍ମୀ ଦିଲୀପ ବରାଳ କହିଛନ୍ତି, ଆପରାଧିକ କାର୍ଯ୍ୟକଳାପ ରୋକିବାକୁ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ନଚେତ ପର୍ଯ୍ୟଟକ ଓ ଭକ୍ତଙ୍କ ମନରେ ଭୟ ସୃଷ୍ଟି ହେବା ସହ ପୁରୀ ପ୍ରତି ନକାରାତ୍ମକ ମନୋଭାବ ପରିଲକ୍ଷିତ ହେବ। ସେହିପରି ଆଇନଜୀବୀ ଶରତ କୁମାର ରାୟଗୁୁରୁ କହିଛନ୍ତି, ପୁରୀ ସହରରେ ବ୍ରାଉନସୁଗାର କାରବାର ସହ ଜୁଆଖେଳ ହେଉଛି। ମାରଣାସ୍ତ୍ର ମୁନରେ ଦାଦାବଟି ମଧ୍ୟ ଆଦାୟ କରାଯାଉଛି। ମାର୍କେଟ ଛକରେ ଘଟିଥିବା ଘଟଣା ମୁଖ୍ୟତଃ ଜୁଆଖେଳକୁ ନେଇ ଘଟିଛି। ପୋଲିସ ଯେଭଳି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ସେହି ଅନୁସାରେ କରୁନାହିଁ। ଆଇନ ଶୃଙ୍ଖଳା ରକ୍ଷା ଦିଗରେ ପୋଲିସ କଠୋର ନ ହେଲେ ଆଗାମୀ ଦିନରେ ଆପରାଧିକ ମାମଲା ବଢିବ। କଂଗ୍ରେସ ନେତା ଆଶୁତୋଶ ମିଶ୍ର କହିଛନ୍ତି, ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରୁଛି, ମାତ୍ର କିଛି ଦିନ ପରେ ସେମାନେ ଜାମିନରେ ଆସି ପୁଣି ଆପରାଧିକ କାର୍ଯ୍ୟକଳାପ ଜାରି ରଖୁଛନ୍ତି। ତେଣୁ ଏଥିପ୍ରତି ପୋଲିସ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ଆବଶ୍ୟକ। ଅନ୍ୟପକ୍ଷରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା କହିଛନ୍ତି, ପୁରୀ ସହରକୁ ଅପରାଧମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏସ୍‌ପିଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଅତୀତରେ ପୋଲିସ ୧୦୪ରୁ ଊର୍ଦ୍ଧ୍ୱ ଚୋରି ମୋବାଇଲ ଜବତ କରିବା ସହ ଅନେକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେହିପରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଚୋରି ସୁନାଗହଣା ଉଦ୍ଧାର ପରେ ଫେରସ୍ତ କରାଯାଇଛି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପେସାଦାର ଅପରାଧୀଙ୍କୁ ୧୧୦ ସିଆର୍‌ପିସିରେ ବୁକ୍‌ କରାଯାଉଛି। ଅପରାଧୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri