ପରିଚୟ ଖୋଜାରେ ଅଟକିଛି ତଦନ୍ତ

ଭୁବନେଶ୍ୱର,୭ା୨(ବ୍ୟୁରୋ):ରାଜଧାନୀରେ ଏକାଧିକ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ କମିଶନରେଟ ପୋଲିସ ରହସ୍ୟ ଉନ୍ମୋଚନ କରିପାରୁନାହିଁ। ଘଟଣାକୁ ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ମୃତ ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ପାଇପାରୁ ନାହିଁ। ଫଳରେ ତାହା ଆତ୍ମହତ୍ୟା ନା ହତ୍ୟା, ତାହା ସେମିତି ରହସ୍ୟ ହୋଇ ରହିଯାଉଛି। କିଛି ଚର୍ଚ୍ଚିତ ତଥା ଗୁରୁତ୍ୱପୂର୍ଣ୍ଣ ଘଟଣାରେ ପୋଲିସ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରୁଛି। ହେଲେ ପରବର୍ତ୍ତୀ ସମୟରେ ଉକ୍ତ ପୋଷ୍ଟର ଚିରିଯାଉଥିବାବେଳେ ଥାନାଧିକାରୀ ବା ତଦନ୍ତକାରୀ ଅଧିକାରୀଙ୍କ ତଦନ୍ତ ବି ସେମିତି ଫାଇଲ ତଳେ ଚାପି ହୋଇ ରହିଯାଉଛି। ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ, ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ୍‌ ରିପୋର୍ଟ ଆଦିକୁ ଆଧାର କରି ପୋଲିସ ତଦନ୍ତ କରୁଥିଲେ ମଧ୍ୟ ସଫଳ ହୋଇପାରୁ ନାହିଁ। ବିଭିନ୍ନ ପଦକ୍ଷେପ ଗ୍ରହଣ କରି ତଦନ୍ତ କରାଯାଉଥିଲେ ମଧ୍ୟ ପରିଚୟ ଖୋଜାରେ ପୋଲିସର ତଦନ୍ତ ଅଟକିଯାଉଛି। ରାଜଧାନୀରେ ବିଗତ ବର୍ଷରେ ଏଭଳି ବହୁ ଅଚିହ୍ନା ମୃତଦେହ ଜବତ ଘଟଣା ରହସ୍ୟ ହୋଇ ରହିଯାଉଥିବାରୁ ପୋଲିସର ପ୍ରକୃତ କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ୨୦୧୨ ମେ’ ୨୭ରେ ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା କାଜୁ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ତାଙ୍କୁ କେହି ତଣ୍ଟି କାଟି ହତ୍ୟା କରି ଜଙ୍ଗଲରେ ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା। ଉକ୍ତ ମହିଳାଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ପୋଲିସ ଅନୁମାନ କରିଥିଲା। ପାଖରେ ମିଳିଥିବା ଏକ ପଲିଥିନରୁ ମହିଳାଙ୍କ ଘର ଢ଼େଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳର ହୋଇଥିବା ଜଣାପଡ଼ିଥିଲା। ୨୦୨୧ ଜୁନ ୧୬ରେ ତତ୍କାଳୀନ ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ପୁରୁଣା ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ କରାଯାଇଥିଲା। ସେହି ସମୟରେ ଏହି ମାମଲାରେ ମଧ୍ୟ ପୋଷ୍ଟର ଲଗାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଉକ୍ତ ମହିଳାଙ୍କ ପରିଚୟ ମିଳିପାରି ନ ଥିବାବେଳେ ପୋଲିସ ଆଉ ମୁଣ୍ଡ ଖେଳାଉ ନାହିଁ। ୨୦୨୧ ଫେବୃୟାରୀ ୧୨ରେ ଜଟଣୀ ଥାନା ଅନ୍ତର୍ଗତ ଯାଆଁଳା ଫାଣ୍ଡି ପରିସରରେ ଥିବା ଏକ ଜବତ କାର୍‌ରୁ ଜଣେ ମହିଳାଙ୍କ କଙ୍କାଳ ଠାବ ହୋଇଥିଲା। ଏହି ଘଟଣାକୁ ନେଇ ଚର୍ଚ୍ଚା ସୃଷ୍ଟି ହେବା ପରେ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ପରେ ପରିଚୟ ଜାଣିବା ପାଇଁ ଏକ ସମ୍ଭାବ୍ୟ ପୋଷ୍ଟର ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନରେ ଲଗାଯାଇଥିଲା। ହେଲେ ଉକ୍ତ ଘଟଣାକୁ ପାଖାପାଖି ୨ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲିସ ମହିଳାଙ୍କ ପରିଚୟ ପାଇ ପାରିନାହିଁ। ସେହିପରି ଉକ୍ତବର୍ଷ ଜୁଲାଇ ୨୨ରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବରିମୁଣ୍ଡ ଜରିପାଟଣା ଗ୍ରାମ ନିକଟ କୁଆଖାଇ ନଦୀପଠାରୁ ବାଲିରେ ପୋତାଯାଇଥିବା ଜଣେ ଯୁବକଙ୍କ ମୃତଦେକୁ ପୋଲିସ ଜବତ କରିଥିଲା। ତାଙ୍କୁ କେହି ତଣ୍ଟିଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିବା ସହ ଯୁବକଙ୍କ ପୋଷ୍ଟର ଲଗାଇଥିଲା। ହେଲେ ଏପର୍ଯ୍ୟନ୍ତ ଏହି ମାମଲା ଅସମାହିତ ରହିଥିବା ବେଳେ ପୋଲିସ ମଧ୍ୟ ନଜର ହଟେଇ ଦେଇଥିବା ଜଣାପଡ଼ୁଛି।
ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଏସବୁ ମାମଲାରେ ମୃତ ବ୍ୟକ୍ତିଙ୍କର ପରିବାରରେ କେହି ରହୁ ନ ଥିବାରୁ ତାଙ୍କୁ ଖୋଜାଯାଉ ନାହିଁ। ସେହିପରି ମୃତ ବ୍ୟକ୍ତିଙ୍କୁ ଚିହ୍ନୁଥିବା ଲୋକମାନେ ମଧ୍ୟ ଖବରକାଗଜ କିମ୍ବା ଟିଭି ଦେଖୁ ନ ଥିବାରୁ ଏନେଇ ଜାଣିପାରୁନାହାନ୍ତି। ଏସବୁ ମାମଲାରେ ଆମ ପକ୍ଷରୁ ସମସ୍ତ ଜିଲା ପୋଲିସକୁ ଫଟୋ ପଠାଯିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ମୃତ ବ୍ୟକ୍ତିଙ୍କ ଫିଙ୍ଗର ପ୍ରିଣ୍ଟ୍‌ ମାଧ୍ୟମରେ ଆଧାର ଆକ୍ସେସ୍‌ କରି ପରିଚୟ ମିଳିପାରିବ। ହେଲେ ଏହା କରିବାକୁ ଆମକୁ ଅନୁମତି ଦିଆଯାଇ ନାହିଁ। ଆଧାର୍‌ ଆକ୍ସେସ୍‌ କରିବାକୁ ଅନୁମତି ମିଳିଲେ, ମୃତକଙ୍କ ପରିଚୟ ମିଳିବା ସହଜ ହୋଇପାରନ୍ତା ବୋଲି ଡିସିପି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?