ଦ୍ୱନ୍ଦ୍ୱ ଦୂର କରିପାରୁନି ତଦନ୍ତ

ବଲାଙ୍ଗୀର ଅଫିସ, ୯।୧୧: କଳାହାଣ୍ଡି ଜିଲା କେଗଁା ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଅପହରଣ ଓ ହତ୍ୟା ଘଟଣାକୁ ମାସେ ପୂରିଛି। ଏହି ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ଏବେବି ସରଗରମ ରହିଥିଲେ ମଧ୍ୟ ତଦନ୍ତ ଦିଗରେ ବିଶେଷ କିଛି ନୂଆ ଦେଖିବାକୁ ମିଳିନାହିଁ। ଏହି ବହୁଚର୍ଚ୍ଚିତ ଯୋଜନାବଦ୍ଧ ହତ୍ୟା ଘଟଣାରେ ମହାଲିଙ୍ଗ ଘରୋଇ ସ୍କୁଲ ପରିଚାଳନା କମିଟି ସଭାପତି ତଥା ମାଲିକ ଗୋବିନ୍ଦ ସାହୁ ଏବଂ ତାଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଓରଫ୍‌ ରାଧେଙ୍କୁ ହିଁ ପୋଲିସ ଅଭିଯୁକ୍ତ ଦର୍ଶାଇଛି। ଏହି ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏଭଳିକି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘନିଷ୍ଠ ସମ୍ପର୍କକୁ ନେଇ ବିରୋଧୀ ଦଳ ଅନେକ ପ୍ରଶ୍ନ ଉଠାଉଥିଲେ ମଧ୍ୟ ପୋଲିସ ସେ ଦିଗରେ କୌଣସି ତଦନ୍ତ କରୁ ନ ଥିବା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଯଥାସମ୍ଭବ ଏହି ହତ୍ୟାକାଣ୍ଡ ଘଟଣାରେ ରାଧେ, ଗୋବିନ୍ଦଙ୍କୁ ହିଁ ଅଭିଯୁକ୍ତ ଦର୍ଶାଇ ତଦନ୍ତକୁ ଏ ପର୍ଯ୍ୟନ୍ତ ସୀମିତ ରଖିଛି।
ପୋଲିସକୁ ହତ୍ୟାକାଣ୍ଡରେ ଏଯାବତ୍‌ ୭୦ଟି ପ୍ରମାଣ ମିଳିଥିବା କୁହାଯାଉଛି। ତେବେ ଏହି ହତ୍ୟାକାଣ୍ଡ ପଛର ଗୁମର ଖୋଲିବାରେ ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ। କେଉଁ ନିର୍ଦ୍ଦିଷ୍ଟ କାରଣକୁ ନେଇ ଗୋବିନ୍ଦ ମମିତାଙ୍କୁ ଅପହରଣ କରି ହତ୍ୟା କଲେ ସେ ସମ୍ପର୍କରେ ପୋଲିସ ବିଶେଷ କିଛି କହୁନାହିଁ। ଗୋବିନ୍ଦଙ୍କ ପରକୀୟା ପ୍ରୀତି ପ୍ରଘଟ ହେବା ଭୟରୁ ଏଭଳି ହତ୍ୟାକାଣ୍ଡ କରାଯାଇଥିବା ପୋଲିସ କହୁଥିଲେ ମଧ୍ୟ ସେ ପରକୀୟା ପ୍ରୀତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଉନାହିଁ। ଗୋବିନ୍ଦଙ୍କ ପରକୀୟା ପ୍ରୀତିର କେଉଁ ତଥ୍ୟ ମମିତା ଜାଣିଥିଲେ ଏବଂ ତାହା ପ୍ରଘଟ ହେଲେ ତାଙ୍କର କ’ଣ ଅସୁବିଧା ହୋଇଥାନ୍ତା ତାହାକୁ ନେଇ ପୋଲିସ ଅଧିକ କିଛି କହୁନାହିଁ। ଉକ୍ତ ପରକୀୟା ପ୍ରୀତି ସହ ଅନ୍ୟ କୌଣସି ବ୍ୟକ୍ତିଙ୍କର ସମ୍ପର୍କ ରହିଥିଲା କି ନାହିଁ ତାହା ରହସ୍ୟ ଘେରରେ। ଇତିମଧ୍ୟରେ ଏକମାସ ବିତିଯାଇଥିଲେ ମଧ୍ୟ ମମିତା ହତ୍ୟାକାଣ୍ଡ ଉପରୁ ସମ୍ପୂର୍ଣ୍ଣ ପର୍ଦ୍ଦା ହଟାଇବାରେ ପୋଲିସ ସଫଳ ହୋଇ ନାହିଁ। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବିରୋଧୀ ଦଳମାନେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଏବଂ ବହିଷ୍କାର ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି। ବିରୋଧୀ ଦଳଗୁଡିକ ଘଟଣାର ସିବିଆଇ ଏବଂ ହାଇକୋର୍ଟ ମନିଟରିଂରେ ଏସ୍‌ଆଇଟି ତଦନ୍ତ ଦାବି କରୁଥିଲେ ମଧ୍ୟ ରାଜ୍ୟ ସରକାର ଏଦିଗରେ ବିଶେଷ ଆଗ୍ରହ ଦେଖାଇ ନାହାନ୍ତି। ଅନ୍ୟପକ୍ଷେ ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଏବଂ ବଡବାପା କୌଶିକ ମେହେର ଏକ ଭିଡିଓ ବର୍ତ୍ତାରେ ପୋଲିସ ତଦନ୍ତରେ ସେମାନେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଅଛନ୍ତି ବୋଲି କହିବା ସହ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ମିଳୁ ବୋଲି ଦାବି କରିଛନ୍ତି। ଏଭଳିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସେମାନଙ୍କ ଭରସା ଥିବା କହିଛନ୍ତି।
ଦ୍ୱନ୍ଦ୍ୱ ଦୂର…
ଅଭିଯୁକ୍ତ ଗୋବିନ୍ଦଙ୍କ ସହ ମମିତା କେବେ ରାୟପୁର ଯାଇନାହାନ୍ତି। ଏଣୁ ତାଙ୍କ ଝିଅର ଚରିତ୍ର ସଂହାର କରା ନ ଯାଉ କି ଏହି ଘଟଣାକୁ ନେଇ ରାଜନୀତି କରା ନ ଯାଉ ବୋଲି ଭିଡିଓ ବାର୍ତ୍ତାରେ ସୁଚନ୍ଦ୍ର କହିଛନ୍ତି। ଅନ୍ୟପକ୍ଷରେ ମମିତାଙ୍କ ପରିବାର ଉପରେ ସରକାରଙ୍କ ତରଫରୁ ଚାପ ରହିଥିବା ସୁନ୍ଦରଗଡ ଏମ୍‌ପି ତଥା ବରିଷ୍ଠ ଭାଜପା ନେତା ଜୁଏଲ ଓରାମ ଅଭିଯୋଗ କରିଛନ୍ତି।
ଏକ ମାସ ପରେ ମଧ୍ୟ ମମିତା ହତ୍ୟା ଘଟଣାକୁ ନେଇ ସ୍ପଷ୍ଟ ଚିତ୍ର ମିଳୁନାହିଁ। ଅଭିଯୁକ୍ତ ଗୋବିନ୍ଦ ଟିଟିଲାଗଡ ବାରାକ୍‌ରୁ ଫେରାର ହେବା, ୪୦ ଘଣ୍ଟା ପରେ ଧରାପଡିବା, ୫ ଦିନିଆ ରିମାଣ୍ଡରେ ଗୋବିନ୍ଦ ସବୁ ସତ ଓଗାଳିବା, ରାଧେଶ୍ୟାମଙ୍କ ଘରୁ ଏକ ବ୍ୟାଗ, ଲୁଗା ଓ ମୋବାଇଲ ମିଳିବା, ମମିତାଙ୍କ ପେନ୍‌ ଡ୍ରାଇଭ, ମୋବାଇଲ ଫୋନ୍‌ ନ ମିଳିବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପ୍ରଶ୍ନ ଗୁଡିକର ଉତ୍ତରରେ ପୋଲିସ ଯାହା ସବୁ କହୁଛି ତାହା ଜନସାଧାରଣଙ୍କ ଦ୍ୱନ୍ଦ୍ୱ ଦୂର କରିବାରେ ଯଥେଷ୍ଟ ହେଉନାହିଁ। ଏକ ମାସ ପରେ ମଧ୍ୟ ଅନେକ ଅସମାହିତ ପ୍ରଶ୍ନ ରହିଛି ଓ ଏହା ପୋଲିସର ନିରପେକ୍ଷ ତଦନ୍ତକୁ ନେଇ ପ୍ରଶ୍ନ ସହ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ପୁରସ୍କାର ପାଇବେ ଦମୟନ୍ତୀ

କେନ୍ଦୁଝର,୭।୬(ସ୍ବ.ପ୍ର.) ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅଧୀନ ଗାୈଣିଘଷା ସ୍ବାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ (ଏଏନ୍‌ଏମ୍‌) ଦମୟନ୍ତୀ ରାଉତ ଜାତୀୟ...

କାମରେ ଲାଗୁନି କ୍ରସ ବନ୍ଧ

କେନ୍ଦୁଝର, ୧୮ା୮ (ସ୍ବ.ପ୍ର.) କୃଷିର ବିକାଶ ପାଇଁ ଜଳସେଚନର ବିକାଶ କରାଯାଉଛି ା ତେବେ ଜଳସେଚନ ପାଇଁ ବହୁ ଟଙ୍କା ବ୍ୟୟରେ ବିଭିନ୍ନ ନାଳ ଓ...

ଗମନାଗମନରେ ଦାଉ ସାଧୁଛେ କାଦୋ ରାସ୍‌ତା: ଅଂଚଲବାସୀକଁର ଦାବି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

କଲମପୁର,୧।୮(ଡି.ଏନ୍‌.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗାଁଗଁଲିନୁ ସହର ତକ୍‌ ଗମନାଗମନ ସୁବିଧା ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଆଏଜ୍‌ ବି...

ବିଶ୍ୱ ବଜାରରେ ବିକ୍ରି ହେବ ସ୍ବାଭିମାନ ଅଞ୍ଚଳର ହଳଦୀ

ମାଲକାନଗିରି,୯ା୧ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଉତ୍ପାଦିତ ହଳଦୀ ଆମାଜନରେ ବିକ୍ରି ହେବ। ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବାର୍ଷିକ ୫୦ ଟନରୁ ଉର୍ଦ୍ଧ୍ୱ...

ସମ୍ବର୍ଦ୍ଧିତ ହେଲେ କରୋନା ଯୋଦ୍ଧା

ଢେଙ୍କାନାଳ ଅଫିସ, ୧୯।୪ – ଢେଙ୍କାନାଳ ପୌରାଞ୍ଚଳର ସିମିଳିଆ ଅଞ୍ଚଳର ନାରୀଶକ୍ତି ସଂଘ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଶନିବାର ସମ୍ବର୍ଦ୍ଧିତ କରାଯାଇଛି। ପୋଲିସ, ଅଙ୍ଗନୱାଡି କର୍ମୀ,...

ଜିକେ ଭଟ୍ଟର ହସ୍‌ପିଟାଲରେ ଭଙ୍ଗାରୁଜା ଘଟଣା: ବସିଲା ଶାନ୍ତି କମିଟି ବୈଠକ

ଜଳେଶ୍ୱର, ୨୫ା୮-ଜଳେଶ୍ୱର ଜିକେଭଟ୍ଟର ହସପିଟାଲରେ ହୋଇଥିବା ଭଙ୍ଗାରୁଜା ଘଟଣାକୁ ନେଇ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଆବାହକତ୍ୱରେ ଶନିବାର ଜଳେଶ୍ୱର ବ୍ଲକ ସମ୍ମିଳନୀ କକ୍ଷରେ...

ଦିଗହରା ନାବିକଙ୍କ ଲୋମଟାଙ୍କୁରା କାହାଣୀ: ଆଉ କେବେ ସମୁଦ୍ରକୁ ଯିବିନାହିଁ’

ଅଗଷ୍ଟ ୨୮ ତାରିଖ। ଛୋଟ ବୋଟ୍‌ (ସ୍ଥାନୀୟ ଭାଷାରେ ଟାପା)ରେ ରାଶନ ସାମଗ୍ରୀ ସହ ଏକ ନୂଆ ସ୍କୁଟି ଲଦି ପୋର୍ଟବ୍ଲେୟାରରୁ ବାହାରିଥିଲେ ନାବିକ ଅମ୍ରିତ...

ମିଳୁନି ଟୁଙ୍ଗି ପୁନରୁଦ୍ଧାର ସହାୟତା

ବେଗୁନିଆ,୨୦ା୫ (ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ବହୁ ବିକାଶମୂଳକ ଯୋଜନା ମଧ୍ୟରୁ ଭାଗବତ ଟୁଙ୍ଗି ପୁନରୁଦ୍ଧାର ଯୋଜନା ଅନ୍ୟତମ। ଗଁା ଗହଳିରେ ରହିଥିବା ଝାଟିମାଟି ଟୁଙ୍ଗିର ପୁନରୁଦ୍ଧାର...

Advertisement
Archives

Model This Week