ନୟାଗଡ଼ ଅଫିସ/ରଣପୁର,୯।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗଁାରେ କଙ୍ଗାରୁ କୋର୍ଟ ନେଇଛି ଜଣେ ଯୁବକଙ୍କ ଜୀବନ। ମୃତ ଯୁବକ ହେଲେ ସୁନନ୍ଦ ବେହେରା(୩୫)। ଅନ୍ୟପକ୍ଷେ ଡାକ୍ତରଙ୍କ ଯୋଗୁ ଗଁାରେ କଙ୍ଗାରୁ କୋର୍ଟ ବସିଥିଲା। ସେହି କୋର୍ଟରେ ଦଣ୍ଡ ମିଳିବା ପରେ ସ୍ବାମୀ ଆମତ୍ହତ୍ୟା କରିଛନ୍ତି ବୋଲି ମୃତକଙ୍କ ସ୍ତ୍ରୀ ରଣପୁର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୨୩୬/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୋମବାର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ସୁନନ୍ଦଙ୍କ ସ୍ତ୍ରୀ ଗୀତାଞ୍ଜଳି ବେହେରାଙ୍କ ଅଭିଯୋଗ ଅନୁଯାୟୀ, ସ୍ବାମୀ ସୁନନ୍ଦ ନିଜର ଜଣେ ସମ୍ପର୍କୀୟଙ୍କୁ ନେଇ ଶନିବାର ଦର୍ପନାରାୟଣପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ଡାକ୍ତର ଥିଲେ ମଧ୍ୟ ସେବା ମିଳି ନ ଥିଲା। ଡାକ୍ତର ମିଟିଂ ଅଛି କହି ରୋଗୀ ଦେଖି ନ ଥିଲେ। ସୁନନ୍ଦ ଏଥିପାଇଁ ଡାକ୍ତରଖାନାରେ ପାଟିତୁଣ୍ଡ କରି ରୋଗୀଙ୍କୁ ଫେରାଇ ଆଣିଥିଲେ। ତେବେ ଘଟଣା ସମ୍ପର୍କରେ ଡାକ୍ତର ପୋଲିସକୁ ନ ଜଣାଇ ଗଁା ସଭାପତିଙ୍କୁ ଜଣାଇଥିଲେ। ଗଁା ସଭାପତିଙ୍କ ତାଗିଦ୍ ଅନୁସାରେ ସୁନନ୍ଦ ଭୁଲ ମାଗିବାକୁ ଡାକ୍ତରଙ୍କ ପାଖକୁ ଶନିବାର ଯାଇଥିଲେ। ହେଲେ ଡାକ୍ତରଙ୍କ ସାକ୍ଷାତ ନ ପାଇବାରୁ ଫେରି ଆସିଥିଲେ। ରବିବାର ଫୋନ ଯୋଗେ ଡାକ୍ତରଙ୍କୁ ଭୁଲ ମାଗିଥିଲେ। ଭୁଲ ମାଗିବା ପରେ ବି ସୁନନ୍ଦଙ୍କୁ କଙ୍ଗାରୁ କୋର୍ଟ ବସାଇ ୮ ହଜାର ଜରିମାନା ଦେବାକୁ ବାଧ୍ୟ କରାଯାଇଥିଲା। ଏଥିରେ ସୁନନ୍ଦ ମାନସିକ ଭାରସାମ୍ୟ ହରାଇ ସୋମବାର ଆମତ୍ହତ୍ୟା କରିଥିବା ଗୀତାଞ୍ଜଳି ଅଭିଯୋଗ କରିଛନ୍ତି। ଏନେଇ ରଣପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା କୁହନ୍ତି, ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗଁାର ସଭାପତି ଓ ଡାକ୍ତର କ’ଣ ପାଇଁ ଏ ସଂକ୍ରାନ୍ତରେ ପୋଲିସକୁ ଜଣାଇଲେ ନାହିଁ ତାର ଅନୁଧ୍ୟାନ ଚାଲିଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
Posted inHome Left, ଆମ ଜିଲା ଖବର, ନୟାଗଡ଼ View All
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…
ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…
ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…
ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ
ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

