କଙ୍ଗାରୁ କୋର୍ଟ ନେଲା ଜୀବନ

ନୟାଗଡ଼ ଅଫିସ/ରଣପୁର,୯।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗଁାରେ କଙ୍ଗାରୁ କୋର୍ଟ ନେଇଛି ଜଣେ ଯୁବକଙ୍କ ଜୀବନ। ମୃତ ଯୁବକ ହେଲେ ସୁନନ୍ଦ ବେହେରା(୩୫)। ଅନ୍ୟପକ୍ଷେ ଡାକ୍ତରଙ୍କ ଯୋଗୁ ଗଁାରେ କଙ୍ଗାରୁ କୋର୍ଟ ବସିଥିଲା। ସେହି କୋର୍ଟରେ ଦଣ୍ଡ ମିଳିବା ପରେ ସ୍ବାମୀ ଆମତ୍ହତ୍ୟା କରିଛନ୍ତି ବୋଲି ମୃତକଙ୍କ ସ୍ତ୍ରୀ ରଣପୁର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୨୩୬/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୋମବାର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ସୁନନ୍ଦଙ୍କ ସ୍ତ୍ରୀ ଗୀତାଞ୍ଜଳି ବେହେରାଙ୍କ ଅଭିଯୋଗ ଅନୁଯାୟୀ, ସ୍ବାମୀ ସୁନନ୍ଦ ନିଜର ଜଣେ ସମ୍ପର୍କୀୟଙ୍କୁ ନେଇ ଶନିବାର ଦର୍ପନାରାୟଣପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ଡାକ୍ତର ଥିଲେ ମଧ୍ୟ ସେବା ମିଳି ନ ଥିଲା। ଡାକ୍ତର ମିଟିଂ ଅଛି କହି ରୋଗୀ ଦେଖି ନ ଥିଲେ। ସୁନନ୍ଦ ଏଥିପାଇଁ ଡାକ୍ତରଖାନାରେ ପାଟିତୁଣ୍ଡ କରି ରୋଗୀଙ୍କୁ ଫେରାଇ ଆଣିଥିଲେ। ତେବେ ଘଟଣା ସମ୍ପର୍କରେ ଡାକ୍ତର ପୋଲିସକୁ ନ ଜଣାଇ ଗଁା ସଭାପତିଙ୍କୁ ଜଣାଇଥିଲେ। ଗଁା ସଭାପତିଙ୍କ ତାଗିଦ୍‌ ଅନୁସାରେ ସୁନନ୍ଦ ଭୁଲ ମାଗିବାକୁ ଡାକ୍ତରଙ୍କ ପାଖକୁ ଶନିବାର ଯାଇଥିଲେ। ହେଲେ ଡାକ୍ତରଙ୍କ ସାକ୍ଷାତ ନ ପାଇବାରୁ ଫେରି ଆସିଥିଲେ। ରବିବାର ଫୋନ ଯୋଗେ ଡାକ୍ତରଙ୍କୁ ଭୁଲ ମାଗିଥିଲେ। ଭୁଲ ମାଗିବା ପରେ ବି ସୁନନ୍ଦଙ୍କୁ କଙ୍ଗାରୁ କୋର୍ଟ ବସାଇ ୮ ହଜାର ଜରିମାନା ଦେବାକୁ ବାଧ୍ୟ କରାଯାଇଥିଲା। ଏଥିରେ ସୁନନ୍ଦ ମାନସିକ ଭାରସାମ୍ୟ ହରାଇ ସୋମବାର ଆମତ୍ହତ୍ୟା କରିଥିବା ଗୀତାଞ୍ଜଳି ଅଭିଯୋଗ କରିଛନ୍ତି। ଏନେଇ ରଣପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା କୁହନ୍ତି, ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗଁାର ସଭାପତି ଓ ଡାକ୍ତର କ’ଣ ପାଇଁ ଏ ସଂକ୍ରାନ୍ତରେ ପୋଲିସକୁ ଜଣାଇଲେ ନାହିଁ ତାର ଅନୁଧ୍ୟାନ ଚାଲିଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri