ଡେଲାଙ୍ଗରେ ଲୁଣାର ଉଗ୍ରରୂପ

ପୁରୀ ଅଫିସ/କଣାସ/ଡେଲାଙ୍ଗ/ନିମାପଡ଼ା (ସ୍ବ.ପ୍ର./ଡି.ଏନ୍‌.ଏ), ୨ା୯ : ଦୟା, ରାଜୁଆ, ଭାର୍ଗବୀ, ଧନୁଆ ପରେ ଏବେ ପୁରୀ ଜିଲାରେ ଲୁଣା ନଦୀ ଉଗ୍ରରୂପ ଧାରଣ କରିଛି। ଲୁଣା ନଦୀର ପାଣି ଡେଲାଙ୍ଗ ବ୍ଲକର ଅନେକ ଅଞ୍ଚଳକୁ ବୁଡ଼ାଇ ଦେଇଛି। ବିଶେଷକରି ଡେଲାଙ୍ଗ-କଣାସ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ବହୁ ଗଁା ଭିତରେ ବି ପାଣି ପଶିଛି। ସେପଟେ ଦୟାରୁ ପାଣି ଖସୁ ନ ଥିବାରୁ କଣାସ ଅଞ୍ଚଳବାସୀ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ଶହ ଶହ ପରିବାର ଘରଦ୍ୱାର ଛାଡ଼ିି ନଦୀ ବନ୍ଧରେ ରହିଥିବା ବେଳେ ଅନେକ ପରିବାର କୋଠା ଛାତରେ ଆଶ୍ରୟ ନେଇଛନ୍ତି। ଦୟା ଓ ରାଜୁଆ ନଦୀର ଘାଇ ଦେଇ ଏବେ ବି କଣାସର ବିଭିନ୍ନ ଅଞ୍ଚଳକୁ ପାଣି ମାଡୁଛି। ସେହିପରି ପୁରୀ ସଦର ବ୍ଲକରେ ଭାର୍ଗବୀ, ନିମାପଡ଼ା ବ୍ଲକରେ ଧନୁଆ ନଦୀ ବନ୍ଧବାଡ଼ ଦେଇ ଜନବସତିକୁ ପଶିଥିବା ବେଳେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଦିଆଯାଉଥିଲେ ବି ଅନେକ ବିପନ୍ନ ବଞ୍ଚତ୍ତ ରହିଛନ୍ତି।
ଦୟା ନଦୀର ଉଦ୍‌ବୃତ୍ତ ବନ୍ୟାଜଳ କଣ୍ଟି କାଜ ଦେଇ ପ୍ରଥମେ ଲୁଣା ନଦୀରେ ପଡ଼ିଥିଲା। କିନ୍ତୁ ଦୟାରେ ବନ୍ୟାପାଣି ବଢୁଥିବାରୁ ଲୁଣାନଦୀ ପାଣି ଉଛୁଳି ଚାଇଁପୁର, ଅରିଶଲ, ସିଂହବ୍ରହ୍ମମପୁର, ଡେଲାଙ୍ଗ କୋଠବାଡ଼, ସୁଜନପୁର ଓ ମୁନିନ୍ଦା ପଞ୍ଚାୟତରେ ପଶିଛି। ତେଣୁ ବିଭିନ୍ନ ରାସ୍ତାରେ ବନ୍ୟାପାଣିର ସୁଅ ଛୁଟୁଥିବାବେଳେ ଅନେକ ଗଁା ପ୍ରଭାବିତ ହୋଇଛି। ମୁନିନ୍ଦା ପଞ୍ଚାୟତରେ ବନ୍ୟାପାଣି ଅଧିକ କ୍ଷତି ଘଟାଇଛି। ପଞ୍ଚାୟତର ଶଙ୍ଖପାଟ, ଡାକପଡ଼ା, ବେଲପଡ଼ା, ମୁନିନ୍ଦା ଗଁା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଡେଲାଙ୍ଗ-କଣାସ ରାସ୍ତାର ଡେଲାଙ୍ଗରୁ ମୁନିନ୍ଦା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଫୁଟେ ଦେଢଫୁଟର ପାଣି ଚାଲୁଛି। ସେହିପରି ବେରବୋଇ ଲେଭଲ କ୍ରସିଂଠାରୁ ଡେଲାଙ୍ଗ ହାଟ ମଧ୍ୟରେ ରାମଚନ୍ଦ୍ରପୁର, ପ୍ରାଣୀ ଚିକିତ୍ସାଳୟ ଆଦି ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି। ମୁନିନ୍ଦା ପଞ୍ଚାୟତର ସେବତୀପୁର, ବରକେରା, ମୋହନପୁର, ଚାନ୍ଦୋଳ, ଅଳଉତା ଏବଂ ସାନମୁନିନ୍ଦା ଗଁାର ଗହୀର ସମ୍ପୂର୍ଣ୍ଣ ବୁଡ଼ିଯାଇଛି। ଯଦି ପାଣି ନ କମେ ତେବେ ଉପରୋକ୍ତ ଗଁା ଭିତରକୁ ପାଣି ପଶିବା ସମ୍ଭାବନା ରହିଛି। ସେହିପରି କଣାସ ବ୍ଲକରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଦୟା ନଦୀର ନୂଆସାହି ଘାଇ ଯୋଗୁ ପ୍ରାୟ ୨୦ ହଜାର ଲୋକ ବିପନ୍ନ ହୋଇପଡ଼ିଛନ୍ତି। ଉଜୁଡ଼ିଯାଇଛି ଚାଷ। ଗଁା, ଘର ବନ୍ୟାପାଣିରେ ଏକାକାର ହୋଇଯାଇଛି। ଘର ଭିତରେ ୫/୬ ଫୁଟର ପାଣିଥିବାବେଳେ ରାସ୍ତା ଉପରେ ବି ସୁଅ ଚାଲୁଛି। ପାଣ୍ଡିଆକେରା, ଗଡ଼ବଡପୁଟ, ସାନପୁଟ ପଞ୍ଚାୟତର ପ୍ରାୟ ୩୦ ଗଁାରେ ବନ୍ୟା ପାଣି ବଢୁଥିବାରୁ ସ୍ଥିତି ଜଟିଳ ହେବାରେ ଲାଗିଛି। ଗୃହପାଳିତ ପ୍ରାଣୀଙ୍କ ଅବସ୍ଥା ମଧ୍ୟ ଦୟନୀୟ ହୋଇପଡ଼ିଛି। କଣାସର ଅନେକ ପରିବାର ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପକ୍ଷରୁ ଗୋଟିଏ ବେଳା ରନ୍ଧାଖାଦ୍ୟ ଦିଆଯାଉଛି। ତଥାପି ଅନେକ ବିପନ୍ନଙ୍କ ପାଖରେ କୌଣସି ସହାୟତା ପହଞ୍ଚତ୍ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri