ନେଗେଟିଭ ରୋଲ୍‌ ପାଇଁ ଶ୍ରୀୟା ଖୁସି

ମୁମ୍ବାଇ: ୨୦୧୮ରେ ରିଲିଜ ହୋଇଥିବା କ୍ରାଇମ୍‌ ଥ୍ରୀଲର ଫିଲ୍ମ ‘ଅନ୍ଧାଧୂନ’କୁ ଅନେକ ଦର୍ଶକ ପ୍ରଶଂସା କରିଥିଲେ। ଏହି ଫିଲ୍ମରେ ଅଭିନେତ୍ରୀ ତବୁଙ୍କ ନେଗେଟିଭ ଚରିତ୍ରକୁ ସିନେ ସମୀକ୍ଷକଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଖୁବ ପସନ୍ଦ କରିଥିଲେ। ‘ଅନ୍ଧାଧୂନ’ର ତେଲୁଗୁ ରିମେକ୍‌ ହେବାକୁ ଯାଉଥିବାବେଳେ ସେଥିରେ ଅଭିନେତ୍ରୀ ଶ୍ରୀୟା ସରନଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଚାଲିଛି। ତବୁଙ୍କ ଭୂମିକାରେ ସେ ନଜର ଆସିବେ । ସେହିପରି ଅଭିନେତା ନୀତୀନ ଆୟୁଷ୍ମାନ ଖୁରାନାଙ୍କ ଭୂମିକା ନିର୍ବାହ କରିବେ। ଏନ୍‌. ସୁଧାକର ରେଡ୍ଡି ଏବଂ ନିକିତା ରେଡ୍ଡି ଏହାର ପ୍ରଯୋଜନା କରୁଛନ୍ତି। ଅବଶ୍ୟ ଫିଲ୍ମର ଟାଇଟଲ କ’ଣ ରହିବ ତାହା ଜଣାପଡ଼ି ନାହିଁ । ଏହି ଫିଲ୍ମରେ ପୂର୍ବରୁ ନୟନତାରା, ଅନସୂୟା ଭରଦ୍ୱାଜ୍‌, ରମ୍ୟା କ୍ରିଷ୍ଣନ୍‌, ଇଲିୟାନାଙ୍କୁ ରୋଲ ମିଳିବ ବୋଲି ଶୁଣାଯାଉଥିଲା। କିନ୍ତୁ ୩୭ବର୍ଷୀୟା ଶ୍ରୀୟାଙ୍କୁ ଏହି ଫିଲ୍ମ ପାଇଁ ଗ୍ରୀନ୍‌ ସିଗ୍‌ନାଲ ମିଳିଯାଇଛି। ନୂଆ ରୋଲ୍‌ରେ ନଜର ଆସୁଥିବାରୁ ଶ୍ରୀୟ ଏଥିପାଇଁ ବହୁତ ଖୁସି ଅଛନ୍ତି ବୋଲି ନିଜ ଇନ୍‌ଷ୍ଟାରେ ପୋଷ୍ଟ କରି ଜଣାଇଛନ୍ତି। ତେବେ ଦେଖିବାକୁ ବାକି ରହିଲା ନେଗେଟିଭ୍‌ କ୍ୟାରେକ୍ଟରରେ ଶ୍ରୀୟା ଦର୍ଶକଙ୍କ ହୃଦୟ କିଣିପାରୁଛନ୍ତି କି ନାହିଁ। ଅନ୍ୟପଟେ ନୀତୀନଙ୍କର ମଧ୍ୟ ବହୁ ଫ୍ୟାନ୍‌ ଅଛନ୍ତି। ‘ଅନ୍ଧାଧୂନ’ ଫିଲ୍ମ ୩ଟି ଜାତୀୟ ପୁରସ୍କାର ହାସଲ କରିଥିବାବେଳ ଆୟୁଷ୍ମାନ ବେଷ୍ଟ ଆକ୍ଟର ଏବଂ ବେଷ୍ଟ ସ୍କ୍ରିନ ପ୍ଲେୟାର ଆଓ୍ବାର୍ଡ ପାଇଥିଲେ। ତେବେ ତେଲୁଗୁ ରିମେକ୍‌ରେ ନୀତୀନ ଶତପ୍ରତିଶତ ଆକ୍ଟିଂ କରିବାକୁ ସମର୍ଥ କି ନାହିଁ ତାହା ତ ଫିଲ୍ମ ଆସିଲେ ଜଣାପଡ଼ିବ। ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଶ୍ରୀୟାଙ୍କୁ ଆଗକୁ ଏସ .ଏସ. ରାଜମୌଲିଙ୍କ ‘ଆର୍‌ଆର୍‌ଆର୍‌’ରେ ଅଭିନେତା ଅଜୟ ଦେବଗନଙ୍କ ବିପକ୍ଷରେ ଏକ କ୍ଷୁଦ୍ର ଭୂମିକାରେ ମଧ୍ୟ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri