ନେଗେଟିଭ ରୋଲ୍‌ ପାଇଁ ଶ୍ରୀୟା ଖୁସି

ମୁମ୍ବାଇ: ୨୦୧୮ରେ ରିଲିଜ ହୋଇଥିବା କ୍ରାଇମ୍‌ ଥ୍ରୀଲର ଫିଲ୍ମ ‘ଅନ୍ଧାଧୂନ’କୁ ଅନେକ ଦର୍ଶକ ପ୍ରଶଂସା କରିଥିଲେ। ଏହି ଫିଲ୍ମରେ ଅଭିନେତ୍ରୀ ତବୁଙ୍କ ନେଗେଟିଭ ଚରିତ୍ରକୁ ସିନେ ସମୀକ୍ଷକଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଖୁବ ପସନ୍ଦ କରିଥିଲେ। ‘ଅନ୍ଧାଧୂନ’ର ତେଲୁଗୁ ରିମେକ୍‌ ହେବାକୁ ଯାଉଥିବାବେଳେ ସେଥିରେ ଅଭିନେତ୍ରୀ ଶ୍ରୀୟା ସରନଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଚାଲିଛି। ତବୁଙ୍କ ଭୂମିକାରେ ସେ ନଜର ଆସିବେ । ସେହିପରି ଅଭିନେତା ନୀତୀନ ଆୟୁଷ୍ମାନ ଖୁରାନାଙ୍କ ଭୂମିକା ନିର୍ବାହ କରିବେ। ଏନ୍‌. ସୁଧାକର ରେଡ୍ଡି ଏବଂ ନିକିତା ରେଡ୍ଡି ଏହାର ପ୍ରଯୋଜନା କରୁଛନ୍ତି। ଅବଶ୍ୟ ଫିଲ୍ମର ଟାଇଟଲ କ’ଣ ରହିବ ତାହା ଜଣାପଡ଼ି ନାହିଁ । ଏହି ଫିଲ୍ମରେ ପୂର୍ବରୁ ନୟନତାରା, ଅନସୂୟା ଭରଦ୍ୱାଜ୍‌, ରମ୍ୟା କ୍ରିଷ୍ଣନ୍‌, ଇଲିୟାନାଙ୍କୁ ରୋଲ ମିଳିବ ବୋଲି ଶୁଣାଯାଉଥିଲା। କିନ୍ତୁ ୩୭ବର୍ଷୀୟା ଶ୍ରୀୟାଙ୍କୁ ଏହି ଫିଲ୍ମ ପାଇଁ ଗ୍ରୀନ୍‌ ସିଗ୍‌ନାଲ ମିଳିଯାଇଛି। ନୂଆ ରୋଲ୍‌ରେ ନଜର ଆସୁଥିବାରୁ ଶ୍ରୀୟ ଏଥିପାଇଁ ବହୁତ ଖୁସି ଅଛନ୍ତି ବୋଲି ନିଜ ଇନ୍‌ଷ୍ଟାରେ ପୋଷ୍ଟ କରି ଜଣାଇଛନ୍ତି। ତେବେ ଦେଖିବାକୁ ବାକି ରହିଲା ନେଗେଟିଭ୍‌ କ୍ୟାରେକ୍ଟରରେ ଶ୍ରୀୟା ଦର୍ଶକଙ୍କ ହୃଦୟ କିଣିପାରୁଛନ୍ତି କି ନାହିଁ। ଅନ୍ୟପଟେ ନୀତୀନଙ୍କର ମଧ୍ୟ ବହୁ ଫ୍ୟାନ୍‌ ଅଛନ୍ତି। ‘ଅନ୍ଧାଧୂନ’ ଫିଲ୍ମ ୩ଟି ଜାତୀୟ ପୁରସ୍କାର ହାସଲ କରିଥିବାବେଳ ଆୟୁଷ୍ମାନ ବେଷ୍ଟ ଆକ୍ଟର ଏବଂ ବେଷ୍ଟ ସ୍କ୍ରିନ ପ୍ଲେୟାର ଆଓ୍ବାର୍ଡ ପାଇଥିଲେ। ତେବେ ତେଲୁଗୁ ରିମେକ୍‌ରେ ନୀତୀନ ଶତପ୍ରତିଶତ ଆକ୍ଟିଂ କରିବାକୁ ସମର୍ଥ କି ନାହିଁ ତାହା ତ ଫିଲ୍ମ ଆସିଲେ ଜଣାପଡ଼ିବ। ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଶ୍ରୀୟାଙ୍କୁ ଆଗକୁ ଏସ .ଏସ. ରାଜମୌଲିଙ୍କ ‘ଆର୍‌ଆର୍‌ଆର୍‌’ରେ ଅଭିନେତା ଅଜୟ ଦେବଗନଙ୍କ ବିପକ୍ଷରେ ଏକ କ୍ଷୁଦ୍ର ଭୂମିକାରେ ମଧ୍ୟ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ରକ୍ଷାବନ୍ଧନର ବିଶେଷ ଉପହାର ପଠାଇଲେ ବାବା ରାମଦେବ, ଜାଣନ୍ତୁ କ’ଣ ଦେଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୮: ରାଜନୈତିକ ଓ ସାର୍ବଜନୀନ ଜୀବନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ମଧ୍ୟରେ ସଂଳାପର ଆବଶ୍ୟକତା ଉପରେ ବଡ଼ ବାର୍ତ୍ତା ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ। ହରିଦ୍ୱାରରେ…

ପାର୍ବଣକୁ ନେଇ ପୁରୁଷୋତ୍ତମପୁର ପୋଲିସର କଡ଼ା ପଦକ୍ଷେପ: ମନଇଚ୍ଛା ହୋଇପାରିବନି ପୂଜା କି ଭସାଣି

ପୁରୁଷୋତ୍ତମପୁର,୨୮ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ପୂଜା, ପାର୍ବଣକୁ ଗୁରୁତ୍ୱ ଦେଇ ପୁରୁଷୋତ୍ତମପୁର ପୋଲିସ କଡ଼ା ପଦକ୍ଷେପ ନେଇଛି। ଯେପରି…

ଛାତ ଉପରେ ଶର୍ଟ ଉଡାଇଲେ ଯୁବକ, ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର: ନେପାଳର ବନ୍ୟାର ଛାତିଥରା ଭିଡିଓ ଭାଇରାଲ

କାଠମାଣ୍ଡୁ,୨୮।୮: ପ୍ରକୃତି ନେପାଳରେ ତାଣ୍ଡବ ସୃଷ୍ଟି କରିଛି। ସବୁଠି ପାଣି, କାଦୁଅ ଏବଂ ବିନାଶ ଦୃଶ୍ୟମାନ ହେଉଛି। ନଦୀଗୁଡ଼ିକ ପ୍ରବାହିତ ହେଉଛି, ରାସ୍ତାଗୁଡ଼ିକ ଭାସି ଯାଇଛି ଏବଂ…

ଅବ୍ୟବସ୍ଥା ଘେରରେ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର: ବର୍ଷା ଦିନେ ଛାତରୁ ଝରୁଛି ପାଣି

କର୍ଲାମୁଣ୍ଡା,୨୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ ବର୍ଷା ହେଲେ ପାଣି ଝରୁଥିବାରୁ ରୋଗୀ ଓ ସ୍ବାସ୍ଥ୍ୟକର୍ମୀ ଅସୁବିଧାରେ ପଡ଼ୁଥିବା…

ବିଧାନସଭାର ପୁରୁଣା ପରମ୍ପରା ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ବିଜୟ: କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ

ଚେନ୍ନାଇ,୨୮।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ଗୁରୁବାର ବିଧାନସଭାରେ ଏକ ପୁରୁଣା ପରମ୍ପରା ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି। ବିଧାନସଭାର ଅପରାହ୍ନ ଅଧିବେଶନ ସମୟରେ ସେ ନିଜ ପାଇଁ ନିର୍ଦ୍ଧାରିତ…

ଜିଲାପାଳ, ସିଡିଓ, ପୌରାଧ୍ୟକ୍ଷା, ଇଓଙ୍କୁ ରାଖି ବାନ୍ଧିଲେ ସଫେଇ କର୍ମଚାରୀ

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ପବିତ୍ର ରକ୍ଷା ବନ୍ଧନ ଅବସରରେ ଶୁକ୍ରବାର ବଲାଙ୍ଗୀର ମ୍ୟୁନିସିପାଲିଟି ପକ୍ଷରୁ ସ୍ବତନ୍ତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ‘ସୁରକ୍ଷାର ସାକ୍ଷୀ ରାଖି’ ପାଳନ କରାଯାଇଛି।…

ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍‌ ସିଙ୍ଗର୍‌, ସଙ୍ଗୀତରୁ…

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…

ନେପାଳ ବନ୍ୟାରେ ଜୀବନ ରକ୍ଷା କଲା ହାଇଡ୍ରୋପାୱାର ସୁଡ଼ଙ୍ଗ, ବଞ୍ଚିଗଲେ ୩୫୦

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ମଧ୍ୟରେ ଅପର ତ୍ରିଶୂଳୀ ହାଇଡ୍ରୋପାୱାର ପ୍ରକଳ୍ପର ଏକ ସୁଡ଼ଙ୍ଗ ଶତାଧିକ ଲୋକଙ୍କ ପାଇଁ ଜୀବନରକ୍ଷକ ପାଲଟିଛି। ବନ୍ୟାଜଳ ସହ ମାଟି, ପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri