ପୀଡ଼ିତାଙ୍କ ପରିବାରକୁ ୫ଲକ୍ଷ କ୍ଷତିପୂରଣ ଦେବାକୁ ବୀମା କମ୍ପାନୀକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧।୬ବ୍ୟୁରୋ): ରଥଯାତ୍ରା ସମୟରେ ହୋଇଥିବା ଦଳା ଚକଟାରେ ପ୍ରାଣ ହରାଇଥିବା ଜଣେ ମହିଳାଙ୍କ ନିକଟ ସମ୍ପର୍କୀୟଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଏକ ବୀମା କମ୍ପାନୀକୁ ଓଡ଼ିଶା ରାଜ୍ୟ ମାନବ ଅଧିକାର କମିଶନ(ଓଏଚ୍‌ଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି। ମୃତା ସରସ୍ବତୀ ମଲ୍ଲିକଙ୍କ ସ୍ବାମୀ ହଗୁରୀଙ୍କ ଆବେଦନର ଶୁଣାଣି କରି ଓଏଚ୍‌ଆର୍‌ସି ଆସନ୍ତା ୩୦ଦିନ ମଧ୍ୟରେ ଏହି ସହାୟତା ରାଶି ପ୍ରଦାନ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ ୨୦୧୮ ମସିହାରେ ରଥଯାତ୍ରା ସମୟରେ ସରସ୍ବତୀ ଏବଂ ଅନ୍ୟ କିଛି ଶ୍ରଦ୍ଧାଳୁ ଦଳାଚକଟାର ଶିକାର ହୋଇଥିଲେ। ଏଥିରେ ଗୁରୁତର ହୋଇଥିବା ସରସ୍ବତୀଙ୍କୁ ପ୍ରଥମେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲ। ପରେ ତାଙ୍କୁ କଟକ ଏସ୍‌ସିସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସରସ୍ବତୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ବୀମା କମ୍ପାନୀକୁ ସୁପାରିସ କରିଥିଲେ ସୁଦ୍ଧା ବୀମା କମ୍ପାନୀ ମୃତଦେହ ବ୍ୟବଚ୍ଛେଦ ହୋଇ ନ ଥିବା ଆଳ ଦେଖାଇ କିଛି ଶୁଣୁ ନ ଥିଲେ। ଫଳରେ ହଗୁରି କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୀମା ବିବାଦ: ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର,୨୬ା୨(ବ୍ୟୁରୋ):ସୀମା ବିବାଦ ଓ ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାନସଭାରେ ପୁଣି ହଙ୍ଗାମା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସମୟ ୧୯୬୮ ମସିହାରୁ...

ଶେଷ ପର୍ଯ୍ୟାୟରେ ଚାରିନାହାକା କାମ

ପୁରୀ ଅଫିସ,୨୩ା୫: ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋର୍‌ଦାର ଚାଲିଛି। ତିନିରଥର ମୁଖ୍ୟ ମହାରଣା ସେବକଙ୍କ ନେତୃତ୍ୱରେ ରଥଖଳାରେ କାମ ଜାରି ରହିଥିବାବେଳେ ଶୁକ୍ରବାର...

ପାରାଦୀପ ବନ୍ଦରରେ ପୁଣି ଏକ ବୃହତ୍‌ ଜାହାଜ ଲାଗିଲା

ପାରାଦୀପ,୨୧ା୩(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ରବିବାର ରାତିରେ ପୁଣି ଏକ ବୃହତ ଜାହାଜ ଏମ୍‌.ଭି ଲିଲା ଲିସବନ୍‌ ଲାଗିଛି। ଏଥିରେ ୧ ଲକ୍ଷ ୩୪ ହଜାର ୩୭୫...

ପୁରୀ ଜିଲା ଚିଠି: ବାଡ଼ ଖାଉଛି ଫସଲ

ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ମଧ୍ୟରୁ ପ୍ରସିଦ୍ଧ ହେଉଛି ରଥଯାତ୍ରା। ପବିତ୍ର ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଏହା ଅନୁଷ୍ଠିତ ହୋଇଥାଏ। ଏହା କେବଳ ପୁରୀ...

ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ କଲେ ମହିଳା ମୋର୍ଚ୍ଚା

ଭବାନୀପାଟଣା,୨୦।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଅପହରଣ ଓ ହତ୍ୟା ଘଟଣା ନେଇ ବୁଧବାର ଜିଲା...

ଗ୍ରାମବାସୀ ତିଆରି କଲେ କାଠପୋଲ

ସମ୍ବଲପୁର/ ନାକଟିଦେଉଳ,୧୦ା୯ (ବ୍ୟୁରୋ/ଡି.ଏନ.ଏ.): ବିକଶିତ ହେଉଛି ଦୁର୍ଗମ ଅଞ୍ଚଳ। ଏଭଳି ନାରା ଦେଉଛନ୍ତି ସରକାର। ହେଲେ ବାସ୍ତବ ଚିତ୍ର ଭିନ୍ନ। ସାମାନ୍ୟ ନାଳ ଉପରେ ପୋଲ...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୮୮୬ ପଜିଟିଭ୍‌

ଭୁବନେଶ୍ୱର,୧୭।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୮୬ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୧୬୯ ପିଲା ଅଛନ୍ତି। ସେହିପରି ୫୧୬ ଜଣ...

ଜଳାଭିଷେକ କରିବାକୁ ଆସି କେନାଲରେ ଭାସିଗଲେ କାଉଡ଼ିଆ

ପରଜଙ୍ଗ,୧ା୮(ଡି.ଏନ୍‌.ଏ.): ଜଳାଭିଷେକ କରିବାକୁ ଆସି କେନାଲରେ ଭାସି ଯାଇଛନ୍ତି ଜଣେ କାଉଡ଼ିଆ। ଏଭଳି ଅଘଟଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋଗାଁସ୍ଥିତ...

Advertisement
Archives

Model This Week