Posted inଖେଳ

ଟି୨୦ ସିରିଜ ହାରିଲା ଭାରତୀୟ ମହିଳା ଦଳ

ଚେଲମ୍ସଫର୍ଡ,୧୬।୭: ଭାରତ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୮ ଉଇକେଟରେ ବିଜୟୀ ହୋଇଛି। ଓପନର ଡ୍ୟାନି ହ୍ବେଟ୍‌ଙ୍କ ଅପରାଜିତ ୮୯ ରନ (୫୬ ବଲ, ୧୨ ଚୌକା, ୧ ଛକା)ର ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ବଳରେ ଇଂଲଣ୍ଡ ୮ ବଲ ବାକି ରଖି ଅତି ସହଜରେ ବିଜୟ ହାସଲ କରିଛି। ଏଥିସହ ଇଂଲଣ୍ଡ ୨-୧ରେ ସିରିଜ ବିଜୟ ହାସଲ କରିଛି। ସାରା ସିରିଜରେ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ନାତାଲି ସ୍କିଭର ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି। ସେହିପରି ମ୍ୟାଚ୍‌ ବିଜୟୀ ଇନିଂସ ପାଇଁ ହ୍ବେଟ୍‌ଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଭାବେ ପୁରସ୍କୃତ କରାଯାଇଥିଲା।
ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିତ୍ବା ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୫୩ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ୧୮.୪ ଓଭରରେ ୨ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲା। ଇଂଲଣ୍ଡ ତରଫରୁ ଅନ୍ୟତମ ଓପନର ଟମି ବିମଣ୍ଟ ୧୧, ସ୍କିଭର ୪୨ ଯଥାକ୍ରମେ ଦୀପ୍ତି ଶର୍ମା ଓ ସ୍ନେହ ରାଣାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅଧିନାୟିକା ହିଥର ନାଇଟ୍‌ ୬ ରନକରି ଅପରାଜିତ ରହିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଓପନର ସ୍ମୃତି ମାନ୍ଧନା ସର୍ବାଧିକ ୭୦ (୫୧ ବଲ, ୮ ଚୌକା, ୨ ଛକା), ଅଧିନାୟିକା ହରମନପ୍ରୀତ କୌର ୩୬, ଉଇକେଟକିପର ବ୍ୟାଟ୍ସଓମ୍ୟାନ ରିଚା ଘୋଷ ୨୦ ରନକରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଇଂଲଣ୍ଡ ତରଫରୁ ସୋଫି ଏକ୍ଲେଷ୍ଟୋନ ୩, କାଥେରାଇନ ବ୍ରଣ୍ଟ ୨ ଓ ସ୍କିଭର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଏହାପୂର୍ବରୁ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ମଧ୍ୟ ୧-୨ରେ ପରାସ୍ତ ହୋଇଥିଲା। ତେବେ ଏକମାତ୍ର ଟେଷ୍ଟରେ ଖରାପ ଆରମ୍ଭ କରିଥିଲେ ମଧ୍ୟ ପ୍ରତ୍ୟାବର୍ତ୍ତନ କରି ଭାରତ ଡ୍ର ରଖି ମନସ୍ତାତ୍ତ୍ୱିକ ବିଜୟ ହାସଲ କରିଥିଲା। ଏବେ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ଗସ୍ତ କରି ଏକମାତ୍ର ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବ।
ସଂକ୍ଷିପ୍ତ ସ୍କୋର:
ଭାରତ ୨୦ ଓଭରରେ ୧୫୩/୬
(ମାନ୍ଧନା- ୭୦, ହରମନପ୍ରୀତ- ୩୬, ରିଚା- ୨୦, ଏକ୍ଲେଷ୍ଟୋନ- ୩/୩୫, ବ୍ରଣ୍ଟ- ୨/୨୭, ସ୍କିଭର- ୧/୧୬)।
ଇଂଲଣ୍ଡ ୧୮.୪ ଓଭରରେ ୧୫୪/୨
(ହ୍ବେଟ- ୮୯*, ସ୍କିଭର- ୪୨, ଦୀପ୍ତି- ୧/୨୯, ରାଣା- ୧/୨୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆରୁ ଫେରି ବାପାଙ୍କ ସମାଧିସ୍ଥଳକୁ ଗଲେ ଏହି ଭାରତୀୟ କ୍ରିକେଟର, କୋରାନ ପଢ଼ି ଦେଲେ ଶ୍ରଦ୍ଧାଞ୍ଜଳି

ହାଇଦ୍ରାବାଦ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଜିତିବା ପରେ ସ୍ବଦେଶ ଫେରିଛି ଟିମ୍‌ ଇଣ୍ଡିଆ। ଏହି ସିରିଜ୍‌ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ଭାରତୀୟ ଯୁବ...

ଗୋଆ ପାଇଁ ଖେଳିବେ ଅର୍ଜୁନ

ନୂଆଦିଲ୍ଲୀ,୧୧ା୮: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏଣିକି ଗୋଆ ପାଇଁ ଖେଳିବେ। ଏନେଇ ୨୨ ବର୍ଷୀୟ ଅର୍ଜୁନ୍‌ ମୁମ୍ବାଇ କ୍ରିକେଟ ଆସୋସିଏନ...

ରେକର୍ଡ ଠାରୁ ହାତେ ଦୂରରେ ରିଜଓ୍ବାନ

ଆବୁଧାବି,୩।୧୧: ଗୋଟିଏ ବର୍ଷରେ ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ରନ୍‌ କରିବାର ରେକର୍ଡ ଠାରୁ ହାତେ ଦୂରରେ ଅଛନ୍ତି ପାକିସ୍ତାନ ଓପନର ମହମ୍ମଦ ରିଜଓ୍ବାନ। ଚମତ୍କାର ଫର୍ମରେ...

ବିଶ୍ୱକପ୍‌ ପୂର୍ବରୁ ଜିମରେ ଝାଳ ବୁହାଇଲେ ହାର୍ଦ୍ଧିକ

ମୁମ୍ବାଇ, ୨୦।୫: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଆଇପିଏଲରେ ସଫଳ ହେବା ପରେ ଏବେ ବିଶ୍ୱକପ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ...

କରୋନା ଆକ୍ରାନ୍ତ ହେଲେ ବିଶ୍ୱର ସବୁଠାରୁ ଦାମୀ ଫୁଟ୍‌ବଲ ଖେଳାଳି

ପ୍ୟାରିସ, ୩।୯: ଫ୍ରାନ୍ସର ଜଣାଶୁଣା ପ୍ରଫେଶନାଲ ଫୁଟ୍‌ବଲ କ୍ଲବ ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍‌ଜି)ର ୩ଜଣ ଖେଳାଳି କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପିଏସ୍‌ଜି...

ଧୋନୀଙ୍କ ଉପରେ ରାଗିଲେ କୋହଲିଙ୍କ ଫ୍ୟାନ

ନୂଆଦିଲ୍ଲୀ,୯।୧: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ପାକିସ୍ତାନ ପେସର ହାରିସ ରଫଙ୍କୁ ଉପହାର ସ୍ବରୂପ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଜର୍ସି...

ବକ୍ସିଂ ଡେ ଟେଷ୍ଟ: ପ୍ରଥମ ଦିନର ସମ୍ମାନ ନେଲା ଅଷ୍ଟ୍ରେଲିଆ

ମେଲବୋର୍ନ, ୨୬।୧୨- ସ୍ଥାନୀୟ ମେଲବୋର୍ନ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ଠାରେ ଗୁରୁବାରଠାରୁ ଘରୋଇ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ବକ୍ସିଂ...

ସଙ୍କଟରେ ରାଇନାଙ୍କ ସିଏସ୍‌କେ କ୍ୟାରିୟର

ଦୁବାଇ, ୧ା୯: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ହେବାକୁ ଯାଉଛି। ବିଭିନ୍ନ ଦଳର ଖେଳାଳିମାନେ ସେଠାରେ ପହଞ୍ଚତ୍ବା...

Advertisement
Archives

Model This Week