Posted inଖେଳ

୪୧ ବର୍ଷ ପରେ କ୍ୱାର୍ଟରରେ ଭାରତୀୟ ମହିଳା ହକି ଦଳ

ଟୋକିଓ,୧ା୮: ଭାରତୀୟ ମହିଳା ହକି ଦଳ ଇତିହାସ ରଚିଛି। ମହିଳା ଦଳ ଦୀର୍ଘ ୪୧ ବର୍ଷ ପରେ ପ୍ରଥମଥର ପାଇଁ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଚଳିତ ଟୋକିଓ ଅଲିମ୍ପିକ୍ସରେ ରାଣୀ ରାମପାଲଙ୍କ ନେତୃତ୍ୱାଧୀନ ଭାରତ ଏହି ଐତିହାସିକ ସଫଳତା ହାସଲ କରିଛି। ଶନିବାର ଭାରତ ପୁଲ୍‌ ଏ’ରେ ତା’ର ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଥିଲା। ତେବେ ଏହି ବିଜୟ କ୍ୱାର୍ଟର ଫାଇନାଲ ଟିକେଟ ପାଇଁ ଯଥେଷ୍ଟ ନ ଥିଲା। ଗ୍ରେଟ୍‌ ବ୍ରିଟେନ ଅନ୍ୟ ଏକ ପୁଲ୍‌ ଏ ମୁକାବିଲାରେ ଆୟର୍ଲାଣ୍ଡକୁ ୨-୦ ଗୋଲରେ ହରାଇବା ପରେ ଭାରତ ପାଇଁ ରାସ୍ତା ଫିଟି ଥିଲା। ବ୍ରିଟେନର ବିଜୟ ଭାରତ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା ଓ ଶେଷରେ ଭାରତ କ୍ୱାର୍ଟର ଫାଇନାଲ ଟିକେଟ ହାସଲ କରିଥିଲା। ଭାରତ ଏବେ କ୍ୱାର୍ଟର ଫାଇନାଲରେ ପୁଲ୍‌ ବି’ର ଶୀର୍ଷରେ ଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ସୋମବାର ଭେଟିବ। ପ୍ରତ୍ୟେକ ପୁଲ୍‌ର ଶ୍ରେଷ୍ଠ ୪ଟି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଫାକ୍‌ ୬ ବର୍ଷ ବାସନ୍ଦ

କାବୁଲ, ୧୧ା୫ (ପି.ଟି.)-ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବିି) ଉଇକେଟକିପର ବ୍ୟାଟ୍ସମ୍ୟାନ ସାଫିକୁଲ୍ଲା ସାଫାକ୍‌ଙ୍କୁ ୬ ବର୍ଷ ବାସନ୍ଦ କରିଛି। ଏହି ଖେଳାଳି ଉଭୟ ଆଫଗାନିସ୍ତାନ ପ୍ରିମିୟର...

ଆଇପିଏଲ୍‌ ଟ୍ରଫି ପାଇଁ କେକେଆରକୁ ଦରକାର ୧୯୩

ଦୁବାଇ,୧୫।୧୦: ଚଳିତ ଆଇପିଏଲରେ ଦୁବାଇ ଗ୍ରାଉଣ୍ଡରେ ଖେଳାଯାଇଥିବା ୮ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଆଉ ବିଜୟ ଲକ୍ଷ୍ୟର...

ଆଇସିସି ବିଶ୍ୱକପ: ପ୍ରତିଶୋଧ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା

ବର୍ମିଂହାମ, ୧୯।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ବୁଧବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଓ ଗତଥରର ଫାଇନାଲିଷ୍ଟ ନ୍ୟୁଜିଲାଣ୍ଡ ପରସ୍ପରକୁ...

ଧୋନୀଙ୍କ କ୍ଲବରେ ସାମିଲ ହେଲେ ସାମି

ତ୍ରିନିଦାଦ୍‌, ୨୪।୮: ଏଠାରେ ଚାଲିଥିବା କାରବୀୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୧୦ମ ମ୍ୟାଚରେ ଡାରେନ ସାମିଙ୍କ ନେତୃତ୍ୱାଧୀନ ସେଣ୍ଟ ଲୁସିଆ ଜୌକ୍ସ ୧୦ ରନରେ ଗୁୟାନା...

ଜଣେ ଝିଅ ରିଜେକ୍ଟ କରିବା ପରେ ଶିଖର ଧାଓ୍ବନ କହିଥିଲେ ଏମିତି କଥା

ମୁମ୍ବାଇ,୬।୪:ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଶିଖର ଧାୱନ ଜଣେ ଅତି ଶାନ୍ତ ସ୍ବଭାବର ବ୍ୟକ୍ତି ଭାବେ ଜଣାଶୁଣା। ଧାୱନ...

ୟୁଥ୍‌ ଲିଗ୍‌ ନିମନ୍ତେ ଫାଓ ଏକାଡେମୀ ଦଳ ଘୋଷିତ

କଟକ ଅଫିସ,୨୧ା୪-  ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ ଜାମସେଦପୁରଠାରେ ଆସନ୍ତା ୨୨ରୁ ହିରୋ ୟୁଥ୍‌ ଲିଗ୍‌ ଆରମ୍ଭ ହେବ। ଏଥିନିମନ୍ତେ ଶନିବାର ଫାଓ ଏକାଡେମୀ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲା ଭାରତ; ୨ୟ ସ୍ଥାନରେ ନ୍ୟୁଜିଲାଣ୍ଡ

ଦୁବାଇ, ୩।୩ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦଳ ଶୀର୍ଷ ସ୍ଥାନ ବଜାୟ ରଖିଛି। ମୋଟ୍‌...

୬ ଖେଳାଳିଙ୍କୁ ରିଲିଜ କଲେ ଷ୍ଟିମାକ୍‌

ନୂଆଦିଲ୍ଲୀ, ୨୭ା୫ (ପି.ଟି.)-ଜାତୀୟ ଫୁଟ୍‌ବଲ ପ୍ରସ୍ତୁତି କ୍ୟାମ୍ପରେ ଯୋଗ ଦେଇଥିବା ୩୭ ଜଣ ଫୁଟ୍‌ବଲ ଖେଳାଳିଙ୍କ ମଧ୍ୟରୁ ସୋମବାର ୬ଜଣଙ୍କୁ ରିଲିଜ କରିଛନ୍ତି କୋଚ୍‌ ଇଗୋର...

Advertisement
Archives

Model This Week