Posted inଖେଳ

କ୍ରୁନାଲ, ଗୋଥାମ ଓ ଚହଲଙ୍କୁ ଛାଡ଼ି ଶ୍ରୀଲଙ୍କାରୁ ଫେରିଲା ଭାରତୀୟ ଦଳ

କଲମ୍ବୋ, ୩୧ା୭ (ପି.ଟି.)- ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତୀୟ ସୀମିତ ଓଭର ଦଳ ଶୁକ୍ରବାର ସନ୍ଧ୍ୟାରେ ବେଙ୍ଗାଲୁରୁରେ ପହଞ୍ଚତ୍ଛି। କୋଭିଡ୍‌ ଟେଷ୍ଟରେ ପଜିଟିଭ ଯୋଗୁ କ୍ରିଷ୍ଣାପ୍ପା ଗୋଥାମ, ୟୁଜବେନ୍ଦ୍ର ଚହଲ ଓ କ୍ରୁନାଲ ପାଣ୍ଡ୍ୟା ପ୍ରମୁଖ ଆସିନାହାନ୍ତି। ଗୁରୁବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କା ୭ ଉଇକେଟରେ ଭାରତକୁ ପରାସ୍ତ କରି ୩ ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ବିଜୟ ହାସଲ କରିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ବିନିମୟରେ ୮୧ ରନ କରିଥିଲା। ଶ୍ରୀଲଙ୍କା ୧୪. ୩ ଓଭରରେ ୩ ଉଇକେଟ ବିନିମୟରେ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା। ପୂର୍ବରୁ ଅନୁଷ୍ଠିତ ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିନେଇଥିଲା। ସୂଚନାଯୋଗ୍ୟ, କ୍ରୁନାଲ କରୋନା ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୮ ଭାରତୀୟ ଖେଳାଳି ଆଇସୋଲେଶନରେ ରହିଥିଲେ। କିନ୍ତୁ ଶୁକ୍ରବାର ଭାରତୀୟ ଦଳର ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆର୍‌ଟି-ପିସିଆର ରିପୋର୍ଟରେ ଗୋଥାମ ଓ ଚହଲଙ୍କର ପଜିଟିଭ ଆସିଥିଲା। ଦେଶର ସ୍ବାସ୍ଥ୍ୟ ପ୍ରୋଟୋକଲ ଅନୁସାରେ ସେମାନେ ବାଧ୍ୟତାମୂଳକ ୭ ଦିନ ଆଇସୋଲେଶନରେ ରହିବେ। ବେଙ୍ଗାଲୁରୁରେ ପହଞ୍ଚତ୍ଥିବା ଖେଳାଳିମାନେ ସେମାନଙ୍କ ସହରକୁ ଯୋଗାଯୋଗ କରୁଥିବା ବିମାନଗୁଡ଼ିକରେ ନିଜ ଘରକୁ ଫେରିବେ। ମୁମ୍ବାଇ ଓ କଲମ୍ବୋରେ ୬ ସପ୍ତାହ ଧରି ବାୟୋବବଲରେ ରହିବା ପରେ ଖେଳାଳିମାନଙ୍କୁ ବିଶ୍ରାମ ପ୍ରୟୋଜନ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଜଣେ କର୍ମକର୍ତ୍ତା କହିଛନ୍ତି। କ୍ରୁନାଲଙ୍କର ଯଦି ଦୁଇଟି ଆର୍‌ଟି-ପିସିଆର୍‌ ରିପୋର୍ଟ ନେଗେଟିଭ ଆସେ ତେବେ ଆସନ୍ତା ସପ୍ତାହ ମଧ୍ୟ ଭାଗରେ ସ୍ବଦେଶ ଫେରିବାରେ ସମର୍ଥ ହେବେ। ବିମାନରେ ଚଢ଼ିବା ପୂର୍ବରୁ ପ୍ରତ୍ୟେକ ସଦସ୍ୟଙ୍କର ଆରଟି-ପିସିଆର୍‌ ଟେଷ୍ଟ ହୋଇଥିଲା। ସମ୍ଭବତଃ କ୍ରୁନାଲଙ୍କ ସହ ଗୋଥାମ ଓ ଚହଲ ଅଧିକ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କର ପଜିଟିଭ ଆସିଥିଲା। ଅନ୍ୟ ୬ଜଣ ହାର୍ଦ୍ଦିକ ପାଣ୍ଡ୍ୟା, ମନିଷ ପାଣ୍ଡେ, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ପୃଥ୍ବୀ ଶ’ ଏବଂ ଦୀପକ ଚହରଙ୍କୁ ଦେଶକୁ ଫେରିଯିବା ଲାଗି ଅନୁମତି ମିଳିଯାଇଥିଲା। ଏହି ସମସ୍ତ ୯ଜଣ ଖେଳାଳି ପ୍ରଥମ ଗେମ୍‌ ଏବଂ ପରେ ଜୁଲାଇ ୨୭ରେ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ବେଳେ ଏକାଠି ହୋଇଥିଲେ। ସେତେବେଳେ କ୍ରୁନାଲଙ୍କ ପାଖରେ ଗଳାରେ ଯନ୍ତ୍ରଣା ସହ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ତାଙ୍କର କୋଭିଡ୍‌ ଟେଷ୍ଟ କରାଯିବାକରୁ ପଜିଟିଭ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ମ୍ୟାଚ୍‌ରେ ୬ ଥର ଜୀବନ ଦାନ ପାଇଲେ

କାନାବେରା,୨୬।୯: କ୍ରିକେଟରେ ବ୍ୟାଟ୍ସମ୍ୟାନଙ୍କୁ ଥରେ କି ଦୁଇ ଥରେ ଜୀବନଦାନ ମିଳିବା କଷ୍ଟକର। କିନ୍ତୁ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଭାରତୀୟ ମହିଳା ଦଳର ବ୍ୟାଟ୍ସଓମେନ...

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ବାଲାଂଦେଶ

ଇନ୍ଦୋର,୧୪।୧୧: ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପ୍ରଥମ ମ୍ୟାଚ୍‌ ଇନ୍ଦୋରର ହୋଲକର୍‌ ଷ୍ଟାଡିୟମରେ...

ବିଶ୍ୱର ନମ୍ବର-୧ ବୋଲର୍‌ ହେଲେ ବୁମ୍‌ରା

ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ଜଶପ୍ରୀତ ବୁମ୍‌ରା ଆଇସିସି ରାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି।...

ବାରବାଟୀ ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥିବା ଶାର୍ଦ୍ଦୁଳଙ୍କ କ୍ୟାରିୟରର କିଛି ରୋଚକ କଥା

ବାରବାଟୀ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳକୁ ଜିତାଇବାରେ ଅନ୍ୟତମ ଭୂମିକା ଗ୍ରହଣ କରିଥିଲେ ଶାର୍ଦ୍ଦୁଳ ଠାକୁର। ତାଙ୍କ ବିଷୟରେ ଏକ ରୋଚକ କଥା ସାମ୍ନାକୁ ଆସିଛି।...

ବାଇକ୍‌ ଧରି ଏକୁଟିଆ ବୁଲୁଛନ୍ତି ଧୋନୀ

ରାଞ୍ଚି,୧୦।୧୧: ଆଇପିଏଲ୍‌ ୨୦୨୦ରେ ନୈରାଶଜନକ ପ୍ରଦର୍ଶନ କରି ୟୁଏଇରୁ ଭାରତ ଫେରିଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଦୁବାଇରୁ ସିଧା...

ପାକିସ୍ତାନଠାରୁ ଭାରତ ପରାସ୍ତ

ସିଲ୍‌ହେଟ୍‌,୮ା୧୦(ପି.ଟି.): ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟରେ ଭାରତ ଶୁକ୍ରବାର ପାକିସ୍ତାନଠାରୁ ୧୩ ରନରେ ହାରିଯାଇଛି। ୬ବର୍ଷ ମଧ୍ୟରେ ଭାରତ ବିପକ୍ଷରେ ଏହା ହେଉଛି...

୧୯ ବର୍ଷରୁ କମ୍‌ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ସଚିନ, ରୋହିତଙ୍କ ପ୍ରଶଂସା

ନୂଆଦିଲ୍ଲୀ,୩୧।୧- ନ୍ୟୁଜିଲାଣ୍ଡ ଖେଳାଳିମାନେ ଖେଳୁଆଡ଼ ମନୋଭାବ ପାଇଁ ବିଶ୍ୱରେ ବେଶ ପରିଚିତ। କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ଆଇସିସି ବିଶ୍ୱକପ୍‌ ଫାଇନାଲରେ ପରାଜୟ ପରେ...

ବିଶ୍ୱର ୫ କ୍ରିକେଟର୍ସ ବିଷୟରେ ଜାଣନ୍ତୁ, ଯାହାଙ୍କ ସ୍ତ୍ରୀ ବି ଜଣେ ଜଣେ ବିଶ୍ୱସ୍ତରୀୟ ଖେଳାଳି

କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ବ୍ୟକ୍ତିଗତ ଜୀବନରେ ଜଣେ ଖେଳାଳିଙ୍କୁ ବିବାହ କରିଛନ୍ତି। ଆସନ୍ତୁ ସେଭଳି ୫ ଯୋଡିଙ୍କ ବିଷୟରେ ଜାଣିବା… ମିଚେଲ...

Advertisement
Archives

Model This Week