Posted inଖେଳ

କ୍ରୁନାଲ, ଗୋଥାମ ଓ ଚହଲଙ୍କୁ ଛାଡ଼ି ଶ୍ରୀଲଙ୍କାରୁ ଫେରିଲା ଭାରତୀୟ ଦଳ

କଲମ୍ବୋ, ୩୧ା୭ (ପି.ଟି.)- ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତୀୟ ସୀମିତ ଓଭର ଦଳ ଶୁକ୍ରବାର ସନ୍ଧ୍ୟାରେ ବେଙ୍ଗାଲୁରୁରେ ପହଞ୍ଚତ୍ଛି। କୋଭିଡ୍‌ ଟେଷ୍ଟରେ ପଜିଟିଭ ଯୋଗୁ କ୍ରିଷ୍ଣାପ୍ପା ଗୋଥାମ, ୟୁଜବେନ୍ଦ୍ର ଚହଲ ଓ କ୍ରୁନାଲ ପାଣ୍ଡ୍ୟା ପ୍ରମୁଖ ଆସିନାହାନ୍ତି। ଗୁରୁବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କା ୭ ଉଇକେଟରେ ଭାରତକୁ ପରାସ୍ତ କରି ୩ ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ବିଜୟ ହାସଲ କରିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ବିନିମୟରେ ୮୧ ରନ କରିଥିଲା। ଶ୍ରୀଲଙ୍କା ୧୪. ୩ ଓଭରରେ ୩ ଉଇକେଟ ବିନିମୟରେ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା। ପୂର୍ବରୁ ଅନୁଷ୍ଠିତ ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିନେଇଥିଲା। ସୂଚନାଯୋଗ୍ୟ, କ୍ରୁନାଲ କରୋନା ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୮ ଭାରତୀୟ ଖେଳାଳି ଆଇସୋଲେଶନରେ ରହିଥିଲେ। କିନ୍ତୁ ଶୁକ୍ରବାର ଭାରତୀୟ ଦଳର ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆର୍‌ଟି-ପିସିଆର ରିପୋର୍ଟରେ ଗୋଥାମ ଓ ଚହଲଙ୍କର ପଜିଟିଭ ଆସିଥିଲା। ଦେଶର ସ୍ବାସ୍ଥ୍ୟ ପ୍ରୋଟୋକଲ ଅନୁସାରେ ସେମାନେ ବାଧ୍ୟତାମୂଳକ ୭ ଦିନ ଆଇସୋଲେଶନରେ ରହିବେ। ବେଙ୍ଗାଲୁରୁରେ ପହଞ୍ଚତ୍ଥିବା ଖେଳାଳିମାନେ ସେମାନଙ୍କ ସହରକୁ ଯୋଗାଯୋଗ କରୁଥିବା ବିମାନଗୁଡ଼ିକରେ ନିଜ ଘରକୁ ଫେରିବେ। ମୁମ୍ବାଇ ଓ କଲମ୍ବୋରେ ୬ ସପ୍ତାହ ଧରି ବାୟୋବବଲରେ ରହିବା ପରେ ଖେଳାଳିମାନଙ୍କୁ ବିଶ୍ରାମ ପ୍ରୟୋଜନ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଜଣେ କର୍ମକର୍ତ୍ତା କହିଛନ୍ତି। କ୍ରୁନାଲଙ୍କର ଯଦି ଦୁଇଟି ଆର୍‌ଟି-ପିସିଆର୍‌ ରିପୋର୍ଟ ନେଗେଟିଭ ଆସେ ତେବେ ଆସନ୍ତା ସପ୍ତାହ ମଧ୍ୟ ଭାଗରେ ସ୍ବଦେଶ ଫେରିବାରେ ସମର୍ଥ ହେବେ। ବିମାନରେ ଚଢ଼ିବା ପୂର୍ବରୁ ପ୍ରତ୍ୟେକ ସଦସ୍ୟଙ୍କର ଆରଟି-ପିସିଆର୍‌ ଟେଷ୍ଟ ହୋଇଥିଲା। ସମ୍ଭବତଃ କ୍ରୁନାଲଙ୍କ ସହ ଗୋଥାମ ଓ ଚହଲ ଅଧିକ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କର ପଜିଟିଭ ଆସିଥିଲା। ଅନ୍ୟ ୬ଜଣ ହାର୍ଦ୍ଦିକ ପାଣ୍ଡ୍ୟା, ମନିଷ ପାଣ୍ଡେ, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ପୃଥ୍ବୀ ଶ’ ଏବଂ ଦୀପକ ଚହରଙ୍କୁ ଦେଶକୁ ଫେରିଯିବା ଲାଗି ଅନୁମତି ମିଳିଯାଇଥିଲା। ଏହି ସମସ୍ତ ୯ଜଣ ଖେଳାଳି ପ୍ରଥମ ଗେମ୍‌ ଏବଂ ପରେ ଜୁଲାଇ ୨୭ରେ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ବେଳେ ଏକାଠି ହୋଇଥିଲେ। ସେତେବେଳେ କ୍ରୁନାଲଙ୍କ ପାଖରେ ଗଳାରେ ଯନ୍ତ୍ରଣା ସହ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ତାଙ୍କର କୋଭିଡ୍‌ ଟେଷ୍ଟ କରାଯିବାକରୁ ପଜିଟିଭ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri