Posted inଖେଳ

କରୋନା ଆତଙ୍କ ସତ୍ତ୍ୱେ ୟୁକେରେ ଛୁଟି କଟାଉଛି ଭାରତୀୟ ଦଳ

ଲଣ୍ଡନ, ୭।୭(ଏପି)- ଇଂଲଣ୍ଡ କ୍ରିକେଟ ଦଳର ୩ ଖେଳାଳି ଓ ୪ଜଣ ସପୋର୍ଟ ଷ୍ଟାଫ୍‌ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି। ଏହାସତ୍ତ୍ୱେ ୟୁକେ ଟୁର୍‌ରେ ଥିବା ଭାରତୀୟ କ୍ରିକେଟ ଦଳ ସଦସ୍ୟମାନେ ସେମାନଙ୍କ ପରିବାର ଅବା ପାର୍ଟନରଙ୍କ ସହ ୨୦ ଦିନିଆ ଛୁଟି ଜାରି ରଖିଛନ୍ତି। ଭାରତୀୟ ଖେଳାଳିମାନେ ଜୁଲାଇ ୧୪ରେ ଲଣ୍ଡନଠାରେ ଏକାଠି ହେବ। ସେଠାରୁ ୨ ସପ୍ତାହ ଟ୍ରେନିଂ ପାଇଁ ଡର୍‌ହାମ୍‌ ଯିବେ। ସିଲେକ୍ଟ କାଉଣ୍ଟି ଏକାଦଶ ବିପକ୍ଷରେ ଏକ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ଖେଳାଳିମାନଙ୍କ ପାଇଁ କୌଣସି ନିର୍ଦ୍ଦେଶ ଜାରି କରାଯାଇ ନାହିଁ। ଖେଳାଳିମାନେ କିନ୍ତୁ ଲଣ୍ଡନରେ ପହଞ୍ଚତ୍ବା ମାତ୍ରେ ସେମାନଙ୍କର କୋଭିଡ୍‌ ଟେଷ୍ଟ ହେବ। ପରେ ଯାଇ ସେମାନଙ୍କୁ ବାୟୋ-ବବଲରେ ପ୍ରବେଶ ପାଇଁ ଅନୁମତି ମିଳିବ। ଇଂଲଣ୍ଡରେ ଡେଲ୍‌ଟା-୩ ଭାଇରାଣ୍ଟ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି।
ବ୍ରିଷ୍ଟଲଠାରେ ଦଳର ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆ ପରେ କୋଭିଡ୍‌ ଟେଷ୍ଟ ହୋଇଥିଲା। ଫଳରେ ପାକିସ୍ତାନ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜ ପାଇଁ ଇଂଲଣ୍ଡ ମଙ୍ଗଳବାର ଏକ ନୂଆ ଦଳ ଘୋଷଣା କରିବାକୁ ବାଧ୍ୟ ହୋଇଛି। କରୋନା ସଂକ୍ରମିତଙ୍କ ନାମ ପ୍ରକାଶ କରାଯାଇ ନାହିଁ। ଯେଉଁମାନେ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଚିହ୍ନଟ କରାଯାଇଛି। ସମସ୍ତଙ୍କୁ ଆଇସୋଲେଶନରେ ରଖାଯାଇଛି। ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ୩ ଅନ୍ତର୍ଜାତୀୟ ଦିନିକିଆ ଓ ୩ ଟି୨୦ ଖେଳିବ। ପ୍ରଥମ ଦିନିକିଆ ଗୁରୁବାର କାର୍ଡିଫଠାରେ ଆରମ୍ଭ ହେବ।
ସଂଶୋଧିତ ଇଂଲଣ୍ଡ ଦଳ: ବେନ୍‌ ଷ୍ଟୋକ୍ସ (ଅଧିନାୟକ), ଜେକ୍‌ ବଲ୍‌, ଡାନି ବ୍ରିଗ୍ସ, ବ୍ରାଇଡନ କାର୍ସେ, ଜ୍ୟାକ୍‌ କ୍ରଲି, ବେନ୍‌ ଡକେଟ୍‌, ଲିଓ୍ବସ ଗ୍ରେଗୋରି, ଟମ୍‌ ହେଲ୍‌ମ, ଓ୍ବିଲ ଜ୍ୟାକ୍ସ, ଡାନ୍‌ ଲରେନ୍ସ, ସାକିବ ମେହେମୁଦ, ଡାଓ୍ବିନ ମାଲାନ, କ୍ରେଗ୍‌ ଓଭର୍ଟନ, ମ୍ୟାଜଟ ପାର୍କିନସନ, ଡେଭିଡ୍‌ ପେନି, ଫିଲ୍‌ ସଲ୍ଟ, ଜନ ସିମ୍ପସନ ଓ ଜେମ୍ସ ଭିନ୍‌ସେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?