Posted inଖେଳ

ଭାରତୀୟ ସେଲିଂ ଟିମ୍‌ ଟୋକିଓରେ ପହଞ୍ଚିଲା

ଟୋକିଓ, ୧୪।୭(ପି.ଟି.)- ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ପାଇଁ ଭାରତର ପ୍ରଥମ ପ୍ରତିନିଧି ଦଳ ଭାବେ ସେଲିଂ ଟିମ୍‌ ମଙ୍ଗଳବାର ଟୋକିଓରେ ପହଞ୍ଚିଛି। ଭାରତୀୟ ସେଲିଂ ଦଳରେ ବରୁଣ ଠାକର, ଗଣପତି ଚେଙ୍ଗାପ୍ପା, ବିଷ୍ଣୁ ସର୍ବାନନ ଓ ନେଥ୍ରା କୁମାନନ ଏବଂ ସେମାନଙ୍କ କୋଚ୍‌ ସାମିଲ ଅଛନ୍ତି। ନେଥ୍ରା କୁମାନନ ଲାଜର ରାଡିଆଲ, ବିଷ୍ଣୁ ସର୍ବାନନ ଲାଜର ଷ୍ଟାଣ୍ଡାର୍ଡ କ୍ଲାସ ଏବଂ ବରୁଣ ଠାକର-ଗଣପତି ଚେଙ୍ଗାପ୍ପା ଯୋଡ଼ି ୪୯ଇଆର କ୍ଲାସ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଜୁଲାଇ ୨୫ରେ ଅଲିମ୍ପିକ୍ସର ସେଲିଂ ପ୍ରତିଯୋଗିତା ଆରମ୍ଭ ହେବ।
ଭାରତୀୟ କ୍ରୀଡ଼ା ଇତିହାସରେ ପ୍ରଥମଥର ପାଇଁ ରେକର୍ଡ ୪ ସେଲର ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି। ଏହା ବ୍ୟତୀତ ଭାରତ ପ୍ରଥମଥର ପାଇଁ ସେଲିଂ ଇଭେଣ୍ଟର ୩ଟି ବିଭାଗରେ ଭାଗ ନେବାକୁ ଯାଉଛି। ସୋମବାର ଟୋକିଓ ଯାତ୍ରା ପୂର୍ବରୁ ସେଲରମାନେ ୟୁରୋପର ବିଭିନ୍ନ ଦେଶରେ ଟ୍ରେନିଂ ନେଇଥିଲେ। ଭାରତ ସରକାରଙ୍କ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ (ଟପ୍ସ)ରୁ ଏଥିପାଇଁ ଅର୍ଥ ଖର୍ଚ୍ଚ କରାଯାଇଥିଲା। ନେଥ୍ରା ସ୍ପେନ୍‌ରେ ଟ୍ରେନିଂ ନେଇଥିବାବେଳେ ଠାକର-ଗଣପତି ଯୋଡ଼ି ପର୍ତ୍ତୁଗାଲରେ ଏବଂ ସର୍ବାନନ ମାଲ୍‌ଟାରେ ଅଲିମ୍ପିକ୍ସ ପ୍ରସ୍ତୁତି ଚଳାଇଥିଲେ। କୋଭିଡ୍‌-୧୯ ମହାମାରୀ ପାଇଁ ଭାରତରୁ ଆସୁଥିବା ଆଥ୍‌ଲେଟଙ୍କୁ ଯେପରି କଟକଣା ଦେଇ ଗତି କରିବାକୁ ପଡ଼ୁଛି ସେଲରମାନେ ୟୁରୋପରୁ ଆସିଥିବାରୁ ସେପରି ସମସ୍ୟା ହୋଇ ନ ଥିଲା। ପୂର୍ବ ସଂସ୍କରଣଗୁଡ଼ିକରେ ଭାରତ କେବଳ ଗୋଟିଏ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରି ଆସୁଥିଲା। ୨ ଜଣ ସେଲର ୪ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ନେଥ୍ରା ପ୍ରଥମ ଭାରତୀୟ ମହିଳା ସେଲରଭାବେ ଲାଜର ରାଡିଆଲ କ୍ଲାସ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏସିଆନ କ୍ୱାଲିଫାଇଂ ଇଭେଣ୍ଟ ମୁସାନା ଓପନ ଚାମ୍ପିୟନଶିପ୍‌ରୁ ସେ ଅଲିମ୍ପିକ୍ସ ଟିକେଟ ପାଇଥିଲେ। ସର୍ବାନନ ଓ ଗଣପତି-ଠାକର ଯୋଡ଼ି ଓମାନରେ ଅନୁଷ୍ଠିତ ଏସିଆନ କ୍ୱାଲିଫାୟର୍ସରୁ ଯୋଗ୍ୟତା ପାଇଥିଲେ। ସର୍ବାନନ ଓଭରଅଲ୍‌ ଷ୍ଟାଣ୍ଡିଂର ଦ୍ୱିତୀୟ ସ୍ଥାନ ଏବଂ ଚେଙ୍ଗାପ୍ପା ଓ ଠାକର ୪୯ ଇଆର କ୍ଲାସ୍‌ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଥିଲେ।
ଅଲିମ୍ପିକ୍ସର ଆଥ୍‌ଲେଟିକ ଭିଲେଜରେ ରହଣି ସମୟରେ ଆଥ୍‌ଲେଟ ଓ ଅଫିସିଆଲଙ୍କ ପାଇଁ ପ୍ରତିଦିନ କରୋନା ଭାଇରସ ଟେଷ୍ଟ ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ପ୍ରି-ଗେମ୍ସ କ୍ୟାମ୍ପ ପାଇଁ ଅଲିମ୍ପିକ୍‌ ପ୍ରତିନିଧି ଦଳ ଜୁଲାଇ ଆରମ୍ଭରୁ ଜାପାନରେ ପହଞ୍ଚତ୍ବା ଆରମ୍ଭ ହୋଇଯାଇଛି। ଚଳିତ ସପ୍ତାହ ଶେଷସୁଦ୍ଧା ୨.୨୦୦ ଟୋକିଓରେ ପହଞ୍ଚତ୍ବା ସମ୍ଭାବନା ରହିଛି। ଗେମ୍ସ ଆରମ୍ଭ ହେବାକୁ ଆଉ ୨ ସପ୍ତାହରୁ କମ୍‌ ସମୟ ଥିବାବେଳେ ଅଲିମ୍ପିକ୍‌ ଆୟୋଜକ ସହର ଟୋକିଓରେ ସୋମବାରଠାରୁ ଷ୍ଟେଟ୍‌ ଅଫ୍‌ ଏମର୍ଜେନ୍ସି ଲାଗୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

ସଚିନଙ୍କ ଭଳି ହେବେ ବୈଭବ! BCCIର ୫ ପ୍ଲାନ୍‌ରେ ବଦଳିବ ଯୁବ ତାରକାଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୪।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ସ୍ବପ୍ନ ଦେଖୁଛି ବିସିସିଆଇ। ଭାରତୀୟ କ୍ରିକେଟ୍ର ମହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri