Posted inଖେଳ

ଭାରତୀୟ ଆଥ୍‌ଲେଟ ଦଳର ଗସ୍ତ ୧୪ରେ

ମାଡ୍ରାସ, ୪ା୭(ପି.ଟି.)-ଅଲିମ୍ପିକ୍ସରେ ଭାଗ ନେବା ଲାଗି ଭାରତର ପ୍ରଥମ ବ୍ୟାଚ୍‌ ଆଥ୍‌ଲେଟ ଦଳ ଜୁଲାଇ ୧୪ରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଯୋଗେ ଟୋକିଓ ଗସ୍ତ କରିବ। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସାଧାରଣ ସମ୍ପାଦକ ରାଜୀବ ମେହେଟା ଶନିବାର ଏହି ସୂଚନା ଦେଇଛନ୍ତି। ଅବଶିଷ୍ଟ ଭାରତୀୟ ଆଥ୍‌ଲେଟ ଜୁଲାଇ ୧୬ରୁ ୧୯ ମଧ୍ୟରେ ଗସ୍ତ କରିବେ। ଟୋକିଓରେ ପହଞ୍ଚତ୍ବା ପରେ ସମସ୍ତ ଆଥ୍‌ଲେଟ ଓ ଅଫିସିଆଲ ୩ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ୧୮ଟି ଖେଳ ପାଇଁ ଭାରତର ୧୧୫ ଆଥ୍‌ଲେଟ ଯୋଗ୍ୟତା ଅର୍ଜନ କରିଛନ୍ତି। ସ୍ଥାନୀୟ ୟୁ ଥିଙ୍କ୍‌ ଫାଉଣ୍ଡେଶନ ଆଣ୍ଡ୍‌ ସନ୍‌ ସାଇନ୍‌ ସିନିୟର ସେକେଣ୍ଡାରୀ ସ୍କୁଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦାନ ଅବସରରେ ମେହେଟା ଏହି ସୂଚନା ଦେଇଛନ୍ତି। ଆଇଓଏ ଅଫିସିଆଲ ଏହି ଅବସରରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା କେତେଜଣ ଆଥ୍‌ଲେଟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଫେନ୍‌ସିଂରେ ଭାରତ ପ୍ରଥମ ଥର ଭାଗ ନେବ। ତାମିଲନାଡୁର ସି.ଏ. ଭବାନୀ ଦେବୀ ଭାରତର ପ୍ରଥମ ଫେନ୍‌ସର ଭାବେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଟେବୁଲ ଟେନିସ ଖେଳାଳି ଜି. ସାଥିୟାଁ ପ୍ରଥମ ଥର ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଏହି ଇଭେଣ୍ଟରେ ବିଶିଷ୍ଟ ଟେବୁଲ ଟେନିସ ଖେଳାଳି ଏ. ଶରଥ କମଲ ଏବଂ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ମଧ୍ୟ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲର୍ଡ୍ସ ଟେଷ୍ଟ: ଇଂଲଣ୍ଡ ଆଗରେ ବଡ଼ ଚ୍ୟାଲେଞ୍ଜ

ଲଣ୍ଡନ,୧୧।୮ : ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ। ପ୍ରଥମ ମ୍ୟାଚ୍‌ରେ ବର୍ଷା...

ସୁଲତାନ ଜୋହର କପ୍‌ ହକି: ବିଜୟରୁ ଭାରତର ଅଭିଯାନ

ଜୋହର ବାହରୁ, ୧୩।୧୦(ପି.ଟି.) – ଏଠାରେ ଶନିବାରଠାରୁ ଆରମ୍ଭ ହୋଇଥିବା ନବମ ସୁଲତାନ ଜୋହର ବାହରୁ କପ୍‌ରେ ଭାରତୀୟ ଜୁନିୟର ଦଳ ବିଜୟରୁ ଅଭିଯାନ ଆରମ୍ଭ...

‘ଟେଷ୍ଟ କ୍ରିକେଟ ତାଣ୍ଡବ…’

ନୂଆଦିଲ୍ଲୀ,୨।୭: ଏଜବାଷ୍ଟନ ଟେଷ୍ଟରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ପନ୍ତ ଦିନିକିଆ ଶୈଳୀରେ ବ୍ୟାଟିଂ କରି ସେ ମାତ୍ର...

ସମସ୍ତ କ୍ରିକେଟର ଦୁର୍ନୀତିମୁକ୍ତ

ଲଣ୍ଡନ, ୨୫ା୫(ପି.ଟି.)- ଆଗାମୀ ଆଇସିସି ବିଶ୍ୱକପ୍‌ ଖେଳିବା ଲାଗି ମନୋନୀତ କୌଣସି ଅନ୍ତର୍ଜାତୀୟ କ୍ରିକେଟର ଦୁର୍ନୀତି ପରିସରଭୁକ୍ତ ନୁହନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଦୁର୍ନୀତି...

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଜା ଉଡାଇଲେ ଭାଓନ: ଲୋକେ କହିଲେ ପଡ଼ୋଶୀ ଘରର ମାଉସୀ…

ନୂଆଦିଲ୍ଲୀ,୨୬।୮: ଭାରତ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଇଂଲଣ୍ଡ ନିଜର ଦବ୍‌ଦବା ଜାହିର କରିଛି। ଦଳର ବୋଲର୍‌ ଜେମ୍ସ ଆଣ୍ଡରସନ, କ୍ରେଗ୍‌ ଓଭରଟନ, ଓଲି...

ଆଇପିଏଲ୍‌ରୁ ଓହରିଲେ କ୍ରିସ୍‌ ଓ୍ବକ୍ସ

ନୂଆଦିଲ୍ଲୀ,୭ା୩- ଇଂଲଣ୍ଡ ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସ ଆଗାମୀ ଆଇପିଏଲ୍‌ରେ ଖେଳିବେ ନାହିଁ। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ଦେଢ଼ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ସେ...

ବ୍ୟାଟରଙ୍କଠୁ କମ୍‌ ନୁହନ୍ତି ଓ୍ବେଷ୍ଟଇଣ୍ଡିଜ୍‌ ବୋଲର

ଜାମାଇକା,୧୪।୧: ସ୍ଥାନୀୟ ସାବିନା ପାର୍କଠାରେ ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବ୍ୟାଟରେ କମାଲ କରି ଦେଖାଇଛନ୍ତି ଓ୍ବେଷ୍ଟଇଣ୍ଡିଜ ବୋଲର। ପ୍ରଥମେ ବ୍ୟାଟିଂ କରିଥିବା...

ପୁଣି ସୁପର ଓଭରରେ ଶେଷ ହେଲା ମ୍ୟାଚ୍‌

କାନ୍‌ବେରା,୧ା୨- ନିକଟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି୨୦ ସିରିଜ୍‌ର ଦୁଇ ମ୍ୟାଚ୍‌ର ଫଳାଫଳ ସୁପର ଓଭରରେ ନିର୍ଣ୍ଣୟ ହୋଇଥିଲା। ଶନିବାର ପୁଣି ଏକ...

Advertisement
Archives

Model This Week