Posted inଖେଳ

ବିନା ଦର୍ଶକରେ ଇଣ୍ଡିଆ ଓପନ୍‌ ବ୍ୟାଡମିଣ୍ଟନ ଖେଳାଯିବ

ନୂଆଦିଲ୍ଲୀ, ୧୪।୪(ପି.ଟି): ଆସନ୍ତା ମେ ୧୧ରୁ ୧୬ ତାରିଖ ମଧ୍ୟରେ ରୁଦ୍ଧ ଦ୍ୱାରରେ ଇଣ୍ଡିଆ ଓପନ ସୁପର ୫୦୦ ଇଭେଣ୍ଟ ଆୟୋଜନ ହେବ। ଅଲିମ୍ପିକ୍‌ ଚାମ୍ପିୟନ ସ୍ପେନ୍‌ର କାରୋଲିନା ମାରିନ ଓ ବିଶ୍ୱର ୧ ନମ୍ବର ଖେଳାଳି କେଣ୍ଟୋ ମୋମୋଟାଙ୍କ ଭଳି ବିଶ୍ୱସ୍ତରୀୟ ଖେଳାଳି ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ। କୋଭିଡ୍‌-୧୯ ମହାମାରୀ କାରଣରୁ ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ଟୁର୍ନାମେଣ୍ଟ ବିନା ଦର୍ଶକରେ ଆୟୋଜନ କରାଯିବ। ଅଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଏହା କ୍ୱାଲିଫାଇଂ ଇଭେଣ୍ଟ ଭାବେ ବିବେଚିତ ହୋଇଛି। ଚାଇନା ସମେତ ବିଶ୍ୱର ୩୩ଟି ବିଭିନ୍ନ ଜାତୀୟ ଆସୋସିଏଶନରୁ ଇଣ୍ଡିଆ ଓପନ୍‌ରେ ମୋଟ ୨୨୮ (୧୧୪ ପୁରୁଷ ଓ ୧୧୪ ମହିଳା) ଖେଳାଳି ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବେ।
କରୋନା ମହାମାରୀ ପାଇଁ ଏହି ଟୁର୍ନାମେଣ୍ଟ ବାୟୋ ବବଲ ଅର୍ଥାଜ୍‌ ଜୈବ ସୁରକ୍ଷିତ ପରିବେଶରେ ବିନା ଦର୍ଶକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଆୟୋଜନ ହେବ ବୋଲି ବ୍ୟାଡମିଣ୍ଟନ ଆସୋସିଏଶନ ଅଫ ଇଣ୍ଡିଆ (ବିଏଆଇ) ତରଫରୁ କୁହାଯାଇଛି। ୟୁନାଇଟେଡ କିଙ୍ଗଡମ୍‌ ସମେତ ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ମିଡିଲ ଇଷ୍ଟ ଓ ୟୁରୋପୀୟ ଦେଶଗୁଡିକ ଆସିବାକୁ ଥିବା ଖେଳାଳିମାନେ ୭ ଦିନିଆ କ୍ୱାରାଣ୍ଟାଇନ୍‌ ପିରିୟଡରେ ରହିବେ। ସବୁ ଖେଳାଳି ୩ ତାରିଖ ସୁଦ୍ଧା ଦିଲ୍ଲୀରେ ଆସି ପହଞ୍ଚିବାକୁ ବିଏଆଇ ତରଫରୁ କୁହାଯାଇଛି। ତେବେ ବିଶ୍ୱର ଅନ୍ୟସ୍ଥାନରୁ ଆସିବାକୁ ଥିବା ଖେଳାଳିମାନେ ମେ ୬ ତାରିଖରେ ପହଞ୍ଚିବେ ଓ ୪ ଦିନିଆ କ୍ୱାରାଣ୍ଟାଇନ୍‌ରେ ରହିବେ।
୩ଥର ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିବା ମାରିନଙ୍କ ସମେତ ଟପ୍‌-୧୦ ସ୍ଥାନୀତ ହୋଇଥିବା ଖେଳାଳି ଆକେନ ୟାମାଗୁଚି, ପି.ଭି. ସିନ୍ଧୁ, କୋରିଆର ଆନ ସେ-ୟଙ୍ଗ ଓ ତାଇଲାଣ୍ଡର ପୋରନପାଓ୍ବି ଚୋଚୁଓ୍ବଙ୍ଗ୍‌ ମହିଳା ସିଙ୍ଗଲ୍ସରେ ଅଂଶଗ୍ରହଣ କରିବେ। ଭାରତ ତରଫରୁ ୪୮ ଖେଳାଳି (୨୭ ମହିଳା, ୨୧ ପୁରୁଷ), ମାଲେସିଆର ତରଫରୁ ୨୬ (୧୦ ପୁରୁଷ, ୧୬ ମହିଳା) ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ। ସେହିପରି ଚାଇନାରୁ ୧୦ ଖେଳାଳି (୪ ମହିଳା ଓ ୬ ପୁରୁଷ) ଭାଗନେବେ।
ପୁରୁଷ ବିଭାଗରେ ଦୁଇଥର ଚାମ୍ପିୟନ ମୋମେଟା, ଗତଥରର ଚାମ୍ପିୟନ ଭିକ୍ଟୋର ଆକ୍ସେଲସନ, ଆନ୍ଦ୍ରେସ ଆଣ୍ଟୋନସେନ ଓ ଅଲ ଇଂଲଣ୍ଡ ଚାମ୍ପିୟନ ଜି ଜିଆ ଲି ଭାଗନେବେ। ପୂର୍ବତନ ୧ ନମ୍ବର ଖେଳାଳି କିଡାମ୍ବୀ ଶ୍ରିକାନ୍ତ ଭାରତର ନେତୃତ୍ୱ ନେବେ। ବି ସାଇ ପ୍ରଣୀତ, ଏଚ୍‌.ଏସ୍‌. ପ୍ରଣୟ ଓ ପାରୁପାଲ୍ଲୀ କାଶ୍ୟପ ମଧ୍ୟ ସିଙ୍ଗଲ୍ସରେ କୋର୍ଟକୁ ଓହ୍ଲାଇବେ। ପୁରୁଷ ଓ ମହିଳା ଡବଲ୍ସରେ ମଧ୍ୟ ଏକାଧିକା ଭାରତୀୟ ଯୋଡି ଅଂଶଗ୍ରହଣ କରିବେ। ଏପ୍ରିଲ ୨୦ ତାରିଖରେ ଟୁର୍ନାମେଣ୍ଟରେ ଡ୍ର ଘୋଷଣା କରାଯିବ। ମେ ୩ ଓ ୬ ସହିତ ମେ ସହିତ ମେ ୯ ଓ ୧୪ ତାରିଖରେ ଦିଲ୍ଲୀ ସରକାର ଖେଳାଳିମାନଙ୍କର ଆରଟି- ପିସିଆର ଟେଷ୍ଟ କରାଇବେ ବୋଲି ବିଏଆଇ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri