ସ୍ତ୍ରୀଙ୍କୁ ବିଷ ଦେଇ ମାରିଦେବା ଘଟଣା, ସ୍ବାମୀଙ୍କୁ କୋର୍ଟ ଚାଲାଣ

କେସିଙ୍ଗା,୧୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଲ ଗ୍ରାମର ଶାଶୁଘର ଆଗରେ ମୃତଦେହ ରଖି ମୃତା ମହିଳାଙ୍କ ବାପଘର ଲୋକେ ଶୁକ୍ରବାର ଆନ୍ଦୋଳନ କରିଥିଲେ। ସୂଚନାଅନୁସାରେ, ଏମ. ରାମପୁର ଥାନା ବାଞ୍ଜିପଦର ( ସାପଲହରା) ଗ୍ରାମର କୌତୁକ ସାହୁଙ୍କ ଝିଅ କ୍ଷୀରବତୀ ଗତ ୨୦୨୩ ମାର୍ଚ୍ଚ ୧୩ ତାରିଖରେ କେସିଙ୍ଗା ଥାନା ଭମରମାଲ ଗ୍ରାମର ରୋମାଞ୍ଚଳ ସାହୁଙ୍କ ପୁତ୍ର ଜଗନ୍ନାଥ ସାହୁ (୨୮)ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ସେମାନଙ୍କର ୧ବର୍ଷର ଏକ ପୁତ୍ର ସନ୍ତାନ ରହିଛି। ଏପରିସ୍ଥଳେ ଗତ ବୁଧବାର କ୍ଷୀରବତୀ ଦେହରେ ବିଷଥିବାରୁ ଅତି ସଙ୍କଟାପନ୍ନ ଅବସ୍ଥାରେ ପ୍ରାଥମିକ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅତି ଗୁରୁତର ହେବାରୁ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଝିଅକୁ ଶାଶୁଘର ଲୋକେ ବିଷ ଦେଇ ମାରିଥିବା ନେଇ ଗୁରୁବାର କୌତୁକ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୪୪୮/୨୫) ରୁଜୁ କରିଛି। ମୃତଦେହ ଭ୍ରମରମାଲ ଗ୍ରାମରେ ପହଞ୍ଚିବା ପରେ କୌତୁକଙ୍କ ସହ ପରିବାରବର୍ଗ ମୃତଦେହ ନେବାକୁ ଜିଦ କରିଥିଲେ। ଉତ୍ତେଜନା ଦେଖି ପୋଲିସ ମୃତଦେହ ଥାନାକୁ ନେଇଥିଲା। ବୁଝାଶୁଝା ପରେ ରାତିରେ କେସିଙ୍ଗା ଥାନାରୁ ପୁଣି ଭମରମାଲ ଗ୍ରାମକୁ ମୃତଦେହ ଅଣାଯାଇଥିଲା। ସେଠାରେ କୌତୁକଙ୍କ ପରିବାର ଲୋକେ ଘଟଣାରେ ସମ୍ପୃକ୍ତ ସ୍ବାମୀ, ଶାଶୁ, ଶ୍ବଶୁରଙ୍କୁ ଗିରଫ ସହ ଯୌତୁକ ସାମଗ୍ରୀ ଫେରାଇବା ଦାବିକରି ଶାଶୁଘର ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ। ଏହା ଦେଖି ଶାଶୁଘର ଲୋକେ ତାଲାଦେଇ କୁଆଡ଼େ ଫେରାର ହୋଇଯାଇଥିଲେ। ଶୁକ୍ରବାର କେସିଙ୍ଗା ଏସଡିପିଓ ସନ୍ଦିପ ମାଝୀ, ଆଇଆଇସି ଜିତେନ୍ଦ୍ର ବିଶ୍ୱାଳଙ୍କ ସମେତ ପୋଲିସ ଫୋର୍ସ ଆସି ଘରର ତାଲା ଭାଙ୍ଗି ଯୌତୁକ ସାମଗ୍ରୀ ବାହାରକରି କୌତୁକଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ଏହାସହ ଜଗନ୍ନାଥଙ୍କୁ ପୋଲିସ ଗିରଫ କରିଛି। ପରେ ଅପରାହ୍ନରେ ମୃତଦେହ ଦାହ ସମ୍ପୁର୍ଣ୍ଣ ହେଲା ପରେ ଜଗନ୍ନାଥଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଛି। ଦଫା ନଂ ୮୦/୧୨୩/୨୩/ ୩(୫)ଆର/ ଡବ୍ଲୁ ସେକ୍ସନ ୪ ଡିପି ଆକ୍ଟରେ କୋର୍ଟ ଚାଲାଣ କରିଥିବା ଆଇଆଇସି ବିଶ୍ବାଳ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?