ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର, ୨୪।୧୦ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଉଦ୍ୟମ ଚାଲିଛି। ସ୍ବଚ୍ଛ, ସୁନ୍ଦର କରି ଗଢ଼ିତୋଳିବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି। ହେଲେ ଭିକାରି ଓ ଯାଯାବରଙ୍କ ପାଇଁ ସହରର ଛବି ମଳିନ ପଡୁଛି। ସହରରୁ ଭିକ୍ଷୁକଙ୍କୁ ହଟାଇବା ପାଇଁ ଅନେକ ସମୟରେ ଯୋଜନା ହୋଇଛି। ବିଏମ୍‌ସି ପକ୍ଷରୁ କେତେକ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିବାବେଳେ କମିଶନରେଟ ପୋଲିସ ମଧ୍ୟ ଏହି ପ୍ରୟାସରେ ହାତ ମିଳାଇଛି। ସଚେତନତା ସୃଷ୍ଟି ସହ ଆଶ୍ରୟସ୍ଥଳ ଖୋଲାଯାଇ ଥଇଥାନ ବ୍ୟବସ୍ଥା ହୋଇଛି। କିନ୍ତୁ ସେଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ କିଛି ସୁଫଳ ମିଳୁନାହିଁି। ଫଳରେ ଭିକ୍ଷୁକମୁକ୍ତ ସ୍ମାର୍ଟସିଟି ଲକ୍ଷ୍ୟ ସ୍ବପ୍ନ ପାଲଟିଛି।
ଏବେ ସହରରେ ବିଭିନ୍ନ ପ୍ରକାର ଭିକ୍ଷାବୃତ୍ତି ଦେଖିବାକୁ ମିଳୁଛି। କେତେଜଣ ଅଛନ୍ତି ମନ୍ଦିର ଓ ଜନଗହଳିପୂର୍ଣ୍ଣ ଛକରେ ଗୋଟିଏ ସ୍ଥାନରେ ବସି ରହି ଲୋକଙ୍କୁ ମାଗୁଥିବାବେଳେ ଆଉ କିଏ ଟ୍ରାଇସାଇକେଲ କିମ୍ବା ଠେଲା ଗାଡିରେ ବୁଲି ବୁଲି ଭିକ୍ଷା ମାଗିଥାନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ନିରାଶ୍ରୟ, ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧ, ମାନସିକ ବିକାରଗ୍ରସ୍ତ ଓ ପ୍ରଫେସନାଲ ଭିକାରି। ଆଉ କେତେଜଣ ମେଡିକାଲ ରିପୋର୍ଟ, ହାତ ଗୋଡ଼ରେ ବ୍ୟାଣ୍ଡେଜ୍‌ ଗୁଡ଼ାଇ ସହାୟତା ବାହାନାରେ ହାଟବଜାର, କଲୋନୀ ଆଦିରେ ଲୋକଙ୍କୁ ଟଙ୍କା ମାଗିଥାନ୍ତି। ଏବେ କିଛିବର୍ଷ ହେବ ଯାଯାବର ଭିକାରିଙ୍କ ଉପସ୍ଥିତି ସ୍ମାର୍ଟସିଟି ଚିତ୍ରକୁ ବିକୃତ କରିବାରେ ଲାଗିଛି। କଅଁଳା ପିଲାଙ୍କୁ ଦେହରେ ଝୁଲାଇ ଖାଇବା ନାଁରେ ଭିକ ମାଗୁଥିବା ଦେଖିବାକୁ ମିଳୁଛି। ଛୋଟ ଶିଶୁଠାରୁ ଆରମ୍ଭ କରି ନାବାଳିକା, ନାବାଳକ ଦଳ ଦଳ ହୋଇ ହାଟବଜାର, ଛକରେ ରହି ଲୋକଙ୍କ ଗୋଡ଼ ଧରି ଭିକ୍ଷା ମାଗୁଥିବା ଭଳି ଦୃଶ୍ୟ ନଜରକୁ ଆସୁଛି। ବିଶେଷକରି ଏହି ଯାଯାବର ଶ୍ରେଣୀର ଭିକାରିମାନେ ଭିକ୍ଷା ମାଗିବା ଆଳରେ ଚୋରି, ଲୁଟ୍‌ କରୁଛନ୍ତି। ଏମାନେ ସାଧାରଣତଃ ଅଣଓଡ଼ିଆ ହୋଇଥିବାବେଳେ ସହରରେ ଥିବା ସରକାରୀ ଜାଗାକୁ କବ୍‌ଜା କରି ରହିବା ମଧ୍ୟ ଆରମ୍ଭ କଲେଣି। ଅନ୍ୟପକ୍ଷରେ କେତେକ ଗ୍ୟାଙ୍ଗ୍‌ ଛୋଟ ପିଲାଙ୍କୁ ଆଣି ଭିକ୍ଷାବୃତ୍ତିରେ ନିୟୋଜିତ କରୁଛନ୍ତି। ଏମାନେ ସହର ଉପକଣ୍ଠରେ ରହୁଥିବାବେଳେ ଗ୍ୟାଙ୍ଗ୍‌ ଲିଡର ଏମାନଙ୍କୁ ଆଣି ସହରରେ ଛାଡ଼ି ପୁଣି ସନ୍ଧ୍ୟାରେ ନେଇଯାଉଛନ୍ତି। ସେହିଭଳି କିନ୍ନରମାନେ ମଧ୍ୟ ଟ୍ରାଫିକ୍‌ ଛକ, ବସ୍‌ ଷ୍ଟପ୍‌, ହାଟବଜାରରେ ଭିନ୍ନ ଢଙ୍ଗରେ ଟଙ୍କା ମାଗୁଥିବା ମଧ୍ୟ ଦେଖିବାକୁ ମିଳୁଛି।

ଲୋକେ ଭିକ୍ଷାଦେବା ବନ୍ଦ କରିବା ଉଚିତ: ବିଏମ୍‌ସି
ସହରରେ ୩ଟି ଭିକ୍ଷୁକ ଆଶ୍ରୟସ୍ଥଳୀ ଓ ୭ଟି ସହରାଞ୍ଚଳ ଆଶ୍ରୟସ୍ଥଳୀ (ଏସ୍‌ୟୁଏଚ୍‌) ରହିଛି। ୩ ଆଶ୍ରୟ ଗୃହରେ ୩୦୦ଜଣ ରହିବାର ସୁବିଧା ରହିଛି। ସେହିଭଳି ଏସ୍‌ୟୁଏଚ୍‌ଗୁଡ଼ିକରେ ସମୁଦାୟ ୩୫୦ରୁ ଊଦ୍ଧର୍‌ବ ବ୍ୟକ୍ତି ରହିବାର ସୁବିଧା ଥିବାବେଳେ ଚନ୍ଦ୍ରଶେଖରପୁର ଏସ୍‌ୟୁଏଚ୍‌ ମହିଳା ହିତାଧିକାରୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ଯାଯାବରମାନେ ଭିକ୍ଷାବୃତ୍ତି କରୁଛନ୍ତି। ଏମାନଙ୍କୁ ବାରମ୍ବାର ବୁଝାଇବା, ଉଦ୍ଧାର କରିବା ଏବଂ ଭିକ୍ଷାବୃତ୍ତି ନ କରିବାକୁ ପ୍ରବର୍ତ୍ତାଇବା କାର୍ଯ୍ୟକ୍ରମ ଜାରି ରହିଛି। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟ ଓ ଶୀତବସ୍ତ୍ର ଆଦିର ବନ୍ଦୋବସ୍ତ ମଧ୍ୟ କରାଯାଉଛି। ତଥାପି ସେମାନେ ଆଶ୍ରୟସ୍ଥଳୀରେ ନ ରହି ଭିକ୍ଷାବୃତ୍ତି କରିବାକୁ ଚାଲି ଆସୁଛନ୍ତି। ତାଗିଦ୍‌ କଲେ ସେମାନେ ସ୍ଥାନ ବଦଳାଇ ଦେଉଛନ୍ତି। ଲୋକମାନେ ଭିକ୍ଷାଦେବା ବନ୍ଦ କଲେ ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri