ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର, ୨୪।୧୦ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଉଦ୍ୟମ ଚାଲିଛି। ସ୍ବଚ୍ଛ, ସୁନ୍ଦର କରି ଗଢ଼ିତୋଳିବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି। ହେଲେ ଭିକାରି ଓ ଯାଯାବରଙ୍କ ପାଇଁ ସହରର ଛବି ମଳିନ ପଡୁଛି। ସହରରୁ ଭିକ୍ଷୁକଙ୍କୁ ହଟାଇବା ପାଇଁ ଅନେକ ସମୟରେ ଯୋଜନା ହୋଇଛି। ବିଏମ୍‌ସି ପକ୍ଷରୁ କେତେକ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିବାବେଳେ କମିଶନରେଟ ପୋଲିସ ମଧ୍ୟ ଏହି ପ୍ରୟାସରେ ହାତ ମିଳାଇଛି। ସଚେତନତା ସୃଷ୍ଟି ସହ ଆଶ୍ରୟସ୍ଥଳ ଖୋଲାଯାଇ ଥଇଥାନ ବ୍ୟବସ୍ଥା ହୋଇଛି। କିନ୍ତୁ ସେଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ କିଛି ସୁଫଳ ମିଳୁନାହିଁି। ଫଳରେ ଭିକ୍ଷୁକମୁକ୍ତ ସ୍ମାର୍ଟସିଟି ଲକ୍ଷ୍ୟ ସ୍ବପ୍ନ ପାଲଟିଛି।
ଏବେ ସହରରେ ବିଭିନ୍ନ ପ୍ରକାର ଭିକ୍ଷାବୃତ୍ତି ଦେଖିବାକୁ ମିଳୁଛି। କେତେଜଣ ଅଛନ୍ତି ମନ୍ଦିର ଓ ଜନଗହଳିପୂର୍ଣ୍ଣ ଛକରେ ଗୋଟିଏ ସ୍ଥାନରେ ବସି ରହି ଲୋକଙ୍କୁ ମାଗୁଥିବାବେଳେ ଆଉ କିଏ ଟ୍ରାଇସାଇକେଲ କିମ୍ବା ଠେଲା ଗାଡିରେ ବୁଲି ବୁଲି ଭିକ୍ଷା ମାଗିଥାନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ନିରାଶ୍ରୟ, ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧ, ମାନସିକ ବିକାରଗ୍ରସ୍ତ ଓ ପ୍ରଫେସନାଲ ଭିକାରି। ଆଉ କେତେଜଣ ମେଡିକାଲ ରିପୋର୍ଟ, ହାତ ଗୋଡ଼ରେ ବ୍ୟାଣ୍ଡେଜ୍‌ ଗୁଡ଼ାଇ ସହାୟତା ବାହାନାରେ ହାଟବଜାର, କଲୋନୀ ଆଦିରେ ଲୋକଙ୍କୁ ଟଙ୍କା ମାଗିଥାନ୍ତି। ଏବେ କିଛିବର୍ଷ ହେବ ଯାଯାବର ଭିକାରିଙ୍କ ଉପସ୍ଥିତି ସ୍ମାର୍ଟସିଟି ଚିତ୍ରକୁ ବିକୃତ କରିବାରେ ଲାଗିଛି। କଅଁଳା ପିଲାଙ୍କୁ ଦେହରେ ଝୁଲାଇ ଖାଇବା ନାଁରେ ଭିକ ମାଗୁଥିବା ଦେଖିବାକୁ ମିଳୁଛି। ଛୋଟ ଶିଶୁଠାରୁ ଆରମ୍ଭ କରି ନାବାଳିକା, ନାବାଳକ ଦଳ ଦଳ ହୋଇ ହାଟବଜାର, ଛକରେ ରହି ଲୋକଙ୍କ ଗୋଡ଼ ଧରି ଭିକ୍ଷା ମାଗୁଥିବା ଭଳି ଦୃଶ୍ୟ ନଜରକୁ ଆସୁଛି। ବିଶେଷକରି ଏହି ଯାଯାବର ଶ୍ରେଣୀର ଭିକାରିମାନେ ଭିକ୍ଷା ମାଗିବା ଆଳରେ ଚୋରି, ଲୁଟ୍‌ କରୁଛନ୍ତି। ଏମାନେ ସାଧାରଣତଃ ଅଣଓଡ଼ିଆ ହୋଇଥିବାବେଳେ ସହରରେ ଥିବା ସରକାରୀ ଜାଗାକୁ କବ୍‌ଜା କରି ରହିବା ମଧ୍ୟ ଆରମ୍ଭ କଲେଣି। ଅନ୍ୟପକ୍ଷରେ କେତେକ ଗ୍ୟାଙ୍ଗ୍‌ ଛୋଟ ପିଲାଙ୍କୁ ଆଣି ଭିକ୍ଷାବୃତ୍ତିରେ ନିୟୋଜିତ କରୁଛନ୍ତି। ଏମାନେ ସହର ଉପକଣ୍ଠରେ ରହୁଥିବାବେଳେ ଗ୍ୟାଙ୍ଗ୍‌ ଲିଡର ଏମାନଙ୍କୁ ଆଣି ସହରରେ ଛାଡ଼ି ପୁଣି ସନ୍ଧ୍ୟାରେ ନେଇଯାଉଛନ୍ତି। ସେହିଭଳି କିନ୍ନରମାନେ ମଧ୍ୟ ଟ୍ରାଫିକ୍‌ ଛକ, ବସ୍‌ ଷ୍ଟପ୍‌, ହାଟବଜାରରେ ଭିନ୍ନ ଢଙ୍ଗରେ ଟଙ୍କା ମାଗୁଥିବା ମଧ୍ୟ ଦେଖିବାକୁ ମିଳୁଛି।

ଲୋକେ ଭିକ୍ଷାଦେବା ବନ୍ଦ କରିବା ଉଚିତ: ବିଏମ୍‌ସି
ସହରରେ ୩ଟି ଭିକ୍ଷୁକ ଆଶ୍ରୟସ୍ଥଳୀ ଓ ୭ଟି ସହରାଞ୍ଚଳ ଆଶ୍ରୟସ୍ଥଳୀ (ଏସ୍‌ୟୁଏଚ୍‌) ରହିଛି। ୩ ଆଶ୍ରୟ ଗୃହରେ ୩୦୦ଜଣ ରହିବାର ସୁବିଧା ରହିଛି। ସେହିଭଳି ଏସ୍‌ୟୁଏଚ୍‌ଗୁଡ଼ିକରେ ସମୁଦାୟ ୩୫୦ରୁ ଊଦ୍ଧର୍‌ବ ବ୍ୟକ୍ତି ରହିବାର ସୁବିଧା ଥିବାବେଳେ ଚନ୍ଦ୍ରଶେଖରପୁର ଏସ୍‌ୟୁଏଚ୍‌ ମହିଳା ହିତାଧିକାରୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ଯାଯାବରମାନେ ଭିକ୍ଷାବୃତ୍ତି କରୁଛନ୍ତି। ଏମାନଙ୍କୁ ବାରମ୍ବାର ବୁଝାଇବା, ଉଦ୍ଧାର କରିବା ଏବଂ ଭିକ୍ଷାବୃତ୍ତି ନ କରିବାକୁ ପ୍ରବର୍ତ୍ତାଇବା କାର୍ଯ୍ୟକ୍ରମ ଜାରି ରହିଛି। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟ ଓ ଶୀତବସ୍ତ୍ର ଆଦିର ବନ୍ଦୋବସ୍ତ ମଧ୍ୟ କରାଯାଉଛି। ତଥାପି ସେମାନେ ଆଶ୍ରୟସ୍ଥଳୀରେ ନ ରହି ଭିକ୍ଷାବୃତ୍ତି କରିବାକୁ ଚାଲି ଆସୁଛନ୍ତି। ତାଗିଦ୍‌ କଲେ ସେମାନେ ସ୍ଥାନ ବଦଳାଇ ଦେଉଛନ୍ତି। ଲୋକମାନେ ଭିକ୍ଷାଦେବା ବନ୍ଦ କଲେ ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?