ବଦଳିଛି ସମାଜର ଚିତ୍ର ଆଉ ମଣିଷ ଚରିତ୍ର

ଇବ୍ରାର ଖାଁ

ସମାଜର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବାକୁ ହେଲେ ଆମକୁ ସହରୀ ସଭ୍ୟତାଠାରୁ ଦୃଷ୍ଟି ଫେରାଇ ଗ୍ରାମ୍ୟ ଜୀବନକୁ ଅନୁଶୀଳନ କରିବାକୁ ପଡ଼ିବ। କାରଣ ଦେଶର ସିଂହଭାଗ ଲୋକ ଆଜି ବି ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି। ଗ୍ରାମାଞ୍ଚଳର ଜୀବନ ଯେତେ ସ୍ପଷ୍ଟ, ତାହା ସହରୀ ସମାଜରେ ପରିଦୃଷ୍ଟ ହୁଏନାହିଁ। ଦିନଥିଲା, ସମାଜରେ ଲୋକମାନେ ନିଜକୁ ଗୋଟିଏ ପରିବାରର ସଦସ୍ୟ ରୂପେ ବିବେଚନା କରୁଥିଲେ। ସେମାନେ ପରସ୍ପର ସୁଖଦୁଃଖରେ ସହଭାଗୀ ହେବା ସହ ମିଳିମିଶି ଚଳୁଥିଲେ। କେହି କାହା ପ୍ରତି ଅସୂୟା ମନୋଭାବ ପୋଷଣ ନ କରି ବରଂ କର୍ମରେ ପରସ୍ପରକୁ ସାହାଯ୍ୟ ସହଯୋଗ କରୁଥିଲେ। ଗୁରୁଜନମାନଙ୍କ ପ୍ରତି ଭକ୍ତି, ଭୟ, ଶ୍ରଦ୍ଧା ଓ ସମ୍ମାନ ରହୁଥିବାରୁ ସମାଜରେ ଶାନ୍ତି ଶୃଙ୍ଖଳା ବିରାଜମାନ କରୁଥିଲା। କୌଣସି ବିଷୟକୁ ନେଇ ମତଭେଦ କିମ୍ବା ମନୋମାଳିନ୍ୟର ସୂତ୍ରପାତ ହେଲେ ତାହା ପଞ୍ଚ ପରମେଶ୍ୱରଙ୍କ ଦ୍ୱାରା ନିରପେକ୍ଷ ଭାବେ ସମାଧାନ କରାଯାଉଥିଲା। ଜୀବନର ସାୟାହ୍ନରେ ଉପନୀତ ମାତାପିତାଙ୍କ ସହାୟକ ହେବା ସଙ୍ଗେ ସଙ୍ଗେ ସନ୍ତାନମାନେ ସେମାନଙ୍କ ଉପଯୁକ୍ତ ସେବାଯନତ୍କୁ ନିଜର ପରମଧର୍ମ ଓ ଶ୍ରେଷ୍ଠ କର୍ତ୍ତବ୍ୟ ବୋଲି ବିଚାରୁଥିଲେ। ସ୍ନେହ, ପ୍ରେମ, ଆଉ ମମତା ରଜ୍ଜୁରେ ବନ୍ଧା ଯୁବସମାଜ ଯେଉଁ କାର୍ଯ୍ୟମାନ ସଂପାଦନ କରୁଥିଲା; ସେଥିରେ ନିଜର ପରିବାର ସର୍ବୋପରି ସମାଜର ଉତ୍ତରୋତ୍ତର ଉନ୍ନତି ସଂଗଠିତ ହେଉଥିଲା।
ନାରୀମାନେ ଶାଳୀନତା ଓ ସମ୍ଭ୍ରମତାର ବଳୟ ଭିତରେ ରହୁଥିବାରୁ ସମାଜ ସେମାନଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲା। ଫଳରେ ସମାଜରେ ଶାନ୍ତି ସହାବସ୍ଥାନ ସମ୍ଭବ ହେବା ସହ ଦୃଢ଼ ଭାଇଚାରା ପ୍ରତିଷ୍ଠିତ ହୋଇ ଜାତି, ଧର୍ମ, ବର୍ଣ୍ଣର ସବୁ ବର୍ଗ ବିଶେଷଙ୍କୁ ଏକତା ଡୋରିରେ ସନ୍ନିବେଶିତ କରି ରଖିଥିଲା। ସାମାଜିକ ସୌହାର୍ଦ୍ଦ୍ୟ ଏବଂ ଏକତାକୁ ଆହୁରି ସୁଦୃଢ଼ କରିବା ପାଇଁ ସମୂହ ଉଦ୍ୟମରେ ବିଭିନ୍ନ ସମୟରେ ମେଳାମହୋତ୍ସବ, ଯାନିଯାତ୍ରାର ଆୟୋଜନ କରାଯାଇ ସାଧାରଣ ଜୀବନରେ ଖୁସିର ଅଫୁରନ୍ତ ଆନନ୍ଦ ଭରି ଦିଆଯାଉଥିଲା। ଆଧ୍ୟାମତ୍ିକ ଚିନ୍ତାକୁ ଜୀବନର ଉପଜୀବ୍ୟ ରୂପେ ଗ୍ରହଣ କରାଯାଉଥିବାରୁ ଜନଜୀବନରେ ଆଦର୍ଶ ଚରିତ୍ର ଗଠନ ସହ ଉତ୍ତମ ଶିକ୍ଷା ଓ ସୁସଂସ୍କାର ପରିଲକ୍ଷିତ ହେଉଥିଲା। ଏକାନ୍ନବର୍ତ୍ତୀ ପରିବାରରେ ଅନାବିଳ ସଂପର୍କର ମଧୁରତାକୁ ସମସ୍ତେ ଅନୁଭବ କରୁଥିଲେ।
କିନ୍ତୁ ଆଜିର ସାମାଜିକ ଦୃଶ୍ୟପଟକୁ ଅବଲୋକନ କଲେ ସମାଜର ଯେଉଁ ବୀଭତ୍ସ ଚିତ୍ର ପରିଦୃଷ୍ଟ ହୁଏ, ତାହା ଯେତିକି କଦର୍ଯ୍ୟ ସେତିକି ଅମାନବୀୟ କହିଲେ ଅତ୍ୟୁକ୍ତି ହେବନାହିଁ। ଯୌଥ ପରିବାର ଆଜି ଖଣ୍ଡବିଖଣ୍ଡିତ ହୋଇ ଯେଉଁ ସ୍ବାର୍ଥକୈନ୍ଦ୍ରିକ ଜୀବନ ଅଭ୍ୟୁଦୟ ଘଟୁଛି, ତାହାହଁି ସାମାଜିକ ଅଧଃପତନର ମୂଳ କାରଣ । ଦିନରାତି ଲୁହଲହୁକୁ ଏକ କରି ମଣିଷ କରିଥିବା ମା’ବାପାଙ୍କୁ ଆଜିର ଶିକ୍ଷିତ ରୋଜଗାରିଆ ପୁଅ ଅବହେଳିତ, ଅସହାୟ ଅବସ୍ଥାରେ ଯେପରି ଗଁାରେ ଛାଡ଼ିଦେଇ ସହରରେ ରହି ବିଳାସମୟ ଜୀବନଯାପନ କରୁଛି, ତାହା ନିଶ୍ଚୟ ଦୁଃଖଦାୟକ। ଭଉଣୀ-ଭାଇର ଅତୁଟ ବନ୍ଧନ ଓ ଅନାବିଳ ସ୍ନେହ ସମାଜର ଭିଡ଼ ଭିତରେ ହଜି ଯାଉଥିବାରୁ ରକ୍ତ ସମ୍ପର୍କର ମଧୁରତା ଆଉ ଦୃଷ୍ଟିଗୋଚର ହେଉନି। ସହରୀ ସଭ୍ୟତାର ଚାକଚକ୍ୟରେ ବିମୋହିତ ଯୁବପିଢ଼ି ଭିଟାମାଟି ଛାଡ଼ି ସହରମୁହଁା ହେବାରେ ଲାଗିଛି। ଗାଁରେ ଚାଷବାସ ଛାଡ଼ି ରାତାରାତି ବଡ଼ଲୋକ ହେବାର ସ୍ବପ୍ନ ନେଇ ସହରକୁ ଚାଲିଯାଉଥିବା ଆହୁରି ଅନେକ ନିଯୁକ୍ତି ସୁଯୋଗ ନ ପାଇ ବେକାର ଜୀବନର କଷାଘାତରେ ଜର୍ଜରିତ ହୋଇ ଛୋଟବଡ଼ ଅପରାଧରେ ଯେପରି ଜଡ଼ିତ ହେଉଛନ୍ତି, ତାହା ନିଶ୍ଚୟ ଉଦ୍‌ବେଗଜନକ। ସମାଜରେ ସର୍ବତ୍ର ମଦର ପ୍ରାବଲ୍ୟ ଉଚ୍ଛୃଙ୍ଖଳ ଯୁବଗୋଷ୍ଠୀକୁ ଆହୁରି ବିଶୃଙ୍ଖଳିତ କରି ଦେଉଥିବାରୁ ପ୍ରତିଦିନ ଅପରାଧ ଘଟଣା ବଢ଼ିଚାଲିଛି । ଭୋଟ ରାଜନୀତି ପାଇଁ ଜାତି ଆଉ ଧର୍ମକୁ ନେଇ ଯେପରି ଧ୍ରୁବୀକରଣ କରାଯାଉଛି, ସେଥିରେ ଘୃଣା ଏବଂ ଦ୍ୱେଷ ବୃଦ୍ଧି ପାଇ ସାମାଜିକ ଜନଜୀବନକୁ ଭାଗ ଭାଗ କରିଦେଉଛି, ଯାହା ଫଳରେ ଆଜି କେହି କାହାରିକୁ ବିଶ୍ୱାସ କରିବା ଅବସ୍ଥାରେ ନାହାନ୍ତି। ତେଣୁ ସମାଜରେ ଶାନ୍ତି ସହାବସ୍ଥାନ ଗୁରୁତର ଭାବେ ବ୍ୟାହତ ହେଲାଣି।
ସଭ୍ୟତାର ଉପରଠାଉରିଆ ଚାକଚକ୍ୟରେ ପ୍ରଲୁବ୍ଧ ହୋଇ ଶାଳୀନତା ଏବଂ ସମ୍ଭ୍ରମତାର ଚଉହଦି ଡେଇଁ ପୁରୁଷପ୍ରଧାନ ସମାଜରେ ନାରୀ ନିଜକୁ ଆଧୁନିକା ରୂପେ ଉପସ୍ଥାପନ କରିବାକୁ ଯାଇ ଯେଉଁଭଳି ଭାବେ ଅସାମାଜିକତାର ଶିକାର ହେଉଛି, ତାହା କାହାରିକୁ ଅଛପା ନୁହେଁ। ଦକ୍ଷତା ଓ ଯୋଗ୍ୟତା ଦୃଷ୍ଟିରୁ ସମାଜର ସବୁ କ୍ଷେତ୍ରରେ ନାରୀ ପୁରୁଷ ସହ ସମକକ୍ଷ, ଏଥିରେ ଦ୍ୱିମତର ଅବକାଶ ନାହିଁ। କିନ୍ତୁ ସୃଷ୍ଟିର ନିୟମ ଦୃଷ୍ଟିରୁ ନାରୀ- ପୁରୁଷ ମଧ୍ୟରେ ଥିବା ପାର୍ଥକ୍ୟକୁ ଉପେକ୍ଷା କରାଯିବା ମଧ୍ୟ ଯଥାର୍ଥ ନୁହେଁ। ତେଣୁ ଆମ ମହାନ୍‌ ସଂସ୍କୃତି ଓ ଆଦର୍ଶ ମୂଲ୍ୟବୋଧଭିତ୍ତିକ ପରମ୍ପରାରେ ଉଦ୍‌ବୁଦ୍ଧ ହୋଇ ସମାଜରେ ନାରୀ ନିଜକୁ ପ୍ରତିପାଦିତ କରିପାରିଲେ ସମୂହ ଦୃଷ୍ଟିରେ ନମସ୍ୟା ହୋଇପାରିବେ। ସୌଖୀନ ସାମଗ୍ରୀର ବିଜ୍ଞାପନ ନଁାରେ ହେଉ କିମ୍ବା ରୁପେଲି ପର୍ଦ୍ଦା ଅଥବା ଆଲ୍‌ବମ ଆଇଟମ୍‌ରେ କଳାକାରର ମୁଖା ପିନ୍ଧି ହେଉ ନାରୀର ଅଶୋଭନୀୟ ଆଚରଣ ନୈତିକତା ଦୃଷ୍ଟିରୁ କେତେଦୂର ଯଥାର୍ଥ ତାହାହିଁ ବିଚାର୍ଯ୍ୟ। ତେଣୁ ସାମାଜିକ ସ୍ତରରେ ଯେପରି ସବୁରି ଆଦରଣୀୟା ହୋଇପାରିବେ, ସେଥିପାଇଁ ଆଜିର ନାରୀ ଯନତ୍ବାନ୍‌ ହେବା ସହ ସଚେତନ ହେବା ନିହାତି ଆବଶ୍ୟକ।
ଏବେବି ସମୟ ଅଛି। ସୁସ୍ଥ ସମାଜ ଗଠନ ପାଇଁ ପ୍ରଥମେ ଆମ ନିଜ ଘରକୁ ସଜାଡ଼ିବାକୁ ପଡ଼ିବ। ଘରେ ଶାନ୍ତ ପରିବେଶ ସୃଷ୍ଟି ହେଲେ ତାହା ସମାଜରେ ପ୍ରତିଫଳିତ ହେବ। ଘର, ପରିବାର ହେଉଛି ସମାଜର ପ୍ରାଣକେନ୍ଦ୍ର। ଆମର ଆଚରଣ, ଉଚ୍ଚାରଣରେ ସୁଧାର ଆସିଗଲେ ସାମାଜିକ ଜୀବନ ସୁଖମୟ ହୋଇଉଠିବ। ସବୁଧର୍ମକୁ ସମ୍ମାନ ଦେଇ ଆଧ୍ୟାମତ୍ିକ ଚିନ୍ତାକୁ ଜୀବନର ଉପଜୀବ୍ୟ ରୂପେ ଗ୍ରହଣ କଲେ ସମାଜରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରିଆସିବ। ସମାଜରେ ବିଷମଞ୍ଜି ବୁଣୁଥିବା ଅସାମାଜିକ ତତ୍ତ୍ୱଙ୍କୁ ଚିହ୍ନଟ କରି ଦୃଢ଼ ପ୍ରତିରୋଧ ଦ୍ୱାରା ସେମାନଙ୍କୁ ପରାହତ କରିବାକୁ ପଡ଼ିବ। ଗୁରୁଜନଙ୍କୁ ଉପଯୁକ୍ତ ସମ୍ମାନ ଓ ଲଘୁଜନଙ୍କୁ ଆନ୍ତରିକ ସ୍ନେହ, ଆଦର ଦେଇ ଜାଣିଲେ ଆମେ ସମାଜରେ ନିଶ୍ଚୟ ସମ୍ମାନ ପାଇବା। ନିଜ କର୍ତ୍ତବ୍ୟ ଓ ଦାୟିତ୍ୱବୋଧକୁ ବୁଝି ନିଜ କର୍ମ ସମାପନ କଲେ ସାମାଜିକ ଜୀବନ ନିଶ୍ଚୟ ହସି ଉଠିବ। ତା’ ନହେଲେ ସମଗ୍ର ସମାଜ କଳଙ୍କିତ ହେବା ସହ ଆମେ ନିଜେ ନିଜ ଧ୍ୱଂସର କାରଣ ହେବା, ଏଥିରେ ସନ୍ଦେହ ନାହିଁ।
ବରଦାପଡ଼ା, ବିଶ୍ୱାଳପଡ଼ା, ରେଞ୍ଚ, ଖୋର୍ଦ୍ଧା, ମୋ-୯୩୩୭୬୦୧୭୦୫


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri