ବଦଳିଗଲା ସ୍ମାର୍ଟସିଟିର ଚିତ୍ର

ଭୁବନେଶ୍ୱର, ୭।୮(ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଛି। ଫଳରେ ଖୋର୍ଦ୍ଧା, ପୁରୀ, କଟକ ଆଦି ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବା ସହ ଜଳବନ୍ଦୀ ସ୍ଥିତି ଉପୁଜିଛି। ଦିନତମାମ ବର୍ଷା ଲାଗିରହିବାରୁ ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର ବଦଳି ଯାଇଥିଲା। ସହରର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି କଲୋନୀ ରାସ୍ତାରେ ପାଣିର ସୁଅ ଛୁଟିଥିବାବେଳେ ବିଶେଷକରି ଇସ୍କନ ଓ ବମିଖାଲ ଅଞ୍ଚଳରେ ଅଣ୍ଟାଏ ଉଚ୍ଚର ପାଣି ସହରବାସୀଙ୍କୁ ହଟହଟା କରିଥିଲା। ଘଣ୍ଟାଘଣ୍ଟା ଧରି ବହୁ ଗାଡିମୋଟର ଫସି ରହିବା ଦୃଶ୍ୟ ସ୍ମାର୍ଟସିଟିର ଅସଲ ଚେହେରାକୁ ପଦାରେ ପକାଇଥିଲା। ବସ୍ତିଠାରୁ କଲୋନୀ, ଆପାର୍ଟମେଣ୍ଟ ଅଞ୍ଚଳ ଜଳମୟ ହୋଇପଡିଥିଲା।
ଶନିବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହିଥିଲା। ପୂର୍ବାହ୍ନ ପ୍ରାୟ ୧୦ଟାରୁ ଅବିଶ୍ରାନ୍ତ ବର୍ଷାରେ ଅସ୍ତବ୍ୟସ୍ତ ହୋଇ ପଡିଥିଲା ରାଜଧାନୀ। ଅପରାହ୍ନ ସୁଦ୍ଧା ସହରରେ ୩୬.୬ ମିମି ବର୍ଷା ହୋଇଥିବାବେଳେ ରାତିସାରା ମଧ୍ୟ ବର୍ଷିଥିଲା। ଫଳରେ ଚାରିଆଡେ ଜଳାର୍ଣ୍ଣବ ସ୍ଥିତି ଉପୁଜିବା ସହିତ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା। ବର୍ଷାଠାରୁ ଜଳବନ୍ଦୀ ସମସ୍ୟା ଲୋକଙ୍କୁ ଅଧିକ କଲବଲ କରିଥିଲା। ନୟାପଲ୍ଲୀସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ ବର୍ଷାପାଣି ଜମି ରହିବା ଫଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଣ୍ଟାଏ ପାଣିରେ ପଶି ଲୋକଙ୍କୁ ଯାତାୟାତ କରିବାକୁ ପଡିଥିଲା। ଅତ୍ୟଧିକ ପାଣି ଜମି ରହିବାରୁ ୨ଚକିଆ ଯାନ ବୁଡି ଯାଇଥିବାବେଳେ ଚାରି ଚକିଆ ଯାନ ମଧ୍ୟ ଅଧା ପର୍ଯ୍ୟନ୍ତ ବୁଡି ଯାଇଥିଲା। ଇଞ୍ଜିନରେ ପାଣି ପଶିବା କାରଣରୁ କେତେକ ଗାଡ଼ି ବନ୍ଦ ହୋଇଯାଇଥିଲା। କେହି ଗାଡ଼ିକୁ ଠେଲି ଠେଲି ନେଇଥିବାବେଳେ ଆଉ କେହି ପାଣି ଛାଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ସେହିପରି ପାଣି ଜମି ରହିବାରୁ ସହରରେ ଟ୍ରାଫିକ୍‌ ଜାମ୍‌ ସମସ୍ୟା ସୃଷ୍ଟି ହୋଇଥିଲା। କେବଳ ନୟାପଲ୍ଲୀ ଅଞ୍ଚଳ ନୁହେଁ, ବମିଖାଲ, କଳ୍ପନା ଛକ, ରସୁଲଗଡ଼, ସୌଭାଗ୍ୟ ନଗର, ଗାୟତ୍ରୀ ନଗର ଅଞ୍ଚଳରେ ମଧ୍ୟ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା। ଏହାବାଦ୍‌ ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ଆଚାର୍ଯ୍ୟ ବିହାର ଅଞ୍ଚଳରେ କେତେକ ଘରେ ପାଣି ପଶି ଯାଇଥିଲା। ୟୁନିଟ-୮ ଡିଏଭି ସ୍କୁଲ ସମ୍ମୁଖ ରାସ୍ତାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖଣ୍ଡଗିରିଠାରୁ ରସୁଲଗଡ ପର୍ଯ୍ୟନ୍ତ ଓଭରବ୍ରିଜ୍‌ର ଅଧିକାଂଶ ସ୍ଥାନରେ ବହୁ ଉଚ୍ଚର ପାଣି ଜମି ରହିବାରୁ ଲୋକମାନେ ଆଶଙ୍କା ଭିତରେ ଯାତାୟାତ କରିଥିଲେ। ବାଣୀବିହାର ଶନି ମନ୍ଦିର ସମ୍ମୁଖ ସର୍ଭିସ ରୋଡ୍‌ ଓ ଆଇଗିଣିଆ ଆଳୁ ଗୋଦାମ ନିକଟ ଅଣ୍ଡରପାସ୍‌ରେ ଅନୁରୂପ ଭାବେ ପାଣି ଜମି ରହିଥିଲା।

 

ଦକ୍ଷ ଅଧିକାରୀ, ତଥାପି ଜଳବନ୍ଦୀ
ଭୁବନେଶ୍ୱରରେ ବିକାଶଧାରା ଆରମ୍ଭଠାରୁ ହିଁ ଜଳବନ୍ଦୀ ସମସ୍ୟା ଉତ୍କଟ ହେଉଛି। ବିଶେଷକରି ଗତ ୫/୭ ବର୍ଷ ହେବ ବର୍ଷା ହେବା ମାତ୍ରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ବର୍ଷା ଦିନ ଆସିଲେ ସହରବାସୀଙ୍କ ଦୁର୍ଦ୍ଦଶା ବଢ଼ୁଛି। ଏପଟେ ସ୍ମାର୍ଟସିଟି ହେବା ପରଠାରୁ ସହରର ଉନ୍ନୟନ, ସୌନ୍ଦର୍ଯ୍ୟକରଣ ଆଦି ବାବଦକୁ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଛି। ଦକ୍ଷ ଅଧିକାରୀ, କର୍ମଚାରୀଙ୍କୁ ମଧ୍ୟ ଏଠାକୁ ଅଣାଯାଇ ବିଶ୍ୱସ୍ତରୀୟ ସହରର ସ୍ବପ୍ନକୁ ସାକାର କରିବାକୁ ପ୍ରୟାସ କରାଯାଉଛି। ହେଲେ ଏସବୁ ସତ୍ତ୍ୱେ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମୁଛି। ବିଶେଷକରି ଇସ୍କନ ଓ ବମିଖାଲ ଓଭର ବ୍ରିଜ୍‌ ପାର୍ଶ୍ୱରୁ ପାଣି ହଟାଇ ପାରୁନାହାନ୍ତି ଦକ୍ଷ ଅଧିକାରୀ। ଯୋଜନା ହୋଇଛି, ଡ୍ରେନ୍‌ ନିର୍ମାଣ ଚାଲିଛି କହି ବର୍ଷବର୍ଷ ଧରି ଅଧିକାରୀମାନେ ସହରବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଜୁଲାଇ ମାସରେ ବିଏମ୍‌ସି ମେୟର ଓ କମିଶନର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିବା ସହିତ ସମୀକ୍ଷା କରିଥିଲେ। ଇତିମଧ୍ୟରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ବାରମ୍ବାର ବୈଠକ ବସିଥିଲେ ବି ଫଳ ଶୂନ। ସ୍ମାର୍ଟସିଟିରେ ଜଳବନ୍ଦୀର ଏଭଳି ସମସ୍ୟା ବାରମ୍ବାର ଘଟୁଥିବାବେଳେ ସ୍ଥାୟୀ ସମାଧାନ ହେଉ ନ ଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତଣ୍ଡ ଗଣୁଛନ୍ତି ନିୟମ ଉଲ୍ଲଂଘନକାରୀ, ସରକାରୀ ଗାଡ଼ିରୁ ୧୫ହଜାର ଜରିମାନା ଆଦାୟ

ଭୁବନେଶ୍ୱର,୫।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଦେଶବ୍ୟାପୀ ଲାଗୁ ହେବା ପରେ ରାଜ୍ୟରେ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଚେକିଂ...

ଲଘୁଚାପ:ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୭।୮(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ତେବେ ଏହା ସେତେ ବଳଶାଳୀ ହେବ ନାହିଁ। ରାଜ୍ୟକୁ ଆବଶ୍ୟକ...

ରାଜଧାନୀରେ ଏକ ଆପାର୍ଟମେଣ୍ଟକୁ ସିଲ୍‌ କଲା ବିଏମ୍‌ସି, ୧୦ ଦିନ ଯାଏ ପ୍ରବେଶ-ପ୍ରସ୍ଥାନ ମନା

ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଭଳି ସ୍ଥିତିରେ ବିଏମ୍‌ସି ପକ୍ଷରୁ ରାଜଧାନୀର ଏକ...

ଜଗିଲେ ୧୬ ଯୁବକ, ଆତଙ୍କ ଖେଳାଇଲେ ୩୦ ମହିଳା

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଶହୀଦନଗର ଥାନାଞ୍ଚଳରେ କେତେଜଣ ମହିଳା ଆତଙ୍କରାଜ ଚଳାଇଛନ୍ତି। ରବିବାର ୩୦ରୁ ଊର୍ଦ୍ଧ୍ୱ ମହିଳା ଜିଏ ପ୍ଲଟ୍‌ ନଂ.୧୩୩ରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି...

ବିଗୁଡୁଛି ଗହୀରମଥା ପରିବେଶ

କେନ୍ଦ୍ରାପଡ଼ା ଅଫିସ, ୧୮ା୧୨: ପ୍ରତିରକ୍ଷା ବିଭାଗ ପାଇଁ ସୁପର ସୋନିକ କ୍ଷେପଣାସ୍ତ୍ର ସହାୟକ ଟର୍ପେଡୋ(ସ୍ମାର୍ଟ) ସିଷ୍ଟମର ସଫଳ ପରୀକ୍ଷଣ ଗତ ୧୩ ତାରିଖରେ ହୁଇଲର ଦ୍ୱୀପରୁ...

କାମରେ ଲାଗୁନି ଏମ୍‌ଆଇପି ଯୋଜନା

ଯାଜପୁର ଅଫିସ/ରଗଡି(ଡି.ଏନ.ଏ.),୨୦ା୫: ମରୁଡ଼ି ତଥା ସ୍ବଳ୍ପ ବୃଷ୍ଟିପାତ ସମୟରେ ଚାଷ ଜମିକୁ ଜଳଯୋଗାଣ ଲକ୍ଷ୍ୟ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ...

ମାଡ଼ିଗଲା ଟ୍ରାକ୍ଟର: ଚାଲିଗଲା ଜେଜେ, ନାତିଙ୍କ ଜୀବନ

କୁଆଁରମୁଣ୍ଡା,୧୯।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଟାଙ୍ଗରାଣୀ ଗ୍ରାମ ନିକଟରେ ଗୁରୁବାର ରାତିରେ ଏକ ଦୁର୍ଘଟଣା ଘଟିଛି। ଜେଜେ ଏବଂ ନାତି...

ଫାଷ୍ଟ୍‌ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥାକୁ ନେଇ ବୈଠକ

କାଳିଆପାଣି,୨୧|୬(ଡି.ଏନ୍‌.ଏ.)- ସୁକିନ୍ଦା ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ନିୟମକୁ ଅବମାନନା କରିବା ନେଇ ଗୁରୁବାର କାଳିଆପାଣି ଥାନା ପରିସରରେ ଏକ ବୈଠକ ଅନୁଷ୍ଠିତ...

Advertisement
Archives

Model This Week