ବଦଳିଗଲା ସ୍ମାର୍ଟସିଟିର ଚିତ୍ର

ଭୁବନେଶ୍ୱର, ୭।୮(ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଛି। ଫଳରେ ଖୋର୍ଦ୍ଧା, ପୁରୀ, କଟକ ଆଦି ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବା ସହ ଜଳବନ୍ଦୀ ସ୍ଥିତି ଉପୁଜିଛି। ଦିନତମାମ ବର୍ଷା ଲାଗିରହିବାରୁ ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର ବଦଳି ଯାଇଥିଲା। ସହରର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି କଲୋନୀ ରାସ୍ତାରେ ପାଣିର ସୁଅ ଛୁଟିଥିବାବେଳେ ବିଶେଷକରି ଇସ୍କନ ଓ ବମିଖାଲ ଅଞ୍ଚଳରେ ଅଣ୍ଟାଏ ଉଚ୍ଚର ପାଣି ସହରବାସୀଙ୍କୁ ହଟହଟା କରିଥିଲା। ଘଣ୍ଟାଘଣ୍ଟା ଧରି ବହୁ ଗାଡିମୋଟର ଫସି ରହିବା ଦୃଶ୍ୟ ସ୍ମାର୍ଟସିଟିର ଅସଲ ଚେହେରାକୁ ପଦାରେ ପକାଇଥିଲା। ବସ୍ତିଠାରୁ କଲୋନୀ, ଆପାର୍ଟମେଣ୍ଟ ଅଞ୍ଚଳ ଜଳମୟ ହୋଇପଡିଥିଲା।
ଶନିବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହିଥିଲା। ପୂର୍ବାହ୍ନ ପ୍ରାୟ ୧୦ଟାରୁ ଅବିଶ୍ରାନ୍ତ ବର୍ଷାରେ ଅସ୍ତବ୍ୟସ୍ତ ହୋଇ ପଡିଥିଲା ରାଜଧାନୀ। ଅପରାହ୍ନ ସୁଦ୍ଧା ସହରରେ ୩୬.୬ ମିମି ବର୍ଷା ହୋଇଥିବାବେଳେ ରାତିସାରା ମଧ୍ୟ ବର୍ଷିଥିଲା। ଫଳରେ ଚାରିଆଡେ ଜଳାର୍ଣ୍ଣବ ସ୍ଥିତି ଉପୁଜିବା ସହିତ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା। ବର୍ଷାଠାରୁ ଜଳବନ୍ଦୀ ସମସ୍ୟା ଲୋକଙ୍କୁ ଅଧିକ କଲବଲ କରିଥିଲା। ନୟାପଲ୍ଲୀସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ ବର୍ଷାପାଣି ଜମି ରହିବା ଫଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଣ୍ଟାଏ ପାଣିରେ ପଶି ଲୋକଙ୍କୁ ଯାତାୟାତ କରିବାକୁ ପଡିଥିଲା। ଅତ୍ୟଧିକ ପାଣି ଜମି ରହିବାରୁ ୨ଚକିଆ ଯାନ ବୁଡି ଯାଇଥିବାବେଳେ ଚାରି ଚକିଆ ଯାନ ମଧ୍ୟ ଅଧା ପର୍ଯ୍ୟନ୍ତ ବୁଡି ଯାଇଥିଲା। ଇଞ୍ଜିନରେ ପାଣି ପଶିବା କାରଣରୁ କେତେକ ଗାଡ଼ି ବନ୍ଦ ହୋଇଯାଇଥିଲା। କେହି ଗାଡ଼ିକୁ ଠେଲି ଠେଲି ନେଇଥିବାବେଳେ ଆଉ କେହି ପାଣି ଛାଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ସେହିପରି ପାଣି ଜମି ରହିବାରୁ ସହରରେ ଟ୍ରାଫିକ୍‌ ଜାମ୍‌ ସମସ୍ୟା ସୃଷ୍ଟି ହୋଇଥିଲା। କେବଳ ନୟାପଲ୍ଲୀ ଅଞ୍ଚଳ ନୁହେଁ, ବମିଖାଲ, କଳ୍ପନା ଛକ, ରସୁଲଗଡ଼, ସୌଭାଗ୍ୟ ନଗର, ଗାୟତ୍ରୀ ନଗର ଅଞ୍ଚଳରେ ମଧ୍ୟ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା। ଏହାବାଦ୍‌ ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ଆଚାର୍ଯ୍ୟ ବିହାର ଅଞ୍ଚଳରେ କେତେକ ଘରେ ପାଣି ପଶି ଯାଇଥିଲା। ୟୁନିଟ-୮ ଡିଏଭି ସ୍କୁଲ ସମ୍ମୁଖ ରାସ୍ତାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖଣ୍ଡଗିରିଠାରୁ ରସୁଲଗଡ ପର୍ଯ୍ୟନ୍ତ ଓଭରବ୍ରିଜ୍‌ର ଅଧିକାଂଶ ସ୍ଥାନରେ ବହୁ ଉଚ୍ଚର ପାଣି ଜମି ରହିବାରୁ ଲୋକମାନେ ଆଶଙ୍କା ଭିତରେ ଯାତାୟାତ କରିଥିଲେ। ବାଣୀବିହାର ଶନି ମନ୍ଦିର ସମ୍ମୁଖ ସର୍ଭିସ ରୋଡ୍‌ ଓ ଆଇଗିଣିଆ ଆଳୁ ଗୋଦାମ ନିକଟ ଅଣ୍ଡରପାସ୍‌ରେ ଅନୁରୂପ ଭାବେ ପାଣି ଜମି ରହିଥିଲା।

 

ଦକ୍ଷ ଅଧିକାରୀ, ତଥାପି ଜଳବନ୍ଦୀ
ଭୁବନେଶ୍ୱରରେ ବିକାଶଧାରା ଆରମ୍ଭଠାରୁ ହିଁ ଜଳବନ୍ଦୀ ସମସ୍ୟା ଉତ୍କଟ ହେଉଛି। ବିଶେଷକରି ଗତ ୫/୭ ବର୍ଷ ହେବ ବର୍ଷା ହେବା ମାତ୍ରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ବର୍ଷା ଦିନ ଆସିଲେ ସହରବାସୀଙ୍କ ଦୁର୍ଦ୍ଦଶା ବଢ଼ୁଛି। ଏପଟେ ସ୍ମାର୍ଟସିଟି ହେବା ପରଠାରୁ ସହରର ଉନ୍ନୟନ, ସୌନ୍ଦର୍ଯ୍ୟକରଣ ଆଦି ବାବଦକୁ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଛି। ଦକ୍ଷ ଅଧିକାରୀ, କର୍ମଚାରୀଙ୍କୁ ମଧ୍ୟ ଏଠାକୁ ଅଣାଯାଇ ବିଶ୍ୱସ୍ତରୀୟ ସହରର ସ୍ବପ୍ନକୁ ସାକାର କରିବାକୁ ପ୍ରୟାସ କରାଯାଉଛି। ହେଲେ ଏସବୁ ସତ୍ତ୍ୱେ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମୁଛି। ବିଶେଷକରି ଇସ୍କନ ଓ ବମିଖାଲ ଓଭର ବ୍ରିଜ୍‌ ପାର୍ଶ୍ୱରୁ ପାଣି ହଟାଇ ପାରୁନାହାନ୍ତି ଦକ୍ଷ ଅଧିକାରୀ। ଯୋଜନା ହୋଇଛି, ଡ୍ରେନ୍‌ ନିର୍ମାଣ ଚାଲିଛି କହି ବର୍ଷବର୍ଷ ଧରି ଅଧିକାରୀମାନେ ସହରବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଜୁଲାଇ ମାସରେ ବିଏମ୍‌ସି ମେୟର ଓ କମିଶନର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିବା ସହିତ ସମୀକ୍ଷା କରିଥିଲେ। ଇତିମଧ୍ୟରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ବାରମ୍ବାର ବୈଠକ ବସିଥିଲେ ବି ଫଳ ଶୂନ। ସ୍ମାର୍ଟସିଟିରେ ଜଳବନ୍ଦୀର ଏଭଳି ସମସ୍ୟା ବାରମ୍ବାର ଘଟୁଥିବାବେଳେ ସ୍ଥାୟୀ ସମାଧାନ ହେଉ ନ ଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?