୨୪ଘଣ୍ଟା ପରେ ବି ମିଳିଲାନି ପରିଚୟ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ହତ୍ୟା ଜଳଜଳ। ହେଲେ ଅଭିଯୋଗ ଓ ମୃତକଙ୍କ ପରିଚୟ ନ ଥିବାରୁ ପୂରା ଘଟଣା ରହସ୍ୟାବୃତ୍ତ ହୋଇଯାଉଛି। ଅନେକ ମାମଲାରେ ପୋଲିସ ମୃତକଙ୍କ ପରିଚୟ ନ ପାଇ ଫାଇଲ୍‌ ବନ୍ଦ କରିଦେଇଥିବା ମଧ୍ୟ ନଜିର ରହିଛି। ମଞ୍ଚେଶ୍ୱର ଥାନା ବରିମୁଣ୍ଡ ନିକଟ କୁଆଖାଇ ନଦୀପଠା ବାଲି ଭିତରୁ ଯୁବକଙ୍କ ମୃତଦେହ ଜବତ ଘଟଣାକୁ ନେଇ ସମାନ ଆଶଙ୍କା ପ୍ରକାଶ ପାଇଲାଣି। କାରଣ ଘଟଣାର ୨୪ ଘଣ୍ଟା ପୂରିଥିଲେ ମଧ୍ୟ ପୋଲିସ ମୃତକଙ୍କ ପରିଚୟ ପାଇପାରିନାହିଁ। ମୃତଦେହଟି ପଚିଶଢ଼ି ଯାଇଥିବାବେଳେ ମୁହଁର ୫୦ ଭାଗରୁ ଊର୍ଦ୍ଧ୍ୱ ନଷ୍ଟ ହୋଇଯାଇଥିବାରୁ ଚିହ୍ନଟ କରିବା କଷ୍ଟକର ହୋଇପଡିଛି। ମୃତ ଯୁବକଙ୍କ ପରିଚୟ ପାଇଁ ପୋଲିସ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ନିଖୋଜ ଯୁବକଙ୍କ ତଥ୍ୟ ଯୋଗାଡ କରିବା ଆରମ୍ଭ କରିଛି। ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଶୁକ୍ରବାର ପୁରୀ ଜିଲା ପିପିଲି ଓ ସାତଶଙ୍ଖ ଥାନା ଅଞ୍ଚଳକୁ ଯାଇଥିଲା। ଏହି ଦୁଇ ଥାନାରେ ହୋଇଥିବା ଦୁଇଟି ମିସିଂ ରିପୋର୍ଟ ନଦୀପଠାରୁ ଉଦ୍ଧାର ମୃତଦେହର କିଛି ସାମଞ୍ଜସ୍ୟ ଥିବାରୁ ପୋଲିସ ସେଠାକୁଯାଇ ପଚରାଉଚରା କରିଛି। ଏଥିସହିତ ଭୁବନେଶ୍ୱର ଗାଡ଼କଣ ଗ୍ରାମର ନିଖୋଜ ଜଣେ ଯୁବକଙ୍କ ପରିବାରକୁ ଭେଟି ତଥ୍ୟ ସଂଗ୍ରହ କରିଛି। ଅନ୍ୟପକ୍ଷରେ ଶୁକ୍ରବାର ମଞ୍ଚେଶ୍ୱର ଥାନାକୁ ୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ନିଖୋଜ ସଂକ୍ରାନ୍ତ ଅଭିଯୋଗ ନେଇ ଆସିଥିଲେ। ସେମାନଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିଲା। ହେଲେ କୌଣସି ତଥ୍ୟ ନଦୀପଠା ମୃତଦେହ ସହ ମିଶୁ ନ ଥିବାରୁ ପୋଲିସ ଅନ୍ୟ ଅଭିଯୋଗକୁ ଅପେକ୍ଷା କରିବା ସହ ପୋଷ୍ଟର ଲଗାଇବାକୁ ଯୋଜନା କରିଛି।
ବୁଧବାର ଅପରାହ୍ନରେ ସ୍ଥାନୀୟ କେତେଜଣ ଯୁବକ ନଦୀପଠାକୁ ବୁଲିବାକୁ ଯାଇଥିବାବେଳେ ପାପୁଲି, ପ୍ୟାଣ୍ଟ ଓ ଚପଲ ବାଲୁ ଉପରକୁ ବାହାରିଥିବା ଦେଖିତ୍ଥିଲେ। ସେଠାରେ ପ୍ରବଳ ଦୁର୍ଗନ୍ଧ ହେଉଥିବାରୁ ସନ୍ଦେହ କରି ସେମାନେ ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ଥିଲେ ମଧ୍ୟ ରାତି ହୋଇଯିବାରୁ ସେଠାରେ କ୍ୟାମ୍ପ୍‌ କରି ଜଗି ରହିଥିଲା। ଗୁରୁବାର ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଉକ୍ତ ସ୍ଥାନକୁ ଯାଞ୍ଚ୍‌ କରି ପରୀକ୍ଷା କରିବା ସହ ବିିଭିନ୍ନ ନମୁନା ସଂଗ୍ରହ କରିଥିଲା। ତାଙ୍କ ଡାହାଣ କାନରେ ଏକ କୁଣ୍ଡଳ ରହିଥିବା ଦେଖିବାକୁ ମିଳିଥିଲା। ମୃତଦେହ ନିକଟରୁ ଲାଲ୍‌-ନୀଳ ରଙ୍ଗର ଏକ ଚପଲକୁ ପୋଲିସ ଜବତ କରିଥିଲା। ସେ ଫୁଲ୍‌ ପ୍ୟାଣ୍ଟ ସହ ଶାର୍ଟ ପିନ୍ଧିଥିବାବେଳେ ଶରୀରରେ କୌଣସି ସ୍ଥାନରେ କ୍ଷତ ଚିହ୍ନ ମିଳି ନ ଥିଲା।
ଭୁବନେଶ୍ୱର ବାହାରର ସନ୍ଦେହ
ମୃତ ଯୁବକଙ୍କ ପରିଚୟ ଏବେ କମିଶନେରଟ ପୋଲିସ ପାଇଁ ମୁଣ୍ଡବ୍ୟଥା ପାଲଟିଛି। ଏଥିପାଇଁ ପୋଲିସ ଦିନରାତି ଏକ କରିଥିବାବେଳେ ଯୁବକ ଜଣକ ଭୁବନେଶ୍ୱରର କେହି ହୋଇ ନ ଥିବା ପୋଲିସ ସନ୍ଦେହ କରୁଛି। ଭୁବନେଶ୍ୱର କିମ୍ବା ରାଜ୍ୟ ବାହାରର ହୋଇଥାଇପାରନ୍ତି ବୋଲି ଆଶଙ୍କା କରି ବାହାର ଥାନାରେ ହୋଇଥିବା ମିସିଂ ରିପୋର୍ଟ ଯାଞ୍ଚ ପାଇଁ ଉଦ୍ୟମ ହେଉଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡୁନି, ଭିସେରା ଭରସା
ନଦୀପଠାରେ ପୋତା ହୋଇଥିବା ମୃତଦେହକୁ ବାଲିରୁ ବାହାର କରାଯିବା ପରେ ବ୍ୟବଚ୍ଛେଦ ନିମନ୍ତେ ଏମ୍‌ସ ପଠାଯାଇଥିଲା। ଶୁକ୍ରବାର ବ୍ୟବଚ୍ଛେଦର ପ୍ରାରମ୍ଭିକ ରିପୋର୍ଟ ହସ୍ତଗତ ହୋଇଛି। ରିପୋର୍ଟ ଅନୁସାରେ ଉକ୍ତ ଯୁବକଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହେବ। ଓଜନ ୪୬ କେଜି ଏବଂ ଉଚ୍ଚତା ୫ ଫୁଟ ୮ଇଞ୍ଚ। ମୃତକଙ୍କ ଦେହରୁ ବିଷ କିମ୍ବା କେମିକାଲର ନମୁନା ମିଳିନାହିଁ। ଏଥିସହିତ ମୃତ ଦେହରେ କୌଣସି ବ୍ୟକ୍ତିଙ୍କ ଫିଙ୍ଗର ପ୍ରିଣ୍ଟ କିମ୍ବା ତଣ୍ଟିଚିପି ମରାଯିବାର ମଧ୍ୟ କୌଣସି ଚିହ୍ନ ନ ଥିବା ଜଣାପଡ଼ିଛି। ତେବେ ଥାନାକୁ ଉକ୍ତ ରିପୋର୍ଟ ପହଞ୍ଚତ୍ ନ ଥିବା ଏସିପି କହିଛନ୍ତି। ମୃତଦେହ ଜବତବେଳେ ଶରୀରେ କୌଣସି କ୍ଷତ ନ ଥିବାରୁ ଯୁବକଙ୍କୁ ଶ୍ୱାସରୁଦ୍ଧ କରାଯାଇ କିମ୍ବା ବିଷ ପିଆଇ ହତ୍ୟା କରାଯାଇଥିବା ପୋଲିସ ପ୍ରଥମେ ସନ୍ଦେହ କରୁଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟରେ ଏବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାରୁ ପୋଲିସକୁ ଏବେ ଭିସେରା ରିପୋର୍ଟ ଭରସା। ଯୁବକଙ୍କର କେମିତି ମୃତ୍ୟୁ ହୋଇଛି, ତାଙ୍କୁ ହତ୍ୟା କରାଯାଇଛି ନା ନାହିଁ, ଏ ସମସ୍ତ ଘଟଣା ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?