ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖି ଏସିଡ୍‌ ପିଇଦେଲେ ସ୍ବାମୀ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଆତ୍ମହତ୍ୟା ଘଟଣା ବଢିବାରେ ଲାଗିଛି। ପାରିବାରିକ କଳହ ହେଉ କି ଅନ୍ୟ କିଛି ସମସ୍ୟାକୁ ନେଇ କିଏ ବେକରେ ରଶି ଲଗାଇ ଝୁଲି ପଡିଲାଣି ତ ପୁଣି କିଏ ରେଳଧାରଣାରେ ଶୋଇ ଆତ୍ମହତ୍ୟା କଲାଣି। ଶୁକ୍ରବାର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀ ଘର ଭିତରେ ଫ୍ୟାନରେ ଝୁଲି ପଡିଥିବା ଦେଖି ସ୍ବାମୀ ଏସିଡ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିରେ ସ୍ତ୍ରୀ ସଞ୍ଜନା ପେରିୱାଲଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ସଞ୍ଜୟ ପେରିୱାଲ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସଞ୍ଜନାଙ୍କ ମୃତଦେହକୁ ଜବତ କରିବା ସହ ଗୁରୁତର ଥିବା ସ୍ବାମୀକୁ ହସ୍ପିଟାଲରେ ଭର୍ତ୍ତି କରିଛି। ଆତ୍ମହତ୍ୟାର କାରଣ ପୋଲିସ ସ୍ପଷ୍ଟ କରି ନ ଥିଲେ ମଧ୍ୟ ପାରିବାରିକ କଳହ ଯୋଗୁ ଏଭଳି ଦୁଃଖଦ ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ ସେମାନଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିବା ସହ ନିଜ ଆଡୁ ଅପମୃତ୍ୟୁ ମାମଲା (ନଂ.୨୬/୨୨) ରୁଜୁ କରି ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଥାନା ଅଧିକରୀ ଓମ୍‌ ପ୍ରକାଶ ମହାନ୍ତି କହିଛନ୍ତି।
ସଞ୍ଜୟ ଓ ସଞ୍ଜନା ଦୁଇ ପିଲାଙ୍କୁ ନେଇ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ସିଦ୍ଧି ବିନାୟକ ଆପାର୍ଟମେଣ୍ଟରେ ରୁହନ୍ତି। ଏହି ଥାନା ଅଞ୍ଚଳରେ ସଞ୍ଜୟଙ୍କର ଏକ ଲୁଗା ଦୋକାନ ରହିଛି। ପିଲାଙ୍କୁ ସ୍କୁଲ୍‌ରେ ଛାଡ଼ିବା ପରେ ସଞ୍ଜନା ଦୋକାନକୁ ଯାଇ ସ୍ବାମୀ ସଞ୍ଜୟଙ୍କୁ ବ୍ୟବସାୟରେ ସହଯୋଗ କରିଥାନ୍ତି। ହେଲେ ଶୁକ୍ରବାର ସଞ୍ଜନା ଦୋକାନକୁ ଯାଇ ନ ଥିଲେ। ତେଣୁ ସଞ୍ଜୟ ତାଙ୍କ ପୁତୁରାଙ୍କୁ ଘରକୁ ପଠାଇ ସଞ୍ଜନାଙ୍କୁ ଡାକିଦେବାକୁ କହିଥିଲେ। ପୁତୁରା ଘରକୁ ଯାଇ କବାଟ ବନ୍ଦ ଥିବା ଦେଖି ଡାକିଥିଲେ। କିନ୍ତୁ କୌଣସି ଜବାବ ନ ଆସିବାରୁ ସେ କବାଟ ଖୋଲି ଭିତରକୁ ଯିବା ପରେ ସଞ୍ଜନା ବେକରେ ରଶି ଲଗାଇ ଫ୍ୟାନରେ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଘଟଣା ବିଷୟରେ ସଞ୍ଜୟଙ୍କୁ ଜଣାଇଥିଲେ। ସଞ୍ଜୟ ଘରକୁ ଆସି ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖି ନିଜକୁ ସମ୍ଭାଳି ପାରି ନ ଥିଲେ। ଘର ବାଥ୍‌ରୁମ୍‌ରେ ଥିବା ଏସିଡ୍‌ (ଚଟାଣ ସଫେଇ ପାଇଁ ରହିଥିବା କେମିକାଲ) ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ପୋଲିସ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।
ସୂଚନାନୁସାରେ, ଉଭୟଙ୍କ ପରିବାର କଟକ ଅଞ୍ଚଳରେ ରୁହନ୍ତି। ଗୁରୁବାର ଉଭୟଙ୍କ ପରିବାର ଓ ସମ୍ପର୍କୀୟଙ୍କର କଟକରେ ଗେଟ୍‌ ଟୁଗେଦର ପାର୍ଟି ହୋଇଥିଲା। ସଞ୍ଜୟ ଓ ସଞ୍ଜନା ମଧ୍ୟ ପିଲାଙ୍କ ସହ ଉକ୍ତ ପାର୍ଟିରେ ଯୋଗଦେଇ ଫେରିଥିଲେ। ଶୁକ୍ରବାର ପିଲାମାନେ ସ୍କୁଲ୍‌ରୁ ଆସିଲେ ସେମାନେ ପୁରୀ ଯାଇଥାନ୍ତେ। କିନ୍ତୁ ଏହା ପୂର୍ବରୁ କ’ଣ ଘଟିଲା ଯେ, ଯେଉଁଥିପାଇଁ ଆତ୍ମହତ୍ୟା ଭଳି ନିଷ୍ଠୁର ନିଷ୍ପତ୍ତିକୁ ଆପଣାଇବାକୁ ବାଧ୍ୟ ହୋଇଥିଲେ। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା କହିଛି। ସଞ୍ଜୟଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri