ଶ୍ୱଶୁରଘର ନେବା ବାଟରେ ସ୍ତ୍ରୀଙ୍କୁ ମାରିଦେଲା ସ୍ବାମୀ

ଉମରକୋଟ, ୫।୧: ପାରିବାରିକ କଳହକୁ କେନ୍ଦ୍ର କରି ମଙ୍ଗଳବାର ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ୟୁଭି-୫୨ ଗ୍ରାମର ବିପ୍ଳବ ବିଶ୍ବାସ ସ୍ତ୍ରୀ ସିପ୍ରାଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି। ପରେ ବିପ୍ଳବ ଉମରକୋଟ ଥାନାରେ ଆତ୍ମସମର୍ପଣ କରିଛନ୍ତି।
ପ୍ରକାଶ ଯେ, ବିପ୍ଳବ ଦେଢ଼ବର୍ଷ ତଳେ ମୂର୍ତ୍ତୃମା ଗ୍ରାମର ସିପ୍ରାଙ୍କୁ ବିବାହ କରିଥିଲେ। ତାଙ୍କର ଦେଢ଼ମାସର ଏକ କନ୍ୟା ସନ୍ତାନ ଅଛି। ବିଭିନ୍ନ କାରଣରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ବିପ୍ଳବ ଅନେକ ସମୟରେ ସିପ୍ରାଙ୍କୁ ମାର୍‌ପିଟ୍‌ କରୁଥିଲେ। ଏହା ଜାଣି ବାପଘର ଲୋକେ ଗ୍ରାମରେ ଏକ ବୈଠକ କରାଯାଇଥିଲା। ବୈଠକରେ ନିଷ୍ପତ୍ତି ମୁତାବକ କିଛିଦିନ ସିପ୍ରା ବାପଘରେ ରହିବେ ବୋଲି କୁହାଯାଇଥିଲା। ଏନେଇ ମଙ୍ଗଳବାର ବିପ୍ଳବ ଶିଶୁକନ୍ୟା ଓ ସିପ୍ରାଙ୍କୁ ଶ୍ୱଶୁର ଘରେ ଛାଡିବାକୁ ଯାଉଥିଲେ। ସେତିକିବେଳେ ବିପ୍ଲବ ଚିକଲପଦର-ଅଧିକାରୀଗୁଡା ରାସ୍ତାରେ ଗାଡ଼ି ଅଟକାଇ ସିପ୍ରାଙ୍କ ଶାଢ଼ି ଚିରି ବେକରେ ଗୁଡ଼ାଇ ଶ୍ୱାସରୁଦ୍ଧ କରିବା ପରେ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲେ। ପରେ ସେ ଶିଶୁକନ୍ୟାକୁ ଅଧିକାରୀଗୁଡା ଗ୍ରାମର ଜଣଙ୍କ ଘରେ ଛାଡି ଉମରକୋଟ ଥାନାରେ ଆତ୍ମସମର୍ପଣ କରିଥିଲେ। ଏହାଜାଣି ଥାନା ଅଧିକାରୀ ନରେଶ କୁମାର ପ୍ରଧାନ, ଏସ୍‌ଡିପିଓ ହେମନ୍ତ କୁମାର ପାଢ଼ୀ ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୭/୨୧) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ସିପ୍ରାଙ୍କ ବାପା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଧୀଙ୍କ ଠିକଣା ପାଲଟୁଛି ମହାକାଳପଡ଼ା

କେନ୍ଦ୍ରାପଡ଼ା ଅଫିସ,୧୧ା୮: କେନ୍ଦ୍ରାପଡ଼ା ଜିଲାରେ ୪୮ କିଲୋମିଟର ସମୁଦ୍ର ତଟ । ସମୁଦ୍ର ତଟରେ ୬୮୨ ବର୍ଗ କିଲୋମିଟର ଜାତୀୟ ଉଦ୍ୟାନ ଭିତରକନିକା । ତଟ...

କରୋନାରୁ ଆରୋଗ୍ୟ ପାଇଁ ଆୟୁର୍ବେଦ ଔଷଧ ବ୍ୟବହାରକୁ ସ୍ବାଗତ

କଟକ ଅଫିସ୍‌,୯।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ ରାଜେଶ...

କରୋନା ସହାୟତା: ଭିଜିଲାନ୍ସ ଅଧିକାରୀ, କର୍ମଚାରୀ ଦେଲେ ୧୩ ଲକ୍ଷ

ଭୁବନେଶ୍ୱର, ୨୬।୬(ବ୍ୟୁରୋ): କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ୧୩ ଲକ୍ଷ ୧୩୭ ଟଙ୍କା ଦାନ କରିଛନ୍ତି। ଶୁକ୍ରବାର...

ନନ୍ଦନକାନନରେ ଚନ୍ଦନର ମୃତ୍ୟୁ

ବାରଙ୍ଗ,୧୫।୯(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀଉଦ୍ୟାନର ହାତୀସଫାରୀରେ ଥିବା ୧୦ ବର୍ଷର ହାତୀ ଚନ୍ଦନର ଶନିବାର ରାତିରେ ମୃତ୍ୟୁ ଘଟିଛି। ଗତ ୩ ଦିନ ତଳେ ଚନ୍ଦନ ଅସୁସ୍ଥ...

ଅସୁରକ୍ଷିତ ଜଙ୍ଗଲ ସମ୍ପଦ: ଜବରଦଖଲକାରୀଙ୍କ କବ୍‌ଜାରେ ୩୩ ହଜାର ହେକ୍ଟର

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ରାଜ୍ୟରେ ବହୁମୂଲ୍ୟ ଜଙ୍ଗଲ ସମ୍ପଦ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଉଛି। ଦୀର୍ଘ ବର୍ଷ ପରେ ମଧ୍ୟ ସେହି ଜମି ସରକାରଙ୍କ ନିକଟକୁ ଫେରିପାରୁ ନାହିଁ। ଜଙ୍ଗଲ...

ଗର୍ଭବତୀଙ୍କୁ ଖୁବ୍‌ଶୀଘ୍ର ଟିକା

ଭୁବନେଶ୍ୱର, ୨ା୭(ବ୍ୟୁରୋ):ରାଜ୍ୟରେ ଏଣିକି ଗର୍ଭବତୀଙ୍କୁ ଦିଆଯିବ ଟିକା। ଏ ନେଇ ଗୁରୁବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗର୍ଭବତୀଙ୍କୁ ଟିକାକରଣ...

ରାଜକୋଷକୁ କରୋନା ମାଡ଼

ଭୁବନେଶ୍ୱର,୯।୬(ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଦ ସାଜିଛି। ଏହା କେବଳ ଯେ ସ୍ବାସ୍ଥ୍ୟ ନୁହେଁ, ଆର୍ଥିକ ବ୍ୟବସ୍ଥାକୁ ମଧ୍ୟ ବିଗାଡ଼ି ଦେଇଛି।...

ୱାର୍ଲଡ ସ୍କିଲ୍‌ ସେଣ୍ଟର ପରିଦର୍ଶନ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଓ ତାଙ୍କ ପ୍ରତିନିଧି ଦଳ ଶନିବାର ଭୁବନେଶ୍ୱରସ୍ଥିତ ୱାଲର୍‌ଡ ସ୍କିଲ୍‌...

Advertisement
Archives

Model This Week