୯୦୦ କଲ୍‌ ରେକର୍ଡିଂ ପୋଲିସକୁ ଦେଲେ ସ୍ବାମୀ: ଏଥିରୁ ଫିଟିଲା ସ୍ତ୍ରୀଙ୍କ ଗୁମର, ଆଉ ତା’ ପରେ…

ଜଣେ ମହିଳା କନଷ୍ଟେବଳ ବିବାହର ୨ ମାସ ମଧ୍ୟରେ ସ୍ବାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯେଉଁଥିରେ କି ତାଙ୍କ ଭଉଣୀ ଏବଂ ପ୍ରେମିକ ସହାୟତା କରିଥିଲେ। ଯେତେବେଳେ ତାଙ୍କ ସ୍ବାମୀଙ୍କର ସନ୍ଦେହ ହେଲା ସେତେବେଳେ ସେ କଲ ରେକର୍ଡିଂ ଆପ୍‌ ଡାଉନ୍‌ଲୋଡ କରି ଶୁଣିଲେ। ସେଥିରେ ତାଙ୍କ ପାଦତଳୁ ମାଟି ଖସିଗଲା। ୯୦୦ ଅଡିଓ ରେକର୍ଡିଂରେ କୋଟି କୋଟି ଟଙ୍କାର ଜମି ହଡ଼ପ କରି ହତ୍ୟା କରିବା ପାଇଁ ଯୋଜନା କରିଥିଲେ।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଜମଗଡ଼ରେ। ଜଣେ ମହିଳା ପୋଲିସଙ୍କ ଦ୍ୱାରା ତାଙ୍କ ସ୍ବାମୀଙ୍କୁ ହତ୍ୟା ଯୋଜନା କରାଯାଇଥିଲା କେବଳ ସମ୍ପତ୍ତି ଲୁଟିବା ପାଇଁ। ମହିଳା ପୋଲିସ ଜଣକ ଇନ୍ସପେକ୍ଟର ପ୍ରେମିକଙ୍କ ସହ ମିଶି ଏହି ହତ୍ୟା ଯୋଜନା କରିବାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଥିବା ବେଳେ ୯୦୦ ଅଡିଓ କ୍ଲିପିଂ ସହିତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପ୍ରଦାନ କରିଛନ୍ତି ମହିଳା କନଷ୍ଟେବଳଙ୍କ ସ୍ବାମୀ।


ସମଗ୍ର ଘଟଣା ବାଲିଆ ଜିଲାରେ ରହୁଥିବା ସନ୍ତ କୁମାରଙ୍କ କ୍ଷେତ୍ରରେ ଘଟିଛି। ଯିଏ କି ବର୍ତ୍ତମାନ ପୋଲିସ ତାଲିମ ବିଭାଗରେ କାର୍ଯ୍ୟରତ। ତାଙ୍କର ବିବାହ ଆଜମଗଡ଼ର ମହିଳା କନଷ୍ଟେବଳ ବିକାଶ ଲତାଙ୍କ ସହ ହୋଇଥିଲା। ଏହି ବିବାହରେ ସ୍ବାମୀ ସନ୍ତ କୁମାର ଖୁବ୍‌ ଖୁସିଥିଲେ। ଘରେ ବୃଦ୍ଧା ମା’ ବାପାଙ୍କ ସହିତ ସ୍ତ୍ରୀ ଆସିବା ପରେ ଖୁସିରେ ଘର ପୂରି ଉଠିଥିଲା। ସନ୍ତଙ୍କର କୋଟି କୋଟି ଟଙ୍କାର ଜମିବାଡ଼ି ଥିଲା। ଯେଉଁଥିରେ ସେ ଚାଷବାସ କରି ଖୁସିରେ ରହୁଥିଲେ। ପରେ ପୋଲିସ ବିଭାଗରେ ଏକ ଚାକିରି ପାଇଥିଲେ ସନ୍ତ। ବିବାହର ଦେଢ଼ ମାସ ପରେ ଆଜମଗଡ଼ ଜିଲାରେ ପୋଷ୍ଟିଂ ପାଇ ଘରକୁ ଯିବା ଆସିବା କରୁଥିଲେ। ପରେ ସ୍ତ୍ରୀ-ସ୍ବାମୀ ଆଜମଗଡ଼ରେ ଏକ ଘର ଭଡ଼ା ନେଇ ରହିଲେ। ଏହି ସମୟରେ ସ୍ତ୍ରୀ ଫୋନ୍‌ରେ କାହା ସହ ଦୀର୍ଘ ସମୟ କଥା ହେଉଥିଲେ। ଏହା ଜାଣି ସନ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ସେ ସ୍ତ୍ରୀଙ୍କ ଅଜାଣତରେ ମୋବାଇଲରେ କଲ ରେକର୍ଡି ଆପ୍‌ ଡାଉନଲୋଡ୍‌ କରିଥିଲେ। ଏହା ପରେ ସେ ବାଲିଆରେ ଥିବା ତାଙ୍କ ନିଜ ଘରକୁ ଗଲେ। ୧୦ ଦିନ ପରେ ଯେତେବେଳେ ଆଜମଗଡ଼ ଫେରିଲେ ସେତେବେଳେ ସ୍ତ୍ରୀଙ୍କ ସ୍ବଭାବରେ ପରିବର୍ତ୍ତନ ଲକ୍ଷ୍ୟ କଲେ। ତେଣୁ ଏହି ସୁଯୋଗକୁ ହାତଛଡ଼ା କଲେନାହଁି ସନ୍ତ। ସେ ସଙ୍ଗେ ସଙ୍ଗେ ସ୍ତ୍ରୀଙ୍କ ସମସ୍ତ କଲ ରେକର୍ଡିଂ ନିଜ ମୋବାଇଲକୁ ଟ୍ରାନ୍ସଫର କରି ନେଲେ। ଯେତେବେଳେ ଏହି ରେକର୍ଡିଂ ଶୁଣିଲେ ସେ ହତବାକ୍‌ ହୋଇଗଲେ।


ଏହି ସମସ୍ତ ଅଡ଼ିଓ ପ୍ରେମିକ ରାମସୁରତ ଯାଦବଙ୍କ ସହ କଥା ହୋଇଥିଲେ ବିକାଶଲତା। ଏହି ରେକର୍ଡିଂରୁ ସମସ୍ତ କଥା ଜାଣିପାରିଥିଲେ ସନ୍ତ। ଖାଲି ଏତିକି ନୁହେଁ ସନ୍ତଙ୍କୁ ହତ୍ୟା କରିବା ପାଇଁ ଲତା ରିଭଲଭର ଡିମାଣ୍ଡ କରିଥିଲେ। ଏହି ଅଡ଼ିଓରୁ ସନ୍ତ ଶୁଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀ ପ୍ରେମିକଙ୍କୁ କହୁଛନ୍ତି ସ୍ବାମୀଙ୍କୁ ହତ୍ୟା କରିବା ଯାହା ହେବ ଦେଖାଯିବ। ଏହା ଶୁଣି ସନ୍ତଙ୍କ ପାଦତଳୁ ମାଟି ଖସିଗଲା। ସେ ବାଧ୍ୟ ହୋଇ ଆଜମଗଡ଼ ପୋଲିସ ନିକଟରେ ଅଡିଓ କ୍ଲିିପିଂ ଦାଖଲ କରିଥିଲେ। ଶେଷରେ ପୋଲିସ ହତ୍ୟା ସମସ୍ତ ଯୋଜନାକାରୀଙ୍କୁ ଗିରଫ କରିବା ସହ ଲତାଙ୍କୁ ଚାକିରିରୁ ବହିଷ୍କାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣା: ଆଉ ୬ ଗିରଫ, ମୋଟ ଗିରଫ ସଂଖ୍ୟା ୮କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୫।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗ୍ରାମରେ ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୋଲିସକୁ ବଡ଼…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri