୯୦୦ କଲ୍‌ ରେକର୍ଡିଂ ପୋଲିସକୁ ଦେଲେ ସ୍ବାମୀ: ଏଥିରୁ ଫିଟିଲା ସ୍ତ୍ରୀଙ୍କ ଗୁମର, ଆଉ ତା’ ପରେ…

ଜଣେ ମହିଳା କନଷ୍ଟେବଳ ବିବାହର ୨ ମାସ ମଧ୍ୟରେ ସ୍ବାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯେଉଁଥିରେ କି ତାଙ୍କ ଭଉଣୀ ଏବଂ ପ୍ରେମିକ ସହାୟତା କରିଥିଲେ। ଯେତେବେଳେ ତାଙ୍କ ସ୍ବାମୀଙ୍କର ସନ୍ଦେହ ହେଲା ସେତେବେଳେ ସେ କଲ ରେକର୍ଡିଂ ଆପ୍‌ ଡାଉନ୍‌ଲୋଡ କରି ଶୁଣିଲେ। ସେଥିରେ ତାଙ୍କ ପାଦତଳୁ ମାଟି ଖସିଗଲା। ୯୦୦ ଅଡିଓ ରେକର୍ଡିଂରେ କୋଟି କୋଟି ଟଙ୍କାର ଜମି ହଡ଼ପ କରି ହତ୍ୟା କରିବା ପାଇଁ ଯୋଜନା କରିଥିଲେ।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଜମଗଡ଼ରେ। ଜଣେ ମହିଳା ପୋଲିସଙ୍କ ଦ୍ୱାରା ତାଙ୍କ ସ୍ବାମୀଙ୍କୁ ହତ୍ୟା ଯୋଜନା କରାଯାଇଥିଲା କେବଳ ସମ୍ପତ୍ତି ଲୁଟିବା ପାଇଁ। ମହିଳା ପୋଲିସ ଜଣକ ଇନ୍ସପେକ୍ଟର ପ୍ରେମିକଙ୍କ ସହ ମିଶି ଏହି ହତ୍ୟା ଯୋଜନା କରିବାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଥିବା ବେଳେ ୯୦୦ ଅଡିଓ କ୍ଲିପିଂ ସହିତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପ୍ରଦାନ କରିଛନ୍ତି ମହିଳା କନଷ୍ଟେବଳଙ୍କ ସ୍ବାମୀ।


ସମଗ୍ର ଘଟଣା ବାଲିଆ ଜିଲାରେ ରହୁଥିବା ସନ୍ତ କୁମାରଙ୍କ କ୍ଷେତ୍ରରେ ଘଟିଛି। ଯିଏ କି ବର୍ତ୍ତମାନ ପୋଲିସ ତାଲିମ ବିଭାଗରେ କାର୍ଯ୍ୟରତ। ତାଙ୍କର ବିବାହ ଆଜମଗଡ଼ର ମହିଳା କନଷ୍ଟେବଳ ବିକାଶ ଲତାଙ୍କ ସହ ହୋଇଥିଲା। ଏହି ବିବାହରେ ସ୍ବାମୀ ସନ୍ତ କୁମାର ଖୁବ୍‌ ଖୁସିଥିଲେ। ଘରେ ବୃଦ୍ଧା ମା’ ବାପାଙ୍କ ସହିତ ସ୍ତ୍ରୀ ଆସିବା ପରେ ଖୁସିରେ ଘର ପୂରି ଉଠିଥିଲା। ସନ୍ତଙ୍କର କୋଟି କୋଟି ଟଙ୍କାର ଜମିବାଡ଼ି ଥିଲା। ଯେଉଁଥିରେ ସେ ଚାଷବାସ କରି ଖୁସିରେ ରହୁଥିଲେ। ପରେ ପୋଲିସ ବିଭାଗରେ ଏକ ଚାକିରି ପାଇଥିଲେ ସନ୍ତ। ବିବାହର ଦେଢ଼ ମାସ ପରେ ଆଜମଗଡ଼ ଜିଲାରେ ପୋଷ୍ଟିଂ ପାଇ ଘରକୁ ଯିବା ଆସିବା କରୁଥିଲେ। ପରେ ସ୍ତ୍ରୀ-ସ୍ବାମୀ ଆଜମଗଡ଼ରେ ଏକ ଘର ଭଡ଼ା ନେଇ ରହିଲେ। ଏହି ସମୟରେ ସ୍ତ୍ରୀ ଫୋନ୍‌ରେ କାହା ସହ ଦୀର୍ଘ ସମୟ କଥା ହେଉଥିଲେ। ଏହା ଜାଣି ସନ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ସେ ସ୍ତ୍ରୀଙ୍କ ଅଜାଣତରେ ମୋବାଇଲରେ କଲ ରେକର୍ଡି ଆପ୍‌ ଡାଉନଲୋଡ୍‌ କରିଥିଲେ। ଏହା ପରେ ସେ ବାଲିଆରେ ଥିବା ତାଙ୍କ ନିଜ ଘରକୁ ଗଲେ। ୧୦ ଦିନ ପରେ ଯେତେବେଳେ ଆଜମଗଡ଼ ଫେରିଲେ ସେତେବେଳେ ସ୍ତ୍ରୀଙ୍କ ସ୍ବଭାବରେ ପରିବର୍ତ୍ତନ ଲକ୍ଷ୍ୟ କଲେ। ତେଣୁ ଏହି ସୁଯୋଗକୁ ହାତଛଡ଼ା କଲେନାହଁି ସନ୍ତ। ସେ ସଙ୍ଗେ ସଙ୍ଗେ ସ୍ତ୍ରୀଙ୍କ ସମସ୍ତ କଲ ରେକର୍ଡିଂ ନିଜ ମୋବାଇଲକୁ ଟ୍ରାନ୍ସଫର କରି ନେଲେ। ଯେତେବେଳେ ଏହି ରେକର୍ଡିଂ ଶୁଣିଲେ ସେ ହତବାକ୍‌ ହୋଇଗଲେ।


ଏହି ସମସ୍ତ ଅଡ଼ିଓ ପ୍ରେମିକ ରାମସୁରତ ଯାଦବଙ୍କ ସହ କଥା ହୋଇଥିଲେ ବିକାଶଲତା। ଏହି ରେକର୍ଡିଂରୁ ସମସ୍ତ କଥା ଜାଣିପାରିଥିଲେ ସନ୍ତ। ଖାଲି ଏତିକି ନୁହେଁ ସନ୍ତଙ୍କୁ ହତ୍ୟା କରିବା ପାଇଁ ଲତା ରିଭଲଭର ଡିମାଣ୍ଡ କରିଥିଲେ। ଏହି ଅଡ଼ିଓରୁ ସନ୍ତ ଶୁଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀ ପ୍ରେମିକଙ୍କୁ କହୁଛନ୍ତି ସ୍ବାମୀଙ୍କୁ ହତ୍ୟା କରିବା ଯାହା ହେବ ଦେଖାଯିବ। ଏହା ଶୁଣି ସନ୍ତଙ୍କ ପାଦତଳୁ ମାଟି ଖସିଗଲା। ସେ ବାଧ୍ୟ ହୋଇ ଆଜମଗଡ଼ ପୋଲିସ ନିକଟରେ ଅଡିଓ କ୍ଲିିପିଂ ଦାଖଲ କରିଥିଲେ। ଶେଷରେ ପୋଲିସ ହତ୍ୟା ସମସ୍ତ ଯୋଜନାକାରୀଙ୍କୁ ଗିରଫ କରିବା ସହ ଲତାଙ୍କୁ ଚାକିରିରୁ ବହିଷ୍କାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧ୍ୱଂସର ନିକଟ ହେଉଛି ପୃଥିବୀ: ଡୁମ୍ସଡେ କ୍ଲକରେ କମିଲା ୧୦ ସେକେଣ୍ଡ…

ନ୍ୟୁୟର୍କ,୨୫।୧ : ଡୁମ୍ସଡେ କ୍ଲକ ବିଷୟରେ ବୈଜ୍ଞାନିକମାନେ ଏକ ବଡ଼ ଘୋଷଣା କରିଛନ୍ତି। ସମଗ୍ର ବିଶ୍ୱରେ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୀର୍ଷ ଆଣବିକ ବୈଜ୍ଞାନିକମାନେ...

ଛାତ୍ରୀଛାତ୍ରଙ୍କ ବହିକିଣାରେ ପ୍ରଥମ ଦରମା ଟଙ୍କା ଖର୍ଚ୍ଚ ହୋଇଥିଲା: ଶିକ୍ଷାବିତ୍‌ ସ୍ବାଧୀନ ଶେଖର ଷଡ଼ଙ୍ଗୀ

ଶିକ୍ଷାବିତ୍‌ ତଥା ସାମାଜିକ କର୍ମୀ ସ୍ବାଧୀନ ଶେଖର ଷଡ଼ଙ୍ଗୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… କଟକ ସଦର ୪୨ ମୌଜା ଅନ୍ତର୍ଗତ ଏରଞ୍ଚ...

ବିଶ୍ୱର ପ୍ରଥମ କରୋନା ପଜିଟିଭ୍‌ ଥିଲେ ଜଣେ ମହିଳା, ବର୍ତ୍ତମାନ ଅଛନ୍ତି ସୁସ୍ଥ

ବେଜିଂ: ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ୍‌ ଏପର୍ଯ୍ୟନ୍ତ ପ୍ରାୟ ୩୪,୦୦୦ ଲୋକଙ୍କ ଜୀବନ ନେଇ ସାରିଲାଣି। ସେଥିମଧ୍ୟରୁ ଇଟାଲୀରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ...

ଅଷ୍ଟ୍ରେଲିଆନ ଅଭିନେତ୍ରୀ ବନ୍ଧୁକ ମୁନରେ ଆଫ୍ରିକାରେ ହୋଇଥିଲେ ଅପହରଣ, ପୂରା ଘଟଣା ଥିଲା ଏମିତି…

ଅଷ୍ଟ୍ରେଲିଆନ ଅଭିନେତ୍ରୀ, ଲେଖିକା, କମେଡିଆନ ଏବଂ ପ୍ରଯୋଜିକା ରେବେଲ ବିଲ୍‌ସନ ନିଜର ଦମ୍‌ଦାର ଅଭିନୟ ଏବଂ ଇନ୍‌ଷ୍ଟାଗ୍ରାମରେ ମଜାଳିଆ ପୋଷ୍ଟ ପାଇଁ ହଲିଉଡ୍‌ରେ ବେଶ୍‌ ଲୋକପ୍ରିୟ।...

ଇନ୍ଦ୍ରଧନୁର ସାତ ରଙ୍ଗରେ ସଜେଇ ହୋଇଛି ଏହି ଗାଁ

ଦୁନିଆରେ ଏମିତି ବି ଏକ ଇନ୍ଦ୍ରଧନୁର ସାତ ରଙ୍ଗରେ ସଜେଇ ହୋଇଛି ଏହି ଗାଁ ଅଛି, ଯେଉଁଠି ଧୂଳିମାଟିର ପ୍ରଶ୍ନ ନାହଁି, ତେବେ ଏହା ଅବିଶ୍ୱସନୀୟ...

କରୋନା କାଳରେ କିପରି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

ବର୍ତ୍ତମାନ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି; ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି। ଏଭଳି...

ସଫଳ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ

ଜଣେ ସଫଳ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ ତାଙ୍କର ପିଲାଟି ବେଳୁ। ସେଥିପାଇଁ ସ୍କୁଲରେ ପଢ଼ୁଥିବା ସମୟରୁ ହିଁ ଚିତ୍ର ଶିଖିବା ଆରମ୍ଭ କରିଥିଲେ ସେ। ଜଣେ...

ଖଣ୍ଡେ ମାଛ ପାଇଁ ବରଯାତ୍ରୀଙ୍କ ମଧ୍ୟରେ ମାରପିଟ୍‌…

ଗୋପାଳଗଞ୍ଜ,୧୨।୬: ଖାଇବାକୁ ନେଇ ବରଯାତ୍ରୀଙ୍କ ମଧ୍ୟରେ ମାରପିଟ୍‌ ଯୋଗୁ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା...

Advertisement
Archives

Model This Week