ସ୍ତ୍ରୀଙ୍କୁ ହତ୍ୟା କରି ଜିରୋ ନାଇଟ୍‌ ପାଳନ କରିଥିଲେ ସ୍ବାମୀ

ଗଞ୍ଜାମ,୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଅଞ୍ଚଳରେ ନୂଆବର୍ଷରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ଜିରୋ ନାଇଟ ପାଳନ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।  ଘଟଣା ଜଣାପଡ଼ିବା ପରେ ହୁମା ଫାଣ୍ଡି ପୋଲିସ ଅଭିଯୁକ୍ତ ସ୍ବାମୀ ସିଏଚ୍‌ ଲକ୍ଷ୍ମଣ ରେଡ୍ଡୀଙ୍କୁ ଗିରଫ କରିଥିବା ବେଳେ ସ୍ତ୍ରୀ ଜାନକୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ମେଡିକାଲ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ଏଭଳି ଘଟଣା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ମୟୂରପଦା ଗ୍ରାମରେ ଘଟିଥିବା ଜଣାପଡ଼ିଛି।

ମିଳିଥିବା ତଥ୍ୟ ଅନୁଯାୟୀ, ମୟୂରପଦା ଗ୍ରାମର ଲକ୍ଷ୍ମଣ ୧୭ ବର୍ଷ ପୂର୍ବେ ବେଣୀଗୌରୀ ଗ୍ରାମର ରଘୁନାଥ ରେଡ୍ଡୀଙ୍କ ଝିଅ ଜାନକୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଲକ୍ଷ୍ମଣ ଜଣେ ଡ୍ରାଇଭର ଏବଂ ସେ ବାହାର ରାଜ୍ୟରେ ଗାଡ଼ି ଚଳାଉଥିଲେ। ୮ଦିନ ହେବ ଗାଁକୁ ଆସି ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ବିବାହ ପରଠାରୁ ଅଧିକ ଯୌତୁକ ଦାବିରେ ସ୍ତ୍ରୀ ଜାନକୀଙ୍କୁ ଲକ୍ଷ୍ମଣ ପ୍ରାୟ ସମୟରେ ମାରଧର କରୁଥିବା ଏବଂ ସବୁବେଳେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିବା ଗ୍ରାମବାସୀ କହିଛନ୍ତି l ଶନିବାର ରାତିରେ ଅଭିଯୁକ୍ତ ଲକ୍ଷ୍ମଣ ପ୍ରଚୁର ମଦ୍ୟପାନ କରି ଘରକୁ ଆସି ଜାନକୀଙ୍କ ସହ ଝଗଡ଼ା କରିଥିଲେ। ବାପା ମା’ଙ୍କ ଝଗଡା ଦେଖି ଝିଅ ଜୟନ୍ତୀ( ୧୪ ବର୍ଷ )ଓ ପୁଅ ନରସିଂହ (୯ବର୍ଷ )ସେହି ଗ୍ରାମ ନିଜ ପିଉସୀ ଘରକୁ ଶୋଇବାକୁ ଚାଲି ଯାଇଥିଲେ। ଫଳରେ ଜାନକୀ ଏକା ଘରେ ଶୋଇଥିଲେ। ଏହାର ସୁଯୋଗରେ ସ୍ତ୍ରୀ ଶୋଇ ପଡ଼ିବା ପରେ ଏକ ଲୁହାରଡ୍‌ ସାହାଯ୍ୟରେ ବେକକୁ ମାଡ଼ି ବସି ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ହତ୍ୟା କରିବା ପରେ ଗାଁ ପିଲାଙ୍କ ସହ ଜିରୋ ନାଇଟ୍‌ ପାଳନ କରିଥିଲେ ଅଭିଯୁକ୍ତ ଲକ୍ଷ୍ମଣ। ନିଶା ଛାଡ଼ିବା ପରେ ଭୋର୍‌ରୁ ଘରକୁ ଯାଇ ଲକ୍ଷ୍ମଣ ଓ ତାଙ୍କ ମା’ ମିଶି ଏକ ଅଟୋରେ ମୃତ ଜାନକୀଙ୍କୁ ଛତ୍ରପୁର ମେଡିକାଲ ନେଇଥିଲେ। ଡାକ୍ତର ପୂର୍ବରୁ ମରି ଯାଇଥିବା ଜାନକୀଙ୍କୁ ଦେଖି ସଙ୍ଗେ ସଙ୍ଗେ ହୁମା ଫାଣ୍ଡି ପୋଲିସକୁ ଜଣାଇଥିଲେ। ଖବର ପାଇ ହୁମା ଫାଣ୍ଡି ଅଧିକାରୀ ପ୍ରିୟଦର୍ଶୀ ମୟୂରପଦା ଗ୍ରାମକୁ ଯାଇ ତଦନ୍ତ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌କୁ ଅବଗତ କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ବିଭିନ୍ନ ଦିଗକୁ ନେଇ ତଥ୍ୟ ହାସଲ କରିଛି। ମୃତ ଜାନକୀଙ୍କ ବେକରେ ଏକ ଚି଼ହ୍ନ ଥିବା ଏବଂ ଆଖିପତା ନୀଳ ପଡ଼ି ଯାଇଥିବା ଦେଖିବାକୁ ମିଳିଛି।

ପ୍ରକାଶ ଯେ, ଝିଅ ଜୟନ୍ତୀ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ପୁଅ ନରସିଂହ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି। ଉକ୍ତ ଘଟଣା ସେହି ଗ୍ରାମରେ ପ୍ରଥମ  ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri