ମୁହଁ ଫେରାଇଲେଣି ଗୃହିଣୀ

ବଇଣ୍ଡା,୭।୬ ବଢ଼ି ବଢ଼ି ଚାଲିଛି ରନ୍ଧନଗ୍ୟାସ୍‌ ଦର। ସିଲିଣ୍ଡର ପିଛା ଦାମ୍‌ ହଜାରେ ଟଙ୍କା ଟପିଯିବା ପରେ ଆଉ ସହ୍ୟ କରିପାରୁନାହାନ୍ତି ଗୃହିଣୀ। ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ନେଇ ସେମାନେ ଚିନ୍ତାରେ ଥିବାବେଳେ ରନ୍ଧନ ଗ୍ୟାସ୍‌ ଦର କ୍ରମାଗତ ଭାବେ ବଢ଼ାଯିବା ପରିବାର ଉପରେ ଅତିରିକ୍ତ ବୋଝ ଲଦି ଦେଉଛି। ତେଣୁ ରନ୍ଧନ ଗ୍ୟାସ୍‌ରୁ ମୁହଁ ଫେରାଇ ଏବେ ଗୃହିଣୀମାନେ କାଠ ଓ କୋଇଲା ଚୁଲିକୁ ଭରସା କରୁଥିବା ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ବହୁଳ ଭାବେ ଦେଖିବାକୁ ମିଳୁଛି। କେବଳ ସାଧାରଣ ଗୃହିଣୀ ନୁହନ୍ତି, ଉଜ୍ଜଳା ଯୋଜନାର ହିତାଧିକାରୀମାନେ ମଧ୍ୟ ଏତେ ଅର୍ଥ ଦେଇ ଗ୍ୟାସ୍‌ ଉଠାଇବା ଦିଗରେ ଆଗ୍ରହୀ ନ ଥିବା ଦେଖାଯାଉଛି।
ଆଠମଲ୍ଲିକ ଉପଖଣ୍ଡରେ ମୋଟ୍‌ ୩୯ ହଜାର ୬୯୭ ଗ୍ୟାସ୍‌ ଗ୍ରାହକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ହଜାର ୩୬୧ ହେଉଛନ୍ତି ଉଜ୍ଜଳା ହିତାଧିକାରୀ। ଏମାନଙ୍କୁ ଗ୍ୟାସ୍‌ ଯୋଗାଣ ପାଇଁ ୪ଟି ବିତରକ ସଂସ୍ଥା ନିଯୁକ୍ତ ହୋଇଛନ୍ତି। କେବଳ ଆଠମଲ୍ଲିକ ଅଞ୍ଚଳ ପାଇଁ ନିଯୁକ୍ତ ବିତରକଙ୍କ ନିକଟରେ ୧୨ ହଜାର ୫୫୩ ଗ୍ରାହକ ଅଛନ୍ତି। ସେଥିମଧ୍ୟରୁ ଅର୍ଦ୍ଧାଧିକ ଅର୍ଥାତ୍‌ ୬ ହଜାର ୩୫୪ ହେଉଛନ୍ତି ଉଜ୍ଜଳା ଯୋଜନାର ହିତାଧିକାରୀ। ସେହିପରି ଠାକୁରଗଡ ଅଞ୍ଚଳ ପାଇଁ ଥିବା ବିତରକଙ୍କ ନିକଟରେ ୩୪୫୪ ଗ୍ରାହକ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ହଜାର ୫୨୦ ଜଣ ଉଜ୍ଜଳା ଯୋଜନାରେ ସାମିଲ ହୋଇଛନ୍ତି। କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳ ପାଇଁ ନିଯୁକ୍ତ ବିତରକଙ୍କ ମୋଟ୍‌ ୧୦ ହଜାର ୧୩୯ ଜଣ ଗ୍ରାହକଙ୍କ ମଧ୍ୟରୁ ୭ ହଜାର ୨୫୧ ଜଣ ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି। କିଶୋରନଗର ଅଞ୍ଚଳ ପାଇଁ ନିଯୁକ୍ତ ବିତରକଙ୍କର ୧୩ ହଜାର ୫୫୧ ଜଣ ଗ୍ୟାସ ଗ୍ରାହକ ଥିବାବେଳେ ସେଥିରୁ ୯ ହଜାର ୨୩୬ ଜଣ ଉଜ୍ଜଳା ଯୋଜନାରେ ଗ୍ୟାସ ପାଇଥିବା ଜଣାପଡିଛି। ୨୦୨୧ ମେ ଓ ଜୁନ ମାସରେ ଗ୍ୟାସ ସିଲିଣ୍ଡର ଦର ୮୫୩ ଟଙ୍କା ଥିବାବେଳେ ଜୁଲାଇରେ ୮୭୮.୫୦ ଟଙ୍କା, ଅଗଷ୍ଟରେ ୯୦୩.୫୦ ଟଙ୍କା, ସେପ୍ଟେମ୍ବରରେ ପୁଣି ୨୫ ଟଙ୍କା ବଢି ୯୨୮.୫୦ ଟଙ୍କା, ଅକ୍ଟୋବରରେ ୧୫ ଟଙ୍କା ବଢି ୯୪୩. ୫୦ ହୋଇଥିଲା। ୨୦୨୨ ମାର୍ଚ୍ଚରେ ପୁଣି ସରକାର ୫୦ ଟଙ୍କା ବଢାଇବାରୁ ଦର ୯୯୩.୫୦ ଟଙ୍କା ହୋଇଥିଲା। ମେ ୨୦୨୨ରେ ଆଉ ୫୩ ଟଙ୍କା ବଢାଯାଇଥିବାରୁ ଦର ଏବେ ୧୦୪୬.୫୦ ଟଙ୍କା ରହିଛି। କିଛି ମାସ ବ୍ୟବଧାନରେ ଦର ବଢୁଥିବାରୁ ରନ୍ଧନ ଗ୍ୟାସ୍‌ ବ୍ୟବହାର କରିବା ଏବେ ସାଧାରଣ ଗୃହିଣୀଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। କେବଳ ଜରୁରୀ ସମୟରେ ଗ୍ୟାସ ବ୍ୟବହାର କରୁଥିବା ଏହି ଗୃହିଣୀମାନେ ପୂର୍ବପରି କାଠ ଓ କୋଇଲା ଚୁଲିରେ ରୋଷେଇ କରୁଛନ୍ତି। ଉଜ୍ଜଳା ଯୋଜନାରେ ବିନା ମୂଲ୍ୟରେ ସଂଯୋଗ ପାଇଥିବା ଉପଖଣ୍ଡର ୨୫ ହଜାର ୩୬୧ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ଦ୍ୱିତୀୟ ସିଲିଣ୍ଡର ମଧ୍ୟ କିଣି ନ ଥିବା ଜଣାପଡିଛି। ଗ୍ୟାସ ଅପେକ୍ଷା କାଠ ଚୁଲି ଶସ୍ତା ପଡୁଥିବା କେତେଜଣ ହିତାଧିକାରୀ ପ୍ରକାଶ କରିଛନ୍ତି। ଆଠମଲ୍ଲିକ ଅଞ୍ଚଳର ଗ୍ୟାସ ବ୍ୟବସାୟୀ ଅଞ୍ଜଳି ସାହୁ କହିଛନ୍ତି, ରନ୍ଧନ ଗ୍ୟାସ ଦର ବୃଦ୍ଧି ଯୋଗୁ ଉଜ୍ଜଳା ହିତାଧିକାରୀମାନେ ଗ୍ୟାସ୍‌ ନେଉନାହନ୍ତି। ୩୫ ପ୍ରତିଶତ ବ୍ୟବସାୟ ହ୍ରାସ ପାଇଥିବା ବ୍ୟବସାୟୀ ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?