ଡେଙ୍ଗୁକୁ ଡାକୁଛି ଡାକ୍ତରଖାନା

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ)ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଡେଙ୍ଗକୁ ନେଇ ସବୁଆଡ଼େ ଭୟ ଘାରିଛି। ଏଥିରୁ ବରଗଡ଼ ଜିଲା ମଧ୍ୟ ବାଦ୍‌ ପଡ଼ିନାହିଁ। ଇତିମଧ୍ୟରେ ଜିଲାରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିଲେ ମଧ୍ୟ ଡେଙ୍ଗୁକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଭୟ ଦୂର ହୋଇନାହିଁ। ଅନ୍ୟପଟେ ଡେଙ୍ଗୁ ପ୍ରତିକାର ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ପରିଷ୍କାର, ପରିଚ୍ଛନ୍ନତା ଆଦି ଉପରେ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ହେଲେ ତାହା କେବଳ ସଚେତନତା କାର୍ଯ୍ୟକ୍ରମରେ ସୀମିତ ରହିଯାଉଛି। ଏପରିକି ଖୋଦ୍‌ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ଅପରିଷ୍କୃତ ହୋଇ ପଡ଼ିରହୁଛି। ଏଥିରୁ ଜିଲାରେ ଡେଙ୍ଗୁ ସଚେତନତା କିଭଳି ଚାଲିଛି, ତାହା ସହଜରେ ଜଣାପଡ଼ୁଛି।
ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ସ୍ଥିତି ଜଳଜଳ ହୋଇ ଦିଶୁଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରହିଛି ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ର। ସେଠାରେ ଭଙ୍ଗା ଦଦରା ତଥା ଖୋଲା ଅବସ୍ଥାରେ କୋଠରୀ ରହିଛି। କାନ୍ଥରେ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ର ମଧ୍ୟ ଲେଖା ହୋଇଛି। ହେଲେ ସେହି କୋଠରୀ ମଧ୍ୟରେ ସେଭଳି କିଛି ବର୍ଜ୍ୟବସ୍ତୁ ନାହିଁ। ସେହି କୋଠରୀ ସମ୍ମୁଖରେ ସ୍ତୁପ ଭଳି ଡାକ୍ତରଖାନାର ବର୍ଜ୍ୟବସ୍ତୁ, ଖଲିଦନା, ପ୍ଲେଟ ଆଦି ପଡ଼ି ରହିଛି। ଗାଈଗୋରୁ ପଶି ସେଠାରେ ବିଚରଣ କରୁଛନ୍ତି। ଅନ୍ୟପଟେ ସହର ମଝିରେ ରହିଥିବା ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ନିତିଦିନିଆ ଘଟଣା ହୋଇଥିବାବେଳେ ସେହି ସ୍ଥାନର ଅନତିଦୂରରେ ଜନୌଷଧି, ନିରାମୟ କେନ୍ଦ୍ର, ଔଷଧ ଦୋକାନ, ଡ୍ରେସିଂରୁମ ରହିଛି। ପରୀକ୍ଷାଗାର, ରକ୍ତ ଭଣ୍ଡାର ଏବଂ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ବିଭାଗ ମଧ୍ୟ ବେଶୀ ଦୂରରେ ନାହିଁ ।
କେବଳ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏଭଳି ଅବସ୍ଥାରେ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ର ରହିଛି, ତାହା ନୁହେଁ ସେଠାରେ ରହିଥିବା ଡ୍ରେନଗୁଡ଼ିକ ମଇଳା, ଆବର୍ଜନାରେ ପୋତି ହୋଇଛି। ଫଳରେ ନିଷ୍କାସନ ହୋଇ ନ ପାରି ପାଣି ଜମା ହୋଇ ରହୁଛି। ସେହିପରି ରକ୍ତ ଭଣ୍ଡାର ସମ୍ମୁଖ ଓ ସ୍ବାସ୍ଥ୍ୟକେନ୍ଦ୍ର ପରିସରର ବିଭିନ୍ନ ସ୍ଥାନ ଅପରିଷ୍କୃତ ହୋଇ ପଡ଼ିଛି। ଏପରିକି ଡାକ୍ତରଖାନା ବାହାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ଡାକ୍ତରଖାନାକୁ ଲାଗି ରହିଥିବା କାନ୍ଥ ତଥା ସମ୍ମୁଖ ରାସ୍ତାର ବାମପାର୍ଶ୍ୱରେ ସ୍ତୁପ ଭଳି ମଇଳା, ଆବର୍ଜନା ଗଦା ହେବା ନିତିଦିନିଆ ଘଟଣା ହୋଇଛି। ସେହି ସ୍ଥାନ ମଧ୍ୟ ଅପରିଷ୍କୃତ ହୋଇଥିବାବେଳେ ସେଠାରେ ଗାଈଗୋରୁ, କୁକୁର ବିଚରଣ କରୁଥିବା ଦେଖିବାକୁ ମିଳୁଛି। ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ଯଦି ଏଭଳି ଅପରିଷ୍କାର ରହୁଛି, ତେବେ ଅନ୍ୟଆଡ଼େ ପରିମଳ ବ୍ୟବସ୍ଥା କିଭଳି ରହିଥିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।
ଅନ୍ୟପଟେ ଜିଲା ମ୍ୟାଲେରିଆ ଅଧିକାରୀ ଡା. ସାଧୁଚରଣ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି, ଜିଲାର ଖୁଣ୍ଟପାଲିରେ ଏପର୍ଯ୍ୟନ୍ତ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱରରେ ରହୁଥିବାବେଳେ ଗ୍ରାମକୁ ଆସିଥିଲେ ଏବଂ ଜ୍ୱର ହେବାରୁ ରକ୍ତ ପରୀକ୍ଷାରୁ ତାଙ୍କୁ ଡେଙ୍ଗୁ ହୋଇଥିବା ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଖୁଣ୍ଟପାଲି ଗ୍ରାମକୁ ଯାଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା ନିରୀକ୍ଷା କରି ସଚେତନତା ସୃଷ୍ଟି କରାଯାଇଛି। ଏହାସହିତ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇ ସେଥିପ୍ରତି ନଜର ରଖାଯାଇଛି। ଡେଙ୍ଗୁକୁ ନେଇ ଆସନ୍ତା ଅଗଷ୍ଟ ୧୦ରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ମଧ୍ୟ ରହିଛି ଏବଂ ମୋଟାମୋଟି ଭାବେ ଡେଙ୍ଗୁକୁ ନେଇ ବରଗଡ଼ ନିରାପଦ ରହିଛି ବୋଲି ଡା. ଦାଶ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri