ହସ୍ପିଟାଲ ବ୍ୟବସାୟ କଷ୍ଟକର: ଡା. ପ୍ରକାଶ ଚନ୍ଦ୍ର ଦଳେଇ

ବାପା ଥିଲେ ପ୍ରାଣୀ ଚିକିତ୍ସକ, ମା’ ଗୃହିଣୀ। ଚାହୁଁଥିଲେ ପୁଅ ଡାକ୍ତର ହେଉ। ମାତାପିତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସେ ଲକ୍ଷ୍ୟ ସ୍ଥିର କଲେ ଏବଂ ଅଧ୍ୟବସାୟ ବଳରେ ଡାକ୍ତର ହେଲେ। ଡା. ପ୍ରକାଶ ଚନ୍ଦ୍ର ଦଳେଇ ଭୁବନେଶ୍ୱର ସୈନିକ ସ୍କୁଲରେ ଶିକ୍ଷା ଶେଷ କରି କଟକ ଏସ୍‌ସିବିରୁ ଏମ୍‌ବିବିଏସ୍‌ ଏବଂ ବୁର୍ଲାରୁ ମେଡିସିନ୍‌ରେ ଏମ୍‌ଡି କରିଥିଲେ। ପରେ ମୁମ୍ବାଇ କେ.ଇ.ଏମ୍‌. ହସ୍ପିଟାଲରୁ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜିରେ ମଧ୍ୟ ଡିଏମ୍‌ କରିଥିଲେ। ରାଜ୍ୟର ଜଣେ ବିଶିଷ୍ଟ ଗାଷ୍ଟ୍ରୋଏଣ୍ଟୋରୋଲୋଜିଷ୍ଟ ରୂପେ ଖ୍ୟାତି ଅର୍ଜନ କରିଥିବା ଗ୍ୟାଷ୍ଟ୍ରୋ ଆଣ୍ଡ୍‌ କିଡ୍‌ନୀ କେୟାର ହସ୍ପିଟାଲ ନିର୍ଦ୍ଦେଶକ ଡ. ଦଳେଇ ଧରିତ୍ରୀ ଆଗରେ ପ୍ରକାଶ କରିଛନ୍ତି ନିଜ ସ୍ବପ୍ନର କଥା।

ଏଭଳି ଏକ ସ୍ବତନ୍ତ୍ର ବିଭାଗ ଉପରେ ହସ୍ପିଟାଲ କରିବା ପଛରେ କ’ଣ ଉଦ୍ଦେଶ୍ୟ ଥିଲା? କେତେ ସଫଳତା ପାଇଛନ୍ତି?
ପୂର୍ବାଞ୍ଚଳରେ ଗ୍ୟାଷ୍ଟ୍ରୋଏଣ୍ଟୋରାଲୋଜି ଓ କିଡ୍‌ନୀ ପାଇଁ ସ୍ବତନ୍ତ୍ର ହସ୍ପିଟାଲ ନ ଥିବାରୁ ଆମେ ଏହି ଦୁଇ କ୍ଷେତ୍ରରେ ଅଧିକ ଫୋକସ୍‌ କରିପାରୁ ନ ଥିଲୁ। ଗୋଟିଏ ଜାଗାରେ ଲୋକଙ୍କୁ କିପରି ଏହି ରୋଗର ଚିକିତ୍ସା ଦେଇପାରିବୁ, ସେଥିପାଇଁ ସ୍ବତନ୍ତ୍ର ହସ୍ପିଟାଲ କରିଥିଲୁ। ୨୦୧୪ରେ କେତେଜଣ ଡାକ୍ତର ସାଙ୍ଗ(ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜିଷ୍ଟ) ମିଶି ଏହି ହସ୍ପିଟାଲ ଆରମ୍ଭ କରିଥିଲୁ। ଆମେ ଯେଉଁ ଲକ୍ଷ୍ୟ ନେଇ ଏହାକୁ ଆରମ୍ଭ କରିଥିଲୁ ସେଥିରେ ନିଶ୍ଚିତ ଭାବେ ସଫଳତା ପାଇଛୁ। ହସ୍ପିଟାଲ ବ୍ୟବସାୟ ଆରମ୍ଭ କରିବା କଷ୍ଟକର। ତେଣୁ ପ୍ରଥମେ ଆମକୁ କଷ୍ଟ ହୋଇଥିଲା। ହସ୍ପିଟାଲର ସବୁ କର୍ମଚାରୀ, ବିଶେଷକରି ରୋଗୀମାନଙ୍କ ଶୁଭକାମନା ଆମକୁ ଆଗକୁ ବଢ଼ିବା ପାଇଁ ସାହସ ଦେଇଥିଲା। ବର୍ତ୍ତମାନ ଭଲ ପୋଜିଶନରେ ରହିଛୁ।
ସରକାରଙ୍କ ପକ୍ଷରୁ କ’ଣ ସୁବିଧା ରହିଛି?
ସରକାରଙ୍କ ବିନା ସହଯୋଗରେ ଆମେ କିଛି କରିପାରିବା ନାହିଁ। ତେଣୁ ସରକାରୀ ସହାୟତା ଆମକୁ ନିଶ୍ଚିତ ଦରକାର। ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅଧିକ ଟଙ୍କା ଆବଶ୍ୟକ ପଡ଼େ। ତେଣୁ ରୋଗୀମାନେ କିପରି ଏଠାରେ ବି ସରକାରୀ ସୁବିଧା ପାଇପାରିବେ ସେ ଦିଗରେ ଚିନ୍ତା କରୁଛୁ। ଏହି ହସ୍ପିଟାଲରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିବା ପାଇଁ ଆମେ ଆବେଦନ କରିଛୁ।
ଲୋକେ କାହିଁକି ଏହି ହସ୍ପିଟାଲକୁ ଆସିବା ପାଇଁ ଚାହିଁବେ?
ଗୋଟିଏ ଛାତ ତଳେ ସବୁ ପ୍ରକାର ସୁବିଧା ମିଳୁଛି। ଲୋକଙ୍କୁ ଏଣେତେଣେ ବୁଲିବାକୁ ପଡ଼ିବନି। ଏହାଛଡ଼ା ହସ୍ପିଟାଲ ଡାକ୍ତରଙ୍କୁ ନେଇ ଚାଲେ। ଆମ ପାଖରେ ଭଲ ଡାକ୍ତର ମଧ୍ୟ ଅଛନ୍ତି। ତେଣୁ ଲୋକେ ଏଠାକୁ ଆସିବା ପାଇଁ ପସନ୍ଦ କରିବେ। ଏଠାରେ ସବୁ ପ୍ରକାର ଆଡଭାନ୍ସଡ ସର୍ଜରି କରାଯାଉଛି।
ଆଗକୁ କ’ଣ ଲକ୍ଷ୍ୟ ରହିଛି?
କିଡ୍‌ନୀ ଓ ଲିଭର ଟ୍ରାନ୍ସପ୍ଲାଣ୍ଟ ଉପରେ ଏବେ ଆମେ ଗୁରୁତ୍ୱ ଦେଉଛୁ। କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ଓଡ଼ିଶାରେ କରାଯାଉଛି। କିନ୍ତୁ ଲିଭର ଟ୍ରାନ୍ସପ୍ଲାଣ୍ଟ ରାଜ୍ୟରେ ବିଶେଷକରି ହୋଇନାହିଁ, ଯାହାକୁ ଆମେ ଆରମ୍ଭ କରିବୁ ବୋଲି ଚିନ୍ତା କରିଛୁ। ଏହାଛଡ଼ା ୨ ମାସ ଭିତରେ ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ଏକ ନୂଆ ହସ୍ପିଟାଲ ଆରମ୍ଭ କରିବାକୁ ଯାଉଛୁ। ଏହା ୨୫୦ ବେଡ୍‌ ବିଶିଷ୍ଟ ଏକ ମଲ୍‌ଟି ସ୍ପେଶିଆଲିଟି ହସ୍ପିଟାଲ ହେବ। ବିଭିନ୍ନ ରୋଗର ଚିକିତ୍ସା ସହିତ ସର୍ଜରି ପାଇଁ ବ୍ୟବସ୍ଥା ରହିବ। ଏଥିସହିତ ରୋବୋଟିକ୍‌ ସର୍ଜରି ମଧ୍ୟ କରାଯିବ। ସେଥିପାଇଁ ରୋବୋଟିକ୍‌ ଓଟି ରହିବ।
କରୋନା ମୁକାବିଲା କେତେ ଚ୍ୟାଲେଞ୍ଜ ଥିଲା ?
ସରକାରଙ୍କ ଗାଇଡ୍‌ଲାଇନକୁ ପାଳନ କରି ଆମେ ଚିକିତ୍ସା ସେବା ଯୋଗାଉଥିଲୁ। କିନ୍ତୁ ଏହି ସମୟରେ ସାଧାରଣ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଆମେ ସବୁ ପ୍ରକାର ଚେଷ୍ଟା କରିଥିଲୁ। ତେବେ କୋଭିଡ୍‌ ଆମକୁ ବହୁତ କିଛି ଶିଖାଇଛି। ବଡ଼ ବଡ଼ ଦେଶରେ କୋଭିଡ୍‌ ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି ଭୁଶୁଡ଼ିଯାଇଥିଲା। ତେଣୁ ଆଗକୁ ଏଭଳି ସ୍ଥିତିର ମୁକାବିଲା ପାଇଁ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ପଡ଼ିବ ବୋଲି ମୁଁ ଭାବୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri