ଆର୍ଦ୍ରା ନକ୍ଷତ୍ରର ଇତିବୃତ୍ତ

ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହେଲେ ହେଁ ମରଇ। ମୃତ୍ୟୁ ଏକ ଚିରନ୍ତନ ସତ୍ୟ। ହେଲେ ରାତି ଆକାଶରେ ଦୃଶ୍ୟମାନ ସୁନ୍ଦର ତାରାଗୁଡ଼ିକର ବି ମୃତ୍ୟୁ ହୁଏ। ଆମ ଶାସ୍ତ୍ରରେ ମୁନିଋଷିମାନେ ଅନେକ ନକ୍ଷତ୍ରଙ୍କର ଅବସ୍ଥିତି ଓ ଗତିବିଧି ଉପରେ ଲକ୍ଷ୍ୟ ରଖି ସେମାନଙ୍କର ନାମକରଣ ମଧ୍ୟ କରିଛନ୍ତି। ସେଥିମଧ୍ୟରୁ ଆର୍ଦ୍ରା ନକ୍ଷତ୍ର ଅନ୍ୟତମ, ଯାହାର ଇଂଲିଶ ନାମ ବିଟଲଗୁଜ୍‌ ଓ ବୈଜ୍ଞାନିକ ନାମ ଆଲ୍‌ଫା-ଓରିଓନିସ। ଏହା ରାତ୍ରି ଆକାଶରେ ଦଶମ ଉଜ୍ଜ୍ୱଳତମ ଓ ଏକ ଲୋହିତ ଦାନବ ଶ୍ରେଣୀର ନକ୍ଷତ୍ର। କାଳପୁରୁଷ (ଓରିଅନ) ମଣ୍ଡଳର କମରବନ୍ଧର ତିନୋଟି ତାରା ଏକ ସରଳ ରେଖାରେ ଦେଖାଯାଆନ୍ତି, ଏହି କମରବନ୍ଧର ବାମ ପଟ ତାରକାର ଠିକ୍‌ ଉପରକୁ ସବୁଠୁ ଉଜ୍ଜ୍ୱଳ ନକ୍ଷତ୍ରଟି ହେଉଛି ଆଦ୍ରା। ଏହା ଆମ ଆକାଶଗଙ୍ଗା ବା ମିଲ୍କିେଓ ଗାଲାକ୍ସିର ଏକ ଅତି ବିଶାଳ ନକ୍ଷତ୍ର, ଯାହା ଆମଠାରୁ ପ୍ରାୟ ୭୦୦ ଆଲୋକ ବର୍ଷ ଦୂରତାରେ ଅବସ୍ଥିତ। ସୂର୍ଯ୍ୟ ତୁଳନାରେ ଏହା ପ୍ରାୟ ୧୦୦୦ ଗୁଣ ବ୍ୟାସାର୍ଦ୍ଧରେ ବଡ଼, ୧୨୬୦୦୦ ଗୁଣ ଉଜ୍ଜ୍ୱଳ ଓ ବସ୍ତୁତ୍ୱରେ ୧୧ଗୁଣ ଅଧିକ ଘନ। ଏହି ନକ୍ଷତ୍ରଟି ଗତ କିଛି ଦିନ ହେବ ବୈଜ୍ଞାନିକ ଉତ୍କଣ୍ଠାର କାରଣ ହୋଇଛି। କାରଣ ଆର୍ଦ୍ରା ନକ୍ଷତ୍ର ଏହାର ଶେଷଦିନ ଗଣୁଛି ଏବଂ ଆଗାମୀ ଭବିଷ୍ୟତରେ ଯେକୌଣସି ସମୟରେ ଏହା ଏକ ବିରାଟ ବିସ୍ଫୋରଣ ବା ସୁପରନୋଭା ହୋଇ ମରଣକୁ ଆଦରି ନେବ। ବୈଜ୍ଞାନିକ ଅନୁଶୀଳନ ଅନୁଯାୟୀ ଏହି ତାରାଟି ଏବେ ଏକ ଅସନ୍ତୁଳିତ ଅବସ୍ଥାରେ ଅଛି। ଯେଉଁଥିପାଇଁ ଏହାର ଉଜ୍ଜ୍ୱଳତା ଅତିମାତ୍ରାରେ କମ୍‌ ବେଶି ହେଉଛି, ଯାହା ପୃଥିବୀପୃଷ୍ଠରୁ ଦୃଶ୍ୟମାନ ହେଉଛି। ଏହି ନକ୍ଷତ୍ରଟି ଯେବେ ସୁପରନୋଭା ହୋଇ ବିସ୍ଫୋରିତ ହେବ ଏହା ଆମ ରାତି ଆକାଶରେ ଜହ୍ନ ପରି ଉଜ୍ଜ୍ୱଳ ଦେଖାଯିବ ଓ ଦିନ ବେଳା ମଧ୍ୟ ଦୃଷ୍ଟିଗୋଚର ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ଏହି ମହାବିସ୍ଫୋରଣରୁ ଅନେକ ପ୍ରକାର ତେଜଷ୍କ୍ରିୟ ରଶ୍ମି ମଧ୍ୟ ବିଛୁରିତ ହେବ, ଯେଉଁମାନଙ୍କ ମଧ୍ୟରୁ ଗାମା ରଶ୍ମି ବିକିରଣ ଅତ୍ୟନ୍ତ ଭୟଙ୍କର ଏବଂ ଏପରି ରଶ୍ମି ଯଦି ଆମ ପୃଥିବୀ ଆଡକୁ ମାଡ଼ିଆସେ ତେବେ ଏଠାରେ ଅତିବ ବିନାଶକାରୀ ପ୍ରଭାବ ପଡ଼ିପାରେ। କିନ୍ତୁ ଏପରି ସମ୍ଭାବନା ଅନେକ କମ୍‌ ବୋଲି ବୈଜ୍ଞାନିକମାନେ ଆକଳନ କରୁଛନ୍ତି।
ଏବେ ଆସନ୍ତୁ ନକ୍ଷତ୍ରମାନଙ୍କର ମରଣ ପ୍ରକ୍ରିୟା ଉପରେ କିଛି ଆଲୋକପାତ କରିବା। ବିଶ୍ୱ ବ୍ରହ୍ମାଣ୍ଡର ନକ୍ଷତ୍ରମଣ୍ଡଳ ବା ଗାଲାକ୍ସିଗୁଡ଼ିକରେ ମହାଜାଗତିକ ଧୂଳିକଣାରୁ ଅହରହ ନକ୍ଷତ୍ରମାନଙ୍କର ସୃଷ୍ଟି ଓ ବିନାଶ ହେଉଛି। ଆମ ଶରୀରର ଜୀବନ ପ୍ରକ୍ରିୟା ଭଳି ତାରକାମାନଙ୍କର ମଧ୍ୟ ବାଳୁତ, ଯୌବନ, ବୃଦ୍ଧ ଓ ଶେଷରେ ମୃତ୍ୟୁ ଅବସ୍ଥା ଉପନୀତ ହୁଏ। ଆମେ ଯେପରି ଖାଦ୍ୟ ଖାଉଛେ ଏବଂ ହଜମ କରି ମଳତ୍ୟାଗ କରୁଛେ, ସେପରି ଏକ ପ୍ରକ୍ରିୟା ମଧ୍ୟ ନକ୍ଷତ୍ରମାନଙ୍କ କ୍ଷେତ୍ରରେ ହୋଇଥାଏ। ନାଭିକୀୟ ଜାରଣ ପ୍ରକ୍ରିୟାରେ ନକ୍ଷତ୍ରଗୁଡ଼ିକ ବାଳୁତ ଅବସ୍ଥାରେ ସବୁଠାରୁ ହାଲୁକା ମୌଳିକ ପଦାର୍ଥ ହାଇଡ୍ରୋଜେନକୁ ଶକ୍ତିର ଉତ୍ସ ଭାବରେ ଗ୍ରହଣ କରି ତାହାଠାରୁ ସାମାନ୍ୟ ଓଜନିଆ ମୌଳିକ ପଦାର୍ଥ ହିଲିୟମ୍‌ରେ ପରିଣତ କରନ୍ତି ଓ ପରେ ହାଇଡ୍ରୋଜେନ ସରିଗଲେ ହିଲିୟମ୍‌କୁ ଗ୍ରହଣ କରି ଯୌବନାବସ୍ଥାରେ ତାହାଠାରୁ ଓଜନିଆ ମୌଳିକ ପଦାର୍ଥ କାର୍ବନରେ ପରିଣତ କରନ୍ତି ଏବଂ ଏହି ପ୍ରକ୍ରିୟାରେ ଜାରି ରହି ଯେତେବେଳେ ଅଧିକ ଭାରି ମୌଳିକ ପଦାର୍ଥ ଲୁହା ସୃଷ୍ଟି ହୁଏ ସେତେବେଳେ ତାରକାଟି ଆଉ ନାଭିକୀୟ ଜାରଣ କରି ନ ପାରି ବୃଦ୍ଧାବସ୍ଥାରେ ପରିଣତ ହୁଏ। ଅନ୍ୟ ଅର୍ଥରେ ନକ୍ଷତ୍ରଟି ଲୁହାକୁ ଆଉ ହଜମ କରିପାରେ ନାହିଁ। ଏହି ସମୟରେ ତାରକାର ନାଭିକୀୟ ଜାରଣ ଶକ୍ତି କମିଯାଏ। କିନ୍ତୁ ବସ୍ତୁତ୍ୱରେ ବୃଦ୍ଧି ହେତୁ ମାଧ୍ୟାକର୍ଷଣ ଶକ୍ତି ଅଧିକ ହୋଇଯାଏ। ଏଭଳି ପରିସ୍ଥିତିରେ ନକ୍ଷତ୍ରଟିର ଶକ୍ତି ଅସନ୍ତୁଳିତ ହୋଇ ପ୍ରଥମେ ଏହା ଅତ୍ୟଧିକ ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ଚାପିହୋଇ ସଂକୁଚିତ ହୋଇଯାଏ ଓ ପରେ ଅତ୍ୟଧିକ ଚାପ ଓ ତାପ ଯୋଗୁ ଏକ ଭୟଙ୍କର ବିସ୍ଫୋରଣ ବା ସୁପରନୋଭା ହୋଇ ତାରକାଟି ଫାଟିଯାଏ ଓ ତାରକାର ମୃତ୍ୟୁ ହୁଏ। କିନ୍ତୁ ସବୁ ତାରକା ସୁପରନୋଭାରେ ପରିଣତ ହୁଅନ୍ତି ନାହିଁ, କାରଣ ଆମ ସୂର୍ଯ୍ୟ ଭଳି ଛୋଟ ତାରାଗୁଡ଼ିକରେ କମ୍‌ ପରିମାଣର ମୌଳିକ ପଦାର୍ଥ ଓ ବସ୍ତୁତ୍ୱ ଥିବାରୁ ସେମାନଙ୍କର ଜାରଣ ପ୍ରକ୍ରିୟାରେ ଲୁହା ଭଳି ଭାରି ମୌଳିକ ପଦାର୍ଥ ସୃଷ୍ଟି ହେବାର ସମ୍ଭାବନା ବହୁତ କମ୍‌ ଥାଏ ଓ ସେମାନଙ୍କର ଶକ୍ତି ମଧ୍ୟ ଏତେ ଅଧିକ ନ ଥାଏ।
ଏହି ପ୍ରକ୍ରିୟାରେ ନିକଟ ଭବିଷ୍ୟତରେ ଆର୍ଦ୍ରା ନକ୍ଷତ୍ରର ଅନ୍ତ ଘଟିବା ସହିତ ଆମ ଆକାଶରେ ଏକ ସୁନ୍ଦର ଦ୍ୱିତୀୟ ଜହ୍ନମାମୁ ସଦୃଶ ଏକ ସୁପରନୋଭା ବିସ୍ଫୋରଣ ଦେଖିବାର ଅବକାଶ ଆମେ କିମ୍ବା ଆମ ଆଗାମୀ ପିଢ଼ିକୁ ମିଳୁଛି ତାହା ସମୟ ହିଁ କହିବ।

-ରିତେଶ କୁମାର ଶିଶୁ

ଦଧିବାବନପୁର, କଟକ
ମୋ- ୮୦୧୮୮୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri