ୟୁକ୍ରେନ୍‌: ଶାନ୍ତି ଆଲୋଚନା ବିଫଳ

ମସ୍କୋ, ୧୪ା୨: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଟାଳିବାକୁ ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କ ମଧ୍ୟରେ ୬୨ ମିନିଟ୍‌ ଧରି ହୋଇଥିବା ଆଲୋଚନା ଫଳପ୍ରଦ ହୋଇପାରିନାହିଁ। ବାଇଡେନ୍‌ ଯୁଦ୍ଧ ଏଡ଼ାଇବା ପାଇଁ ପୁଟିନ୍‌ଙ୍କୁ କହିବା ସହ ୟୁକ୍ରେନ ଉପରେ ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଏଥିସହ ୟୁକ୍ରେନ ପ୍ରସଙ୍ଗରେ କୂଟନୈତିକ ଆଲୋଚନା ପାଇଁ ଆମେରିକା ସର୍ବଦା ପ୍ରସ୍ତୁତ ବୋଲି ବାଇଡେନ୍‌ କହିଛନ୍ତି। ଏହି ଆଲୋଚନା ପରେ ରୁଷିଆ ଆମେରିକାକୁ କଡ଼ା ସମାଲୋଚନା କରିଛି। ଆମେରିକାର ପାଗଳାମି ଶୀର୍ଷରେ ପହଞ୍ଚିଛି ବୋଲି କ୍ରେମ୍‌ଲିନ୍‌ର ପ୍ରମୁଖ ବୈଦେଶିକ ନୀତି ପରାମର୍ଶଦାତା ୟୁରି ଉଶାକୋଭ୍‌ କହିଛନ୍ତି।
କନ୍‌ଫରେନ୍ସରେ ଉଶାକୋଭ୍‌ କହିଛନ୍ତି, ବାଇଡେନ୍‌ ଏବଂ ପୁଟିନଙ୍କ ମଧ୍ୟରେ ସୋମବାର ଆଲୋଚନା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଆମେରିକା ଅପେକ୍ଷା କରି ନ ପାରି ଶନିବାର କଥାବାର୍ତ୍ତା ନିମନ୍ତେ ଅନୁରୋଧ କରିଥିଲା। ରୁଷିଆର ଆଭିମୁଖ୍ୟକୁ ନେଇ ଆମେରିକା ମିଥ୍ୟା ପ୍ରଚାର କରିବାରେ ଲାଗିଛି। ଏପରି କି ୟୁକ୍ରେନ ଉପରେ ରୁଷିଆ କେବେ ଆକ୍ରମଣ କରିବ ସେ ନେଇ ତାରିଖ ବି ବାହାର କରିସାରିଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ଅସ୍ତ୍ର କରିଛନ୍ତି। ୟୁକ୍ରେନରେ ବିବାଦର ଅନ୍ତ ଘଟାଇବା ପାଇଁ ହୋଇଥିବା ଚୁକ୍ତିକୁ ମଧ୍ୟ ପାଶ୍ଚାତ୍ୟ ଦେଶ ଉଲ୍ଲଂଘନ କରିଛନ୍ତି ବୋଲି ପୁଟିନ୍‌ ଅଭିଯୋଗ କରିଥିବା ଉଶାକୋଭ୍‌ କହିଛନ୍ତି। ତେବେ ବାଇଡେନ୍‌ଙ୍କ ଦୃଷ୍ଟିକୋଣକୁ ମସ୍କୋ ବିଚାର କରି ଓ୍ବାଶିଂଟନ୍‌ ଏବଂ ନାଟୋ ପ୍ରସ୍ତାବର ଜବାବ ଦେବ ବୋଲି ଉଶାକୋଭ୍‌ ପ୍ରକାଶ କରିଛନ୍ତି।

ଅଷ୍ଟ୍ରେଲିଆ ଦୂତାବାସ ଖାଲି କରିବାକୁ ନିର୍ଦ୍ଦେଶ

ୟୁକ୍ରେନ ରାଜଧାନୀ କ୍ୱିଭ୍‌ରେ ଥିବା ଅଷ୍ଟ୍ରେଲିଆ ଦୂତାବାସରୁ ସମସ୍ତ କର୍ମଚାରୀଙ୍କୁ ଫେରିଆସିବାକୁ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୟୁକ୍ରେନରେ ଥିବା ସମସ୍ତ ଅଷ୍ଟ୍ରେଲିଆ ନାଗରିକଙ୍କୁ ମଧ୍ୟ ସେହି ସ୍ଥାନ ଛାଡ଼ିବାକୁ କହିଛନ୍ତି। ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନଙ୍କ ମଧ୍ୟରେ ଫୋନ୍‌ ଯୋଗେ ଆଲୋଚନା ବିଫଳ ହେବା ପରେ ଅଷ୍ଟ୍ରେଲିଆ ଏହି ନିଷ୍ପତ୍ତି ନେଇଛି। ଏହାସହ କ୍ୱିଭ୍‌ଠାରୁ ପ୍ରାୟ ୫୪୦ କି.ମି ଦୂର ପୋଲାଣ୍ଡର ସହର ଲଭିଭ୍‌କୁ ଦୂତାବାସର ଅପରେଶନ ସ୍ଥାନାନ୍ତର କରାଯିବ ବୋଲି ମୋରିସନ୍‌ କହିଛନ୍ତି। ରୁଷିଆର ଏକଚ୍ଛତ୍ରବାଦୀ ଏବଂ ମନମୁଖି କାର୍ଯ୍ୟକୁ ସେ ନିନ୍ଦା କରିବା ସହ ଏହି ପ୍ରସଙ୍ଗରେ ଚାଇନା ନୀରବ ରହିବାକୁ ସମାଲୋଚନା କରିଛନ୍ତି।

ସାଟେଲାଇଟ୍‌ରେ ଯୁଦ୍ଧ ପ୍ରସ୍ତୁତି ଚିତ୍ର

 

ୟୁକ୍ରେନକୁ ଘେରିବା ପାଇଁ ରୁଷିଆ ବେଲାରୁଷ୍‌, କ୍ରିମିଆ ଏବଂ ପଶ୍ଚିମ ରୁଷିଆ ସୀମାରେ ବ୍ୟାପକ ସୈନ୍ୟ ମୁତୟନ କରିଥିବା ସାଟେଲାଇଟ୍‌ ଚିତ୍ରରେ ଦେଖିବାକୁ ମିଳିଛି। ମାକ୍ସର ଦ୍ୱାରା ଏହି ଚିତ୍ର ସଂଗ୍ରହ କରାଯାଇଛି। କ୍ରିମିଆରେ ଓକ୍‌ଟ୍ୟାବ୍ରସ୍‌କୋୟେ ଏୟାର ଫିଲ୍ଡରେ ଗତ ୧୦ ତାରିଖରେ ବଡ଼ ସଂଖ୍ୟାରେ ସୈନ୍ୟ ମୁତୟନ ହୋଇଛି। ୫୫୦ରୁ ଅଧିକ ଟେଣ୍ଟ ଏବଂ ଶତାଧିକ ଯୁଦ୍ଧବାହନ ରହିଛି। ଡୋନୁଜ୍‌ଲାଭ୍‌ ହ୍ରଦ ନିକଟରେ ମଧ୍ୟ ରୁଷିଆର ସୈନିକ ଜଗିରହିଥିବାବେଳେ ନୁଭୋଜେନୋୟେ ନିକଟରେ ତାଲିମ କାର୍ଯ୍ୟକ୍ରମ ଚାଲିଥିବା ଦେଖାଯାଇଛି। କ୍ରିମିଆର ଉତ୍ତରପଶ୍ଚମ ଉପକୂଳରେ ଥିବା ସ୍ଲାଭ୍‌ନେ ସହର ନିକଟରେ ରୁଷିଆ ସୈନ୍ୟ ପହଞ୍ଚିଛନ୍ତି। ସେହିପରି ବେଲାରୁଷ୍‌ରେ ଜ୍ୟାବ୍ରୋଭ୍‌କା ଏୟାରଫିଲ୍ଡଠାରେ ରୁଷିଆ ଯୁଦ୍ଧବାହନ, ହେଲିକପ୍ଟର ସହ ସୈନ୍ୟ ମୁତୟନ କରିଛି। ଏହି ସ୍ଥାନ ୟୁକ୍ରେନଠାରୁ ମାତ୍ର ୨୫ କିମି ଦୂରରେ ଅବସ୍ଥିତ। ସେହିପରି ୟୁକ୍ରେନ ସୀମାଠାରୁ ୪୫ କିମିରୁ କମ୍‌ ଦୂର ବେଲାରୁଷ୍‌ର ରେଚିଷ୍ଟା ସହରରେ ମଧ୍ୟ କ୍ରେମଲିନ୍‌ ପକ୍ଷରୁ ସୈନ୍ୟ ପଇଁତରା ମାରୁଛନ୍ତି। ପଶ୍ଚିମ ରୁଷିଆ ସୀମା ନିକଟରେ ବ୍ୟାପକ ସଂଖ୍ୟାରେ ସୈନ୍ୟ ମୁତୟନ ହୋଇଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri