ୟୁକ୍ରେନ୍‌: ଶାନ୍ତି ଆଲୋଚନା ବିଫଳ

ମସ୍କୋ, ୧୪ା୨: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଟାଳିବାକୁ ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କ ମଧ୍ୟରେ ୬୨ ମିନିଟ୍‌ ଧରି ହୋଇଥିବା ଆଲୋଚନା ଫଳପ୍ରଦ ହୋଇପାରିନାହିଁ। ବାଇଡେନ୍‌ ଯୁଦ୍ଧ ଏଡ଼ାଇବା ପାଇଁ ପୁଟିନ୍‌ଙ୍କୁ କହିବା ସହ ୟୁକ୍ରେନ ଉପରେ ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଏଥିସହ ୟୁକ୍ରେନ ପ୍ରସଙ୍ଗରେ କୂଟନୈତିକ ଆଲୋଚନା ପାଇଁ ଆମେରିକା ସର୍ବଦା ପ୍ରସ୍ତୁତ ବୋଲି ବାଇଡେନ୍‌ କହିଛନ୍ତି। ଏହି ଆଲୋଚନା ପରେ ରୁଷିଆ ଆମେରିକାକୁ କଡ଼ା ସମାଲୋଚନା କରିଛି। ଆମେରିକାର ପାଗଳାମି ଶୀର୍ଷରେ ପହଞ୍ଚିଛି ବୋଲି କ୍ରେମ୍‌ଲିନ୍‌ର ପ୍ରମୁଖ ବୈଦେଶିକ ନୀତି ପରାମର୍ଶଦାତା ୟୁରି ଉଶାକୋଭ୍‌ କହିଛନ୍ତି।
କନ୍‌ଫରେନ୍ସରେ ଉଶାକୋଭ୍‌ କହିଛନ୍ତି, ବାଇଡେନ୍‌ ଏବଂ ପୁଟିନଙ୍କ ମଧ୍ୟରେ ସୋମବାର ଆଲୋଚନା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଆମେରିକା ଅପେକ୍ଷା କରି ନ ପାରି ଶନିବାର କଥାବାର୍ତ୍ତା ନିମନ୍ତେ ଅନୁରୋଧ କରିଥିଲା। ରୁଷିଆର ଆଭିମୁଖ୍ୟକୁ ନେଇ ଆମେରିକା ମିଥ୍ୟା ପ୍ରଚାର କରିବାରେ ଲାଗିଛି। ଏପରି କି ୟୁକ୍ରେନ ଉପରେ ରୁଷିଆ କେବେ ଆକ୍ରମଣ କରିବ ସେ ନେଇ ତାରିଖ ବି ବାହାର କରିସାରିଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ଅସ୍ତ୍ର କରିଛନ୍ତି। ୟୁକ୍ରେନରେ ବିବାଦର ଅନ୍ତ ଘଟାଇବା ପାଇଁ ହୋଇଥିବା ଚୁକ୍ତିକୁ ମଧ୍ୟ ପାଶ୍ଚାତ୍ୟ ଦେଶ ଉଲ୍ଲଂଘନ କରିଛନ୍ତି ବୋଲି ପୁଟିନ୍‌ ଅଭିଯୋଗ କରିଥିବା ଉଶାକୋଭ୍‌ କହିଛନ୍ତି। ତେବେ ବାଇଡେନ୍‌ଙ୍କ ଦୃଷ୍ଟିକୋଣକୁ ମସ୍କୋ ବିଚାର କରି ଓ୍ବାଶିଂଟନ୍‌ ଏବଂ ନାଟୋ ପ୍ରସ୍ତାବର ଜବାବ ଦେବ ବୋଲି ଉଶାକୋଭ୍‌ ପ୍ରକାଶ କରିଛନ୍ତି।

ଅଷ୍ଟ୍ରେଲିଆ ଦୂତାବାସ ଖାଲି କରିବାକୁ ନିର୍ଦ୍ଦେଶ

ୟୁକ୍ରେନ ରାଜଧାନୀ କ୍ୱିଭ୍‌ରେ ଥିବା ଅଷ୍ଟ୍ରେଲିଆ ଦୂତାବାସରୁ ସମସ୍ତ କର୍ମଚାରୀଙ୍କୁ ଫେରିଆସିବାକୁ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୟୁକ୍ରେନରେ ଥିବା ସମସ୍ତ ଅଷ୍ଟ୍ରେଲିଆ ନାଗରିକଙ୍କୁ ମଧ୍ୟ ସେହି ସ୍ଥାନ ଛାଡ଼ିବାକୁ କହିଛନ୍ତି। ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନଙ୍କ ମଧ୍ୟରେ ଫୋନ୍‌ ଯୋଗେ ଆଲୋଚନା ବିଫଳ ହେବା ପରେ ଅଷ୍ଟ୍ରେଲିଆ ଏହି ନିଷ୍ପତ୍ତି ନେଇଛି। ଏହାସହ କ୍ୱିଭ୍‌ଠାରୁ ପ୍ରାୟ ୫୪୦ କି.ମି ଦୂର ପୋଲାଣ୍ଡର ସହର ଲଭିଭ୍‌କୁ ଦୂତାବାସର ଅପରେଶନ ସ୍ଥାନାନ୍ତର କରାଯିବ ବୋଲି ମୋରିସନ୍‌ କହିଛନ୍ତି। ରୁଷିଆର ଏକଚ୍ଛତ୍ରବାଦୀ ଏବଂ ମନମୁଖି କାର୍ଯ୍ୟକୁ ସେ ନିନ୍ଦା କରିବା ସହ ଏହି ପ୍ରସଙ୍ଗରେ ଚାଇନା ନୀରବ ରହିବାକୁ ସମାଲୋଚନା କରିଛନ୍ତି।

ସାଟେଲାଇଟ୍‌ରେ ଯୁଦ୍ଧ ପ୍ରସ୍ତୁତି ଚିତ୍ର

 

ୟୁକ୍ରେନକୁ ଘେରିବା ପାଇଁ ରୁଷିଆ ବେଲାରୁଷ୍‌, କ୍ରିମିଆ ଏବଂ ପଶ୍ଚିମ ରୁଷିଆ ସୀମାରେ ବ୍ୟାପକ ସୈନ୍ୟ ମୁତୟନ କରିଥିବା ସାଟେଲାଇଟ୍‌ ଚିତ୍ରରେ ଦେଖିବାକୁ ମିଳିଛି। ମାକ୍ସର ଦ୍ୱାରା ଏହି ଚିତ୍ର ସଂଗ୍ରହ କରାଯାଇଛି। କ୍ରିମିଆରେ ଓକ୍‌ଟ୍ୟାବ୍ରସ୍‌କୋୟେ ଏୟାର ଫିଲ୍ଡରେ ଗତ ୧୦ ତାରିଖରେ ବଡ଼ ସଂଖ୍ୟାରେ ସୈନ୍ୟ ମୁତୟନ ହୋଇଛି। ୫୫୦ରୁ ଅଧିକ ଟେଣ୍ଟ ଏବଂ ଶତାଧିକ ଯୁଦ୍ଧବାହନ ରହିଛି। ଡୋନୁଜ୍‌ଲାଭ୍‌ ହ୍ରଦ ନିକଟରେ ମଧ୍ୟ ରୁଷିଆର ସୈନିକ ଜଗିରହିଥିବାବେଳେ ନୁଭୋଜେନୋୟେ ନିକଟରେ ତାଲିମ କାର୍ଯ୍ୟକ୍ରମ ଚାଲିଥିବା ଦେଖାଯାଇଛି। କ୍ରିମିଆର ଉତ୍ତରପଶ୍ଚମ ଉପକୂଳରେ ଥିବା ସ୍ଲାଭ୍‌ନେ ସହର ନିକଟରେ ରୁଷିଆ ସୈନ୍ୟ ପହଞ୍ଚିଛନ୍ତି। ସେହିପରି ବେଲାରୁଷ୍‌ରେ ଜ୍ୟାବ୍ରୋଭ୍‌କା ଏୟାରଫିଲ୍ଡଠାରେ ରୁଷିଆ ଯୁଦ୍ଧବାହନ, ହେଲିକପ୍ଟର ସହ ସୈନ୍ୟ ମୁତୟନ କରିଛି। ଏହି ସ୍ଥାନ ୟୁକ୍ରେନଠାରୁ ମାତ୍ର ୨୫ କିମି ଦୂରରେ ଅବସ୍ଥିତ। ସେହିପରି ୟୁକ୍ରେନ ସୀମାଠାରୁ ୪୫ କିମିରୁ କମ୍‌ ଦୂର ବେଲାରୁଷ୍‌ର ରେଚିଷ୍ଟା ସହରରେ ମଧ୍ୟ କ୍ରେମଲିନ୍‌ ପକ୍ଷରୁ ସୈନ୍ୟ ପଇଁତରା ମାରୁଛନ୍ତି। ପଶ୍ଚିମ ରୁଷିଆ ସୀମା ନିକଟରେ ବ୍ୟାପକ ସଂଖ୍ୟାରେ ସୈନ୍ୟ ମୁତୟନ ହୋଇଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri