୫ ଜଣିଆ କମିଟି ଗଠନ କଲେ ହାଇକୋର୍ଟ

କଟକ ଅଫିସ,୧୭ା୨:ଜଗତ୍‌ସିଂହପୁର ଜିଲା ଢିଙ୍କିଆ ବିବାଦ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏକ ୫ ଜଣିଆ ଆଇନଜୀବୀ କମିଟି ଗଠନ କରିଛନ୍ତି। ଏହି କମିଟିରେ ୩ ଆବେଦନକାରୀଙ୍କ ଓକିଲ ଓ ୨ ଜଣ ସରକାରୀ ଓକିଲଙ୍କୁ ରଖାଯାଇଛି। ଆଇନଜୀବୀ ପ୍ରଶାନ୍ତ କୁମାର ଜେନା, ଓମ୍‌କାର ଦେବଦାସ, ସୁକାନ୍ତ କୁମାର ଦଳେଇ, ଦେବକାନ୍ତ ମହାନ୍ତି ଓ ଜନ୍ମେଞ୍ଜୟ କଟିକିଆଙ୍କୁ ନେଇ ଗଠିତ ଉକ୍ତ କମିଟି ଆସନ୍ତା ୧୯ ତାରିଖରେ ଘଟଣାସ୍ଥଳ ପରିଦର୍ଶନ କରିବ। ସେଠାକାର ଲୋକଙ୍କ ସହିତ ଆଲୋଚନା କରିବା ସହ ରିପୋର୍ଟ ପ୍ରସ୍ତୁତ କରି ହାଇକୋର୍ଟରେ ଦାଖଲ କରିବ। ଆସନ୍ତା ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ଆବେଦନକାରୀ ଆଇନଜୀବୀ କ୍ଷୀରୋଦ ରାଉତ, ଢିଙ୍କିଆ ଅଞ୍ଚଳର କୁନି ମଲ୍ଲିକ, ପ୍ରତାପ ରୁଦ୍ର ସାମନ୍ତରାୟଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି। ଉକ୍ତ ମାମଲାରେ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇ ପୋଲିସର ଲାଠିଚାଳନାକୁ ଅସ୍ବୀକାର କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ, ଢିଙ୍କିଆ ଅଞ୍ଚଳରେ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ସମୟରେ ଗ୍ରାମବାସୀ ଓ ପୋଲିସ ମୁହଁାମୁହିଁ ହୋଇଥିଲେ। ଏହି ସମୟରେ ପୋଲିସ ଲାଠିଚାଳନା କରିବାରୁ ଅନେକ ଆନ୍ଦୋଳନକାରୀ ଆହତ ହୋଇଥିଲେ। ପୋଲିସର ଲାଠିଚାଳନାକୁ ବିରୋଧ କରିବା ସହ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ ପୃଥକ୍‌ ଭାବେ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। ପୋଲିସ ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କୁ ମାଗଣା ଚିକିତ୍ସା ଓ କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଆବେଦନରେ ଦର୍ଶାଯାଇଛି। ସେହିପରି ଲୋକମାନଙ୍କ ନାମରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦିଅନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଅମାନୁଷିକ ଭାବେ ଲାଠିଚାର୍ଜ କରିଥିବା ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସେଠାରେ ତୁରନ୍ତ କାରଖାନା ପ୍ରତିଷ୍ଠା ଉଦ୍ୟମ ବନ୍ଦ କରିବାକୁ ଆଗତ ମାମଲାରେ ନିବେଦନ କରାଯାଇଛି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, ଗୃହ ସଚିବ, ଡିଜିପି, ଜଗତ୍‌ସିଂହପୁର ଏସ୍‌ପି ଓ ଏରସମା ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୧ା୧: ଫୁଲବାଣୀ ଫାଷ୍ଟଟ୍ରାକ ସ୍ବତନ୍ତ୍ର କୋର୍ଟ ଅତିରିକ୍ତ ଜିଲା ଦୌରାଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ...

କାଶୀପୁର ଝାଡ଼ାବାନ୍ତି ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପି ଜୀବନ ହାନି ଘଟିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ସ୍ବାସ୍ଥ୍ୟ ଓ...

ବାରମ୍ବାର ସ୍ଥାନ ପରିବର୍ତ୍ତନ: ଏନ୍‌ଏସି କାର୍ଯ୍ୟାଳୟ ଘେରିଲେ ମାଛ ବ୍ୟବସାୟୀ

ଛତ୍ରପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ମାଛ ବ୍ୟବସାୟୀମାନଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ଜାଗା ପରିବର୍ତ୍ତନ କରାଯାଉଥିବା ପ୍ରତିବାଦରେ ସୋମବାର ଶତାଧିକ ବ୍ୟବସାୟୀ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ...

ଜିଲାରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ: ଠିକ୍‌ ସମୟରେ ରୋଗୀଙ୍କୁ ମିଳୁନି

ନୟାଗଡ଼ ଅଫିସ,୧୦ା୮: ନୟାଗଡ଼ ଜିଲାରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆବଶ୍ୟକ ମୁତାବକ ଆମ୍ବୁଲାନ୍ସ ନ ଥିବାରୁ ଠିକ୍‌ ସମୟରେ ରୋଗୀଙ୍କୁ ସେବା ମିଳିପାରୁନି। ଏଥିଯୋଗୁ...

ଆଖି ବୁଜିଲା ବାଘୁଣୀ ରେଣୁକା

ବାରଙ୍ଗ, ୨୨।୪ (ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଅନ୍ୟତମ ଆକର୍ଷଣ ବାଘୁଣୀ ରେଣୁକାର ବୁଧବାର ମୃତ୍ୟୁ ଘଟିଛି। ରେଣୁକା ଦୀର୍ଘଦିନ ଧରି ଅସୁସ୍ଥ ଥିବା କାରଣରୁ...

ମିଳିଲା ନାହିଁ ସହାୟତା , ପୋଖରୀ ଖୋଳିଲେ ମହିଳା

ବଡ଼ଗାଁ, ୧୬।୫(ଡି.ଏନ୍‌.ଏ.): ସରକାରଙ୍କ ପକ୍ଷରୁ ମିଳିଲା ନାହିଁ ସହାୟତା , ଜନପ୍ରତିନିଧି ଓ ଦଳୀୟ ନେତାମାନେ ମଧ୍ୟ ଦୃଷ୍ଟି ଦେଲେନି। ଶେଷରେ ଗାଧୋଇବା ସମସ୍ୟାର ଦୂରୀକରଣ...

କୋଭିଡ ହସ୍ପିଟାଲରେ ପ୍ରବାସୀ ଓଡିଆଙ୍କ ମୃତ୍ୟୁ

ଜୁନାଗଡ,୨୫।୫(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଭବାନୀପାଟଣା କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଜଣେ ୩୫ବର୍ଷୀୟ ପ୍ରବାସୀ ଓଡିଆ ଯୁବକଙ୍କ ସୋମବାର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ତାମିଲନାଡୁରୁ ଫେରିଥିଲେ।...

କୁଲାଡ଼ରେ ୩ ଶହ ବର୍ଷର ପରମ୍ପରା: ଗାଁର ମଙ୍ଗଳ ପାଇଁ ଜନ୍ମାଷ୍ଟମୀ

ବଅଁରପାଳ, ୨୩।୮ (ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଧୁମ୍‌ଧାମରେ ଜନ୍ମାଷ୍ଟମୀ ପାଳନ ପାଇଁ ଚାଲିଛି ଆୟୋଜନ। ୩ଶହ ବର୍ଷର ପରମ୍ପରା ଅନୁଯାୟୀ ଗ୍ରାମର...

Advertisement
Archives

Model This Week