ବ୍ରିଟିଶ ସିଙ୍ଗରଙ୍କୁ ନେଇ ବଢିଲା ବିଶ୍ୱକପ ଫାଇନାଲର ଉଷ୍ମତା

ଅହମଦାବାଦ,୧୭।୧୧: ଟିମ ଇଣ୍ଡିଆ ଫାଇନାଲରେ ପହଞ୍ଚିବା ଦିନଠାରୁ ଭାରତୀୟ କ୍ରିକେଟ ପ୍ରଶଂସକମାନେ ଏହି ଦିନକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ସେହି ଭାରତୀୟ ଯେଉଁମାନେ କ୍ରିକେଟ ପ୍ରତି ଏତେ ଆଗ୍ରହୀ ନୁହଁନ୍ତି ସେମାନେ ମଧ୍ୟ ଏହି ଦିନକୁ ଅପେକ୍ଷା କରିଛନ୍ତି। ଏହି ଅପେକ୍ଷା ବିଶ୍ୱକପ ଫାଇନାଲରେ ପରଫର୍ମ କରିବାକୁ ଆସୁଥିବା ଦୁଆ ଲିପାଙ୍କ ପାଇଁ। ଭାରତରେ ଲିପାଙ୍କ ଆଗମନ ଘୋଷଣା ହେବା ପରଠାରୁ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ତାଙ୍କ ପ୍ରବେଶ ବିଶ୍ୱକପ ୨୦୨୩ ପାଇଁ ଉତ୍ସାହକୁ ଆହୁରି ବଢାଇ ଦେଇଛି।

ଦୁଆ ଲିପାଙ୍କୁ ମାତ୍ର ୨୮ବର୍ଷ ବୟସ କିନ୍ତୁ ସାରା ବିଶ୍ୱରେ ତାଙ୍କର ପ୍ରଶଂସକ ଅଛନ୍ତି। ପ୍ରମୁଖ ଫୁଟବଲ ଟୁର୍ନାମେଣ୍ଟର ଉଦଘାଟନୀ ସମାରୋହରେ ସେ ମଞ୍ଚରେ ପରଫର୍ମ କରିଛନ୍ତି। ସେ ପ୍ରଥମ ଥର ପାଇଁ କ୍ରିକେଟ ଇଭେଣ୍ଟରେ ପରଫର୍ମ କରିବାକୁ ଯାଉଛନ୍ତି।
୧୪ବର୍ଷ ବୟସରେ ସେ ୟୁଟ୍ୟୁବରେ ମ୍ୟୁଜିକ ଭିଡିଓ ପୋଷ୍ଟ କରୁଥିଲେ।
ସେ ଆଲବାନିଆର ମୂଳ ବ୍ରିଟିଶ ଗାୟିକା। ସେ ମଡେଲିଂ ମଧ୍ୟ କରିଛନ୍ତି ଏବଂ ନିଜର ଗୀତ ଲେଖନ୍ତି। ଲୋକମାନେ କେବଳ ତାଙ୍କ ସ୍ବରକୁ ପ୍ରଶଂସା କରନ୍ତି ନାହିଁ, ସେ ନିଜର ବିୟୁଟି ଏବଂ ଷ୍ଟାଇଲରେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଖୁବ କମ ବୟସରେ ସେ ତାଙ୍କର ସଂଗୀତ କ୍ୟାରିଅର୍‌ ଆରମ୍ଭ କରିଥିଲେ। ୧୪ବର୍ଷ ବୟସରେ ସେ ୟୁଟ୍ୟୁବରେ ଗୀତ ଗାଉଥିଲେ ଏବଂ ଅପଲୋଡ କରୁଥିଲେ। ୨୦୧୫ରେ, ଦୁଆ ତାଙ୍କର ପ୍ରଥମ ବଡ ଅଫର୍‌ ପାଇଲେ। ତାଙ୍କୁ ୱାର୍ନର ମ୍ୟୁଜିକ ଗ୍ରୁପ ସାଇନ୍‌ କରିଥିଲେ। ଏହା ପରେଏହି ବ୍ରିଟିଶ ସିଙ୍ଗର ଆଉ ପଛକୁ ଚାହିଁ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?