Posted inଖେଳ

କ୍ୟାମେରାରେ ଦେଖିହେବ ଖେଳାଳିଙ୍କ ହୃଦ୍‌ସ୍ପନ୍ଦନ

ଟୋକିଓ,୧୯ା୭(ପି.ଟି.)-ଟୋକିଓ ଅଲିମ୍ପିକ୍ସ ତୀରନ୍ଦାଜୀ ପ୍ରତିଯୋଗିତାର ନକ୍‌ଆଉଟ ପର୍ଯ୍ୟାୟରେ ଦର୍ଶକମାନେ କ୍ୟାମେରା ଜରିଆରେ ତୀରନ୍ଦାଜମାନଙ୍କ ମାନସିକ ଚାପ ଓ ହୃଦ୍‌ସ୍ପନ୍ଦନର ମାପ ଦେଖିବାକୁ ପାଇବେ। ବିଶ୍ୱ ତୀରନ୍ଦାଜୀ ପକ୍ଷରୁ ପ୍ରଥମ ଥର ଅଲିମ୍ପିକ୍ସରେ ଏହି ଟେକ୍ନୋଲୋଜି ବ୍ୟବହାର କରାଯିବ। ମାନସିକ ଚାପରେ ଥିବା ସମୟରେ ବିଶ୍ୱର ନମ୍ବର ଓ୍ବାନ ତୀରନ୍ଦାଜ ଦୀପିକା କୁମାରୀ ସବୁବେଳେ ଖରାପ ପ୍ରଦର୍ଶନ କରିଥିବା ଲକ୍ଷ୍ୟ କରାଯାଇଛି। କେତେକ ହୁଏତ ଏହାକୁ ପସନ୍ଦ ଅନ୍ୟ କେତେକ ଏହାକୁ ନାପସନ୍ଦ କରିପାରନ୍ତି। ଏହାକୁ କେବଳ ଟିଭି ଦର୍ଶକ ଦେଖିପାରିବେ, କିନ୍ତୁ ତୀରନ୍ଦାଜ ଏହି ଡାଟାକୁ ଦେଖିବା ସୁଯୋଗ ପାଇବେ ନାହିଁ। ରକ୍ତ ପମ୍ପିଂ ଦ୍ୱାରା ମୁଖମଣ୍ଡଳର ରୂପ ଓ ରଙ୍ଗର ପରିବର୍ତ୍ତନ ଜରିଆରେ ହୃଦ୍‌୍‌ସ୍ପନ୍ଦନ ଓ ମାନସିକ ଚାପର ପରିମାଣ ମାପି ହୋଇଥାଏ ବୋଲି ଜଣେ ଅଫିସିଆଲ କହିଛନ୍ତି। ଫଳରେ ଏକ ନିର୍ଣ୍ଣାୟକ ଶଟ୍‌ ପୂର୍ବରୁ ଜଣେ ପ୍ରତିଯୋଗୀଙ୍କ ହୃଦ୍‌ସ୍ପନ୍ଦନ ଓ ମାନସିକ ଅବସ୍ଥା କିପରି ଥାଏ ତାହା ଜଣେ ଦର୍ଶକ ଦେଖିପାରିବ। ବିଶ୍ୱ ତୀରନ୍ଦାଜୀ ପକ୍ଷରୁ ଏହି ଟେକ୍ନୋଲୋଜିକୁ ପୂର୍ବରୁ ସ୍କ୍ରିନ୍‌ରେ ନୁହେଁ କେବଳ ଘରୋଇ ଭାବେ ପରୀକ୍ଷାମୂଳକ ବ୍ୟବହାର କରାଯାଇଛି। ଭାରତ ତୃତୀୟ ଥର ସିଧାସଳଖ ଯୋଗ୍ୟତା ହାସଲ କରିଥିବା ଦୀପିକାଙ୍କଠାରୁ ଏଥର ପଦକ ଆଶା କରୁଛି। ମାନସିକ ଚାପ ଦୃଷ୍ଟିରୁ ଲଣ୍ଡନ ଅଲିମ୍ପିକ୍ସରେ ସେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ୫ବର୍ଷ ପୂର୍ବେ ରିଓ ଗେମ୍ସରେ ଏହି କାରଣରୁ ସେ ତୃତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ। ଏଥର ଅଲିମ୍ପିକ୍ସରେ ୬୪ଜଣ ତୀରନ୍ଦାଜ ଭାଗ ନେବେ। ମହାମାରୀ ସମୟରେ ଏହା ଅନୁଷ୍ଠିତ ହେଉଥିବାରୁ ପ୍ରତିଯୋଗିତା ବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ହେବ। ସାଧାରଣତଃ କ୍ୱାଲିଫିକେଶନ ରାଉଣ୍ଡରେ ତୀରନ୍ଦାଜମାନେ ଗୋଟିଏ ଟାର୍ଗେଟ୍‌କୁ ଶେୟାର କରିଥାନ୍ତି। ଏଥର କିନ୍ତୁ ଜଣକା ପିଛା ୬୪ଟି ପୃଥକ୍‌ ଟାର୍ଗେଟ ରହିବ। ଏହାଦ୍ୱାରା ଫଳାଫଳ ଦେଖିବା ସହଜ ହେବ। ଏଥର ଅଲିମ୍ପିକ୍ସରେ ପ୍ରଥମଥର ତୀରନ୍ଦାଜୀ ଏକମାତ୍ର କ୍ରୀଡ଼ା,ଯେଉଁଥିରେ ଲାଇଭ୍‌ ବାୟୋମେଟ୍ରିକ୍‌ ଡାଟା ବ୍ୟବହାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri