Posted inଖେଳ

ଭାରତ ପାଇଁ ଏହି ବିଦେଶୀ କ୍ରିକେଟର୍‌ଙ୍କ ହୃଦୟ କାନ୍ଦୁଛି

ଲଣ୍ଡନ,୧୧।୫:ପ୍ରାୟ ଏକ ମାସ ଧରି ଚାଲିଆସୁଥିବା ଇଣ୍ଡିଆନ ପ୍ରିମିୟର ଲିଗ କରୋନା ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଫଳରେ ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ବିଦେଶୀ ଖେଳାଳିଙ୍କୁ ଘରକୁ ଫେରିବା ପାଇଁ ବ୍ୟବସ୍ଥା କରିଥିଲା। ସମସ୍ତ ବିଦେଶୀ ଖେଳାଳି, କୋଚିଂ ଷ୍ଟାଫ ଏବଂ ଭାଷ୍ୟକାରମାନେ ନିରାପଦରେ ନିଜ ଦେଶକୁ ଯାଇଥିଲେ। ଏଭଳି ପରିସ୍ଥିତିରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଭାଷ୍ୟକାର କେଭିନ ପିଟରସେନ ଘରେ ପହଞ୍ଚିବା ପରେ ଭାରତ ପାଇଁ ଚିନ୍ତାରେ ଅଛନ୍ତି। ଆଇପିଏଲ୍‌ରେ ଭାଷ୍ୟକାର ଦାୟିତ୍ୱ ତୁଲାଉଥିବା କେଭିନ ପିଟରସେନ ଭାରତ ଛାଡି ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି। ସେ ହିନ୍ଦୀରେ ଟୁଇଟ୍‌ କରି କହିଛନ୍ତି ଯେ, ମୁଁ ଭାରତ ଛାଡିଛି ସତ ମାତ୍ର ମୁଁ ଏବେ ବି ଏହି ଦେଶ କଥା ଚିନ୍ତା କରୁଛି। କାରଣ ଏହି ଦେଶ ମୋତେ ବହୁତ ଭଲ ପାଇବା ଏବଂ ସ୍ନେହ ଦେଇଛି। ଦୟାକରି ଲୋକେ ସୁରକ୍ଷିତ ରୁହନ୍ତୁ। ଭାରତ ଏବେ ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛି ଏବଂ ଏହି ସମୟ ବିତିଯିବ। କିନ୍ତୁ ସାବଧାନ ରହିବାକୁ ପଡିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କେଭିନ ପିଟରସେନ ଚାହୁଁଛନ୍ତି ଯେ ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ବର୍ଷର ସ୍ଥଗିତ ମ୍ୟାଚ ସେପ୍ଟେମ୍ବରରେ ୟୁଏଇ ବଦଳରେ ଇଂଲଣ୍ଡରେ ଅନୁଷ୍ଠିତ ହେଉ। ପିଟରସେନ ଆଶା କରିଛନ୍ତି ଯେ, ଆଇପିଏଲକୁ ବ୍ରିଟେନକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ସର୍ବୋତ୍ତମ ହେବ, କାରଣ ଭାରତୀୟ ଦଳର ଇଂଲଣ୍ଡ ଗସ୍ତରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ସେପ୍ଟେମ୍ବର ୧୪ ରେ ଶେଷ ହେବ ଏବଂ ଏହା ପରେ ସମୟ ଧାର୍ଯ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri