Posted inଖେଳ

ଭାରତ ପାଇଁ ଏହି ବିଦେଶୀ କ୍ରିକେଟର୍‌ଙ୍କ ହୃଦୟ କାନ୍ଦୁଛି

ଲଣ୍ଡନ,୧୧।୫:ପ୍ରାୟ ଏକ ମାସ ଧରି ଚାଲିଆସୁଥିବା ଇଣ୍ଡିଆନ ପ୍ରିମିୟର ଲିଗ କରୋନା ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଫଳରେ ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ବିଦେଶୀ ଖେଳାଳିଙ୍କୁ ଘରକୁ ଫେରିବା ପାଇଁ ବ୍ୟବସ୍ଥା କରିଥିଲା। ସମସ୍ତ ବିଦେଶୀ ଖେଳାଳି, କୋଚିଂ ଷ୍ଟାଫ ଏବଂ ଭାଷ୍ୟକାରମାନେ ନିରାପଦରେ ନିଜ ଦେଶକୁ ଯାଇଥିଲେ। ଏଭଳି ପରିସ୍ଥିତିରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଭାଷ୍ୟକାର କେଭିନ ପିଟରସେନ ଘରେ ପହଞ୍ଚିବା ପରେ ଭାରତ ପାଇଁ ଚିନ୍ତାରେ ଅଛନ୍ତି। ଆଇପିଏଲ୍‌ରେ ଭାଷ୍ୟକାର ଦାୟିତ୍ୱ ତୁଲାଉଥିବା କେଭିନ ପିଟରସେନ ଭାରତ ଛାଡି ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି। ସେ ହିନ୍ଦୀରେ ଟୁଇଟ୍‌ କରି କହିଛନ୍ତି ଯେ, ମୁଁ ଭାରତ ଛାଡିଛି ସତ ମାତ୍ର ମୁଁ ଏବେ ବି ଏହି ଦେଶ କଥା ଚିନ୍ତା କରୁଛି। କାରଣ ଏହି ଦେଶ ମୋତେ ବହୁତ ଭଲ ପାଇବା ଏବଂ ସ୍ନେହ ଦେଇଛି। ଦୟାକରି ଲୋକେ ସୁରକ୍ଷିତ ରୁହନ୍ତୁ। ଭାରତ ଏବେ ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛି ଏବଂ ଏହି ସମୟ ବିତିଯିବ। କିନ୍ତୁ ସାବଧାନ ରହିବାକୁ ପଡିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କେଭିନ ପିଟରସେନ ଚାହୁଁଛନ୍ତି ଯେ ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ବର୍ଷର ସ୍ଥଗିତ ମ୍ୟାଚ ସେପ୍ଟେମ୍ବରରେ ୟୁଏଇ ବଦଳରେ ଇଂଲଣ୍ଡରେ ଅନୁଷ୍ଠିତ ହେଉ। ପିଟରସେନ ଆଶା କରିଛନ୍ତି ଯେ, ଆଇପିଏଲକୁ ବ୍ରିଟେନକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ସର୍ବୋତ୍ତମ ହେବ, କାରଣ ଭାରତୀୟ ଦଳର ଇଂଲଣ୍ଡ ଗସ୍ତରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ସେପ୍ଟେମ୍ବର ୧୪ ରେ ଶେଷ ହେବ ଏବଂ ଏହା ପରେ ସମୟ ଧାର୍ଯ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ପ୍ଲେଅଫ୍‌

ପୁଣେ,୨ା୯(ପି.ଟି):ସ୍ବଦେଶୀ ଖେଳ ଖୋ ଖୋକୁ ଏକ ପରିବର୍ତ୍ତିତ ରୂପରେ ପେସ୍‌ କରାଯାଇଥିବା ବେଳେ ଅନ୍ତିମ ଚରଣରେ ପହଞ୍ଚିଛି ପ୍ରଥମ ସଂସ୍କରଣର ଟୁର୍ନାମେଣ୍ଟ। ଆସନ୍ତା ଶୁକ୍ରବାରଠାରୁ ପ୍ଲେ...

ଇଂଲଣ୍ଡ ଆସେସ୍‌ ଦଳରେ ଆର୍ଚର

ଲଣ୍ଡନ,୨୭।୭- ଆସନ୍ତା ସପ୍ତାହରେ ଏଜବାଷ୍ଟନ୍‌ଠାରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଲାଗି ଶନିବାର ଇଂଲଣ୍ଡ ଦଳ ଘୋଷଣା ହୋଇଛି। ଏହି...

ପୁଣି ଏକାଠି ଖେଳିବେ ବୀରୁ, ଭଜି, ଯୁବି

ନୂଆଦିଲ୍ଲୀ,୪।୧: ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ(ବୀରୁ), ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଓ ସ୍ପିନର ହରଭଜନ ସିଂ (ଭଜି) ପୁଣି ଥରେ ଏକାଠି କ୍ରିକେଟ...

ଜାତୀୟ ସିନିୟର ଚୟନ ପ୍ୟାନେଲ: ପୂର୍ବାଞ୍ଚଳରୁ ଦେବାଶିଷ, ଶିବସୁନ୍ଦର ଆଗରେ

ନୂଆଦିଲ୍ଲୀ, ୧୬ା୧୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନ୍ୟାଶନାଲ ସିଲେକ୍ସନ ପ୍ୟାନେଲ ନୂଆରୂପ ନେବାକୁ ଯାଉଛି। ଖାଲି ପଡ଼ିଥିବା ପଦବୀଗୁଡ଼ିକ ଲାଗି ପୂର୍ବାଞ୍ଚଳରୁ ଓଡ଼ିଶାର ଶିବ...

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ମୁମ୍ବାଇ,୧୭।୩: ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଛି। ଏବେ ଉଭୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ମୁହାଁମୁହିଁ ହେବେ।...

ଆର୍‌ସିବି ପାଇଁ ବିଜୟ ଲକ୍ଷ୍ୟ ୧୪୫ …

ମୁମ୍ବାଇ, ୨୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ...

ଗୁଜରାଟ ଫର୍ଚୁନ୍‌ଜିଆଣ୍ଟ୍ସର ବିଜୟ

ଚେନ୍ନାଇ, ୨୪ା୮ (ପି.ଟି.)- ଚଳିତ ପ୍ରୋ-କବାଡ଼ି ଲିଗ୍‌ ସିଜନ-୭ରେ କ୍ରମାଗତ ୬ଟି ମ୍ୟାଚରେ ପରାଜିତ ହେବା ପରେ ବିଜୟ ଲାଭ କରିଛି ଗୁଜରାଟ ଫର୍ଚୁନ୍‌ଜିଆଣ୍ଟ୍ସ୍ସ। ସ୍ଥାନୀୟ...

ହାଲେପ୍‌ଙ୍କୁ ପ୍ରଥମ ଓ୍ବିମ୍ବେଲଡନ ଟାଇଟଲ

ଲଣ୍ଡନ, ୧୪ା୭- ରୋମାନିଆର ସିମୋନା ହାଲେପ୍‌ ପ୍ରଥମଥର ଓ୍ବିମ୍ବେଲଡନ ଟାଇଟଲ ହାସଲ କରିଛନ୍ତି। ଶନିବାର ସେଣ୍ଟର କୋର୍ଟଠାରେ ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଆମେରିକାର...

Advertisement
Archives

Model This Week